ଓଡିଶା

odisha

ETV Bharat / state

ପ୍ରକୃତି ପ୍ରେମୀ ଓ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଡମ୍ବରୁଗଡ ଇକୋ ରିଟ୍ରିଟ - ବୌଦ୍ଧ ଡମ୍ବରୁଗଡ

Dambargad Eco Retreat: ବୌଦ୍ଧ ଜିଲ୍ଲାର ଡମ୍ବରୁଗଡରେ ଥିବା ଏକମାତ୍ର ଇକୋ ରିଟ୍ରିଟ ନିସର୍ଗ ଶିବିର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି । ଅଧିକ ପଢ଼ନ୍ତୁ

ଇକୋ ରିଟ୍ରିଟ
ଇକୋ ରିଟ୍ରିଟ

By ETV Bharat Odisha Team

Published : Feb 11, 2024, 9:59 PM IST

ଡମ୍ବରୁଗଡ

ବୌଦ୍ଧ: ସବୁଜ ବନାନୀ ଓ ପାହାଡ଼ ପର୍ବତର ଶୋଭାରାଜିରେ ପରିପୂର୍ଣ୍ଣ ବୌଦ୍ଧ ଜିଲ୍ଲା । ନୈସର୍ଗିକ ସୌନ୍ଦର୍ଯ୍ୟରେ ଭରପୂର ଜିଲ୍ଲାର ଡମ୍ବରୁଗଡରେ ଥିବା ଏକମାତ୍ର ଇକୋ ରିଟ୍ରିଟ ନିସର୍ଗ ଶିବିର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି । ଇତିହାସର ମୁକ ସାକ୍ଷୀ ରୂପେ ଦଣ୍ଡାୟମାନ ଏହି ସୌନ୍ଦର୍ଯ୍ୟରେ ଭରପୂର ସ୍ଥାନରେ କାହିଁ କେଉଁ କାଳରୁ ପ୍ରତିଷ୍ଠା ହୋଇଛି ସିଦ୍ଧ ଗୁରୁ ଆଶ୍ରମ । ବର୍ତ୍ତମାନ ଏହି ପବିତ୍ର ଆଧ୍ୟାତ୍ମିକ ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ଉଦ୍ୟମ ଆରମ୍ଭ ହୋଇଛି ।

ପ୍ରକୃତିର ଅନନ୍ୟ ଅବଦାନ ଜଙ୍ଗଲ ଅଞ୍ଚଳରେ ପ୍ରତିଷ୍ଠା ହୋଇଛି ବୌଦ୍ଧ ଜିଲ୍ଲାର ଏକମାତ୍ର ଇକୋ ରିଟ୍ରିଟ ନିସର୍ଗ ଶିବିର । ମହାନଦୀର ଶାନ୍ତ ଶୀତଳ ଜଳରାଶି ସହିତ ପ୍ରକୃତି ରାଣୀର ଅବର୍ଣ୍ଣନୀୟ ସୌନ୍ଦର୍ଯ୍ୟ ଉପଭୋଗ ପାଇଁ ଏଠାକୁ ପର୍ଯ୍ୟଟକମାନେ ଆକୃଷ୍ଟ ହୋଇ ଆସୁଛନ୍ତି । ଏଠାରେ ପ୍ରାକୃତିକ ସୌନ୍ଦର୍ଯ୍ୟର ଉପଭୋଗ ସହିତ ଏହି ସ୍ଥାନର ଇତିହାସ ତଥା ଆଧ୍ୟାତ୍ମିକ ବାତାବରଣ ବେଶ ମନଲୋଭା ହୋଇ ଉଠିଛି । ଏଭଳି ସୌନ୍ଦର୍ଯ୍ୟରେ ଭରପୂର ତଥା ଆଧ୍ୟାତ୍ମିକ ବାତାବରଣରେ ଭରପୁର ଅଞ୍ଚଳର ବିକାଶ ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ମହାନଦୀର ଅବର୍ଣ୍ଣନୀୟ ସୌନ୍ଦର୍ଯ୍ୟର ତଟ ଦେଶରେ ପ୍ରକୃତି ରାଣୀର ମନୋରମ ଦୃଶ୍ୟକୁ ଉପଭୋଗ ପାଇଁ ପର୍ଯ୍ୟଟକଙ୍କ ଭିଡ଼ ପରିଲକ୍ଷିତ ହୋଇଛି ।

