ଓଡିଶା

odisha

By ETV Bharat Odisha Team

Published : Mar 11, 2024, 7:52 AM IST

ETV Bharat / state

ଜିଲ୍ଲାସ୍ତରୀୟ ନିର୍ବାଚନ ପ୍ରଶିକ୍ଷଣ ଶିବିର, ସ୍ବଚ୍ଛ ହେବ ନିର୍ବାଚନ ପରିଚାଳନା

Election Training Camp: ରବିବାର ମାଲକାନଗିରିରେ ଜିଲ୍ଲାସ୍ତରୀୟ ନିର୍ବାଚନ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଛି । ଏହି କାର୍ଯ୍ୟକ୍ରମରେ ସ୍ବଚ୍ଛତା ଓ ସଫଳତାର ସହିତ ଆଗାମୀ ନିର୍ବାଚନକୁ ପରିଚାଳନା କରିବାକୁ ଜିଲ୍ଲାପାଳ ସମସ୍ତଙ୍କୁ ଆହ୍ବାନ କରିଥିଲେ । ଅଧିକ ପଢ଼ନ୍ତୁ,

ଜିଲ୍ଲା ସ୍ତରୀୟ ନିର୍ବାଚନ ପ୍ରଶିକ୍ଷଣ ଶିବିର
ଜିଲ୍ଲା ସ୍ତରୀୟ ନିର୍ବାଚନ ପ୍ରଶିକ୍ଷଣ ଶିବିର

ମାଲକାନଗିରି: ମାଲକାନଗିରିରେ ରବିବାର ଜିଲ୍ଲାସ୍ତରୀୟ ନିର୍ବାଚନ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଛି । ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ସଚିନ ପାୱାରଙ୍କ ଅଧ୍ୟକ୍ଷତାରେ ଏହି ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସ୍ବଚ୍ଛତା ଓ ସଫଳତାର ସହିତ ଆଗାମୀ ନିର୍ବାଚନକୁ ପରିଚାଳନା କରିବାକୁ ଜିଲ୍ଲାପାଳ ସମସ୍ତଙ୍କୁ ଆହ୍ବାନ କରିଥିଲେ । ନିର୍ବାଚନ ଏକ ଟିମ୍ ୱାର୍କ, ଏହାକୁ ସମ୍ମିଳିତ ଭାବେ ନିର୍ବାହ କରିବା ପାଇଁ ଜିଲ୍ଲାପାଳ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ବିଡିଓ, ତହସିଲଦାର, ସେକ୍ଟର ଅଫିସର ଓ ସେକ୍ଟର ପୋଲିସ ଅଫିସରମାନେ ଯୋଗଦେଇଥିଲେ ।

ଆଗାମୀ ସାଧାରଣ ନିର୍ବାଚନ ୨୦୨୪କୁ ମୁକ୍ତ, ଅବାଧ ଓ ନିରପେକ୍ଷ ଭାବେ ପରିଚାଳନା କରିବା ପାଇଁ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ଆସିଷ୍ଟାଣ୍ଟ ଏକସ୍ପେଣ୍ଡିଚର ଅବଜର୍ଭର (ଏଇଓ), ଭିଡିଓ ସର୍ଭେଲାନ୍ସ ଟିମ୍, ଆକାଉଣ୍ଟିଂ ଟିମ୍, ଫ୍ଲାଇଙ୍ଗ ସ୍କ୍ବାର୍ଡ, ଷ୍ଟେଟିକ ସର୍ଭେଲାନ୍ସ ଟିମକୁ ତୃତୀୟ ପର୍ଯ୍ୟାୟ ଓ ଏଏଲ୍‌ଏମ୍‌ଟିଙ୍କ ଦ୍ଵିତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା । ନିର୍ବାଚନ ଦାୟିତ୍ବରେ ନିୟୋଜିତ ସେକ୍ଟର ଅଫିସର ଓ ସେକ୍ଟର ପୋଲିସ ଅଧିକାରୀମାନେ ନିଜ ଦାୟିତ୍ବକୁ ଭଲ ଭାବେ ନିର୍ବାହ କରି ନିଜ ପରିସରର ବୁଥ ଗୁଡ଼ିକୁ ତନ୍ନ ତନ୍ନ କରି ଅନୁଧ୍ୟାନ କରିବା ପାଇଁ ଆଲୋଚନା କରାଯାଇଥିଲା । ବୁଥମାନଙ୍କରେ ନିର୍ବାଚନ କମିଶନଙ୍କ ମାର୍ଗଦର୍ଶିକା ଅନୁସାରେ ସର୍ବନିମ୍ନ ସୁବିଧା ଯଥା ପାନୀୟ ଜଳ, ବିଦ୍ୟୁତ ବ୍ୟବସ୍ଥା ଏବଂ ଅନ୍ୟାନ ଆବଶ୍ୟକତାକୁ ସୁନିଶ୍ଚିତ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ ।

