ଭୁବନେଶ୍ବର:ରାଜଧାନୀରେ ବୁଲା କୁକୁରଙ୍କ ଦୌରାତ୍ମ୍ୟ । ଦିନକୁ ଦିନ ଏହି ଦୌରାତ୍ମ୍ୟ ବଢି ଚାଲିଛି । ବୁଲା କୁକୁରଙ୍କ ଆତଙ୍କରେ ଆତଙ୍କିତ ରାଜଧାନୀବାସୀ । ଘରୁ ବାହାରିଲେ ମନରେ ପଶୁଛି ଛନକା । ରାଜଧାନୀର ବିଭିନ୍ନ ସ୍ଥାନରେ ବୁଲା କୁକୁରଙ୍କ ଆତଙ୍କରେ ସହରବାସୀ ଭୟଭୀତ ହେଉଥିବା ବେଳେ ନୟାପଲ୍ଲୀ ବ୍ରିଡ଼ କଲୋନୀରେ ଅବସ୍ଥା ଶୋଚନୀୟ । ଏକ ମାସରେ ୧୦ରୁ ଊର୍ଦ୍ଧ୍ବ ଲୋକଙ୍କୁ କାମୁଡିଲେଣି କୁକୁର । ଏନେଇ କୁକୁରଙ୍କ ଥଇଥାନ ସହ ବନ୍ଧ୍ୟାକରଣ କରି ସେମାନଙ୍କର ପ୍ରଜନନ ସଂଖ୍ୟା କମାଇବା ପାଇଁ ବିଏମସିକୁ ଅନୁରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା । ସେପଟେ ବର୍ଷା ପାଇଁ ବନ୍ଧ୍ୟାକରଣ ବନ୍ଦ ଥିବା କହିଛନ୍ତି ମେୟର ।
ରାଜଧାନୀରେ ବୁଲା କୁକୁରଙ୍କ ଆତଙ୍କ:
ବ୍ରିଡ଼ କଲୋନୀ ବାସିନ୍ଦାଙ୍କ ମୁତାବିକ, ‘ପ୍ରାୟ ଏକ ମାସ ହେବ କଲୋନୀରେ ବୁଲା କୁକୁରଙ୍କ ଆତଙ୍କ ଦେଖାଯାଉଛି । ଏହା ଦ୍ୱାରା ଆମେ ନିଜକୁ ଅସୁରକ୍ଷିତ ଭାବୁଛୁ । କାରଣ କୁକୁର ଯାହାକୁ ଦେଖୁଛି ତାକୁ କାମୁଡୁଛି । ରାସ୍ତାରେ ଚାଲିକି ଯିବା ହେଉ ଅବା ଦୋକାନରେ ସଉଦା ନେବାକୁ ଆସିବା ଅଥବା କଲୋନୀରେ ବୁଲିବା ସମୟରେ ବୁଲା କୁକୁରମାନେ ଆସି ଲୋକଙ୍କୁ କାମୁଡି ଦେଉଛନ୍ତି ।’
ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କଲୋନୀର ଏକ ଦୋକାନରେ । ଯାହା ସିସିଟିଭି ଫୁଟେଜରେ ରେକର୍ଡ ହୋଇଛି । ଆଳୁ କିଣୁଥିବା ସମୟରେ କୁକୁରଟି ଆସି ଯୁବକଙ୍କୁ କାମୁଡି ଦେଉଛି । ଯାହାଦ୍ୱାରା ଯୁବକଟି କଷ୍ଟରେ ଜର୍ଜରିତ ହେବା ସହ ଉପସ୍ଥିତ ଲୋକମାନେ ଏହାକୁ ଦେଖି ସମ୍ପୂର୍ଣ୍ଣ ଭୟଭୀତ ହୋଇଯାଇଥିଲେ । ଏକ ମାସ ମଧ୍ୟରେ ୮ ରୁ ୧୦ ଜଣ ଲୋକଙ୍କୁ କୁକୁର କାମୁଡୁଥିବା ଅଭିଯୋଗ ହୋଇଛି । ତେଣୁ ସ୍ଥାନୀୟ ଲୋକେ ଉଦବେଗ ପ୍ରକାଶ କରିବା ସହ ଶୀଘ୍ର ସମସ୍ୟାର ସମାଧାନ ପାଇଁ ଦାବି କରିଛନ୍ତି ।
'ଖାଦ୍ୟ ଅଭାବରୁ କୁକୁରଙ୍କ ଦୌରାତ୍ମ୍ୟ ବଢୁଛି':