ଢେଙ୍କାନାଳ: ଭିଜିଲାନ୍ସ ଜାଲରେ ଢେଙ୍କାନାଳ ସଦର ରେଞ୍ଜର । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସଦର ଫରେଷ୍ଟ ରେଞ୍ଜ ଅଫିସର ବିଭୂଦାନନ୍ଦ ମିଶ୍ରଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ । ୮ଟି ଟିମ୍ ଏକାକାଳୀନ ୮ଟି ଜାଗାରେ ଚଢାଉ କରିଛନ୍ତି । ଆଉ ବାବୁଙ୍କ ଅଚାଳଚଳ ସମ୍ପତ୍ତି ଦେଖି ତାଜୁବ ହୋଇଛି ଭିଜିଲାନ୍ସ ଟିମ୍ । ଘରଠୁ ଆରମ୍ଭ କରି ବାବୁଙ୍କ ଗାଡି, ଏମିତିକି ପାଇଖାନରୁ ବି ବିଡା ବିଡା ଟଙ୍କା ମିଳିଛି । ରେଞ୍ଜର ନିଜ ପାଇଖାନା ଫ୍ଲସରେ ୨ଲକ୍ଷ ଟଙ୍କା ଲୁଚାଇ ରଖିଥିଲେ । କେବଳ ପାଇଖାନା ଓ ଗାଡି ଭିତରୁ ନଗଦ ୬ ଲକ୍ଷ ଟଙ୍କା ଜବତ କରିଛି ଭିଜିଲାନ୍ସ ।
୮ଟି ଠିକଣାରେ ଚଢଉ
ସଦର ରଞ୍ଜର ବିଭୂଦାନନ୍ଦ ମିଶ୍ରଙ୍କ ଢେଙ୍କାନାଳ ସହରର କାଲଟାସ୍କ ସ୍ଥିତ ବାସଭବନ, ସଦର ରେଞ୍ଜ ଅଫିସ, ସରକାରୀ କ୍ୱାଟର, ଆଠଗଡ଼ ବିରକିଶୋରପୁର ସ୍ଥିତ ପୈତୃକ ବାସଭବନ, କଟକ ଓ ଭୁବନେଶ୍ବର ଏପରି ୮ଟି ଠିକଣାରେ ଚାଲିଛି ଚଢାଉ । ଭିଜିଲାନ୍ସ ସେଲ ପକ୍ଷରୁ ଜଣେ କମାଣ୍ଡାଣ୍ଟ, ୭ଜଣ ଡ଼ିଏସପିଙ୍କ ନେତୃତ୍ବରେ ଏକକାଳୀନ ସବୁ ସ୍ଥାନରେ ଚଢାଉ ଜାରି ରହିଛି । ଏହି ସମୟରେ ରେଞ୍ଜର କାଲଟାସ୍କ ଠାରେ ତାଙ୍କର ଦ୍ବିତଳ ବିଶାଳ ଆଲିଶାନ ଘରର ଟଏଲେଟର ଫ୍ଲାସରେ ଲୁଚାଇ ରଖିଥିବା ୨ ଲକ୍ଷ ଓ ଗାଡ଼ିରେ ରଖିଥିବା ୪ଲକ୍ଷ ଏପରି ନଗଦ ୬ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା, ବିପୁଳ ପରିମାଣର ସୁନା ଗହଣା,ବିଭିନ୍ନ ଜାଗାରେ ଥିବା ଜମିପଟ୍ଟ, ବ୍ୟାଙ୍କ ପାସ ବୁକ, ବୀମା ବଣ୍ଡ ଆଦି ଭିଜିଲାନ୍ସ ହାତରେ ଲାଗିଛି ।
ବିଭିନ୍ନ ସ୍ଥାନରେ ପ୍ଲଟ ଓ ଫ୍ଲାଟ