ଓଡିଶା

odisha

ETV Bharat / state

ଜିଲ୍ଲାସ୍ତରୀୟ ଆଦିବାସୀ ସମ୍ମିଳନୀ, ନିଜ ହକ୍ ପାଇଁ ସରକାରଙ୍କୁ ଦେଲେ ଚେତାବନୀ - ଜିଲ୍ଲାସ୍ତରୀୟ ଆଦିବାସୀ ସମ୍ମିଳନୀ

Tribal Welfare Association Conference: ନୂଆପଡ଼ାରେ ଜିଲ୍ଲାସ୍ତରୀୟ ଆଦିବାସୀ ସମ୍ମିଳନୀ ଅନୁଷ୍ଠିତ । ଆଦିବାସୀମାନଙ୍କ ପ୍ରତି ସରକାର ଅନ୍ୟାୟ କରୁଥିବା ଅଭିଯୋଗ । ଅଧିକ ପଢନ୍ତୁ

tribal conference in district level
tribal conference in district level

By ETV Bharat Odisha Team

Published : Feb 7, 2024, 2:09 PM IST

tribal conference in district level

ନୂଆପଡା:ନୂଆପଡାରେ ଜିଲ୍ଲାସ୍ତରୀୟ ଆଦିବାସୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସମ୍ମିଳନୀରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ସଭାପତି ଘାସିରାମ ମାଝୀ ଅଧ୍ୟକ୍ଷତା କରିଥିଲେ । ଏହି ଆଦିବାସୀ ସମ୍ମିଳନୀରେ ନୂଆପଡା ଜିଲ୍ଲା ସମେତ କଳାହାଣ୍ଡି, ନବରଙ୍ଗପୁର, ବଲାଙ୍ଗୀର, ସୋନପୁର ଜିଲ୍ଲାରୁ ହଜାର ହଜାର ଆଦିବାସୀ ନେତାମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଆଦିବାସୀମାନଙ୍କ ସାମ୍ବିଧାନିକ ହକ୍ ଅଧିକାର ସମ୍ପର୍କରେ ଉଦବୋଧନ ଦେବା ସହ ସରକାର ତାଙ୍କ ପ୍ରତି ଅନ୍ୟାୟ କରୁଥିବା ଅଭିଯୋଗ କରିଛି ଆଦିବାସୀ ସଂଘ ।

ଆଦିବାସୀ ସଂଘ ନେତାମାନେ ଆଦିବାସୀମାନଙ୍କ ସାମ୍ବିଧାନିକ ହକ୍ ଅଧିକାର ସମ୍ପର୍କରେ ଉଦବୋଧନ ଦେବା ସହ ସରକାର ତାଙ୍କ ପ୍ରତି ଅନ୍ୟାୟ କରୁଥିବା ଅଭିଯୋଗ କରିଛନ୍ତି । ଆଦିବାସୀମାନଙ୍କ ଶିକ୍ଷା ଓ ସ୍ୱାସ୍ଥ୍ୟ ସୁରକ୍ଷା ପ୍ରତି ଗୁରୁତ୍ୱ ଦିଆଯାଉ ନାହିଁ । ହଜାର ହଜାର ଶିକ୍ଷିତ ଆଦିବାସୀ ଯୁବକ ଯୁବତୀ ନିଯୁକ୍ତି ନପାଇ ବେକାରୀ ହୋଇ ବୁଲୁଛନ୍ତି । ସେହିପରି ସରକାର ଆଦିବାସୀମାନଙ୍କ ଜୀବନ ଜୀବିକା ପ୍ରତି ଅଣଦେଖା କରିବା ସହ ବିଭିନ୍ନ ସରକାରୀ ଯୋଜନାରେ ଆଦିବାସୀଙ୍କୁ ଉପେକ୍ଷା କରି ଅଣ ଆଦିବାସୀମାନଙ୍କୁ ସାମିଲ କରୁଛନ୍ତି । ସେହିପରି ଜିଲ୍ଲାର ବିଭିନ୍ନ ଗାଁରେ କିଛି ଉନ୍ନତି ହେଉନଥିବା ଆଦିବାସୀ ନେତାମାନେ ଅଭିଯୋଗ କରିଛନ୍ତି । ଜଙ୍ଗଲ ଜମି ଅଧିକାରରୁ ବଞ୍ଚିତ ଆଦିବାସୀ । ଆଦିବାସୀ ବନବାସୀମାନଙ୍କ ପ୍ରତି ସରକାର ବୈମାତୃକ ମନୋଭାବ ପୋଷଣ କରୁଛନ୍ତି । ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ ବେଳେ ଆଦିବାସୀଙ୍କୁ ସରକାରୀ ବାବୁମାନେ ହଇରାଣ କରୁଛନ୍ତି ।

ଏହା ମଧ୍ୟ ପଢନ୍ତୁ-ଅସଦାଚରଣ କରିଥିବା ଅଭିଯୁକ୍ତକୁ ବାନ୍ଧୁନି ପୋଲିସ, ତାତିଲା ଆଦିବାସୀ ସଂଘ

ତେଣୁ ଏହାର ବିରୁଦ୍ଧରେ ମଙ୍ଗଳବାର ଖଡ଼ିଆଳ ମା' ଠାକୁରାଣୀ ମନ୍ଦିରଠାରେ ଆଦିବାସୀ ସଂଘ ଏକତ୍ରିତ ହୋଇ ଏକ ବିଶାଳ ପାରମ୍ପରିକ ରାଲି ବାହର କରି ସହର ପରିକ୍ରମା କରିଥିଲେ । ଏହାପରେ ସମ୍ମିଳନୀ ସ୍ଥଳକୁ ପହଞ୍ଚି ନିଜ ହକ ଅଧିକାର ସୁରକ୍ଷା ସମ୍ପର୍କରେ ସରକାରଙ୍କୁ ଚେତାବନୀ ଦେଇଥିଲେ । ତେବେ ସରକାର ଆଦିବାସୀମାନଙ୍କ ପ୍ରତି ଯଦି ଗୁରୁତ୍ୱ ନ ଦିଅନ୍ତି ଆଗାମୀ ଦିନର ଜୋରଦାର ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛି ଆଦିବାସୀ ସଂଘ । ଏହି ସମ୍ମିଳନୀରେ ସମ୍ମାନିତ ଅତିଥି ଭାବରେ GST ଆସିଷ୍ଟାଣ୍ଡ କମିଶନର ବୁଟୁଲୁ ମାଝୀ, ବଲାଙ୍ଗୀର ଆଦିବାସୀ ସଂଘ ସମ୍ପାଦକ ପୁସ୍ତମ ଧରୁଆ ଯୋଗ ଦେଇ ଉଦବୋଧନ ଦେଇଥିଲେ ।

ଇଟିଭି ଭାରତ, ନୂଆପଡା

ABOUT THE AUTHOR

...view details