ଓଡିଶା

odisha

ETV Bharat / state

କଟକରେ ପୂଜା ମଣ୍ଡପ ତୋରଣ ହଟାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ବାତ୍ୟା ‘ଦାନା’କୁ ଦେଖି କୋର୍ଟଙ୍କ ନିର୍ଦ୍ଦେଶନାମା

ଅପରାହ୍ନ ସୁଦ୍ଧା ଖୋଲାଯିବ କଟକର ସମସ୍ତ ପୂଜା ତୋରଣ । ପୂଜା କମିଟି ସହଯୋଗ ନକଲେ ପୌର ପ୍ରଶାସନ ଓ ପୋଲିସକୁ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ।

ବାତ୍ୟା ‘ଦାନା’ ଭୟ: ଅପରାହ୍ଣ ସୁଦ୍ଧା ସବୁ ତୋରଣ ଖୋଲ, ନହେଲେ ଆସନ୍ତାବର୍ଷ ମିଳିବନି ପୂଜା ଅନୁମତି
ବାତ୍ୟା ‘ଦାନା’ ଭୟ: ଅପରାହ୍ଣ ସୁଦ୍ଧା ସବୁ ତୋରଣ ଖୋଲ, ନହେଲେ ଆସନ୍ତାବର୍ଷ ମିଳିବନି ପୂଜା ଅନୁମତି (ETV Bharat Odisha)

By ETV Bharat Odisha Team

Published : 5 hours ago

କଟକ:ବାତ୍ୟାର ରୂପ ନେଇସାରିଛି ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ଏହା ଆସନ୍ତାକାଲି (୨୪ ତାରିଖ) ରାତି ଓ ୨୫ ତାରିଖ ଭୋର ମଧ୍ୟରେ ଓଡିଶା ଉପକୂଳରେ ଲ୍ୟାଣ୍ଡଫଲ କରିବାର ଆଶଙ୍କା ରହିଛି । ତେବେ ସିଲିଭର ସିଟି କଟକରେ ବାତ୍ୟା ସମୟରେ ବିପଦ ସୃଷ୍ଟି କରିଛି ଦୁର୍ଗା ପୂଜାରେ ପ୍ରସ୍ତୁତ ହୋଇଥିବା ସୁଉଚ୍ଚ ତୋରଣ । ସାମାନ୍ୟ ପବନରେ ଏହା ଭାଙ୍ଗି ପଡିବା ଓ ଧନଜୀବନ କ୍ଷୟକ୍ଷତି କରିବାର ଆଶଙ୍କା ଥିବାରୁ ଉଦବେଗ ପ୍ରକାଶ କରିଛନ୍ତି ହାଇକୋର୍ଟ । ଆଜି ଅପରାହ୍ନ ୨ଟା ସୁଦ୍ଧା ସହରରେ ଲାଗିିଥିବା ସମସ୍ତ ତୋରଣକୁ ଖୋଲିବା ପାଇଁ ପୂଜା ମଣ୍ଡପଗୁଡିକୁ କୋର୍ଟ ଶକ୍ତ ନିର୍ଦ୍ଦେଶ ଦେଇଛନ୍ତି । କୌଣସି ପୂଜା କମିଟି ଏହା ଅନୂପାଳନ କରିବାରେ ଅବହେଳା ପ୍ରଦର୍ଶନ କଲେ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୋର୍ଟ ଚେତାଇ ଦେଇଛନ୍ତି ।

  • ଅପରାହ୍ନ ୨ଟା ସୁଦ୍ଧା ଖୋଲାଯିବ ତୋରଣ

ବିଶେଷକରି ଦଶହରା ସମୟରେ କଟକ ସହରର ବିଭିନ୍ନ ମଣ୍ଡପରେ କରାଯାଇଥିବା ସୁଉଚ୍ଚ ଅସ୍ଥାୟୀ ତୋରଣ, ବାଉଁଶ ଗେଟ୍ ଓ ଲାଇଟ ଗେଟ୍‌ ତୁରନ୍ତ ହଟାଇବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଆଜି (୨୩ ତାରିଖ) ଅପରାହ୍ନ ୨ଟା ସୁଦ୍ଧା ଏସବୁ ହଟାଯିବାକୁ ନିର୍ଦ୍ଦେଶ ରହିଛି । ଯଦି ମଣ୍ଡପ ପକ୍ଷରୁ ଏଗୁଡିକୁ ହଟା ନଯାଏ ତେବେ ପୌର ପ୍ରଶାସନ (ସିଏମସି)ର ଏନଫୋର୍ସମେଣ୍ଟ ଏଜେନ୍ସି ଓ ପୋଲିସ ବିଭାଗ ଆବଶ୍ୟକ ପଦକ୍ଷେପ ନେଇ ଗେଟଗୁଡିକ ବାତ୍ୟା ପୂର୍ବରୁ ଉଚ୍ଛେଦ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁ କମିଟିଗୁଡିକ ଏହି ନିର୍ଦ୍ଦେଶନାମାନକୁ ଅଣଦେଖା କରିବେ, ସେମାନଙ୍କୁ ଆସନ୍ତାବର୍ଷ ପୂଜା ଅନୁମତି ମିଳିବନାହିଁ କଟକ ଜିଲ୍ଲାପାଳ କୋର୍ଟଙ୍କୁ ଅବଗତ କରିଛନ୍ତି ।

