କଟକ:ପାଖେଇ ଆସୁଛି ଗଣେଶ ପୂଜା । ପ୍ରସ୍ତୁତି ଚାଲିଛି ଗଜାନନଙ୍କର ବିଭିନ୍ନ ଆକାରର ମୂର୍ତ୍ତି । ବିଭିନ୍ନ କ୍ଲବ ଠାରୁ ଆରମ୍ଭ କରି ଅନୁଷ୍ଠାନ ପୂଜା ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି । ବିଦ୍ୟାଦାତା ଗଣପତିଙ୍କ ଆଗମନକୁ ନେଇ ସବୁଠୁ ପ୍ରସ୍ତୁତି ଜୋରଦାର । ଆଉ ଏଥିରୁ ବାଦ ପଡିନାହାନ୍ତି କଟକ ଜିଲ୍ଲା ମୁକ ବଧିର ସଙ୍ଘ । ସେମାନେ ମଧ୍ୟ ମୂର୍ତ୍ତି ନିର୍ମାଣ ଲାଗିପଡିଛନ୍ତି ଯୁବକମାନେ । ନା ସୋମାନେ କୁମ୍ଭକାର ନା ଶିଳ୍ପୀ । ସେମାନେ ଜଣେ ଜଣେ ଦିବ୍ୟାଙ୍ଗ ନା ଶୁଣି ପାରୁଛନ୍ତି ନା କହି ପାରୁଛନ୍ତି । ହେଲେ ସେମାନଙ୍କ ଦ୍ୱାରା ହେଉଥିବା ଗଣେଷ ପୂଜା ପୁରା ନିଆରା । ସେମାନେ ନିଜେ ତିଆରି କରନ୍ତି ୧୫ ଫୁଟ ଉଞ୍ଚତାର ମୂର୍ତ୍ତି । ନିଜେ ରଙ୍ଗ କରନ୍ତି ଆଉ କଟକ ଜିଲ୍ଲାର ପାଖାପାଖି ୪୦୦ରୁ ଅଧିକ ଦିବ୍ୟଙ୍ଗ ଏକାଠି ହୋଇ ପୂଜା ମଧ୍ୟ କରନ୍ତି ।
Physically Challenged Youths Created 15 Foot Ganesh Idol (ETV Bharat Odisha) ଇଣ୍ଟରନେଟରୁ ଦେଖି ମୂର୍ତ୍ତି ନିର୍ମାଣ: ପାଖେଇ ଆସୁଛି ଗଣେଶ ପୂଜା । ସେଥିପାଇଁ ଚାଲିଛି ଗଣେଶଙ୍କ ମୃଣ୍ମୟମୂର୍ତ୍ତି ନିର୍ମାଣ । ଗଣେଶ ମୂର୍ତ୍ତି ନିର୍ମାଣରେ ନିମଗ୍ନ ଶିଳ୍ପୀ । ମାତ୍ର ଯେଉଁମାନେ ମୂର୍ତ୍ତି ନିର୍ମାଣରେ ନିମଗ୍ନ ଅଛନ୍ତେ ସେମାନେ କୁମ୍ଭାର କି ଶିଳ୍ପୀ ନୁହଁନ୍ତି । ତେବେ ଏବେ ମନରେ ପ୍ରଶ୍ନ ଆସୁଥିବା ଯଦି କୁମ୍ଭାର କି ଶିଳ୍ପୀ ନୁହଁନ୍ତି ତେବେ କିଏ ମୂର୍ତ୍ତି ନିର୍ମାଣ କରୁଛି । ଯେଉଁମାନେ ମୂର୍ତ୍ତି ତିଆରି କରିଛନ୍ତି ସେମାନେ ହେଉଛନ୍ତି ଜଣେ ଜଣେ ଦିବ୍ୟାଙ୍ଗ ଛାତ୍ର । ସବୁଠାରୁ ବଡ଼ କଥା ହେଲା ଏମାନେ ଗଣେଶ ମୂର୍ତ୍ତି ନିର୍ମାଣ କରିବା ପାଇଁ କେଉଁଠି ତାଲିମ ନେଇନାହାନ୍ତି । କେବଳ ଇଣ୍ଟରନେଟରୁ ଫଟୋ ବାଛି ଅବିକଳ ମୂର୍ତ୍ତି ତିଆରି କରିଥାନ୍ତି ।
