ଓଡିଶା

odisha

ETV Bharat / state

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବାତ୍ୟା ‘ଦାନା’ ସମୀକ୍ଷା, ୩ ଲକ୍ଷ ଲୋକ ସ୍ଥାନାନ୍ତରିତ

ବାତ୍ୟା ‘ଦାନା’କୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମୀକ୍ଷା । ୩ ଲକ୍ଷରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନ ଓ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରାଯାଇଛି ।

MOHAN MAJHI CYCLONE REVIEW
MOHAN MAJHI CYCLONE REVIEW (ETV Bharat Odisha)

By ETV Bharat Odisha Team

Published : 5 hours ago

Updated : 4 hours ago

ଭୁବନେଶ୍ବର: ଉପକୂଳ ଆଡକୁ ମାଡି ଆସୁଛି ବାତ୍ୟା ‘ଦାନା’ । ଏହାରି ମଧ୍ୟରେ ବାତ୍ୟା ‘ଦାନା’କୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି (ଗୁରୁବାର) ସମୀକ୍ଷା କରିଛନ୍ତି । ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ବାତ୍ୟା ପ୍ରସ୍ତୁତି, ସ୍ଥାନାନ୍ତରଣ ଓ ଉଦ୍ଧାର କାର୍ଯ୍ୟ ବାବଦରେ ମୁଖ୍ୟମନ୍ତ୍ରୀ ଅବଗତ ହୋଇଛନ୍ତି । ସମସ୍ତ ପରିସ୍ଥିତିକୁ ସାମ୍ନା ପାଇଁ ଆମେ ପ୍ରସ୍ତୁତ ଅଛୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

୩ ଲକ୍ଷ ୬୨ ହଜାର ଲୋକଙ୍କୁ ସ୍ଥାନାନ୍ତର ଟାର୍ଗେଟ୍: 3 ଲକ୍ଷ ଲୋକ ସ୍ଥାନାନ୍ତରିତ-

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, "ଓଡ଼ିଶା ମୁହାଁ ହୋଇଥିବା ବାତ୍ୟା ‘ଦାନା’ ଲ୍ୟାଣ୍ଡଫଲ ପାଇଁ କିଛି ସମୟ ବାକି ଅଛି । ସାମ୍ଭାବ୍ୟ ପ୍ରଭାବିତ ଜିଲ୍ଲାକୁ ଯାଇଥିବା ବରିଷ୍ଠ ଅଧିକାରୀ ଓ ଜିଲ୍ଲପାଳଙ୍କମାନ ସହ ଆଲୋଚନା ହୋଇଛି । ଭିସି ଜରିଆରେ କଥା ହୋଇଛି । ସେମାନଙ୍କଠାରୁ ମିଳିଥିବା ରିପୋର୍ଟ ସନ୍ତୋଷଜନକ ରହିଛି । 11 ଜିଲ୍ଲା କ୍ଷତିଗ୍ରସ୍ତ ହେବ ବୋଲି ପ୍ରାଥମିକ ଆକଳନ ହୋଇଛି । ପ୍ରଭାବିତ ହେବାକୁ ଥିବା ଜିଲ୍ଲାର 38 ବ୍ଲକର 1653 ପଞ୍ଚାୟତ ଓ 9 ପୌରାଞ୍ଚଳରେ 3 ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ଲୋକଙ୍କୁ ସ୍ଥାନାନ୍ତରିତ କରିବା ବଡ଼ କାର୍ଯ୍ୟ ଥିଲା । ଗାଈ ଗୋରୁଙ୍କୁ ମଧ୍ୟ ସ୍ଥାନାନ୍ତରିତ କରାଯାଇଛି । ବାତ୍ୟା ଆଶ୍ରୟସ୍ଥଳୀକୁ ଲୋକଙ୍କୁ ସ୍ଥାନାନ୍ତରଣ ଆଉ କିଛି ସମୟ ମଧ୍ୟରେ ସରିବ । ତେବେ ସରକାରଙ୍କ ଟାର୍ଗେଟ କରିଛି 3 ଲକ୍ଷ 62 ହଜାର ଲୋକଙ୍କୁ ସ୍ଥାନାନ୍ତରଣ ।"

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବାତ୍ୟା ‘ଦାନା’ ସମୀକ୍ଷା, ୩୬୨୦୦୦ ଲୋକ ସ୍ଥାନାନ୍ତରିତ (ETV Bharat Odisha)

ସବୁଠି ବ୍ୟାପକ ବ୍ୟବସ୍ଥା:

