ଓଡିଶା

odisha

ETV Bharat / state

ଦୁର୍ବଳ ହେଲା 'ଦାନା', ଲଘୁଚାପରେ ପରିଣତ, ୪ ଜିଲ୍ଲାକୁ ରେଡ ଓ୍ବାର୍ଣ୍ଣିଂ, ପ୍ରବଳ ବର୍ଷିବ

ଉତ୍ତର ଓଡ଼ିଶା ଉପରେ ଲଘୁଚାପ ସକ୍ରିୟ ରହିଛି । ବାତ୍ୟା ଦାନା ଦୁର୍ବଳ ହୋଇ ପଶ୍ଚିମ ଓଡିଶା ଆଡକୁ ଗତି କରୁଛି । ୬ ଘଣ୍ଟା ମଧ୍ୟରେ ସଦୃଶ ଲଘୁଚାପରେ ପରିଣତ ହେବ ।

cyclone dana
cyclone dana (ETV BHARAT ODISHA)

By ETV Bharat Odisha Team

Published : 4 hours ago

ଭୁବନେଶ୍ବର: କ୍ରମଶଃ ଦୁର୍ବଳ ହେଉଛି ବାତ୍ୟା 'ଦାନା' । ଦୁର୍ବଳ ଲଘୁଚାପରେ ପରିଣତ ହେଲା । ଉତ୍ତର ଓଡିଶା ଉପରେ ଲଘୁଚାପ ବର୍ତ୍ତମାନ ସକ୍ରିୟ ରହିଛି। ପଶ୍ଚିମ ଓଡିଶାକୁ ଏହାର ଦିଗ ରହିବା ସହ ଏହା ଆହୁରି ଦୁର୍ବଳ ହୋଇ ୬ ଘଣ୍ଟା ମଧ୍ୟରେ ସଦୃଶ ଲଘୁଚାପରେ ପରିଣତ ହେବ । ଏହାର ପ୍ରଭାବରେ ରାଜ୍ୟରେ ଆଜିବି ଜାରି ରହିଛି ବର୍ଷା । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସାରା ରାଜ୍ୟରେ ହେବ ତୁହାକୁ ତୁହା ବର୍ଷା ।

୪ ଜଲ୍ଲାକୁ ରେଡ ଓ୍ବାର୍ଣ୍ଣିଂ:

ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ୪ ଜିଲ୍ଲାକୁ ରେଡ ଓ୍ବାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ସେଗୁଡିକ ହେଲା ବାଲେଶ୍ୱର, ଭଦ୍ରକ, କେନ୍ଦୁଝର ଓ ମୟୂରଭଞ୍ଜ । ସେହିପରି କେନ୍ଦ୍ରାପଡା, କଟକ, ଯାଜପୁର ଓ ଢେଙ୍କାନାଳରେ ପ୍ରବଳ ବର୍ଷା ନେଇ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି ହୋଇଛି । ଜଗତସିଂହପୁର, ପୁରୀ, ଖୋର୍ଦ୍ଧା ନୟାଗଡ ଓ ଅନୁଗୁଳକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

cyclone dana becames weeks convert to low pressure (ETV BHARAT ODISHA)
  • ରେଡ ୱାର୍ଣ୍ଣିଂ ଜିଲ୍ଲା: ବାଲେଶ୍ୱର, ଭଦ୍ରକ, କେନ୍ଦୁଝର ଏବଂ ମୟୂରଭଞ୍ଜ
  • ଅରେଞ୍ଜ ଓ୍ବାର୍ଣ୍ଣିଂ ଜିଲ୍ଲା: କେନ୍ଦ୍ରାପଡ଼ା, କଟକ, ଯାଜପୁର ଏବଂ ଢେଙ୍କାନାଳ
  • ୟେଲୋ ଓ୍ବାର୍ଣ୍ଣିଂ ଜିଲ୍ଲା: ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼ ଏବଂ ଅନୁଗୁଳ

