ଓଡିଶା

odisha

ETV Bharat / state

ଡପଲର ରାଡାର ପାଇଁ ସମ୍ବଲପୁରରେ ପ୍ରସ୍ତୁତି, 10 ବର୍ଷରୁ ଅଟକି ଥିଲା ପ୍ରକଳ୍ପ - DOPPLER RADAR STATION

ସମ୍ବଲପୁରରେ ଲାଗିବ ଡପଲର ରାଡାର । ଏଥିପାଇଁ 5 ମହଲା କୋଠା ତିଆରି ସରିଥିଲା । ହେଲେ 10 ବର୍ଷରୁ ଅଟକି ଥିଲା ପ୍ରକଳ୍ପ ।

Doppler Radar Station
Doppler Radar Station (ETV Bharat Odisha)

By ETV Bharat Odisha Team

Published : Dec 23, 2024, 10:51 PM IST

ସମ୍ବଲପୁର:ରାଜ୍ୟରେଲାଗିବ 3 ନୂଆ ଡପଲର ରାଡାର । ଏହା ଭୁବନେଶ୍ବର, ସମ୍ବଲପୁର ଓ ବାଲେଶ୍ବରରେ ଲଗାଯିବା ନେଇ ସୂଚନା ମିଳିଛି । ସମ୍ବଲପୁର ସହର ଉପକଣ୍ଠ ଯୋଗିପାଲି ନିକଟରେ ଲାଗିବ ଏହି ଡପଲର ରାଡାର । ଏହି ରାଡାରକୁ 'c-band ଡପଲର' ରାଡାର ମଧ୍ୟ କୁହାଯାଏ । ଏହା ପାଣିପାଗ ସମ୍ୱନ୍ଧୀୟ ସୂଚନା ତଥା ପ୍ରାକୃତିକ ବିପର୍ଯ୍ୟୟର ଆଗୁଆ ସୂଚନା ପ୍ରଦାନ କରିଥାଏ ।

ପୁନଃନିର୍ମାଣ କାର୍ଯ୍ୟର ଶୁଭାରମ୍ଭ:

Doppler Radar Station (ETV Bharat Odisha)

ସୂଚନା ଯୋଗ୍ୟ ଯେ ଗତ 2013-14 ବର୍ଷ ରୁ ଯୋଗିପାଲିଠାରେ ଡପଲର ରାଡାର ସ୍ଥାପନା ପାଇଁ ତତ୍କାଳୀନ ସରକାର ଏଥିପାଇଁ ଏକ 5 ମହଲା କୋଠା ତିଆରି କରି ସାରିଥିବାବେଳେ କେତେକ କାରଣରୁ ଏହି ପ୍ରକଳ୍ପ ଅଟକି ଯାଇଥିଲା ଓ ସେହି କୋଠାଟି ପରିତ୍ୟକ୍ତ ହୋଇ ପଡିରହିଥିଲା । "ଏହି ଖବର ପାଇବା ପରେ ବୈଠକ କରିଥିଲୁ । କେନ୍ଦ୍ର ସହ ଯୋଗାଯୋଗ କରି ପୁନରୁଦ୍ଧାର କରିଛୁ" ବୋଲି କହିଛନ୍ତି ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ

Doppler Radar Station (ETV Bharat Odisha)

