ଭୁବନେଶ୍ବର:ପୁଣି ରାଜଧାନୀ ଭୁବନେଶ୍ବରରେ ବ୍ୟାପିଲା ଜଣ୍ଡିସ । ଏକାଧିକ ସ୍ଥାନରେ ଜଣ୍ଡିସ ବ୍ୟାପିଥିବା ସୂଚନା ମିିଳିଛି । ଓୟୁଏଟି ହଷ୍ଟେଲ ଓ ଗାଡକଣରୁ ଖବର ଆସିଛି । ଏନେଇ ଜନସ୍ୱାସ୍ଥ୍ୟ ବିଭାଗକୁ ଖବର ଦେବା ପରେ ଯାଞ୍ଚ ପାଇଁ ଯାଇଛି ସ୍ୱାସ୍ଥ୍ୟ ଟିମ । ସିଟି ହେଲଥ ୟୁନିଟର ଟିମ ଘଟଣା ସ୍ଥଳକୁ ଯାଇ ରୋଗୀଙ୍କ ସଂଖ୍ୟା ଅନୁଧ୍ୟାନ କରୁଥିବା ସୂଚନା ମିଳିଛି ।
ଓୟୁଏଟିରେ ବ୍ୟାପିଲା ଜଣ୍ଡିସ:
bhubaneswar jaundice situation (ETV Bharat Odisha) ଓଡିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟର ଗୋଲ୍ଡେନ୍ ଜୁବିଲି ଛାତ୍ରୀ ନିବାସରେ ଜଣ୍ଡିସ୍ ବ୍ୟାପିଥିବାର ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନଜରକୁ ଆସିଛି । ଏହି ପରିପ୍ରେକ୍ଷୀରେ ବିଶ୍ଵବିଦ୍ୟାଳୟ ଦ୍ଵାରା ଭେଟେରିନାରୀ ଡିନ, ଛାତ୍ର କଲ୍ୟାଣ ଅଧ୍ୟକ୍ଷ ଓ ହଷ୍ଟେଲ ସୁପେରିଟେଣ୍ଡେଣ୍ଟଙ୍କୁ ନେଇ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଇଛି ବୋଲି ଓୟୁଏଟି ପକ୍ଷରୁ ସୂଚନା ଦିଆଯାଇଛି ।
ଦୁଇଟି ହଷ୍ଟେଲରେ ଜଣ୍ଡିସ ଆତଙ୍କ:
bhubaneswar jaundice situation (ETV Bharat Odisha) କମିଟିର ରିପୋର୍ଟ ଅନୁଯାଇ ଏଯାବତ୍ ୨ଟି ଭିନ୍ନ ଛାତ୍ରାବାସରେ ରହୁଥିବା ୫ଟି ପିଲା ଜଣ୍ଡିସ୍ ଦ୍ଵାରା ଆକ୍ରାନ୍ତ ହୋଇଛନ୍ତି । ଯାହାକି ପ୍ରାଥମିକ ଭାବରେ ବାହାର ଖାଦ୍ୟ ମାଧ୍ୟମରେ ସଂକ୍ରମିତ ହୋଇଥିବାର ସୂଚନା ମିଳିଛି । ବିଶ୍ଵବିଦ୍ୟାଳୟ ତରଫରୁ ପ୍ରତିଷେଧକ ମୂଳକ ପଦକ୍ଷେପ ହିସାବରେ ପ୍ରତି ହଷ୍ଟେଲରେ ସଚେତନା ଶିବିରମାନ ଆୟୋଜନ କରାଯାଇଛି । ହଷ୍ଟେଲ୍ର ନୋଟିସ୍ ବୋର୍ଡରେ ସଚେତନତା ବର୍ତ୍ତମାନ ଲେଖାଯାଇଛି ।
ଉଠା ଦୋକାନରୁ ଖାଦ୍ୟ ନଖାଇବାକୁ ପରାମର୍ଶ:
"ଅନ୍ତେବାସୀ ମାନଙ୍କୁ ରାସ୍ତା କଡ ଉଠା ଦୋକାନ ଗୁଡିକରୁ ଖାଦ୍ୟ ନଖାଇବା ପାଇଁ ଉପଦେଶ ଦିଆଯାଇଛି । ଏହା ବ୍ୟତୀତ ହଷ୍ଟେଲ୍ର ପାଣିଟାଙ୍କି ଗୁଡିକୁ ପରିଷ୍କାର କରାଯିବା ସହିତ ପାଣିର ଗୁଣବତ୍ତା ପରୀକ୍ଷା ପାଇଁ ବିହିତ ପଦକ୍ଷେପ ଗ୍ରହଣ କରାଯାଇଛି"ବୋଲି କହିଛନ୍ତି ଓୟୁଏଟି କର୍ତ୍ତୃପକ୍ଷ ।