ବାତ୍ୟା ‘ଦାନା’ ଭୟ: ଅପରାହ୍ଣ ସୁଦ୍ଧା ସବୁ ତୋରଣ ଖୋଲ, ନହେଲେ ଆସନ୍ତାବର୍ଷ ମିଳିବନି ପୂଜା ଅନୁମତି (ETV Bharat Odisha)
  • ୧୮ ମଣ୍ଡପରେ ରହିଛି ତୋରଣ

ଏହି ପ୍ରସଙ୍ଗରେ କଟକ ଡିସିପି କୋର୍ଟଙ୍କୁ ଅବଗତ କରିଛନ୍ତି ଯେ, ଦଶହରା ପରେ ସହରର ମୋଟ ୧୬୦ଟି ପୂଜା କମିଟି ମଧ୍ୟରୁ ୧୮ଟି ପୂଜା ମଣ୍ଡପରେ ଅସ୍ଥାୟୀ ତୋରଣ ଏବେ ମଧ୍ୟ ରହିଛି । ଅନ୍ୟ ପୂଜା କମିଟିଗୁଡିକ ପୂଜା ପରବର୍ତ୍ତୀ ସମୟରେ ତୋରଣ ହଟାଇ ଦେଇଛନ୍ତି । ୧୭ଟି ପୂଜା କମିଟି ତୋରଣ ହଟାଇବା ପ୍ରକ୍ରିୟା ଜାରି ରଖିଛନ୍ତି । ମାତ୍ର ରାଣୀହାଟ ପୂଜା କମିଟିରେ ଏକାଧିକ ଗେଟ ହଟାଯାଇନାହିଁ । ସେମାନେ ଏହି ପ୍ରକ୍ରିୟାରେ ସହଯୋଗ କରିନଥିଲେ ବୋଲି ଡିସିପି କହିଛନ୍ତି । ତେବେ ନିର୍ଦ୍ଧାରିତ ସମୟ ପୂର୍ବରୁ ଗେଟ ଗୁଡିକ ହଟାଇବାକୁ ପୋଲିସ ସମସ୍ତ ବ୍ୟବସ୍ଥା କରୁଛି ବୋଲି ଡିସିପି କୋର୍ଟଙ୍କୁ ଅବଗତ କରିଛନ୍ତି ।

ବାତ୍ୟା ‘ଦାନା’ ଭୟ: ଅପରାହ୍ଣ ସୁଦ୍ଧା ସବୁ ତୋରଣ ଖୋଲ, ନହେଲେ ଆସନ୍ତାବର୍ଷ ମିଳିବନି ପୂଜା ଅନୁମତି (ETV Bharat Odisha)

ଏହା ମଧ୍ୟ ପଢନ୍ତୁ:- ବଙ୍ଗୋପସାଗରରେ ଆଖି ଦେଖାଇଲା ବାତ୍ୟା 'ଦାନା', ଓଡ଼ିଶା ଉପକୂଳ ମୁହାଁ ! ଭୀଷଣ ବାତ୍ୟା ରୂପରେ ଛୁଇଁବ ସ୍ଥଳଭାଗ

ଏହା ମଧ୍ୟ ପଢନ୍ତୁ :- ‘ଦାନା’ ମୁକାବିଲା ପାଇଁ ପ୍ରସ୍ତୁତ ଉପକୂଳ: ମୟୂରଭଞ୍ଜରେ ରେସକ୍ୟୁ ମକଡ୍ରିଲ୍‌, ଭଦ୍ରକରେ ପ୍ରସ୍ତୁତି ସମୀକ୍ଷା କଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ

  • ସମ୍ଭାବ୍ୟ ଜଳମଗ୍ନ ସ୍ଥିତି ମୁକାବିଲା ପାଇଁ କ’ଣ ନିଆଯାଇଛି ପଦକ୍ଷେପ !

