କଟକ: ଓଡ଼ିଶାରେ ଘରେ ଘରେ ଘିଅ ବ୍ୟବହାର କରାଯାଏ । କିଏ ଦେଶୀ ଘିଅ ବ୍ୟବହାର କରେ ତ ଆଉ କିଏ କିଣା ଘିଅ ବ୍ୟବହାର କରିଥାଏ । କିଏ ଖାଇବା ପାଇଁ ଘିଅ ବ୍ୟବହାର କରେ ତ ଆଉ କେହି ଠାକୁର ପୂଜାରେ ଘିଅ ବ୍ୟବହାର କରିଥାଏ । ତେବେ କେଉଁ ପ୍ରକାର ଘିଅ ବ୍ୟବହାର କରିବା ଉଚିତ ? ଘିଅର ମାନ କିପରି ଜାଣିବେ ? ବଜାରକୁ ଏବେ ନକଲି ଘିଅ ଆସିବା ପରେ ଏବେ ଘିଅର ମାନକୁ ନେଇ ପ୍ରଶ୍ନ ଉଠିଲାଣି । ଯାହାକୁ ନେଇ ଚିନ୍ତାରେ କଟକବାସୀ ।
ଘିଅର ବ୍ୟବହାର:
କାହିଁ କେଉଁ ଆବାହମାନ ସମୟରୁ ଘିଅ ଏକ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଭାବରେ ବ୍ୟବହାର ହୋଇଆସୁଛି । ପୂଜା ପର୍ବରେ ମଧ୍ୟ ଏହାର ବ୍ୟବହାର ନିଶ୍ଚିତ ରୂପେ କରାଯାଏ । କିନ୍ତୁ ଆମେ ବ୍ୟବହାର କରୁଥିବା ଘିଅର ବିଶୁଦ୍ଧତାକୁ ନେଇ ଏବେ ପ୍ରଶ୍ନ ଉଠିଛି । ଘିଅ ନାଁରେ ନାନାଦି ପ୍ରକାରର ଅପମିଶ୍ରିତ ସାମଗ୍ରୀ ବଜାରରେ ମିଳୁଛି । ତେଣୁ ଯେଉଁ ଘିଅ ଦେବାଦେବୀଙ୍କ କାର୍ଯ୍ୟରେ ବ୍ୟବହାର ତାହାର ମାନକୁ ନେଇ ଉଠିଛି ପ୍ରଶ୍ନ । ବାସ୍ତବିକ ଆମେ କେଉଁ ପ୍ରକାରର ଘିଅ ପୂଜା ପାଇଁ ବ୍ୟବହାର କରିବା ଉଚିତ? ଆଳତୀ ପାଇଁ ହେଉ କିମ୍ବା ଦୀପ ଲଗାଇବା ପାଇଁ ହେଉ ବ୍ୟବହାର କରାଯାଉଥିବା ଘିଅର ଗୁଣବତ୍ତାକୁ ନେଇ ଉଠିଛି ପ୍ରଶ୍ନ ।
ପୂଜା ଘିଅ ନାଁରେ ବିକ୍ରି ଏବଂ ବ୍ୟବହାର ହେଉଥିବା ଏହି ସାମଗ୍ରୀ ଶସ୍ତା ତଥା ନିମ୍ନମାନର ତେଲରେ ପ୍ରସ୍ତୁତ ହେଉଛି। ଯାହାର ବହୁଳ ବ୍ୟବହାର ପରିବେଶ ପାଇଁ ଏକ ବଡ ବିପଦ ଭାବେ ଉଭା ହୋଇଛି । ଘିଅ ଦୀପ ପ୍ରଜ୍ବଳନ ହେଉଛି ପବିତ୍ରତା ଓ ମଙ୍ଗଳକାରୀ ଏବଂ ଏହା ଜ୍ଞାନ ଓ ପ୍ରଜ୍ଞାର ପ୍ରତୀକ ମଧ୍ୟ । ଦେବତାଙ୍କ ପ୍ରତି ଅର୍ପଣ ହେଉଥିବା ଘିଅ ବା ଦୀପ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଆଧ୍ୟାତ୍ମିକ ସମ୍ପର୍କ ସୃଷ୍ଟି କରିଥାଏ ବୋଲି ମଧ୍ୟ ବିବେଚନା କରାଯାଇଥାଏ । କିନ୍ତୁ ପୂଜା ଘିଅ ନାଁରେ ବିକ୍ରି ହେଉଥିବା ଏହି ଅଶୁଦ୍ଧ ପଦାର୍ଥ ଭକ୍ତଙ୍କ ଭାବବେଗ ପ୍ରତି ଆଘାତ ସୃଷ୍ଟି କରୁଛି।
ଏହା ବି ପଢନ୍ତୁ...ନକଲି ଘିଅ କାରଖାନାରେ ରେଡ, ଚର୍ବିରୁ ହେଉଥିଲା ପ୍ରସ୍ତୁତ - Raid in Ghee Factory
ଏହା ମଧ୍ୟ ପଢନ୍ତୁ-ଅସଲି ନାଁରେ ନକଲି ମଦ, ପିଇଲେ ନିଶା ହେବନି ! - Duplicate liquor seized