ଓଡିଶା

odisha

ETV Bharat / state

ଅସହାୟଙ୍କ ଆଶାର କିରଣ ଆଶା କର୍ମୀ 'ଶିବାନୀ', ୭ ବୁଦ୍ଧାଙ୍କୁ କାନ୍ଧେଇ ନେଲେ ବାତ୍ୟା ଆଶ୍ରୟସ୍ଥଳୀ

ନିସ୍ବାର୍ଥପର ସେବା ପାଇଁ ଚର୍ଚ୍ଚାରେ କେନ୍ଦ୍ରାପଡ଼ା ରାଜନଗର ବ୍ଲକ ଖାସମୁଣ୍ଡାର ଆଶା କର୍ମୀ ଶିବାନୀ ମଣ୍ଡଳ । ସୋସିଆଲ ମିଡିଆରେ ଘୁରି ବୁଲୁଛି ବୃଦ୍ଧାଙ୍କୁ ବୋହି ବୋହି ବାତ୍ୟା ଆଶ୍ରୟସ୍ଥଳୀକୁ ନେବା ଫଟୋ ।

ASHA WORKER SHIBANI MANDAL
ASHA WORKER SHIBANI MANDAL (ETV BHARAT ODISHA)

By ETV Bharat Odisha Team

Published : 4 hours ago

Updated : 4 hours ago

କେନ୍ଦ୍ରାପଡା: ବାତ୍ୟା ସରିଗଲା, ରାସ୍ତାରୁ ଗଛ ହଟିଗଲା, ଆଶ୍ରୟସ୍ଥଳୀରୁ ଘରକୁ ଫେରିଗଲେ ଲୋକେ... କିନ୍ତୁ ବାତ୍ୟା ପୂର୍ବର କିଛି ଦୃଶ୍ୟ ମନରେ ରହିଗଲା । ଆମେ କହୁଛୁ କେନ୍ଦ୍ରାପଡାର ସେହି ଆଶା ଦିଦିଙ୍କ କଥା । ଯାହାଙ୍କ କର୍ମ ସମୟର ଦୃଶ୍ୟ ସୋସିଆଲ ମିଡିଆରେ ଏବେ ଘୁରି ବୁଲୁଛି । ବୃଦ୍ଧା ମହିଳାକୁ କାନ୍ଧରେ ବୋହି ବାତ୍ୟା ଆଶ୍ରୟସ୍ଥଳୀକୁ ନେଇଥିବା ଆଶାକର୍ମୀ ଶିବାନୀ ମଣ୍ଡଳ ଏବେ ଚର୍ଚ୍ଚାରେ । ବିଦପ ଆପଦରେ ତାଙ୍କର ନିସ୍ବାର୍ଥପର ସେବାକୁ ମୁଖ୍ୟମନ୍ତ୍ରୀଙ୍କ ସହ ପୂରା ରାଜ୍ୟବାସୀ ଭୁରି ଭୁରି ପ୍ରଶଂସା କରୁଛନ୍ତି ।

୭ ଜଣଙ୍କୁ କାନ୍ଧରେ ବୋହିଲେ ଆଶା ଦିଦି:

ଆଶାକର୍ମୀ ଶିବାନୀ ମଣ୍ଡଳ । ଘର ରାଜନଗର ବ୍ଲକ ଖାସମୁଣ୍ଡା ଗ୍ରାମ । 2006 ମସିହାରୁ ଦୀର୍ଘ 18 ବର୍ଷ ହେଲା ସେ ଆଶା ଦିଦି ଭାବେ କାର୍ଯ୍ୟ କରି ଆସୁଛନ୍ତି । ଜନସେବାରେ ନିଜକୁ ସେ ଉତ୍ସର୍ଗ କରି ଦେଇଛନ୍ତି । 'କର୍ମ ହିଁ ଭଗବାନ' । ଯାହାକୁ ପୂରା ଅକ୍ଷରେ ଅକ୍ଷରେ ପାଳନ କରୁଛନ୍ତି ସେ । ସେଥିପାଇଁ ତ ବାତ୍ୟା ଖବର ଆସିବା ମାତ୍ରେ ତାଙ୍କ ପାଦ ଆଉ ଘରେ ଅଟକି ନଥିଲା । ଆଶାକର୍ମୀଙ୍କ ୟୁନିଫର୍ମ ପିନ୍ଧି ବାହାରି ପଡିଥିଲେ ସେବା କାର୍ଯ୍ୟରେ । ରାଜକନିକାରେ ବାତ୍ୟା ଦାନା ଲ୍ୟାଣ୍ଡଫଲ ପୂର୍ବରୁ ନିଜ ସୁରକ୍ଷାକୁ ନେଇ ସମସ୍ତେ ଚିନ୍ତିତ ଥିବା ବେଳେ ସେହି ସମୟରେ ନିଜ କଥା କି ନିଜ ପରିବାରର କଥା ନୁହଁ ବରଂ ଜନ ସେବାରେ ନିଜକୁ ସାମିଲ କରିଥିଲେ ଶିବାନୀ । ବାତ୍ୟା ପୂର୍ବରୁ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ତାଳଚୁଆ ଅଞ୍ଚଳ ବାସିନ୍ଦା ଆଶ୍ରୟ ସ୍ଥଳୀକୁ ଯାଉଥିଲେ । କିନ୍ତୁ ୭ ଜଣ ବୃଦ୍ଧା ଓ ଜଣେ କର୍ଭବତୀ ମହିଳା ବାତ୍ୟା ଆଶ୍ରୟସ୍ଥଳୀକୁ କାଦୁଇ ରାସ୍ତାରେ ପାଦରେ ଚାଲିଯିବାକୁ ସମର୍ଥ ହେଇନଥିଲେ । ସେହି ସମୟରେ ଶିବାନୀ ୭ ଜଣ ବୃଦ୍ଧାକୁ ଜଣଙ୍କ ପରେ ଜଣଙ୍କୁ କାନ୍ଧ ଦେଇ ବାତ୍ୟା ଆଶ୍ରୟସ୍ଥଳୀକୁ ନେଇଥିଲେ । ଜଣେ ଗର୍ଭବତୀଙ୍କୁ ତାଙ୍କ ସ୍ବାମୀଙ୍କ ସହାୟତାରେ ଗାଡି ଯୋଗେ ସ୍ଥାନାନ୍ତର କରିଥିଲେ । ବାତ୍ୟା ସମୟରେ ତାଙ୍କର ଏପରି କାର୍ଯ୍ୟ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

