ଓଡିଶା

odisha

ETV Bharat / state

ଏମିତି ଏକ ପୂଜା ମଣ୍ଡପ, ନିସ୍ତବ୍ଧ ରାତିରେ ଶୁଣାଯାଏ ପାଉଁଜିର ଶବ୍ଦ ! - CUTTACK DURGA PUJA

କଟକ ସର୍ପା ଦୁର୍ଗାପୂଜା ମଣ୍ଡପକୁ ପୁରିଲା ୨୭୨ ବର୍ଷ । ଏଠାରେ ଝିଅ ରୂପରେ ପୂଜାପାଆନ୍ତି ମା' ଦୁର୍ଗା । ରାତିରେ ଶୁଭେ ପାଉଁଜି ଶବ୍ଦ, ଦଶମୀରେ ହିଁ ମା' ନିଆନ୍ତି ମେଲାଣିି ।

DURGA PUJA CELEBRATION IN CUTTACK
DURGA PUJA CELEBRATION IN CUTTACK (ETV Bharat Odisha)

By ETV Bharat Odisha Team

Published : Oct 9, 2024, 7:18 PM IST

କଟକ: ଅନେକ ପୂଜା ମଣ୍ଡପ ମଧ୍ୟରୁ ବକ୍ସିବଜାରରେ ଥିବା ସର୍ପା ଦୁର୍ଗାପୂଜା ମଣ୍ଡପ ଅନ୍ୟତମ । ଏହି ମଣ୍ଡପର ରହିଛି ଅନେକ ଇତିହାସ ଆଉ ପରମ୍ପରା । ପିଢ଼ି ପରେ ପିଢି ଏଠାରେ ମା'ଙ୍କର ପୂଜା କରି ଆସୁଛନ୍ତି ଶ୍ରଦ୍ଧାଳୁ । କେବଳ ସେତିକି ନୁହେଁ ମୂର୍ତ୍ତି କାରିଗର ଆଉ ପୂଜକ ବି ପିଢ଼ି ପରେ ପିଢ଼ି କାର୍ଯ୍ୟ କରି ଆସୁଛନ୍ତି । ଏହି ମଣ୍ଡପର ଅନେକ ଆଲୌକିକ ମଧ୍ୟ ରହିଛି । ରାତିରେ ପାଉଁଜିର ଶବ୍ଦକୁ ପୂଜାର ବାସନା ମଧ୍ୟ ଅନୁଭବ କରିଛନ୍ତି କର୍ମକର୍ତ୍ତା ।


ରାତିରେ ଶୁଭୁଛି ମା'ଙ୍କ ପାଉଁଜି ଶବ୍ଦ:

DURGA PUJA CELEBRATION IN CUTTACK (ETV Bharat Odisha)

କଟକ ଦଶହରାର ବେଶ ପ୍ରସିଦ୍ଧି ରହିଛି ।ଏଠାରେ ଏମିତି ପୂଜା ମଣ୍ଡପ ରହିଛି ଯାହାର ପରମ୍ପରା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଏବେବି ନିଜର ପୌରାଣିକ ଓ ପରମ୍ପରାରେ ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିବାରେ ସକ୍ଷମ ହୋଇଛି କିଛି ମଣ୍ଡପ । ଏହିଭଳି ଏକ ପୂଜା ମଣ୍ଡପ ହେଉଛି କଟକର ସର୍ପାଦୁର୍ଗା ପୂଜା ମଣ୍ଡପ । ମଣ୍ଡପକୁ ପୁରିଲାଣି ୨୭୨ ବର୍ଷ । ପ୍ରଥମେ ଘରୋଇ ପୂଜା ପାଉଥିଲେ ମା' ଦୁର୍ଗା । ୧୯୫୦ ମସିହାରୁ ୭ ସାହିକୁ ନେଇ ଏଠାରେ ସାର୍ବଜନୀନ ଦୁର୍ଗା ପୂଜା ଆରମ୍ଭ ହୋଇଥିଲା । ତେବେ ସର୍ପା ଦୁର୍ଗା ପୂଜା କମିଟିର ସଦସ୍ୟ ଆଶିଷ କୁମାର ଦାସ କହିଛନ୍ତି,"ମା'ଙ୍କ ଅନେକ ଆଲୌକିକ ମହିମା ରହିଛି । ରାତିରେ ପାଉଁଜିର ଶବ୍ଦକୁ ପୂଜାର ବାସନା ମଧ୍ୟ ଅନୁଭବ କରିଛି । "

ସର୍ପା ଦୁର୍ଗାପୂଜା ଇତିହାସ :

DURGA PUJA CELEBRATION IN CUTTACK (ETV Bharat Odisha)

