ଓଡିଶା

odisha

ETV Bharat / state

ଦିବ୍ୟାଙ୍ଗଙ୍କୁ ବଳପୂର୍ବକ ଉଠାଇନେବା ପ୍ରସଙ୍ଗ; ଥାନାରେ ଏତଲା ଦେଲେ ଆନ୍ଦୋଳନକାରୀ ଦିବ୍ୟାଙ୍ଗ - Bhubaneswar News

Divyang people files case against BMC: ବିଏମସି ସମ୍ମୁଖରେ ଧାରଣାରତ ଦିବ୍ୟାଙ୍ଗ ବ୍ୟବସାୟୀ ମାନଙ୍କୁ ଉଠାଇନେବା ପ୍ରସଙ୍ଗରେ ପତିତ ଉଦ୍ଧାର ସମିତି ଓ ବିଏମସି ଟିମ୍ ସାଇନ ବିରୁଦ୍ଧରେ ଅଭିଯୋଗ କରିଛନ୍ତି ଦୃଷ୍ଟିବାଧିତ ଦିବ୍ୟାଙ୍ଗ । ସେମାନେ ସହରୀ ଆଶ୍ରୟସ୍ଥଳୀରେ ଭଲରେ ଅଛନ୍ତି ଓ ସେମାନଙ୍କୁ ଖୁବଶୀଘ୍ର ଛଡ଼ାଯିବ ବୋଲି କହିଲେ ବିଏମସି ମେୟର । ଅଧିକ ପଢନ୍ତୁ

Etv Bharat
Etv Bharat

By ETV Bharat Odisha Team

Published : Feb 1, 2024, 9:14 PM IST

ଦିବ୍ୟାଙ୍ଗଙ୍କୁ ବଳପୂର୍ବକ ଉଠାଇନେବା ପ୍ରସଙ୍ଗ ; ଥାନାରେ ଏତଲା ଦେଲେ ଆନ୍ଦୋଳନକାରୀ ଦିବ୍ୟାଙ୍ଗ

ଭୁବନେଶ୍ବର: ବିଏମସି ସମ୍ମୁଖରେ ଧାରଣାରତ ଦିବ୍ୟାଙ୍ଗ ବ୍ୟବସାୟୀ ମାନଙ୍କୁ ଉଠାଇନେବା ପ୍ରସଙ୍ଗରେ ଆସିଛି ନୂଆ ମୋଡ଼ । ଖାରବେଳନଗର ଥାନା ରେ ଏତଲା ଦେଇଛନ୍ତି ଦୃଷ୍ଟିବାଧିତ ଆନ୍ଦୋଳନକାରୀ ଦିବ୍ୟାଙ୍ଗ । ନିଜର ସାମ୍ବିଧାନିକ ଅଧିକାରକୁ ନେଇ ଧାରଣାରେ ବସିଥିବା ବେଳେ ଜୋରଜବରଦସ୍ତ ମଙ୍ଗଳବାର ଦିନ ସେମାନଙ୍କୁ ଉଠାଇନେଇଥିଲା ବିଏମସି । ସେମାନଙ୍କୁ ଅପରାଧୀ ଭଳି ବ୍ୟବହାର କରି ବଳପୂର୍ବକ ଉଠାଇ ନେଇଥିବା ୨ ଟି ସଂସ୍ଥା ପତିତ ଉଦ୍ଧାର ସମିତି ଓ ବିଏମସି ଟିମ୍ ସାଇନ ବିରୁଦ୍ଧରେ ଅଭିଯୋଗ କରିଛନ୍ତି ଦୃଷ୍ଟିବାଧିତ ଦିବ୍ୟାଙ୍ଗ । ଆଗକାଳରେ ବ୍ରିଟିଶ୍ ଙ୍କ ଭଳି ବିଏମସି ମେୟର ଦମନ ନୀତି ଆପଣାଇ ନ୍ୟାର୍ଯ୍ୟ ଦାବି ପାଇଁ ଧାରଣାରତ ଦିବ୍ୟାଙ୍ଗ ମାନଙ୍କୁ ଉଠାଇନେବା ଘଟଣାକୁ ଦୃଢ଼ ନିନ୍ଦା କରିଛନ୍ତି ଦିବ୍ୟାଙ୍ଗ । ଏପରିକି ସେମାନଙ୍କୁ ସୁରକ୍ଷିତ ଭାବେ ଛାଡିବା ପାଇଁ ଦାବି କରିବା ସହ ଯଦି ଆଜି ଭିତରେ ସେମାନଙ୍କୁ ନ ଛାଡନ୍ତି, ତେବେ ଆଗମୀ ଦିନରେ ରାଜ୍ୟର ସମସ୍ତ ଦୃଷ୍ଟିହୀନ ମାନେ ବିଏମସିର ଅସାମ୍ବିଧାନିକ କାର୍ଯ୍ୟକଳାପ ବିରୋଧରେ ଆନ୍ଦୋଳନ କରିବା ପାଇଁ ଚେତାବନୀ ଦେଇଛନ୍ତି ।