ହାଇକୋର୍ଟରେ ସହର ସମସ୍ୟା ସମ୍ପର୍କିତ ମାମଲାର ଶୁଣାଣି ସମୟରେ ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗ ଉଠିଥିଲା । ବିଶେଷକରି ବାତ୍ୟା ସମୟରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନା ରହୁଛି । ଏନେଇ କଟକକୁ ରେଡ଼ ଆର୍ଲଟ ମଧ୍ୟ ଜାରି କରାଯାଇଛି । ତେବେ ପ୍ରବଳ ବର୍ଷା ହେଲେ କଟକ ସହର ଜଳମଗ୍ନ ପରିସ୍ଥିତି ଉପୁଜିବା ଏକପ୍ରକାର ଥୟ । ଏହାର ମୁକାବିଲା ପାଇଁ କ’ଣ ପଦକ୍ଷେପ ନିଆଯାଇଛି ବୋଲି କୋର୍ଟ ପ୍ରଶ୍ନ କରିଥିଲେ । କଟକ ସହରରେ ୨୮୩ଟି ପାଣି ପମ୍ପ ବ୍ୟବସ୍ଥା କରାଯାଇଛି । ପମ୍ପ ଅପରେଟର ଓ ପମ୍ପ ଚଳିବା ପାଇଁ ତେଲ ମଧ୍ୟ ପ୍ରସ୍ତୁତ ରଖାଯାଇଛି । ଆବଶ୍ୟକ ପଡ଼ିଲେ ଅଧିକ ପମ୍ପ ବ୍ୟବହାର କରାଯାଇ ପାଣି ନିଷ୍କାସନ କରାଯିବ ବୋଲି ସିଏମସି କମିଶନର କୋର୍ଟଙ୍କୁ ଜଣାଇଥିଲେ । ବାତ୍ୟା ପାଇଁ ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହେଲେ ତୁରନ୍ତ ମରାମତି କାର୍ଯ୍ୟ କରିବାକୁ ‘ଓପିଟିସିଏଲ’କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ବାତ୍ୟା ‘ଦାନା’ ଭୟ: ଅପରାହ୍ଣ ସୁଦ୍ଧା ସବୁ ତୋରଣ ଖୋଲ, ନହେଲେ ଆସନ୍ତାବର୍ଷ ମିଳିବନି ପୂଜା ଅନୁମତି (ETV Bharat Odisha)

ଏହା ମଧ୍ୟ ପଢ଼ନ୍ତୁ...ରାଜ୍ୟ ସରକାର ଖୋଲିଲେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌, ବାତ୍ୟା 'ଦାନା'ର ଟିକିନିକ ଅପଡେଟ ଦେବ ଏସଆରସି

ଏହା ମଧ୍ୟ ପଢ଼ନ୍ତୁ...ସ୍କୁଲ ଛୁଟି ନିଷ୍ପତ୍ତି ନେବେ ଜିଲ୍ଲାପାଳ, ଅଫିସ ଆସିବେ ଅଫିସର, କୃଷି ଓ ରାଜସ୍ବ ମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା

  • ବାତ୍ୟା ଆଳରେ କଳାବଜାରୀ ସକ୍ରିୟ

କେବଳ ସେତିକି ନୁହେଁ ବାତ୍ୟା ଆଳରେ କଳାବଜାରୀ ଓ ଅସାଧୁ ବ୍ୟବସାୟୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମାମଲାର ଶୁଣାଣି ବେଳେ କଳାବଜାରୀଙ୍କ ପ୍ରସଙ୍ଗ ହାଇକୋର୍ଟଙ୍କୁ ଅବଗତ କରାଯାଇଥିଲା । କଟକ ଜିଲ୍ଳାପାଳ ଏନେଇ କୋର୍ଟଙ୍କୁ ଜଣାଇଥିଲେ କି ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରହିଛି । କଳାବଜାରୀ ଅଭିଯୋଗ ଆସିବା ପରେ ଯୋଗାଣ ବିଭାଗ ଛତ୍ରବଜାର ଏବଂ ମାଲଗୋଦାମରେ ଚଢ଼ାଉ କରିଥିଲା । ଏହାପରେ ଦର ହ୍ରାସ ପାଇଛି ।

ବାତ୍ୟା ‘ଦାନା’ ଭୟ: ଅପରାହ୍ଣ ସୁଦ୍ଧା ସବୁ ତୋରଣ ଖୋଲ, ନହେଲେ ଆସନ୍ତାବର୍ଷ ମିଳିବନି ପୂଜା ଅନୁମତି (ETV Bharat Odisha)

ଇଟିଭି ଭାରତ, କଟକ

ABOUT THE AUTHOR

...view details