ବୌଦ୍ଧ ଜିଲ୍ଲାର ଏଭଳି ଏକ ସୌନ୍ଦର୍ଯ୍ୟରେ ଭରପୂର ଅଞ୍ଚଳ ରହିଛି ଯେଉଁଠାରେ ଜିଲ୍ଲାର ଇତିହାସ କଥା କହୁଥିବା ବେଳେ ଏଠାକାର ଆଧ୍ୟାତ୍ମିକ ବାତାବରଣ ବର୍ଷ ତମାମ ଭକ୍ତ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି । ମହାନଦୀ କୂଳରେ ଏକାଧିକ ଜଙ୍ଗଲର ସମାହାରରେ ତଥା ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଅଞ୍ଚଳ ଡମ୍ବରୁଗଡ । ଅନେକ ଦୁର୍ଲଭ ଔଷଧୀୟ ବୃକ୍ଷରେ ପରିପୂର୍ଣ୍ଣ ଡମ୍ବରୁଗଡ ଠାରେ ଏକଦା ଭଞ୍ଜ ରାଜାଙ୍କ ଦ୍ବାରା ଡୁମ୍ବାଗଡ ନାମକ ଦୁର୍ଗ ପାହାଡ଼ ଶିଖରରେ ନିର୍ମାଣ କରାଇଥିଲେ । ପରବର୍ତ୍ତୀ ସମୟରେ ଉକ୍ତ ଅଞ୍ଚଳ ଡମ୍ବରୁଗଡ ନାମରେ ପ୍ରସିଦ୍ଧି ଲାଭ କରିଥିଲା । ଏଠାରେ ଅଦ୍ୟାବଧି ଉକ୍ତ ଦୁର୍ଗର ଭଗ୍ନାବଶେଷ ଦୃଶ୍ୟମାନ ହୋଇଥାଏ । ଏହାଛଡା ଏହି ଡମ୍ବରୁଗଡ ପାହାଡର ଅନ୍ୟତମ ମଧ୍ୟବର୍ତ୍ତୀ ଅଞ୍ଚଳରେ କାହିଁ କେଉଁ କାଳରୁ ପ୍ରତିଷ୍ଠା ହୋଇଛି ସିଦ୍ଧ ଗୁରୁ ଆଶ୍ରମ ।

ଏହା ମଧ୍ୟ ପଢ଼ନ୍ତୁ....ନୂଆ ରୂପରେ ବଡ଼ଘାଗରା ଜଳପ୍ରପାତ, ପର୍ଯ୍ୟଟକଙ୍କୁ ଆକୃଷ୍ଟ ଲାଗି ଅଣ୍ଟା ଭିଡିଛି ପ୍ରଶାସନ

ତେବେ ଆଧ୍ୟାତ୍ମିକ ବାତାବରଣରେ ପରିପୂର୍ଣ୍ଣ ସିଦ୍ଧ ଗୁରୁ ଆଶ୍ରମ ଓଡ଼ିଶାର ଅନ୍ୟତମ ପ୍ରାଚୀନ ତଥା ପ୍ରସିଦ୍ଧ ମଠ ହୋଇଥିଲେ ମଧ୍ୟ ଏହାର ଯଥେଷ୍ଟ ପ୍ରଚାର ପ୍ରସାର ହୋଇପାରି ନାହିଁ । ଏହି ପ୍ରସିଦ୍ଧ ଆଧ୍ୟାତ୍ମିକ ପୀଠର ବର୍ଣ୍ଣନା ମାଳିକା ଗ୍ରନ୍ଥରେ ରହିଛି । ବର୍ତ୍ତମାନ ଏହି ପବିତ୍ର ତଥା ରହସ୍ୟମୟ ଗୁପ୍ତ ପୀଠର ମହିମାର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଏହି ଡମ୍ବରୁଗଡ ଠାରେ ଜିଲ୍ଲାର ଏକମାତ୍ର ଇକୋ ରିଟ୍ରିଟ ଜଙ୍ଗଲ ବିଭାଗ ପକ୍ଷରୁ ନିସର୍ଗ ଶିବିର ନାମରେ ପ୍ରତିଷ୍ଠା କରାଯାଇ ପର୍ଯ୍ୟଟକଙ୍କୁ ଆକୃଷ୍ଟ ପାଇଁ ଉଦ୍ୟମ କରାଯାଇଛି ।

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details