ଓଡିଶା

odisha

ETV Bharat / state

ପୁଣି ସନ୍ଦେହଘେରରେ ପୋଲିସ ! କନ୍ଧମାଳ ଜ୍ୟେଷ୍ଠ ବଣ୍ଡକି ମୃତ୍ୟୁ ମାମଲାରେ ଡିଜିପିଙ୍କ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ - Jyestha Bondaki death case - JYESTHA BONDAKI DEATH CASE

କନ୍ଧମାଳ ଜ୍ୟେଷ୍ଠ ବଣ୍ଡକି ମୃତ୍ୟୁ ଘଟଣାରେ ସନ୍ଦେହରେ ପୋଲିସର ଭୂମିକା । ପୋଲିସ ବିରୋଧରେ ମୃତକଙ୍କ ପରିବାରର ହତ୍ୟା ଅଭିଯୋଗ । ଡିଜି ଦେଲେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ।

କନ୍ଧମାଳ ଜ୍ୟେଷ୍ଠ ବଣ୍ଡକି ମୃତ୍ୟୁ ମାମଲା, କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ଡିଜିପି
କନ୍ଧମାଳ ଜ୍ୟେଷ୍ଠ ବଣ୍ଡକି ମୃତ୍ୟୁ ମାମଲା, କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ଡିଜିପି (ETV Bharat Odisha)

By ETV Bharat Odisha Team

Published : Oct 5, 2024, 6:53 PM IST

କଟକ:କନ୍ଧମାଳ ଗୋଛାପଡାର ଜ୍ୟେଷ୍ଠ ବଣ୍ଡକି ମୃତ୍ୟୁ ମାମଲାରେ ହେବ କ୍ରାଇମବ୍ରାଞ୍ଚ ତଦନ୍ତ । ନିଜେ ପୋଲିସ ମହାନିର୍ଦ୍ଦେଶକ ଓ୍ବାବି ଖୁରାନିଆ ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଗତ ଶନିବାର ଦିନ ଜ୍ୟେଷ୍ଠଙ୍କ ମୃତଦେହ ସ୍ଥାନୀୟ ଅଞ୍ଚଳରୁ ସନ୍ଦେହଜନକ ଅବସ୍ଥାରେ ମିଳିଥିଲା । ପୋଲିସ ଜ୍ୟେଷ୍ଠଙ୍କୁ ମାଡ଼ ମାରି ହତ୍ୟା କରିଥିବା ଅଭିଯୋଗ କରିଥିଲା ତାଙ୍କ ପରିବାର ସଦସ୍ୟ । ଏହି ମାମଲାରେ ଦୁଇ ଦିନ ତଳେ ଗୋଛାପଡା ଥାନାର 2ଜଣ ପୋଲିସ ଆଧିକାରୀଙ୍କୁ ନିଲମ୍ବିତ କରାଯାଇଥିଲା । ପୋଲିସ ବିରୋଧରେ ହତ୍ୟା ପରି ସଙ୍ଗୀନ ଅଭିଯୋଗ ଥିବା ଏହି ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ ହେବାକୁ ଯାଉଛି ।

  • କ’ଣ ଥିଲା ପୁରା ଘଟଣା

କନ୍ଧମାଳ ଜିଲ୍ଲା ଗୋଛାପଡା ଅଞ୍ଚଳରେ ଘଟିଥିଲା ଏହି ଅଘଟଣ । ଜିଲ୍ଲାର ଏସି ଗତ ବୁଧବାର ଦିନ ଦୁଇଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି । ଏଥିସହ ଏହି ଘଟଣାରେ ତିନିଜଣ ହୋମଗାର୍ଡଙ୍କୁ ମଧ୍ୟ କାର୍ଯ୍ୟରୁ ବହିଷ୍କୃତ କରାଯାଇଛି । ମୃତ ବ୍ୟକ୍ତିଙ୍କ ପରିବାର ସଦସ୍ୟ ଏବଂ ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ କନ୍ଧମାଲ ଏସପି ସୁଭେନ୍ଦୁ କୁମାର ପାତ୍ର ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।

