ଓଡିଶା

odisha

ETV Bharat / state

୨୪ରେ ଭୀଷଣ ବାତ୍ୟା ! ଉଦ୍ଧାର ଓ ସହାୟତା ପାଇଁ ୧୧ ଏନଡିଆରଏଫ ଟିମ୍‌ ତୟାର, ସ୍ବାସ୍ଥ୍ୟ ବିଭାଗ ସଜାଗ

ସଦୃଶ ଲଘୁଚାପ ଅବପାତ ରୂପ ନେବା ପରେ ବଢ଼ୁଛି ବାତ୍ୟା ’ଦାନା’ ବିପଦ । ବିପର୍ଯ୍ୟୟରୁ ରକ୍ଷା ପାଇଁ ଓଡିଶାରେ ନିୟୋଜିତ ହେବେ ଏନଡିଆରଏଫ(NDRF)ର ୧୧ଟି ଟିମ୍ ।

ଆସୁଛି ବାତ୍ୟା ‘ଦାନା’: ଓଡିଶାରେ ନିୟୋଜିତ ହେବ NDRF ର ୧୧ ଟିମ୍‌, ସ୍ବାସ୍ଥ୍ୟ ବିଭାଗ ପୂରା ପ୍ରସ୍ତୁତ
ଆସୁଛି ବାତ୍ୟା ‘ଦାନା’: ଓଡିଶାରେ ନିୟୋଜିତ ହେବ NDRF ର ୧୧ ଟିମ୍‌, ସ୍ବାସ୍ଥ୍ୟ ବିଭାଗ ପୂରା ପ୍ରସ୍ତୁତ (ETV Bharat Odisha)

By ETV Bharat Odisha Team

Published : 5 hours ago

Updated : 3 hours ago

ଭୁବନେଶ୍ବର:ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ମୁକାବିଲା ପ୍ରସ୍ତୁତି ସମୀକ୍ଷା ଲାଗି ଜାତୀୟ ବିପର୍ଯ୍ୟୟ ପ୍ରଶମନ କମିଟିର ଜରୁରୀ ବୈଠକ । କ୍ୟାବିନେଟ ସଚିବ ଟି.ଭି. ସୋମନାଥନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ଏହି ବୈଠକ । ବାତ୍ୟା ସମୟରେ ଏନଡିଆରଏଫର ୧୪ଟି ଦଳ ପଶ୍ଚିମବଙ୍ଗ ଓ ୧୧ଟି ଦଳକୁ ଓଡ଼ିଶାରେ ମୁତୟନ ପାଇଁ ପ୍ରସ୍ତୁତ ରଖାଯାଇଛି ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ସ୍ଥିତିରେ ଥିବା ସମ୍ଭାବ୍ୟ ବାତ୍ୟା ସମ୍ପର୍କରେ ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

ଏହା ଧୀରେ ଧୀରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରୁଛି । ଆଜି (ମଙ୍ଗଳବାର) ସକାଳେ ଏହା ଅବପାତରେ ପରିଣତ ହୋଇଛି । ଏହା ଅଧିକ ଘନୀଭୂତ ହୋଇ ୨୩ ତାରିଖ ସକାଳ ସୁଦ୍ଧା ସାମୁଦ୍ରିକ ଝଡ଼ରେ ପରିବର୍ତ୍ତିତ ହେବ । ଏହା ପରେ ସମ୍ଭାବ୍ୟ ବାତ୍ୟା ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ । ଏହା ସହିତ ୨୪ ଅକ୍ଟୋବର ସକାଳ ସୁଦ୍ଧା ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ପହଞ୍ଚିବ । ଉତ୍ତର ପଶ୍ଚିମ ଦିଗକୁ ଅଗ୍ରସର ହେବ । ଏହା ୨୪ରେ ଭୀଷଣ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି । ୨୪ ତାରିଖ ରାତି ଏବଂ ୨୫ ତାରିଖ ସକାଳ ମଧ୍ୟରେ ଏହା ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ଦେଇ ପୁରୀ ଓ ସାଗର ଦ୍ୱୀପ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବ । ଏହି ସମୟରେ ଏହା ଭୀଷଣ ସାମୁଦ୍ରିକ ଝଡ଼ରେ ପରିଣତ ହେବ । ପବନର ବେଗ ଘଣ୍ଟା ପ୍ରତି ୧୦୦ରୁ ୧୧୦ କିଲୋମିଟର କିମ୍ବା ସ୍ଥଳବିଶେଷରେ ୧୨୦ କିଲୋମିଟର ଛୁଇଁବା ନେଇ ଆକଳନ କରାଯାଇଛି ।

