କଟକ: ଖାଣ୍ଟି କ୍ଷୀର ନୁହେଁ, ବରଂ କ୍ଷୀର ନାଁରେ ଲୋକଙ୍କୁ ଦିଆଯାଉଥିଲା ବିଷାକ୍ତ ସାମଗ୍ରୀ । ଏଭଳି ବିଶାକ୍ତ ଆଉ ନକଲି କ୍ଷୀର ବିକ୍ରି ଅଭିଯୋଗରେ କମ୍ପାନୀ ମାଲିକ ପ୍ରଦୀପ୍ତ ପରିଡାକୁ ଆଜି ଗିରଫ କରିଛି କଟକ କମିଶନରେଟ ପୋଲିସ । ଏହି ମାମଲାର ଛାନଭନ ସମୟରେ ପୋଲିସକୁ ମିଳିଛି ଅନେକ ଗୁରୁତ୍ବପୂର୍ଣ୍ଣ ସୂଚନା । ଏହି କ୍ଷୀର ଏବଂ କ୍ଷୀରରେ ପ୍ରସ୍ତୁତ ହେଉଥିବା ସାମଗ୍ରୀଗୁଡ଼ିକୁ ପ୍ୟାକିଂ କରିବା ପାଇଁ କୋଲକତାରୁ ପ୍ରିଣ୍ଟ କରାଯାଇ ପ୍ଲାଷ୍ଟିକ ଆସୁଥିବାବେଳେ, ମହାରାଷ୍ଟ୍ରରୁ ଆସୁଥିଲା ଶସ୍ତା କ୍ଷୀର ପାଉଡର । ତେବେ ଯେଉଁ ଅଞ୍ଚଳକୁ 'ରୋହିଣୀ' ବ୍ରାଣ୍ଡର ଏହି ନକଲି କ୍ଷୀର ଓ ଦୁଗ୍ଧଜାତ ସାମଗ୍ରୀ ବିକ୍ରି ପାଇଁ ଯାଇଛି, ସେଗୁଡ଼ିକୁ ଜବତ କରିବା ପାଇଁ ଉଦ୍ୟମ ଆରମ୍ଭ କରିବା କମିଶନରେଟ ପୋଲିସ । ଏହି ସାମଗ୍ରୀକୁ ବ୍ୟବହାର ନ କରିବା ପାଇଁ ଜନସାଧାରଣକୁ ଅପିଲ କରିଛି କମିଶନରେଟ ପୋଲିସ ।
ମହାରାଷ୍ଟ୍ରରୁ ଶସ୍ତା କ୍ଷୀର ପାଉଡର ଏବଂ କଲିକତାରୁ ଆସୁଥିଲା ପ୍ୟାକିଂ ସାମଗ୍ରୀ !
କଟକ ଅତିରିକ୍ତ ଡିସିପି ଅନିଲ ମିଶ୍ର କହିଛନ୍ତି, "ଏହି କ୍ଷୀର କମ୍ପାନୀର ମାଲିକ ପ୍ରଦୀପ୍ତ ପରିଡା ତିନି ଜଣ ଶ୍ରମିକଙ୍କ ସହାୟତାରେ ଏହି ନକଲି କ୍ଷୀର ଓ ଅନ୍ୟାନ୍ୟା ସମଗ୍ରୀ ପ୍ରସ୍ତୁତ କରାଯାଇଥିଲା। ଏହି କ୍ଷୀର ଉତ୍ପାଦନ ହେବାଠାରୁ ଆରମ୍ଭ କରି ଗ୍ରାହକଙ୍କ ପାଖରେ ପହଞ୍ଚିବା ପଛରେ ବ୍ୟବସାୟୀଙ୍କର ଏକ ବଡ଼ ରାକେଟ କାମ କରୁଥିବା ନେଇ ସୂରାକ ପାଇଛି ପୋଲିସ । ମହାରାଷ୍ଟ୍ରରୁ ଆସୁଥିବା ଶସ୍ତା କ୍ଷୀର ପାଉଡରରେ ଉତ୍ତରପ୍ରଦେଶରୁ ଆମଦାନୀ ହେଉଥିବା କଷ୍ଟିକ ସୋଡାକୁ ଜଗତପୁରର ନଳକୂପ ପାଣିରେ ଗୋଳାଇ ପ୍ରସ୍ତୁତ ହେଉଥିଲା ନକଲି କ୍ଷୀର । ପ୍ରସ୍ତୁତି ପରେ ସେହି କ୍ଷୀରକୁ କୋଲକାତାରୁ ଆସୁଥିବା ପ୍ଲାଷ୍ଟିକରେ ଭର୍ତ୍ତି କରି ଓଡିଶା ବଜାରକୁ ଛଡାଯାଉଥିଲା ।"
ଏହା ବି ପଢନ୍ତୁ...କ୍ଷୀର ପିଉଥିଲେ ସାବଧାନ ! ଅପମିଶ୍ରିତ ନକଲି କ୍ଷୀର ଜବତ - Fake Milk Products Factory Busted | |
ଏହା ବି ପଢନ୍ତୁ...ଟଙ୍କା ନେଉଥିଲେ ଅସଲି ବ୍ରାଣ୍ଡର, ବିକୁଥିଲେ ପାଣି - Duplicate Liquor Seized |