ଏହା ମଧ୍ୟ ପଡ଼ନ୍ତୁ.....କାକଟପୁର ନିର୍ବାଚନ ମଣ୍ଡଳୀ: ପୁଣି ମନ୍ତ୍ରୀ ତୁଷାରକାନ୍ତି, ନା ଆଉ କିଏ ?

ସେକ୍ଟର ଅଫିସର ଓ ସେକ୍ଟର ପୋଲିସ ଅଧିକାରୀମାନଙ୍କ ଦାୟିତ୍ଵ, କର୍ତ୍ତବ୍ୟ ଓ ମତଦାନ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ଏଠାରେ ପ୍ରଶିକ୍ଷଣ ଦିଆଯାଇଥିଲା । ସେକ୍ଟର ଅଫିସରମାନେ ନିର୍ବାଚନ ବ୍ୟବସ୍ଥା ସମ୍ପର୍କରେ ସମ୍ପୂର୍ଣ୍ଣ ଅବଗତ ହୋଇ ତାଙ୍କ ଅଧୀନରେ ଥିବା ପ୍ରିଜାଇଡିଂ ଓ ପୋଲିଂ ଅଫିସରମାନଙ୍କୁ ଉପଯୁକ୍ତ ମାର୍ଗଦର୍ଶନ କରାଇବାକୁ ପରାମର୍ଶ ଦିଆଯାଇଥିଲା । ପିପିଟି ମାଧ୍ୟମରେ ଭଲନରେବିଲିଟି ମ୍ୟାପିଂ ବୁଥ ଚିହ୍ନଟିକରଣ, ମତଦାନ କେନ୍ଦ୍ରକୁ ଅନୁଧ୍ୟାନ, ଭୋଟିଂ କେନ୍ଦ୍ରରେ ବିଦ୍ୟୁତ୍ ସଂଯୋଗ, ପାନୀୟ ଜଳ ବ୍ୟବସ୍ଥା ଓ ଶୌଚାଳୟ ବ୍ୟବସ୍ଥାକୁ ନିରୀକ୍ଷଣ ସହ ନିର୍ବାଚନ ପୂର୍ବରୁ, ନିର୍ବାଚନ ଦିନ ଓ ନିର୍ବାଚନ ପରବର୍ତ୍ତୀ କାର୍ଯ୍ୟକ୍ରମ ସଂପର୍କରେ ପ୍ରଶିକ୍ଷଣ ଦିଆଯାଇଥିଲା । ମାର୍ଚ୍ଚ ୧୪ରୁ 7ଟି ବ୍ଲକରେ ବ୍ଲକସ୍ତରୀୟ ପ୍ରଶିକ୍ଷଣ ଆରମ୍ଭ ହେବ । ଶେଷରେ ଇଭିଏମ୍ ଓ ଭିଭିପାଟର ପ୍ରଶିକ୍ଷଣ ସେକ୍ଟର ଅଫିସରମାନଙ୍କୁ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ବେଦବର ପ୍ରଧାନ ଓ ଉପଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ ଉପସ୍ଥିତ ଥିଲେ । ଏନେଇ ଜିଲ୍ଲା ସୂଚନା ଲୋକସମ୍ପର୍କ ଅଧିକାରିଣୀ ପ୍ରମିଳା ମାଝୀ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ମାଲକାନଗିରି

ABOUT THE AUTHOR

...view details