କଥା କହୁଛି ତାଙ୍କ ହାତ କାରିଗରୀ:
ଭଗବାନଙ୍କ ସୃଷ୍ଟିରେ ସେମାନେ ଜନ୍ମରୁ ଦିବ୍ୟାଙ୍ଗ । ସମାଜ ସେମାନଙ୍କୁ କହେ ମୁକ ବଧିର । ହେଲେ ସେମାନେ ଏକାଠି ହୋଇ ପୂଜା କରିବା ପାଇଁ ନେଜେ ନିର୍ମାଣ କରୁଛନ୍ତି ଗଣେଶ ମୂର୍ତ୍ତି । କଟକ ବିଡ଼ାନସି ସ୍ଥିତ ପୁଲିସ କଲୋନୀରେ ଥିବା ଦିବ୍ୟଙ୍ଗ ସଂଗଠନ ନିଜସ୍ୱ କାଯ୍ୟାଳୟରେ ୧୫ ବର୍ଷରୁ ଅଧିକ ହେଲାଣି ହୋଇଆସୁଛି ଏହି ଗଣେଶ ପୂଜା । ବିଭିନ୍ନ ସ୍ଥାନରେ ପ୍ରତିଷ୍ଠିତ ହୋଇଥିବା ଏହି ଦିବ୍ୟାଙ୍ଗ ଯୁବକଯୁବତୀମାନେ ନିଜ ଭିତରେ ଚାନ୍ଦା ଆଦାୟ କରି କରନ୍ତି ପୂଜା ବୋଲି କହିଛନ୍ତି ଜଣେ ଦିବ୍ୟଙ୍ଗ ।
ଦିବ୍ୟାଙ୍ଗ କରୁଛନ୍ତି ଗଣେଶ ମୂର୍ତ୍ତି:
କଟକ ତୁଳସୀପୁର ସ୍ଥିତ ଲୋୟର ପୋଲିସ କଲୋନୀରେ ଥିବା କଟକ ଜିଲ୍ଲା ମୁକ ବଧିର ସଂଘ କାର୍ଯ୍ୟାଳୟ ଠାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦିବ୍ୟାଙ୍ଗ ପିଲାମାନେ ନିଜ ହାତ ତିଆରି କରିଛନ୍ତି ୧୫ ଫୁଟ ଉଚ୍ଚତାର ଗଣେଶ ମୂର୍ତ୍ତି । ଭିନ୍ନ ଢଙ୍ଗରେ ନିଜ ବୁଦ୍ଧିରେ ପ୍ରସ୍ତୁତ କରିଛନ୍ତି ଏହି ମୂର୍ତ୍ତି । ହନୁମାନଙ୍କ କୋଳରେ ଗଣେଶ ମୂର୍ତ୍ତି ପ୍ରସ୍ତୁତ କରୁଛନ୍ତି । ତେବେ ଏହି ସଂଘରେ ପୁଅ ଝିଅ ମିଳିମିଶି ପାଖାପାଖି ୪୦୦ରୁ ଉର୍ଦ୍ଧ ଦିବ୍ୟାଙ୍ଗ ପିଲା ଅଛନ୍ତି । ଏହି ସଂଘ ଆଜିକୁ ପାଖାପାଖି ୧୫ ବର୍ଷ ଧରି କାର୍ଯ୍ୟ କରିଆସୁଥିବା ବେଳେ କଟକ ଜିଲ୍ଲାର ସମସ୍ତ ଦିବ୍ୟଙ୍ଗ ପିଲାମାନେ ଏହି ପୂଜାରେ ସାମିଲ ହୋଇ ବେଶ ଧୂମଧାମରେ ପୂଜାକୁ ଆୟୋଜନ କରିଥାନ୍ତି । ଗଣେଶ ପୂଜା ପାଇଁ ହାତରେ ଆଉ କମ ସମୟ ଥିବାରୁ ଦିନ ରାତି ଏକ କରି ମୂର୍ତ୍ତି ପ୍ରସ୍ତୁତରେ ଲାଗି ପଡିଛନ୍ତି ଦିବ୍ୟଙ୍ଗମାନେ ।
ଏହା ମଧ୍ୟ ପଢ଼ନ୍ତୁ...ଏଥର ଫିକା ପଡିବ ଗଣେଶ ପୂଜା ! ବାଜିବନି DJ, ମୁଖ୍ୟରାସ୍ତାରେ ଭସାଣି ମନା - ganesh puja preparation meeting
ଇଟିଭି ଭାରତ, କଟକ