ରାଜ୍ୟରେ 7285 ବାତ୍ୟା ଆଶ୍ରୟସ୍ଥଳୀ ରହିଛି । ସେଥିରେ 842ଟି ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ଓ 6043 ଅସ୍ଥାୟୀ ବାତ୍ୟା ଆଶ୍ରୟ ସ୍ଥଳୀ ପ୍ରସ୍ତୁତ ହୋଇଛି । 2338 ଗର୍ଭବତୀଙ୍କୁ ମେଡିକାଲ ସ୍ଥାନାନ୍ତିରତ ହୋଇଛନ୍ତି । ବାତ୍ୟା ମୁକାବିଲା ପାଇଁ NDRF 19, ଓଡ୍ରାଫ 51, ଅଗ୍ନିଶମ 220 ଓ 158 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ଅଛନ୍ତି । ଗାଁ'ରେ ପୋଲିସ ପାଟ୍ରୋଲିଂ ହେଉଛି । ଶୌଚାଳୟ ପରିଷ୍କାର ପାଇଁ ବ୍ୟବସ୍ଥା ହୋଇଛି । ହସ୍ପିଟାଲରେ ବ୍ୟାପକ ପାୱାର ସପ୍ଲାଇ ପାଇଁ ବ୍ୟବସ୍ଥା ହୋଇଛି । ବାତ୍ୟା ଲ୍ୟାଣ୍ଡଫଲ ପାଇଁ ବିଦ୍ୟୁତ ସଂଯୋଗ ବ୍ୟାଘାତ ହେବ । ଏଥିପାଇଁ ଟିମ ପ୍ରସ୍ତୁତ ଅଛି । 11ଟି ଜିଲ୍ଲାକୁ ସଚିବ ସ୍ତରୀୟ ଆଇଏଏସ ପ୍ରଭାବିତ ଜିଲ୍ଲାର ଗାଁକୁ ଗାଁ ଯାଇ ତଦାରଖ କରୁଛନ୍ତି ।

ଏହା ମଧ୍ୟ ପଢନ୍ତୁ:

ଲାଇଭCYCLONE 'DANA' UPDATES: ଲ୍ୟାଣ୍ଡଫଲ ପରେ ରିକର୍ଭ କରିପାରେ ବାତ୍ୟା ‘ଦାନା’, 3 ଲକ୍ଷଙ୍କୁ ସ୍ଥାନାନ୍ତର

CYCLONE DANAକୁ ନେଇ ବଡ଼ ଅପଡେଟ, ଲ୍ୟାଣ୍ଡଫଲ ପରେ ବଦଳିପାରେ ବାତ୍ୟା ଗତିପଥ: IMD

ଭିତରକନିକା-ଧାମରା ମୁହାଁ ବାତ୍ୟା ’ଦାନା’: ବର୍ଷା ଆରମ୍ଭ, ଲ୍ୟାଣ୍ଡଫଲ ବେଳେ ୧୦୦ କିଲୋମିଟର ବେଗରେ ପବନ

ମାଡ଼ି ଆସୁଛି 'ଦାନା'; ଅସ୍ୱାସ୍ଥ୍ୟକର, ଅବ୍ୟବସ୍ଥା ଓ ଅସୁରକ୍ଷିତ ବାତ୍ୟା ଆଶ୍ରୟ ସ୍ଥଳୀ ! ‘ଇଟିଭି ଭାରତ’ର ଗ୍ରାଉଣ୍ଡ ଜିରୋ ରିପୋର୍ଟ

ଯାହା ଆବଶ୍ୟକ ଯୋଗାଇ ଦେବେ ପ୍ରଧାନମନ୍ତ୍ରୀ:

MOHAN MAJHI CYCLONE REVIEW (ETV Bharat Odisha)

ଆବଶ୍ୟକ ଓ ସହଯୋଗ ଲୋଡ଼ିବା ପୂର୍ବରୁ କେନ୍ଦ୍ର ଓଡିଶା ଲାଗି ପ୍ରସ୍ତୁତ ଅଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ବାତ୍ୟା ଦନାକୁ ନେଇ ଆଲୋଚନା କରିଛନ୍ତି । କେନ୍ଦ୍ରରେ ଥିବା ଓଡ଼ିଶାର ମନ୍ତ୍ରୀ ବାତ୍ୟା ବାବଦରେ ସୂଚନା ଦେଇଛନ୍ତି । ରାଜ୍ୟର ପ୍ରସ୍ତୁତି ବାବଦରେ କେନ୍ଦ୍ର କ୍ୟାବିନେଟକୁ ଅବଗତ କରାଯାଇଛି । ଯାହା ଆବଶ୍ୟକ ତୁରନ୍ତ ଯୋଗାଇଦେବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମୋ ସହିତ ଫୋନରେ କଥା ହୋଇଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

MOHAN MAJHI CYCLONE REVIEW (ETV Bharat Odisha)
MOHAN MAJHI CYCLONE REVIEW (ETV Bharat Odisha)

ଇଟିଭି ଭାରତ, ଭୁବନେଶ୍ବର

Last Updated : 4 hours ago

ABOUT THE AUTHOR

...view details