୧୭୫୨ ମସିହାରେ ତତ୍କାଳୀନ ଜମିଦାର ସ୍ୱରୁପ ଚନ୍ଦ୍ର ଦାସ କୋଲ୍‌କାତାରୁ ଆସି ଏଠାରେ ପୂଜା ଆରମ୍ଭ କରିଥିଲେ । ପ୍ରଥମେ ଏକ ଚାଳ ଘରେ ମା'ଙ୍କ ପୂଜା କରାଯାଉଥିଲା । ପରେ ଜରି ମେଢରେ ବର୍ତ୍ତମାନ ମା'ଙ୍କ ରୂପା ମେଢ ପ୍ରସ୍ତୁତ ହୋଇସାରିଛି । ସେହିପରି ମା'ଙ୍କ ଲାଗି ରୂପା ଓ ସୁନା ଆଦି ଗହଣା ମଧ୍ୟ ପ୍ରସ୍ତୁତ କରାଯାଇଛି । ଏଠାରେ ସବୁଠାରୁ ବଡ ଖାସ କଥା ହେଉଛି ଏଠାରେ ପିଢି ପରେ ପିଢି ଧରି ମୂର୍ତ୍ତି କାରିଗର, ପୂଜକ ଓ ପୂଜା ପରିଚାଳନା ନିଜ ନିଜ ବଂଶଧରମାନେ କରି ଆସୁଛନ୍ତି ।

ଏହା ମଧ୍ୟ ପଢନ୍ତୁ ....ଚାଉଳିଆଗଞ୍ଜରେ ମାଆ ଦୁର୍ଗାଙ୍କ ମହକ,ଏଲଇଡି ଲାଇଟରେ ଝଲସୁଛି ଚାନ୍ଦିମେଢ଼

ଏହା ମଧ୍ୟ ପଢନ୍ତୁ ....ଦୁର୍ଗାପୂଜାରେ ରଥଯାତ୍ରା ଭଳି ସୁରକ୍ଷା, ଟ୍ବିନ ସିଟିରେ କେନ୍ଦ୍ରୀୟ ଫୋର୍ସ

ଏହା ମଧ୍ୟ ପଢନ୍ତୁ ....ନବରାତ୍ରୀ ପାଇଁ ଉତ୍ସବ ମୁଖର ବୌଦ୍ଧ, ଆଲୋକ ମାଳାରେ ଝଲସୁଛି ପୂଜା ମଣ୍ଡପ - Durga Puja 2024

ଝିଅ ରୂପରେ ପୂଜାପାଆନ୍ତି ମା' ଦୁର୍ଗା:

DURGA PUJA CELEBRATION IN CUTTACK (ETV Bharat Odisha)

ଏଠାକାର ଆଉ ଏକ ସ୍ୱତନ୍ତ୍ରତା ହେଉଛି କଟକର ଭସାଣୀ ପର୍ବରେ ସର୍ପା ଦୁର୍ଗାଙ୍କ ମେଢ ସାମିଲ ହୋଇନଥାଏ । ଦଶମୀ ଦିନରେ ହିଁ ମା ଦୁର୍ଗାଙ୍କୁ ଭସାଣି କରାଯାଇଥାଏ ବୋଲି କହିଛନ୍ତି କର୍ମକର୍ତ୍ତା । ତେବେ ଭସାଣି କାର୍ଯ୍ୟ ମଧ୍ୟ ଅତି ନିରାଡମ୍ୱର ଭାବେ କରାଯାଇଥାଏ । ଅନ୍ୟାନ୍ୟ ପୂଜା ମଣ୍ଡପ ଭଳି କୌଣସି ବ୍ୟୟବହୁଳ ନାଚଗୀତ ଅବା ରୋସଣୀର ଛାପ ଦେଖିବାକୁ ମିଲିନଥାଏ । ଏଠାରେ କେବଳ ପୂଜା ଉପରେ ଗୁରୁତ୍ୱ ଦିଆଯାଇଥାଏ । ଅଧିକାଶଂ ପୂଜା ମଣ୍ଡପରେ ଦୁର୍ଗାଙ୍କୁ ମା' ରୂପରେ ପୂଜା କରାଯାଇଥାଏ । ମାତ୍ର ଏଠାରେ ମା'ଙ୍କୁ ଝିଅ ରୂପରେ ପୂଜା କରାଯାଉଛି । ଦଶମୀ ତିଥିରେ ସିନ୍ଧୁର ଖେଳରେ ମା'ଙ୍କୁ ଝିଅ ରୂପରେ ବିଦାୟ ଦେଇଥାନ୍ତି ।


ଇଟିଭି ଭାରତ, କଟକ

ABOUT THE AUTHOR

...view details