ଏହା ମଧ୍ୟ ପଢନ୍ତୁ-ଦୁର୍ବଳ ହେଲା ବାତ୍ୟା ‘ଦାନା’; 24 ଘଣ୍ଟା ବର୍ଷିବ, ଘଣ୍ଟା ପ୍ରତି 7କିମି ବେଗରେ ଉତ୍ତର ଓଡ଼ିଶାର ପଶ୍ଚିମ ଦିଗକୁ ଗତି କରୁଛି

ଏହା ବି ପଢନ୍ତୁ- ସରିଲା ବାତ୍ୟା 'ଦାନା' ଲ୍ୟାଣ୍ଡଫଲ ପ୍ରକ୍ରିୟା, ବାଲେଶ୍ୱର, ଭଦ୍ରକ ଓ ମୟୂରଭଞ୍ଜରେ ବର୍ଷା ଆଲର୍ଟ

ଏହା ମଧ୍ୟ ପଢନ୍ତୁ-DANA LANDFALL LIVE UPDATES: ଦୁର୍ବଳ ହେଲା 'ଦାନା', ଭଦ୍ରକରେ ସର୍ବାଧିକ କ୍ଷତି, ବାତ୍ୟା ଅଞ୍ଚଳ ପରିଦର୍ଶନ କରିପାରନ୍ତି ମୁଖ୍ୟମନ୍ତ୍ରୀ

cyclone dana becames weeks convert to low pressure (ETV BHARAT ODISHA)

ଆସନ୍ତାକାଲି ଏସବୁ ଜିଲ୍ଲାରେ ପ୍ରବଳ ବର୍ଷା:

ଆସନ୍ତାକାଲି ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି । ପ୍ରବଳ ବର୍ଷା ପାଇଁ ମୟୂରଭଞ୍ଜ ଓ ବାଲେଶ୍ୱରକୁ ୟେଲୋ ଓ୍ବାର୍ଣ୍ଣି ଜାରି ହୋଇଛି । ୨୮ ରୁ ପାଗରେ ପରିବର୍ତ୍ତନ ହେବା ନେଇ ପୂର୍ବାନୁମାନ କରଛି ପାଣିପାଗ ବିଭାଗ।

ଚାନ୍ଦବାଲିରେ ସର୍ବାଧିକ ବର୍ଷା:

ଗତ ୨୪ ଘଣ୍ଟା ମଧ୍ୟରେ ଚାନ୍ଦବାଲିରେ ସର୍ବାଧିକ ୧୭୬.୬ ମିମି ବର୍ଷା ରେକର୍ଡ ହୋଇଛି । ସେହିପରି ଭଦ୍ରକରେ ୧୬୧.୦୦ , ଯାଜପୁରରେ ୧୪୩.୦୦ ବାଲେଶ୍ୱରରେ ୮୭.୬ ଓ କେନ୍ଦ୍ରାପଡାରେ ୬୯.୨ ମିମି ବର୍ଷା ରେକର୍ଡ କରାଯାଇଛି।

୯ ଘଣ୍ଟା ଧରି ଚାଲିଲା ଲ୍ୟାଣ୍ଡଫଲ ପ୍ରକ୍ରିୟା:

24 ତାରିଖ (ଗୁରବାର) ବିଳମ୍ବିତ ରାତି ପ୍ରାୟ 1ଟା 30 ମିନିଟ ସମୟରେ କେନ୍ଦ୍ରାପଡା ଜିଲ୍ଲା ଭିତରକନିକା ଜାତୀୟ ଉଦ୍ୟାନ ଅନ୍ତର୍ଗତ ହାବେଳିଖଟିଠାରେ ବାତ୍ୟା 'ଦାନା' ଲ୍ୟାଣ୍ଡଫଲ କରିଥିଲା । ପରେ ଭଦ୍ରକ, କେନ୍ଦୁଝରର ଆନନ୍ଦପୁର ଏବଂ ଅନୁଗୁଳ ଜିଲ୍ଲା ଆଡକୁ ଗତି କରି କ୍ରମଶଃ ଦୁର୍ବଳ ହୋଇଥିଲା। ପାଖାପାଖି 9 ଘଣ୍ଟା ଧରି ଚାଲିଥିଲା ଲ୍ୟାଣ୍ଡଫଲ ପ୍ରକ୍ରିୟା ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details