ଭୁବନେଶ୍ୱର: ଦିଲ୍ଲୀ ପୋଲିସର ବଡ ଧରଣର ରେଡ୍ । ବମିଖାଲର ଆପାର୍ଟମେଣ୍ଟରେ ମିଳିତ ଚଢାଉ ହୋଇଛି । କମିଶନରେଟ ପୋଲିସ ସହାୟତାରେ ଆପାର୍ଟମେଣ୍ଟରେ ଥିବା ଯୁବକଙ୍କୁ କାବୁ କରାଯାଇଛି । ଯୁବକଙ୍କୁ ଉଠାଇ ନେଇ ପଚରାଉଚରା କରୁଛି ପୋଲିସ। । ଏନେଇ ସଠିକ ସୂଚନା ମିଳିନଥିଲେ ମଧ୍ୟ ଏହା ଏକ ସାଇବର ଫ୍ରଡ ନେଟୱାର୍କ ବୋଲି ସନ୍ଦେହ କରାଯାଉଛି । ସମ୍ପୃକ୍ତ ଆପାର୍ଟମେଣ୍ଟରେ ସାଇବର ଫ୍ରଡ୍ ନେଟୱର୍କ ଚାଲୁଥିବା ସନ୍ଦେହ କରାଯାଉଛି । କାରଣ ଏଠାରେ ଲାଗିଥିଲା ଅତ୍ୟାଧୁନିକ ମେସିନ ଓ ନେଟୱର୍କ ରିପିଟର । ଲ୍ୟାପଟପ୍ ଓ ଅନ୍ୟାନ୍ୟ ସିମକାର୍ଡ ସହ 4-5ଜଣ ଯୁବକ କରୁଥିଲେ ଅପରେସନ ।
ଏନେଇ ସୁରାକ ପାଇ ଦିଲ୍ଲୀ ପୋଲିସ ଓ କମିଶନରେଟ ପୋଲିସ ରେଡ୍ କରିଥିଲା । ଗତକାଲି (ଶୁକ୍ରବାର) ବିଳମ୍ବିତ ରାତିରେ ହୋଇଥିବା ଚଢ଼ାଉରେ ଅନେକ ବଡ଼ ବଡ଼ ଟିଭି, କିଛି ନେଟୱର୍କ ରିସିଭର ମେସିନ, ହାର୍ଡ ଡିସ୍କ ଓ ଲ୍ୟାପଟପ୍ ଭଳି ଅନେକ ସାମଗ୍ରୀ ଜବତ କରିଥିଲା । ଯୁବକଙ୍କୁ ମଧ୍ୟ ଠାବ କରି ନିଜ ହେପାଜତକୁ ନେଇଛି ପୋଲିସ । ସେପଟେ ପଡୋଶୀଙ୍କଠାରୁ ମିଳିଥିବା ସୂଚନା ଅନୁସାରେ ଦୀର୍ଘ ଦିନ ଧରି 7ରୁ 8ଜଣ ଯୁବକ ସେଠାରେ ରହୁଥିଲେ । ଦିନ ସମୟରେ ସେମାନେ ବିଶେଷ ଭାବେ ଚଳପ୍ରଚଳ କରୁନଥିଲେ । ବରଂ ରାତିରେ ଆକ୍ଟିଭ ରହୁଥିଲେ । ନାମୀ ଦାମୀ ଜିନିଷ ବ୍ୟବହାର କରୁଥିଲେ । କାହା ସହିତ ସେମାନଙ୍କର ସମ୍ପର୍କ ରହିନଥିଲା ।
ଏହା ମଧ୍ୟ ପଢନ୍ତୁ...କ୍ରାଇମ କ୍ୟାପିଟାଲ ପାଲଟିଛି ସମ୍ବଲପୁର, ପୋଲିସ ହାତ ଖାଲି