ଅନ୍ୟପଟେ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ବିଏମସି ମେୟର ସୁଲୋଚନା ଦାସ କହିଛନ୍ତି, "ଗତ କିଛି ଦିନ ହେବ ଦିବ୍ୟାଙ୍ଗମାନେ ଭେଣ୍ଡିଙ୍ଗ ଜଣ ଦାବିରେ ଧାରଣା ଦେଉଥିଲେ । କୋଭିଡ ପରେ ଦୃଷ୍ଟିହୀନ ବ୍ୟକ୍ତିମାନେ ମାର୍କେଟ ବିଲଡିଂ ରେ ବସି ବ୍ୟବସାୟ କରୁଥିଲେ । ବେଆଇନ ଭାବେ ଏମାନଙ୍କ ବ୍ୟବସାୟକୁ ନେଇ ମାର୍କେଟ ବିଲଡିଂରେ ସୌଦର୍ଯ୍ୟ ନଷ୍ଟ ହେଉଥିବାରୁ ଏହା ୧୫ ଦିନ ବନ୍ଦ ରହିଥିଲା । ତେଣୁ ସହରର ସ୍ବଛତାକୁ ବଜାୟ ରଖିବାକୁ ଯାଇ ସେମାନଙ୍କୁ ସେଠାରୁ ହଟାଇ ମାର୍କେଟ ବିଲଡିଂ ପଛରେ ବ୍ୟବସାୟ ପାଇଁ ଜାଗା ଦିଆଗଲା । କିନ୍ତୁ ସେମାନେ ସେଠାରେ ଅନ୍ୟ ବ୍ୟବସାୟୀଙ୍କୁ ଭଡା ଦେଇ ଦେଲେ । ପୁଣି ସେହି ମାର୍କେଟ ବିଲ୍ଡିଙ୍ଗରେ ବ୍ୟବସାୟ କରିବା ପାଇଁ ଭେଣ୍ଡିଙ୍ଗ ଜୋନର ଦାବି କରିବାକୁ ବିଏମସି ଗ୍ରହଣ କରୁ ନାହିଁ । ଏହାକୁ ନେଇ ସେମାନେ ଶୀତ କାକରରେ ଧାରଣାରତ ଥିବା ବେଳେ ସେମାନଙ୍କ ସ୍ବାସ୍ଥ୍ୟବସ୍ଥାକୁ ନଜରରେ ରଖି ତାଙ୍କ ସହ ହଟିବା ପାଇଁ ଆଲୋଚନା କରିଥିଲୁ । କିନ୍ତୁ ସେମାନେ କିଛି ଲୋକଙ୍କ ପ୍ରରୋଚନାରେ ଆସି ଜିଦରେ ଅଟଳ ରହିବାରୁ ଆମେ ବାଧ୍ୟ ହୋଇ ସେମାନଙ୍କୁ ଉଠାଇ ଥିଲୁ । ସେମାନେ ସହରୀ ଆଶ୍ରୟସ୍ଥଳୀରେ ଭଲରେ ଅଛନ୍ତି ଓ ସେମାନଙ୍କୁ ଖୁବଶୀଘ୍ର ଛଡ଼ାଯିବ ।"

ଏହା ମଧ୍ୟ ପଢନ୍ତୁ ...ଦିବ୍ୟାଙ୍ଗ ବ୍ୟବସାୟୀଙ୍କୁ ବିଏମସିର ଜୁଲୁମ, ବଳ ପୂର୍ବକ ଆନ୍ଦୋଳନରୁ ଉଠାଇ ନେଲା

ସେମାନଙ୍କ ଥାଇଥାନକୁ ନେଇ ମେୟର କହିଛନ୍ତି ଆମେ ସହରୀ ଥଇଥାନ ନିୟମ ଅନୁସାରେ ଥଇଥାନ କରିବାର ପ୍ରତିଶୃତି ଦେଇଥିଲୁ ଆଉ ଥଇଥାନ ମଧ୍ୟ କରୁଛୁ । ଦିବ୍ୟାଙ୍ଗଙ୍କ ପାଇଁ ଉଦିଷ୍ଟ ୪ ପ୍ରତିଶତର ଥଇଥାନ ନୀତିକୁ ସବୁ ଜୋନରେ କାର୍ଯ୍ୟକାରୀ କରୁଛୁ । ଯେଉଁଠି ବାକି ଅଛି ସେଗୁଡ଼ିକ ବି ଦିଆଯିବ । ଏପରିକି ଏମାନେ ବାହାରେ ବସି ବି ବ୍ୟବସାୟ କରିପାରିବେ ବିଏମସି । ସେଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ନେବ ନାହିଁ ବୋଲି ଆମେ ପ୍ରତିଶୃତି ଦେଇଥିଲୁ । ଏତେ ପରେ ବି ସେମାନେ ଅମାନିଆ ହେବାରୁ ଆମେ ତାଙ୍କୁ ଧାରଣାରୁ ବାଧ୍ୟ ହୋଇ ଉଠାଇଲୁ । ତାଙ୍କ ପ୍ରତି କୌଣସି ଅନ୍ୟାୟ ହୋଇନାହିଁ । ତାଙ୍କ ପ୍ରତି ଯଥେଷ୍ଟ ସହୃଦୟତା, ସ୍ନେହ ସମ୍ମାନ ଓ ଯତ୍ନ ରହିଛି । ସେମାନଙ୍କର ବିକାଶ ଦିଗରେ ବିଏମସି ନିଶ୍ଚୟ କାର୍ଯ୍ୟ କରୁଛି । ଜୀଵିକାଧାରଣ ଓ ବ୍ୟବସାୟ ପାଇଁ ସେମାନଙ୍କୁ ଆବଶ୍ୟକ ଅନୁଯାୟୀ ଭେଣ୍ଡିଙ୍ଗ ଜୋନ ଦିଆଯିବ । ଏଥିପାଇଁ ଜିଦ ନୁହେଁ ସେମାନଙ୍କ ସହଯୋଗର ଆବଶ୍ୟକତା ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details