ଆସୁଛି ବାତ୍ୟା ‘ଦାନା’: ଓଡିଶାରେ ନିୟୋଜିତ ହେବ NDRF ର ୧୧ ଟିମ୍‌, ସ୍ବାସ୍ଥ୍ୟ ବିଭାଗ ପୂରା ପ୍ରସ୍ତୁତ (ETV Bharat Odisha)

ଓଡିଶାକୁ ୧୧ ଓ ପଶ୍ଚିମବଙ୍ଗକୁ ୧୪ ଟି ଏନଡିଆରଏଫ ଟିମ

ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ ‘ଏନଡିଆରଏଫ’ର ୧୪ଟି ଦଳକୁ ପଶ୍ଚିମବଙ୍ଗ ଏବଂ ୧୧ଟି ଦଳକୁ ଓଡ଼ିଶାରେ ମୁତୟନ ପାଇଁ ପ୍ରସ୍ତୁତ ରଖାଯାଇଛି । ସ୍ଥଳସେନା, ନୌସେନା ଏବଂ ତଟରକ୍ଷୀ ବାହିନୀର ଉଦ୍ଧାର ଓ ସହାୟତା ଦଳ ସହିତ ଜାହାଜ, ବିମାନଗୁଡ଼ିକୁ ମଧ୍ୟ ପ୍ରସ୍ତୁତ ରଖାଯାଇଛି । ପାରାଦୀପ ଓ ହଳଦିଆ ବନ୍ଦରକୁ ନିୟମିତ ସତର୍କ ସୂଚନା ଓ ମାର୍ଗଦର୍ଶିକା ଜାରି କରାଯାଉଛି । ଶକ୍ତି ମନ୍ତ୍ରଣାଳୟ ଓ ଦୂରସଞ୍ଚାର ବିଭାଗ ଦ୍ୱାରା ଜରୁରୀକାଳୀନ ଦଳକୁ ତୁରନ୍ତ ପୁନରୁଦ୍ଧାର କାର୍ଯ୍ୟ ପାଇଁ ନିୟୋଜିତ କରାଯାଇଛି । ରାଜ୍ୟ ସରକାର ଓ କେନ୍ଦ୍ରୀୟ ଏଜେନ୍ସି ଦ୍ୱାରା ଅତ୍ୟାବଶ୍ୟକ ନିରାକରଣ ଓ ସତର୍କତାମୂଳକ ପଦକ୍ଷେପ ଗ୍ରହଣ ଉପରେ କ୍ୟାବିନେଟ ସଚିବ ଗୁରୁତ୍ୱାରୋପ କରିଛନ୍ତି । ଜୀବନ ହାନୀକୁ ଶୂନ୍ୟ, ସମ୍ପତ୍ତି ଏବଂ ଭିତ୍ତିଭୂମିର କ୍ଷତି ହ୍ରାସ ଉପରେ ଲକ୍ଷ୍ୟ । କ୍ଷତି ଘଟିବା ସ୍ଥିତିରେ ଅତ୍ୟାବଶ୍ୟକ ସେବାଗୁଡିକ ଅତି କମ ସମୟ ମଧ୍ୟରେ ପୁନରୁଦ୍ଧାର କରିବା ଉପରେ ଜୋର ଦିଆଯାଇଛି ।