  • ପୋଲିସ ବିରୋଧରେ ମୃତକଙ୍କ ପରିବାରର ହତ୍ୟା ଅଭିଯୋଗ

ଗତମାସ (ସେପ୍ଟେମ୍ବର) 26 ତାରିଖରେ ରେ ଗୋଚାପଡା ପୋଲିସ ଷ୍ଟେସନ ଅନ୍ତର୍ଗତ ଡାଙ୍ଗାନାମୁ ଘାଟ ନିକଟରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଏହି ବ୍ୟକ୍ତିଜଣକ ଜ୍ୟୋଷ୍ଠ ବୋଣ୍ଡକି ବୋଲି ଚିହ୍ନଟ ହୋଇଥିଲେ । ମୃତକଙ୍କ ସାନଭାଇ ଅଭିଯୋଗ କରିଥିଲେ ଯେ, ତାଙ୍କ ଭାଇ ଏବଂ ତାଙ୍କ ବନ୍ଧୁ ମୋଟର ସାଇକେଲରେ କୌଣସି ଏକ ସ୍ଥାନକୁ ଯାତ୍ରା କରୁଥିଲେ । ପୋଲିସ ସେମାନଙ୍କୁ ପିଛା କରିଥିଲା । ଏପରିକି ପୋଲିସ ସେମାନଙ୍କୁ ଗୋଡ଼ାଇ ସେମାନଙ୍କ ଦୁଇ ଚକିଆ ଯାନକୁ ଯାନକୁ ପଛ ପଟୁ ଧକ୍କା ଦେଇଥିଲା । ଏହି ସମୟରେ ତାଙ୍କ ଭାଇ ଗାଡିରୁ ଖସି ପଡ଼ିଥିଲେ ଏବଂ ପୋଲିସ ତାଙ୍କୁ ମାଡ ମାରି ଘଟଣାସ୍ଥଳରେ ହତ୍ୟା କରିଥିଲା । କେବଳ ସେତିକି ନୁହେଁ ହତ୍ୟା କରିବା ପରେ ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ପୋଲିସ ଅଧିକାରୀମାନେ ମୃତଦେହକୁ ଘାଟରେ ପକାଇ ଦେଇ ଘଠଣାସ୍ଥଳରୁ ଚାଲିଯାଇଥିଲେ । ତେବେ ଏହାକୁ ପୋଲିସ ପକ୍ଷରୁ ଖଣ୍ଡନ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ :- ପାର୍ବଣ ଋତୁରେ ବାହାରକୁ ବାହାରୁଥିଲେ ହୋଇଯାଆନ୍ତୁ ସତର୍କ, ମାତିପାରନ୍ତି ଲୁଟେରା-ଅପରାଧୀ ଗ୍ୟାଙ୍ଗ - Crime during puja

ଏହା ମଧ୍ୟ ପଢନ୍ତୁ :- ପୋଲିସ ପଞ୍ଝାରେ ଆନ୍ତଃ ରାଜ୍ୟ ଲୁଟେରା ଗ୍ୟାଙ୍ଗ, ଦିଲ୍ଲୀ ଓ ଉତ୍ତର ପ୍ରଦେଶରେ କରିଥିଲା ଚଢ଼ାଉ - Interstate lootera Gang

ଏହା ମଧ୍ୟ ପଢନ୍ତୁ :- ହର୍ଣ୍ଣ ବଜାଇବାକୁ ନେଇ ଡେଲିଭରି ବୟର ଉନ୍ମକ୍ତ କାଣ୍ଡ, PCR ଷ୍ଟାଫକୁ ଛୁରାମାଡ - delivery boy assault to constable

  • ସନ୍ଦେହରେ ପୋଲିସର ଭୂମିକା, ଖୋଳତାଡ କରିବ କ୍ରାଇମବ୍ରାଞ୍ଚ

ମାତ୍ର ପରେ ଏହି ଘଟଣାରେ ଷ୍ଟାଣ୍ଡାର୍ଡ ଅପରେଟିଂ ପଦ୍ଧତି (ଏସଓପି) ଅନୁସରଣ କରାଯାଇ ନଥିବାରୁ ପୋଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଥିଲା । ତେବେ ଏହି ଘଟଣାକୁ ପୋଲିସ ଡିଜି ଅତି ଗୁରୁତ୍ବର ନେବା ସହ ନେଇଛନ୍ତି । ଏହି ଘଟଣାର ନିରପେକ୍ଷ ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଛନ୍ତି । ଏବେ କ୍ରାଇମବ୍ରାଞ୍ଚ ତଦନ୍ତରେ ଜ୍ୟେଷ୍ଠ ବଣ୍ଡକିଙ୍କ ସନ୍ଦେହଜନକ ମୃତ୍ୟୁ କିପରି ହେଲା ତାହା ସ୍ପଷ୍ଟ ହୋଇପାରେ ।

ଇଟିଭି ଭାରତ, କଟକ

ABOUT THE AUTHOR

...view details