"ଡପଲର ରାଡାର ଦ୍ୱାରା ବଜ୍ରପାତ, ପ୍ରବଳରୁ ଅତି ପ୍ରବଳ ବର୍ଷା, କୁଆ ପଥର ମାଡ଼, କାଳ ବୈଶାଖୀ, ଆକସ୍ମିକ ବନ୍ୟା, ଲଘୁଚାପ ପ୍ରଣାଳୀ, ଅବପାତ ଉପରେ ନଜର ରଖିବା, ବାତ୍ୟା ଚିହ୍ନଟ କରିବା ଇତ୍ୟାଦି କାର୍ଯ୍ୟ ହେବ । ଏହାସହ ଏହା ହୀରାକୁଦ ଡ୍ୟାମ ବନ୍ୟା ପରିଚାଳନାରେ ଏହା ସହାୟକ ହେବ । ସେହିପରି ଝାରସୁଗୁଡା ବିମାନ ବନ୍ଦରକୁ ବିମାନ ଚଳାଚଳ ବ୍ୟବସ୍ଥାରେ ମଧ୍ୟ ସହାୟକ ହେବ" ବୋଲି କହିଛନ୍ତି କୋମଳ ଲୋଚନ ମିଶ୍ର OSDMA କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ । ସାମଗ୍ରିକ ଭାବେ ନୂଆପଡ଼ାରୁ ସୁନ୍ଦରଗଡ଼ ପର୍ଯ୍ୟନ୍ତ ସମଗ୍ର ପଶ୍ଚିମ ଓଡ଼ିଶାର ଜିଲ୍ଲା ଗୁଡିକୁ ଏହା କୃଷି, ଖଣି, ଶିଳ୍ପ ଓ ବିମାନ ଚଳାଚଳରେ ଏହା ସହାୟକ ହେବ ।

କେମିତି କାମ କରେ ଡପଲର ରାଡାର?

Doppler Radar Station (ETV Bharat Odisha)
ଡପଲର ପାଣିପାଗ ରାଡାର ଏମିତି ଏକ ଉପକରଣ ଯାହା ରେଡିଓ ତରଙ୍ଗ ପ୍ରେରଣ କରିଥାଏ ଏବଂ ସେହି ବସ୍ତୁଗୁଡିକରୁ ଫେରୁଥିବା ସଙ୍କେତ ଗୁଡିକର ବିଶ୍ଳେଷଣ କରି ବସ୍ତୁଗୁଡ଼ିକୁ ଚିହ୍ନଟ କରିବା ପାଇଁ ବ୍ୟବହୃତ ହୁଏ । ରାଡାର ପ୍ରଣାଳୀ ବସ୍ତୁର ଦୂରତା, ବେଗ ଏବଂ ଦିଗ ନିର୍ଦ୍ଧାରଣ କରିପାରେ ଏବଂ ସାଧାରଣତଃ ପାଣିପାଗ ବିଜ୍ଞାନ, ବିମାନ ଚଳାଚଳ, ସାମରିକ ଏବଂ ଦିଗ ନିରୁପଣ ପରି ବିଭିନ୍ନ କ୍ଷେତ୍ରରେ ବ୍ୟବହୃତ ହୁଏ । ଓଡ଼ିଶାର ସମ୍ବଲପୁରରେ 'ସି-ବ୍ୟାଣ୍ଡ ଡପ୍ଲର ପାଣିପାଗ ରାଡାର' ପ୍ରଚଳନ ରାଜ୍ୟର ପାଣିପାଗ ନିରୀକ୍ଷଣ କ୍ଷମତା ବୃଦ୍ଧି ଦିଗରେ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ହେବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ l
Doppler Radar Station (ETV Bharat Odisha)

250 କିଲୋମିଟର ପର୍ଯ୍ୟନ୍ତ ପ୍ରଭାବଶାଳୀ ରେଞ୍ଜ ପାଇଁ ଜଣାଶୁଣା ସି-ବ୍ୟାଣ୍ଡ ରାଡାର ଦୀର୍ଘ ଦୂରତା ଚିହ୍ନଟ ଏବଂ ଉଚ୍ଚ ରିଜୋଲ୍ୟୁସନ ମଧ୍ୟରେ ଏକ ଆଦର୍ଶ ସନ୍ତୁଳନ ସୃଷ୍ଟି କରିଥାଏ । ସି-ବ୍ୟାଣ୍ଡ ରାଡାର ବାୟୁମଣ୍ଡଳୀୟ କ୍ଷରଣ ପାଇଁ କମ୍ ସମ୍ବେଦନଶୀଳ ଅଟେ । ଅର୍ଥାତ୍ ଏହା ବର୍ଷା, ବଜ୍ରପାତ ଏବଂ ଅନ୍ୟାନ୍ୟ ପାଣିପାଗ ପରି ବିପରୀତ ପରିସ୍ଥିତିରେ ମଧ୍ୟ ଭଲ ପ୍ରଦର୍ଶନ କରିଥାଏ l ସାଂଘାତିକ ପାଣିପାଗ ଘଟଣାକୁ ଟ୍ରାକିଂ କରିବା ପାଇଁ ସକ୍ଷମ ଅଟେ l

