ଓଡିଶା

odisha

ETV Bharat / state

ବାତ୍ୟା ବେଳେ ଖୁସି ଖବର ଦେଲେ ମୁଖ୍ୟମନ୍ତ୍ରୀ, ମାଆ ଗୃହରେ ଜନ୍ମ ନେଲେ ୧୬୦୦ ଶିଶୁ

ବାତ୍ୟା ଦାନା ସମୟରେ ଜନନୀଙ୍କ ପାଇଁ ଖୁସି ଖବର ଶୁଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପ୍ରଭାବିତ ଅଞ୍ଚଳର ମାଆ ଗୃହରେ ଜନ୍ମ ନେଇଛନ୍ତି ୧୬୦୦ ନବଜାତ ଶିଶୁ ।

CYCLONE BABY BORN
CYCLONE BABY BORN (ETV Bharat Odisha)

By ETV Bharat Odisha Team

Published : 4 hours ago

ଭୁବନେଶ୍ବର: ଲ୍ୟାଣ୍ଡଫଲ କଲା ବାତ୍ୟା ‘ଦାନା’ । ବିଳମ୍ବିତ ରାତି 1.30 ସମୟରେ ଭିତରକନିକାର ହାବେଳିଖଟି ନେଚର କ୍ୟାମ୍ପରେ ସ୍ଥଳଭାଗ ଛୁଇଁଛି ‘ଦାନା’ । ବାତ୍ୟାକୁ ନେଇ ଭୟର ମାହୋଲ ରହିଥିବାବେଳେ ଜନ୍ମ ନେଇଛନ୍ତି ୧୬୦୦ ଶିଶୁ । ବିଳମ୍ବିତ ରାତିରେ ବାତ୍ୟା ସମୀକ୍ଷା ବେଳେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ବାତ୍ୟା ବେଳେ ଜନ୍ମ ନେଲେ ୧୬୦୦ ଶିଶୁ:

ଗୋଟେ ପଟେ ପ୍ରକୃତିର ତାଣ୍ଡବ ଲୀଳା । ଅନ୍ୟପଟେ ମେଡିକାଲରେ ଶୁଭୁଥିଲା କୁଆଁ କୁଆଁ ଡାକ । ବାତ୍ୟା ପ୍ରଭାବିତ ଅଞ୍ଚଳରେ ମା’ ଗୃହକୁ 4431 ଜଣ ଗର୍ଭବତୀଙ୍କୁ ସ୍ତାନାନ୍ତରିତ କରାଯାଇଥିଲା । ସେଥିରୁ 1600 ଜଣ ପ୍ରସବ କରିଛନ୍ତି । ସମସ୍ତେ ସୁସ୍ଥ ଏବଂ ସୁରକ୍ଷିତ ଅଛନ୍ତି ।

ଜନ୍ମ ନେଲେ ୧୬୦୦ ଶିଶୁ (ETV Bharat Odisha)

ଢେଙ୍କାନାଳରେ ଜନ୍ମ ନେଲେ ୪୩ ଶିଶୁ:

ଢେଙ୍କାନାଳ ଜିଲ୍ଲାରେ ମୋଟ 122 ଜଣ ଆସନ୍ନ ପ୍ରସବଙ୍କୁ ବାତ୍ୟା ପ୍ରଭାବରୁ ରକ୍ଷା କରିବା ପାଇଁ ମେଡିକାଲ ଭର୍ତ୍ତି କରାଯାଇଥିଲା l ସେଥି ମଧ୍ୟରୁ ଗତକାଲି(ଗୁରୁବାର) 43 ଜଣ ମହିଳା ସୁରକ୍ଷିତ ପ୍ରସବ କରାଇଛନ୍ତି l ସେହିପରି ସ୍ୱାସ୍ଥ୍ୟ ବିଭାଗ ବାତ୍ୟା ସମୟରେ କିଭଳି ଜନସାଧାରଣ ଉପଯୁକ୍ତ ଚିକିତ୍ସା ପାଇବେ ତାହା ସୁନିଶ୍ଚିତ କରାଇଛନ୍ତି ।

ଢେଙ୍କାନାଳ ହସ୍ପିଟାଲରେ ଗର୍ଭବତୀ (ETV Bharat Odisha)

୬ ଲକ୍ଷ ସ୍ଥାନାନ୍ତର:

ବାତ୍ୟା ଲ୍ୟାଣ୍ଡଫଲ ପୂର୍ବରୁ ବିଳମ୍ବିତ ରାତିରେ ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବାତ୍ୟା ସ୍ଥଳଭାଗ ଛୁଇଁବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁସାରେ, ‘ ୧୧ ଜିଲ୍ଲାରେ ପ୍ରାୟ ୧୦ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରଣ କରିବାକୁ ଯୋଜନା କରିଥିଲୁ । ବାତ୍ୟାର ସ୍ଥିତି ବଦଳିବାରୁ ଆମେ ୩ ଲକ୍ଷ ୫୨ ହଜାର ଲୋକଙ୍କୁ ସ୍ଥାନାନ୍ତର କରିବାକୁ ଟାର୍ଗେଟ କରିଥିଲୁ । ପ୍ରାୟ ୫ ଲକ୍ଷ ୮୪ ହଜାର ୮୮୮ ସ୍ଥାନାନ୍ତର ହୋଇଥିଲେ । ବାତ୍ୟା ପୂର୍ବରୁ ଏହି ସଂଖ୍ୟା ୬ ଲକ୍ଷ ଟପିବ । ବାତ୍ୟା ଆଶ୍ରୟ ସ୍ଥଳୀ ସଂଖ୍ୟା ୮୩୮୨କୁ ବୃଦ୍ଧି କରାଯାଇଛି । ