ଓଡିଶା

odisha

ETV Bharat / state

ଦୋଳ ପୂର୍ଣ୍ଣିମା ପାଇଁ ଉତ୍ସବମୁଖର ସୁବର୍ଣ୍ଣପୁର - DOLA UTSAV AT subarnapur - DOLA UTSAV AT SUBARNAPUR

Dola Purnima Celebration: ସୋନପୁର ଗଡଜାତର ରାଜପ୍ରାସାଦ ନିକଟବର୍ତ୍ତୀ ଶ୍ରୀଗୋପାଳଜୀଙ୍କ ମନ୍ଦିରରେ ମହାଆଡମ୍ବରରେ ପାଳନ ହେଲା ଦୋଳ ଯାତ୍ରା । 1640 ମସିହାରୁ ଏହି ମନ୍ଦିରରେ ଦୋଳ ପୂର୍ଣ୍ଣମୀ ପାଳନ କରାଯାଇ ଆସୁଥିବା ଐତିହାସିକ ପ୍ରମାଣ ରହିଛି । ଅଧିକ ପଢନ୍ତୁ

ଦୋଳ ପୂର୍ଣ୍ଣିମା ପାଇଁ ଉତ୍ସବମୁଖର ସୁବର୍ଣ୍ଣପୁର
ଦୋଳ ପୂର୍ଣ୍ଣିମା ପାଇଁ ଉତ୍ସବମୁଖର ସୁବର୍ଣ୍ଣପୁର

By ETV Bharat Odisha Team

Published : Mar 25, 2024, 9:47 PM IST

ଦୋଳ ପୂର୍ଣ୍ଣିମା ପାଇଁ ଉତ୍ସବମୁଖର ସୁବର୍ଣ୍ଣପୁର

ସୁବର୍ଣ୍ଣପୁର:ଆଜି ଦୋଳ ପୂର୍ଣ୍ଣମୀ । ଜିଲ୍ଲାର ବିଭିନ୍ନ ବିଷ୍ଣୁ ମନ୍ଦିରରେ ମହାସମାରୋହରେ ପାଳିତ ହେଉଛି ଦୋଳ ଯାତ୍ରା ।ସୋନପୁର ଗଡଜାତର ରାଜପ୍ରାସାଦ ନିକଟବର୍ତ୍ତୀ ଶ୍ରୀଗୋପାଳଜୀଙ୍କ ମନ୍ଦିରରେ ମହାଆଡମ୍ବରରେ ଦୋଳ ଯାତ୍ରା ପାଳିତ ହେଉଛି ।1640 ମସିହାରୁ ଏହି ମନ୍ଦିରରେ ଦୋଳ ପୂର୍ଣ୍ଣମୀ ପାଳନ କରାଯାଇ ଆସୁଥିବା ଐତିହାସୀକ ପ୍ରମାଣ ରହିଛି ।ଚୌହାନ ଶାସକ ମଦନ ଗୋପାଳ ସିଂ ଦେଓ ସମ୍ବଲପୁର ରାଜ୍ୟରୁ ଭାଇ ଭାଗ ସ୍ବରୁପ ସୋନପୁର ଗଡଜାତରେ 1940 ମସିହାରେ ଆସି ଗଡଜାତର ଶାସନ ଭାର ଗ୍ରହଣ କରିଥିଲେ । ଭାଇ ଭାଗ ସ୍ବରୁପ ପାଇଥିବା ଶ୍ରୀଗୋପାଳ ପ୍ରତିମାକୁ ରାଜପ୍ରାସାଦର ସମ୍ମୁଖରେ ଏକ ମନ୍ଦିର ତିଆରି କରି ପ୍ରତିଷ୍ଠା କରିଥିଲେ ।

ସେହିପରି ରାଜପ୍ରାସାଦ ଭିତରେ ଭିତିରି ଗୋପାଳଜୀ ମନ୍ଦିର ପ୍ରତିଷ୍ଠା କରିଥିଲେ ।ତେବେ ଭିତିରି ଗୋପାଳଜୀ ମନ୍ଦିର ଧ୍ବଂସ ହେବା ପରେ ଏବେ ଖାଲି ବାହାରି ଗୋପାଳଜୀ ମନ୍ଦିରରେ ଦୋଳ ପର୍ବ ଆୟୋଜିତ ହୋଇ ଆସୁଛି । 1983 ମସିହାରେ ଶ୍ରୀଗୋପାଳଜୀ ମନ୍ଦିରରୁ ଅଷ୍ଟଧାତୁ ନିର୍ମିତ 12 ଗୋଟି ପ୍ରତୀମା ଚୋରି ହେବା ପରେ କଂସାରେ ତିଆରି ନୂତନ ବିଗ୍ରହ ପ୍ରତିଷ୍ଠା କରାଯାଇ ଦୋଳ ପୂର୍ଣ୍ଣମୀ ପର୍ବ ପାଳନ କରାଯାଉଛି । ସେହିପରି ଜିଲ୍ଲାର କୋଣ ଅନୁକୋଣରେ ଥିବା ବିଷ୍ଣୁ ମନ୍ଦିରରେ ଦୋଳ ପୂର୍ଣ୍ଣମୀ ପାଳନ କରାଯାଉଛି । ଅଷ୍ଟ ପ୍ରହରୀ ମହାମନ୍ତ୍ର ନାମଯଜ୍ଞ ସାଙ୍ଗକୁ ପୁରାଣ ପାଠ, ପ୍ରବଚନ, ଭଜନ ସଂନ୍ଧ୍ୟା ଆଦିର କାର୍ଯ୍ୟକ୍ରମ କରାଯାଉଛି ।

ଆସନ୍ତାକାଲି ବିଭିନ୍ନ ଯାଗାରେ ହରିହର ଭେଟ ପାଇଁ ମନ୍ଦିର କମିଟି ଗୁଡିକ ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ ସ୍ଥିର କରାଯାଇଛି ।ଫଗୁଖେଳ ସହିତ ହରିହର ଭେଟ ପାଇଁ ଜିଲ୍ଲାର ବୀରମହାରାଜପୁର ପଡିଆରେ ବ୍ୟାପକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।ସେହିପରି ସିନ୍ଦୁରପୁରର ପ୍ରସିଦ୍ଧ ଶ୍ରୀଗୋପାଳଜୀ ମନ୍ଦିରରେ ଦୋଳ ପର୍ବ ସାଂଗକୁ ଅଷ୍ଟ ପ୍ରହରୀ ମହାମନ୍ତ୍ର ନାମ ଯଜ୍ଞର ଆୟୋଜନ କରାଯାଇଛି ।ନାମ ଯଜ୍ଞର ପୂର୍ଣ୍ଣାହୂତି ପରେ ଅନ୍ନ ଯଜ୍ଞରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସାମିଲ ହେବା ଆଶା କରାଯାଉଛି ।ଦୋଳ ପର୍ବର ଅନ୍ତିମରେ ଶ୍ରୀଉଦଣ୍ଡ ନାମ ସଂକୀର୍ତ୍ତର ବୈଠକି ପର୍ବ ପାଇଁ ମନ୍ଦିରର ସେବାୟତ ଓ ଫାଲଗୁନ ପୂର୍ଣ୍ଣମା ଦୋଳଯାତ୍ରା କମିଟି ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ....ଶ୍ରୀକ୍ଷେତ୍ରରେ ଦୋଳ ଉତ୍ସବ ଅନୁଷ୍ଠିତ, ବଡଦାଣ୍ଡରେ ଭକ୍ତଙ୍କ ସହ ଫଗୁ ଖେଳିଲେ ମହାପ୍ରଭୁ

ଜିଲ୍ଲାର ବିଭିନ୍ନ ଗାଁ ତଥା ପଡୋଶୀ ବରଗଡ ଜିଲ୍ଲାର ପ୍ରତିଷ୍ଠିତ ସଂକୀର୍ତ୍ତନ ଦଳ ଏହି ଦୋଳ ଯାତ୍ରାରେ ସାମିଲ ହୋଇ ସଂକୀର୍ତ୍ତନ ପରିବେଷଣ କରିଛନ୍ତି ।ତେବେ ଦୋଳ ପୂର୍ଣ୍ଣମୀ ଓ ହୋଲି ପର୍ବରେ ଅପ୍ରୀତିକର ପରିସ୍ଥିତିକୁ ଏଡାଇବା କରିବା ପାଇଁ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ ଯାତ୍ରା ପଡିଆ ଓ ମନ୍ଦିରରେ ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯାଇଥିବା ପୋଲିସ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ABOUT THE AUTHOR

...view details