Doppler Radar Station (ETV Bharat Odisha)


ଏହା ବି ପଢନ୍ତୁ...ଓଡ଼ିଶାକୁ ମିଳିବ ୩ ନୂଆ ଡପଲର ରାଡାର
ଏହା ବି ପଢନ୍ତୁ...ସଡକ ଦୁର୍ଘଟଣା ରୋକିବାକୁ ବଡ଼ ପ୍ରୟାସ, ଅମାନିଆଙ୍କ ପାଇଁ ରାସ୍ତାରେ ଜଗିଛି ରାଡାର - Radar Surveillance System - RADAR SURVEILLANCE SYSTEM


କେବେ ଆରମ୍ଭ ହୋଇଥିଲା ଏହି ପ୍ରକଳ୍ପ?

Doppler Radar Station (ETV Bharat Odisha)
ଭାରତ ପାଣିପାଗ ବିଭାଗର DOPPLER RADAR ସ୍ଥାପନ ପାଇଁ ସମ୍ବଲପୁର ଯୋଗିପାଲି ଠାରେ ପାଞ୍ଚ ମହଲା ବିଶିଷ୍ଟ କୋଠା ନିର୍ମାଣ କରାଯାଉଛି । ଏହି କୋଠାର ସମୂହ ନିର୍ମାଣ କ୍ଷେତ୍ରଫଳ 11,100 ବର୍ଗ ଫୁଟ । 2013-14 ମସିହାରେ ଆରମ୍ଭ ହୋଇଥିବା ଏହି କୋଠାର ଟେଣ୍ଡର ମୂଲ୍ୟ 2.19 କୋଟି ଟଙ୍କା ଥିଲା l ସେଥିରୁ କାର୍ଯ୍ୟ ବାବଦକୁ 1.52 କୋଟି ଟଙ୍କା ଖର୍ଚ୍ଚ ହୋଇଅଛି । ନୂତନ ଭାବରେ RADAR DOME STRUCTURE ଓ କୋଠାର ବଳକା କାର୍ଯ୍ୟ ସମାପନ ପାଇଁ 4 .20 କୋଟି ଟଙ୍କା ଖର୍ଚ୍ଚ ବାବଦକୁ ରାଜିନାମା ହୋଇଛି । ଏହି କାର୍ଯ୍ୟକୁ ଆସନ୍ତା 6ମାସ ଭିତରେ ସାରିବାକୁ ସମୟ ସୀମା ଧାର୍ଯ୍ୟ କରାଯାଇଅଛି । ବାହ୍ୟ ବିଦ୍ୟୁତ ଯୋଗାଣ, CCTV, ଆସବାବପତ୍ର ଇତ୍ୟାଦି ପାଇଁ 84 ଲକ୍ଷର ବ୍ୟବସ୍ଥା ରଖାଯାଇଛି । କେନ୍ଦ୍ର ସରକାର ଏହି ପ୍ରକଳ୍ପ ପାଇଁ ଅର୍ଥ ମଞ୍ଜୁର କରିଛନ୍ତି l ସରକାରଙ୍କ ଏହି ପଦକ୍ଷେପକୁ ସ୍ଥାନୀୟ ଚାଷୀ ସ୍ୱାଗତ କରିଛନ୍ତି । ଏହାଦ୍ୱାରା ସ୍ଥାନୀୟ ଚାଷୀ ବଜ୍ରାଘାତ, ଆକସ୍ମିକ ବର୍ଷା ଇତ୍ୟାଦି ସମ୍ପର୍କରେ ଆଗୁଆ ସୂଚନା ପାଇଁ ନିଜର ଚାଷକୁ ସୁରକ୍ଷା ଦେଇପାରିବ ବୋଲି ସ୍ଥାନୀୟ ଚାଷୀ କହିଛନ୍ତି । ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details