ଖାଦ୍ୟ ଯାଞ୍ଚ ପାଇଁ ଓୟୁଏଟି ଗଠନ କଳା କମିଟି :
ଏହା ସହିତ ପ୍ରତ୍ୟେକ ହଷ୍ଟେଲ୍ର ଆସିଷ୍ଟାଣ୍ଟ ସୁପେରିଟେଣ୍ଡେଣ୍ଟ ଓ ୨ ଜଣ ଅନ୍ତେବାସୀଙ୍କୁ ନେଇ ଗୋଟିଏ ଲେଖାଁଏ ଖାଦ୍ୟ ସୁରକ୍ଷା କମିଟି ଗଠିତ ହୋଇଛି । ଯାହାକି କ୍ୟାଣ୍ଟିନର ପରିଚ୍ଛନ୍ନତା ସହିତ ଖାଦ୍ୟର ମାନଉପରେ ଧ୍ୟାନ ରଖିଛନ୍ତି । ଓୟୁଏଟିର ଡାକ୍ତରମାନେ ନିୟମିତ ଭାବରେ ଅନ୍ତେବାସୀ ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ କରୁଛନ୍ତି ବୋଲି ଓୟୁଏଟି ପକ୍ଷରୁ ସୂଚନା ମିଳିଛି ।
ଏହା ମଧ୍ୟ ପଢନ୍ତୁ... ଡରାଉଛି ଜଣ୍ଡିସ: ବଢିବ ପୁଣି କମିବ କଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ, ରୋଗ ହେଲେ କଣ କରିବେ ? ଜାଣନ୍ତୁ - JAUNDICE SITUATION IN SAMBALPUR
ଏହା ମଧ୍ୟ ପଢନ୍ତୁ...ଇମ୍ୟୁନିଟି ଦୁର୍ବଳ ଥିଲେ ଦେଖାଯାଏ ଏସବୁ ସଙ୍କେତ...
ଜଣ୍ଡିସ ଯାଞ୍ଚ କରିବ ସ୍ୱାସ୍ଥ୍ୟ ଟିମ :
ଏନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର କହିଛନ୍ତି," ଜଣ୍ଡିସ ଭୁବନେଶ୍ବରର କିଛି ସ୍ଥାନରେ ବ୍ୟାପିବା ନେଇ ଖବର ଆସିଛି । ସିଟି ହେଲଥ ୟୁନିଟର ଟିମ ଘଟଣା ସ୍ଥଳକୁ ଯାଇ ରୋଗୀଙ୍କ ସଂଖ୍ୟା ଅନୁଧ୍ୟାନ କରୁଛନ୍ତି । ବର୍ତ୍ତମାନ କେତେ ଜଣ ସଂକ୍ରାମକ ହୋଇଛନ୍ତି ,ତାହା ସ୍ପଷ୍ଟ ହୋଇନାହିଁ ।"
ଜଣ୍ଡିସର ଲକ୍ଷଣ:
ବିଶେଷ ଭାବରେ ଆଖିର ଧଳାଭାଗ ହଳଦିଆ ଭଳି ନଜର ଆସିବା, ଜିଭ, ହାତ, ପାଦ ଏବଂ ନଖ ଆଦି ହଳଦିଆ ପଡ଼ିଯାଏ ତେବେ ଏହାକୁ ଜଣ୍ଡିସ୍ ବୋଲି କୁହାଯାଏ । ଏହି ରୋଗ ଯେକୌଣସି ବୟସରେ ହୋଇପାରେ । ସାଧାରଣ ଭାବରେ ହଠାତ୍ ଆଖିର ଧଳା ଅଂଶରେ ହଳଦିଆ ଦେଖାଯିବା । ଚର୍ମ ଏବଂ ନଖର ରଙ୍ଗ ମଧ୍ୟ ହଳଦିଆ ଦେଖାଯିବା । ଜଣ୍ଡିସରେ ପରିସ୍ରା ରଙ୍ଗ ଗାଢ ହଳଦିଆ ହୋଇଯିବା । ବିଶେଷ ଭାବରେ ଜ୍ବର, ଦୁର୍ବଳତା,ବାନ୍ତି, ମଳବଦ୍ଧତା, ମୂତ୍ରନଳୀ ଓ ଯକୃତରେ ବେଦନା ଭଳି ଲକ୍ଷଣ ଦେଖାଯାଏ । ଯକୃତ ବୃଦ୍ଧି ହୋଇ ପେଟର ଉପରିଭାଗ ଦରଜ ହୁଏ । ପେଟ ଭାରିଲାଗେ, ଶରୀର ବିଶ୍ରାମ ନେବାକୁ ଇଚ୍ଛା ହୋଇଥାଏ ।
ଇଟିଭି ଭାରତ, ଭୁବନେଶ୍ବର