ଓଡିଶା

odisha

ETV Bharat / state

ଆସନ୍ତା ୧୧ରୁ ବିଶ୍ଵପ୍ରସିଦ୍ଧ ଯୋରନ୍ଦା ମାଘ ମେଳା, ମାଦକ ଦ୍ରବ୍ୟ ବ୍ୟବହାର ଉପରେ କଡ଼ା ନଜର - JORANDA MELA

ଆସନ୍ତା ୧୧ ତାରିଖଠାରୁ ଆରମ୍ଭ ହେବାକୁ ଥିବା ବିଶ୍ଵପ୍ରସିଦ୍ଧ ଯୋରନ୍ଦା ମାଘ ମେଳା ଆୟୋଜନ ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ କରାଯାଇଛି ।

Joranda mela
Joranda mela (ETV Bharat Odisha)

By ETV Bharat Odisha Team

Published : Jan 31, 2025, 12:36 PM IST

ଢେଙ୍କାନାଳ:ଆସନ୍ତା ୧୧ ତାରିଖଠାରୁ ଆରମ୍ଭ ହେବ ବିଶ୍ଵପ୍ରସିଦ୍ଧ ଯୋରନ୍ଦା ମାଘ ମେଳା । ଏନେଇ ଦ୍ୱିତୀୟ ପ୍ରସ୍ତୁତି ବୈଠକ କରାଯାଇଛି । ମାଘ ମେଳାକୁ କିପରି ଭାବରେ ଶାନ୍ତିଶୃଙ୍ଖଳାର ସହ କରାଯିବ ସେନେଇ ବିସ୍ତୃତ ଭାବରେ ଆଲୋଚନା କରାଯାଇଛି । ବିଶେଷ ଭାବରେ ମେଳା ସମୟରେ ମାଦକ ଦ୍ରବ୍ୟ ବ୍ୟବହାର ଉପରେ କଡ଼ା ନଜର ରଖିବା ପାଇଁ ଢେଙ୍କାନାଳ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

Dhenkanal Joranda Magha Mela (ETV Bharat Odisha)

ମାଦକ ଦ୍ରବ୍ୟ ବ୍ୟବହାର ଉପରେ କଡ଼ା ନଜର:

ବିଶ୍ବପ୍ରସିଦ୍ଧ ଯୋରନ୍ଦା ମାଘ ମେଳା ଆୟୋଜନ ପାଇଁ ଯୋରନ୍ଦା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସଭାଗୃହଠାରେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟ ତଥା ଶେଷ ପ୍ରସ୍ତୁତି ବୈଠକ କରାଯାଇଛି । ବିଶ୍ଵପ୍ରସିଦ୍ଧ ମାଘମେଳା କିଭଳି ଶାନ୍ତିଶୃଙ୍ଖଳା ମଧ୍ୟରେ ଆୟୋଜିତ ହେବ ସେଥିପାଇଁ ସେ ମାଦକ ଦ୍ରବ୍ୟ ବ୍ୟବହାର ଓ ବିଶୃଙ୍ଗଳାକାରୀଙ୍କ ଉପରେ କଡ଼ା ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମେଳାର ସୁପରିଚାଳନା ପାଇଁ ଜିଲ୍ଲାପାଳ, ଗାଦି ମନ୍ଦିର, ଆଶ୍ରମ, ମେଳା ପଡ଼ିଆ ପରିଦର୍ଶନ କରି ସାଧୁବାବାମାନଙ୍କ ସହ ଆଲୋଚନା କରିଛନ୍ତି । ବୈଠକରେ ଆରକ୍ଷୀ ଅଧିକ୍ଷକ ଅଭିନବ ସୋନକର ଆଇନ ଶୃଙ୍ଖଳା ଓ ଯାନବାହାନ ଚଳାଚଳ, ପୋଲିସ ପାଟ୍ରୋଲିଂ ବ୍ୟବସ୍ଥା ସଂପର୍କରେ ଅବଗତ କରାଇଥିଲେ । ଉପଜିଲ୍ଲାପାଳ ବିବୁଧ ଗଡ଼ନାୟକ ମେଳା ଆୟୋଜନ ସଂପର୍କରେ ଅବଗତ କରାଇଛନ୍ତି ।

Joranda mela (ETV Bharat Odisha)

ଏସବୁ ବିଷୟରେ ଆଲୋଚନା:

୧୧ ତାରିଖଠାରୁ ଆରମ୍ଭ ହେବାକୁ ଥିବା ଏହି ମେଳା ଆୟୋଜନ ପାଇଁ ଉଠା ଦୋକାନୀମାନଙ୍କୁ ବ୍ୟବସ୍ଥିତ ଭାବେ ବସାଇବା, ଯାତ୍ରା ପଡ଼ିଆର ଆଲୋକିକରଣ ଓ ନିରାପଦ ବିଦ୍ୟୁତ ସଂଯୋଗ, ରାସ୍ତା ମରାମତି, ଉତ୍ସବ ଅବସରରେ ମଦ ଦୋକାନ ବନ୍ଦ ରଖିବା, ନିୟନ୍ତ୍ରଣ କକ୍ଷ ପରିଚାଳନା, ଆବଶ୍ୟକ ଅସ୍ଥାୟୀ ଶୌଚାଳୟ ସ୍ଥାପନ ଓ ସିସିଟିଭି କ୍ୟାମେରା ବ୍ୟବସ୍ଥା, ଯାତାୟତ ନିମନ୍ତେ ଟ୍ରାଫିକ୍ ବ୍ୟବସ୍ଥା, ବ୍ୟବସ୍ଥିତ ଗାଡ଼ି ପାର୍କିଂ, ଆଶୁଚ଼ିକିତ୍ସା ବ୍ୟବସ୍ଥା ଓ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ଆୟୋଜନ, ପରିମଳ ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ, ପଡ଼ିଆରେ ଜଳ ସିଞ୍ଚନ ଆଦି ସଂପର୍କରେ ବିଷଦ ଆଲୋଚ଼ନା କରାଯାଇଛି ।

Joranda mela (ETV Bharat Odisha)

ଏହାମଧ୍ୟ ପଢ଼ନ୍ତୁ...ମହାକୁମ୍ଭରେ ମହାସ୍ନାନ: କେବେ ହେବ ରାଜକୀୟ ସ୍ନାନ, ଜାଣନ୍ତୁ ୧୦ କାରଣ

ଏହାମଧ୍ୟ ପଢ଼ନ୍ତୁ...ଖଣ୍ଡଗିରି ମେଳା: ସାଧୁ ସନ୍ଥଙ୍କ ପାଇଁ 1000 ଟେଣ୍ଟ ବ୍ୟବସ୍ଥା, ଯାତ୍ରାରେ ଅଶ୍ଳୀଳତାକୁ ନା

ବୈଠକରେ ନିତ୍ୟାନନ୍ଦ ଦାସ, ବିଶ୍ୱାନନ୍ଦ ବାବା, ରଘୁନାଥ ବାବା, ସୁଶାନ୍ତ ବାବାଙ୍କ ସମେତ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଦିପ୍ତି ରଂଜନ ସେଠୀ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ସୂର୍ଯ୍ୟମଣି ପ୍ରଧାନ, ଗଁଦିଆ ବିଡିଓ ପବିତ୍ର କୁମାର ବେହେରା, ତହସିଲଦାର ସତ୍ୟଜିତ ମହାପାତ୍ର, ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ।

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details