ସମୁଦ୍ରରେ ଥିବା ମତ୍ସ୍ୟଜୀବୀଙ୍କୁ ଫେରାଇ ଆଣିବା ଏବଂ ଅସୁରକ୍ଷିତ ଅଞ୍ଚଳର ଲୋକଙ୍କୁ ଠିକ ସମୟରେ ସ୍ଥାନାନ୍ତର କରାଯିବ । ସମସ୍ତ କେନ୍ଦ୍ରୀୟ ଏଜେନ୍ସି ଏବେ ସମ୍ପୂର୍ଣ୍ଣ ସତର୍କ ଅଛନ୍ତି । ଠିକ୍‌ ସମୟରେ ସହାୟତା ଯୋଗାଇ ଦିଆଯିବ । ଆନ୍ଧ୍ର ପ୍ରଦେଶ, ଛତିଶଗଡ଼ ଏବଂ ଝାଡ଼ଖଣ୍ଡ ସରକାରଙ୍କୁ ମଧ୍ୟ ପ୍ରବଳ ବର୍ଷା କାରଣରୁ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆଯାଇଛି । ସମ୍ଭାବ୍ୟ ପ୍ରଭାବିତ ଅଞ୍ଚଳରେ ନଦୀବନ୍ଧ ସାଇଟରୁ ଜଳ ଛାଡ଼ିବା କାର୍ଯ୍ୟ କ୍ରମାନ୍ୱୟରେ କରାଯିବା ଉଚିତ । ଯାହାଦ୍ୱାରା ବନ୍ୟା ବିପଦକୁ ଏଡ଼ାଇ ଦିଆଯାଇପାରିବ । ବୈଠକରେ ଓଡ଼ିଶା ଓ ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ, କେନ୍ଦ୍ର ଗୃହ ସଚିବ, ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ, ମତ୍ସ୍ୟ, ଶକ୍ତି, ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରଣାଳୟ ସଚିବ, ଆନ୍ଧ୍ରପ୍ରଦେଶ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଦୂରସଞ୍ଚାର ବିଭାଗଙ୍କ ବ୍ୟତୀତ ଏନଡିଏମଏ, ଭାରତୀୟ ପାଣିପାଗ ବିଭାଗ, ଏନଡିଆରଏଫ, ତଟରକ୍ଷୀ ବାହିନୀ, ଗୃହମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ ।

ଆସୁଛି ବାତ୍ୟା ‘ଦାନା’: ଓଡିଶାରେ ନିୟୋଜିତ ହେବ NDRF ର ୧୧ ଟିମ୍‌, ସ୍ବାସ୍ଥ୍ୟ ବିଭାଗ ପୂରା ପ୍ରସ୍ତୁତ (ETV Bharat Odisha)

ଅବପାତ ରୂପ ନେଲା ସଦୃଶ ଲଘୁଚାପ, ପାରାଦ୍ବୀପରୁ ୭୩୦ କିମି ଦୂରରେ କେନ୍ଦ୍ରୀଭୂତ, ୨୪ରେ ଭୀଷଣ ବାତ୍ୟା

ପୁରୀ-ସାଗର ଦ୍ୱୀପ ମଧ୍ୟରେ ବାତ୍ୟା 'ଦାନା' ଲ୍ୟାଣ୍ଡଫଲ ! ୨୪ ରାତି-୨୫ ପାହାନ୍ତାରେ ଛୁଇଁବ ସ୍ଥଳଭାଗ

ଏହା ମଧ୍ୟ ପଢ଼ନ୍ତୁ...ଓଡ଼ିଶାକୁ ବାତ୍ୟା ‘ଦାନା’ ଭୟ: ଲଘୁଚାପ ପରେ ୪ ଜିଲ୍ଲାକୁ ରେଡ ଆଲର୍ଟ, ମିଶନ ଜିରୋ କାଜୁଆଲିଟି

ଏହା ମଧ୍ୟ ପଢ଼ନ୍ତୁ...ରାଜ୍ୟ ସରକାର ଖୋଲିଲେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌, ବାତ୍ୟା 'ଦାନା'ର ଟିକିନିକ ଅପଡେଟ ଦେବ ଏସଆରସି