ASHA WORKER SHIBANI MANDAL (ETV BHARAT ODISHA)
ASHA WORKER SHIBANI MANDAL (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ:

DANA LANDFALL LIVE UPDATES: ଦୁର୍ବଳ ହେଲା 'ଦାନା', ବାତ୍ୟା ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ, ଜିରୋ କାଜୁଆଲଟି ସଫଳ କହିଲେ ମୁଖ୍ୟମନ୍ତ୍ରୀ

କେନ୍ଦ୍ରାପଡ଼ା ହାବେଳିଖଟିରେ ଲ୍ୟାଣ୍ଡଫଲ କଲା ବାତ୍ୟା ଦାନା, ପବନ ବେଗ ୧୨୦ କିଲୋମିଟର, ବର୍ଷା ଜାରି

ଆଶାକର୍ମୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା:

ବୃଦ୍ଧାଙ୍କୁ କାନ୍ଦେଇକି ନେବା ଫଟୋ ଶିବାନୀଙ୍କ କାର୍ଯ୍ୟ ନିଷ୍ଠାପରତାକୁ ପ୍ରତିଫଳନ କରୁଛି । ତାଙ୍କର ଫଟୋ ଏବେ ମୋବାଇଲରୁ ମୋବାଇଲ ଘୁରି ବୁଲୁଛି । ତାଙ୍କର ଏପରି କାମକୁ ବେଶ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଜ୍ୟର ସୁରକ୍ଷା ପାଇଁ ନାରୀ ଶକ୍ତି ଆଗେଇ ଆସିଛି ବୋଲି ଟ୍ବିଟ କରି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସେ ଆହୁରି ମଧ୍ୟ କହିଛନ୍ତି, '' ରାଜନଗର ବ୍ଲକ ଖାସମୁଣ୍ଡା ଗ୍ରାମର ଆଶା ଭଉଣୀ ଶିବାନୀ ମଣ୍ଡଳ ଅଦମ୍ୟ ସାହସର ସହ ବାତ୍ୟାରୁ ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ କରିଥିବା ପ୍ରୟାସ ସମସ୍ତଙ୍କ ପାଇଁ ଏକ ପ୍ରେରଣା। ''

ASHA WORKER SHIBANI MANDAL (ETV BHARAT ODISHA)
ASHA WORKER SHIBANI MANDAL (ETV BHARAT ODISHA)

ବାତ୍ୟା ଆଶ୍ରୟସ୍ଥଳୀରେ ପଶିଲା ସମୁଦ୍ର ପାଣି, ଜଳବନ୍ଦୀରେ ୫୭୧ ପରିବାର

ବାତ୍ୟା ବେଳେ ଖୁସି ଖବର ଦେଲେ ମୁଖ୍ୟମନ୍ତ୍ରୀ, ମାଆ ଗୃହରେ ଜନ୍ମ ନେଲେ ୧୬୦୦ ଶିଶୁ

ଲୋକଙ୍କ ସେବାରେ ଶିବାନୀ:

ASHA WORKER SHIBANI MANDAL (ETV BHARAT ODISHA)

ଶିବାନୀ ମଣ୍ଡଳ କହିଛନ୍ତି, ''2006 ଜୁନ ମାସରୁ ମୁଁ ଆଶାକର୍ମୀ ଭାବେ କାମ କରୁଛି । ଆମ ପରିବାର ଭାବିକି ସମସ୍ତଙ୍କ ସେବା କରୁ । ଯେତେବେଳେ ମୋତେ ଖବର ଆସେ କାହାର ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇଛି ସେତେବେଳେ ମୋର ପରିବାରକୁ ଛାଡି ମୁଁ ବାହାରି ଯାଏ ସେବା କରିବାକୁ । ବାତ୍ୟା ଆଶ୍ରୟସ୍ଥଳକୁ ଯିବାକୁ 7 ଜଣ ବୃଦ୍ଧା ଚାଲିବାକୁ ସମର୍ଥ ନଥିବାରୁ ତାଙ୍କୁ ମୁଁ କାନ୍ଦ କରି ଆଶ୍ରୟସ୍ଥଳୀକୁ ଆଣିଥିଲି । ଲୋକଙ୍କ ସେବା କରିବାକୁ ମୋତେ ଭଲ ଲାଗେ । ''

ଇଟିଭି ଭାରତ, କେନ୍ଦ୍ରାପଡା

Last Updated : 4 hours ago

ABOUT THE AUTHOR

...view details