ଓଡିଶା

odisha

ETV Bharat / state

ପ୍ରେମ ରାସ୍ତାରେ ପଶି ଆସିଲା ସନ୍ଦେହ, ପ୍ରେମିକା ଓ ସାଙ୍ଗକୁ ରାସ୍ତାରୁ ହଟାଇ ଦେଲା ପ୍ରେମିକ - Kutra double murder - KUTRA DOUBLE MURDER

KUTRA DOUBLE MURDER: କୁତ୍ରାରେ ଡବଲ ମର୍ଡର ଘଟଣାରେ ଅଭିଯୁକ୍ତ ରାଜୁ ନାଗ ଗିରଫ । ପ୍ରେମିକା ଏବଂ ତାର ସହପାଠୀକୁ ହତ୍ୟାକରି ଜଙ୍ଗଲରେ ଲୁଚି ରହିଥିଲା ଅଭିଯୁକ୍ତ । ଅଧିକ ପଢନ୍ତୁ

DOUBLE MURDER FOR LOVE AFFAIRS ACCUSED ARRESTED IN KUTRA ROURKELA
DOUBLE MURDER FOR LOVE AFFAIRS ACCUSED ARRESTED IN KUTRA ROURKELA (ETV Bharat Odisha)

By ETV Bharat Odisha Team

Published : Jul 21, 2024, 10:39 PM IST

ସୁନ୍ଦରଗଡ଼: କୁତ୍ରା ଅଞ୍ଚଳର ବହୁ ଚର୍ଚ୍ଚିତ ହତ୍ୟାକାଣ୍ଡ ଘଟଣାରେ ମିଳିଲା ପୋଲିସକୁ ସଫଳତା । ପ୍ରେମିକାକୁ ସନ୍ଦେହ କରି ଡବଲ ମର୍ଡର କରିଥିଲା ପ୍ରେମିକ ରାଜୁ ନାଗ । ପ୍ରେମିକା ଏବଂ ତାର ସହପାଠୀଙ୍କୁ ନିର୍ମମ ଭାବରେ ହତ୍ୟା କରି ଫେରାର ହୋଇ ଜଙ୍ଗଲରେ ଲୁଚି ରହିଥିଲା ଅଭିଯୁକ୍ତ । ବର୍ତ୍ତମାନ ପୋଲିସ ତାକୁ ଗିରଫ କରିଛି ।ସୂଚନାଯୋଗ୍ୟ ଯେ, ମୃତ ଦୁଇ ଜଣ ହେଲେ ରାଜଗାଙ୍ଗପୁର ଲାଞ୍ଜିବେର୍ଣାର ରୁମାବାହାଲ ଗ୍ରାମର ପ୍ରତାପ ଲାକ୍ରା (୨୬) ଏବଂ କୁତ୍ରା ଥାନା ତୁନମୁରା ପଞ୍ଚାୟତର କାଶୀପଡା ଗ୍ରାମର ଲିପ୍ସା କେର୍କେଟା (୨୪) । ଗତ ୧୪ ତାରିଖ ବିଳମ୍ବିତ ରାତ୍ରିରେ ଏହି ନିର୍ମମ ହତ୍ୟାକାଣ୍ଡ ଘଟିଥିଲା ।

DOUBLE MURDER FOR LOVE AFFAIRS ACCUSED ARRESTED IN KUTRA ROURKELA (ETV Bharat Odisha)

ଯୁବତୀଙ୍କୁ ମହଙ୍ଗା ପଡିଲା ଡ୍ରାଇଭରକୁ ପ୍ରେମ: ପୋଲିସ ସୂଚନା ଅନୁସାରେ ଗିରଫ ଅଭିଯୁକ୍ତ ରାଜୁ ନାଗ ରାଜଗାଙ୍ଗପୁର ଜରୁଅମାଲ ଅଞ୍ଚଳର ।ସେ ମୃତ ଯୁବତୀଙ୍କ ଘରରେ କାର୍ ଚାଳକ ଭାବରେ କାର୍ଯ୍ୟ କରୁଥିଲା । ଅଭିଯୁକ୍ତ ରାଜୁ ଓ ଲିପ୍ସାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । କିଛି ଦିନ ହେବ ପ୍ରେମିକ ରାଜୁ ଲିପ୍ସାଙ୍କୁ ମାନସିକ ଯନ୍ତ୍ରଣା ଦେଉଥିଲା । ଯାହାଫଳରେ ଏମବିଏ ପରୀକ୍ଷା ଦେଉଥିବା ଲିପ୍ସାଙ୍କ ପାଠପଢାରେ ବାଧା ଉପୁଜିଥିଲା । ସେପଟେ ପ୍ରେମିକ ରାଜୁ ନାଗ ପ୍ରେମିକା ଲିପ୍ସା ଏବଂ ତାଙ୍କ ସହପାଠୀ ପ୍ରତାପ ଲାକ୍ରାଙ୍କ ସମ୍ପର୍କକୁ ନେଇ ସନ୍ଦେହ କରୁଥିଲା ।

ତେବେ ୧୪ ତାରିଖ ଦିନ ଅଭିଯୁକ୍ତ ରାଜୁ ସନ୍ଧ୍ୟାରେ ଲିପ୍ସାଙ୍କ ଘରକୁ ଆସିଥିଲା । ସେଠାରେ ଲିପ୍ସା ଏବଂ ତାର ସହପାଠୀ ପ୍ରତାପଙ୍କୁ ଦେଖି ରାଜୁ ଉତକ୍ଷିପ୍ତ ହୋଇପଡ଼ିଥିଲା । ଏହାପରେ ଏକ ଧାରୁଆ ଆସ୍ତ୍ରରେ ଉଭୟଙ୍କୁ ଆକ୍ରମଣ କରିଥିଲେ । ରାଜୁ ଗୋଡ଼ାଇ ଗୋଡ଼ାଇ ଛୁରିରେ ବାରମ୍ବାର ନିଜ ପ୍ରେମିକା ଲିପ୍ସା ଏବଂ ତାର ସହପାଠୀ ପ୍ରତାପଙ୍କୁ ଗାଁ ଦାଣ୍ଡରେ ହତ୍ୟା କରିଥିଲା । ଘଟଣା ଘଟାଇବା ପରେ ଅଭିଯୁକ୍ତ ରାଜୁ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା ।

ଏହା ମଧ୍ୟ ପଢନ୍ତୁ....ଆମିଷ ପ୍ରେମ ଆଗରେ ଫିକା ପଡିଲା ରକ୍ତସମ୍ପର୍କ, ମା’ର ଜୀବନ ନେଲା ସଇତାନ ପୁଅ - Son Kills Mother

ତେବେ ଅଭିଯୁକ୍ତ ଜଣଙ୍କ ପ୍ଲାନିଂ କରି ଜରୁଅମାଲ ଜଙ୍ଗଲ ମଧ୍ୟରେ ଯାଇ ଲୁଚି ରହିଥିଲା । ସାଙ୍ଗକୁ ମୋବାଇଲ ଏବଂ ସିମ୍ କିଣିବାକୁ କହିଥିଲା । ଫେରାର ହେବାକୁ ଯୋଜନା କରୁଥିଲା ଏହି ସମୟରେ ଜଙ୍ଗଲରେ ଲୁଚି ରହିଥିବା ନେଇ ସୂଚନା ପାଇ ଚଢ଼ାଉ କରି ପୋଲିସ ଅଭିଯୁକ୍ତକୁ ଗିରଫ କରିଥିଲା ।

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details