  • ସ୍ବସ୍ଥ୍ୟ ବିଭାଗର ପ୍ରସ୍ତୁତି ବୈଠକ ଶେଷ

ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ସ୍ୱାସ୍ଥ୍ୟ ପ୍ରଶାସନଙ୍କୁ ବାତ୍ୟା, ବନ୍ୟା ଓ ବିପର୍ଯ୍ୟୟ ପାଇଁ ସମ୍ପୂର୍ଣ ପ୍ରସ୍ତୁତ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସ୍ୱାସ୍ଥ୍ୟ ବିଭାଗର ସୂଚନା ମୁତାବକ "ରାଜ୍ୟ, ଜ଼ିଲ୍ଲା, ଉପଖଣ୍ଡ ଓ ବ୍ଲକ ସ୍ତରରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ, ସମସ୍ତ ଚିକିତ୍ସାଳୟରେ ପର୍ଯ୍ୟାପ୍ତ ପରିମାଣର ଔଷଧ, ORS, ହାଲୋଜେନ ଟାବଲେଟ ଓ ଅନ୍ୟାନ୍ୟ ଅତ୍ୟାବଶକୀୟ ସାମଗ୍ରୀ ମହଜୁତ କରିରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଆବଶ୍ୟକ ସ୍ଥଳେ ଗର୍ଭବତୀ ମହିଳାମାନଙ୍କୁ ନିକଟବର୍ତ୍ତୀ ମାଟରନିଟି ଗୃହକୁ ସ୍ଥାନାନ୍ତରଣ କରି ସେମାନଙ୍କ ପ୍ରତି ବିଶେଷ ଯତ୍ନବାନ ହେବାକୁ ପରାମର୍ଶ ଦିଆଯାଇଛି। ଡାକ୍ତରଖାନା ମାନଙ୍କରେ ଡିଜି/ଜେନେରେଟର ଓ ପର୍ଯ୍ୟାପ୍ତ ପରିମାଣର ଡିଜେଲ ମହଜୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ, ଜ଼ିଲ୍ଲା ଓ ବ୍ଲକର ତ୍ୱରିତ ପ୍ରତିକ୍ରିୟା ଦଳକୁ ସମ୍ଭାବ୍ୟ ବାତ୍ୟା ଓ ବନ୍ୟା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି" ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

  • ସ୍ବାସ୍ଥ୍ୟକେନ୍ଦ୍ରରେ ସମସ୍ତ ପ୍ରସ୍ତୁତି


ଅନ୍ୟପଟେ ଆହୁରି ସୂଚନା ମିଳିଛି ଯେ, କୋଲଡ଼ ଚେନ ପଏଣ୍ଟ ଓ ପାୱାର ବ୍ୟାକପର ସୁବନ୍ଦୋବସ୍ତ, ଜଳର ନିୟମିତ ପରୀକ୍ଷା, ନିର୍ଦ୍ଧିଷ୍ଟ ପୋର୍ଟାଲରେ ନିୟମିତ ବ୍ୟବଧାନରେ ତଥ୍ୟ ଅପଲୋଡ଼, ଗର୍ଭବତୀ ମହିଳା, ସାପ କାମୁଡା ଓ ଦୁର୍ଘଟଣା ପାଇଁ ସ୍ୱତନ୍ତ୍ର ବେଡ଼, ବ୍ୟାପକ ଜନସଚେତନତା, ଅକ୍ସିଜେନ ସିଲିଣ୍ଡର ମହଜୁତ ରଖିବା, ସଦର ମହକୁମା ନଛାଡିବା ଓ ଯେଉଁଠି ଔଷଧ ମହଜୁତ ନାହିଁ ବା ଅଧିକ ଔଷଧର ଆବଶ୍ୟକତା ରହିଛି ତୁରନ୍ତ ବିଭାଗକୁ ଜଣାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବାତ୍ୟା ସମୟରେ ଯୋଗାଯୋଗ ବିଛିନ୍ନ ହୋଇଥାଏ ତେଣୁ ସେଥିପାଇଁ ବିଶେଷ ଯତ୍ନବାନ ହୋଇ ରହିବା ପାଇଁ ପରାମର୍ଶ ଦିଆଯାଇଛି" ବୋଲି ସ୍ୱାସ୍ଥ୍ୟ ବିଭାଗର ସୂଚନା ଅଧିକାରୀ ସୌରଭ ପ୍ରଧାନ ସୂଚନା ଦିଆଯାଇଛି । ତେବେ ଏହି ବୈଠକରେ ରାଜ୍ୟସ୍ତରୀୟ ବରିଷ୍ଠ ଅଧିକାରୀ, ମେଡିକାଲ କଲେଜ ଗୁଡିକର ଅଧିକ୍ଷକ ଓ ସମସ୍ତ ଜ଼ିଲ୍ଲାର ଜନସ୍ୱାସ୍ଥ୍ୟ ଓ ମୁଖ୍ୟ ଚିକିତ୍ସା ଅଧିକାରୀମାନେ ଉପସ୍ଥିତ ରହିଥିବା ସହିତ କିଭଳି ଭାବରେ ମୁକାବିଲା କରାଯିବ ସେନେଇ ପ୍ରସ୍ତୁତ ହୋଇଛି ସ୍ୱାସ୍ଥ୍ୟ ବିଭାଗ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : 3 hours ago

ABOUT THE AUTHOR

...view details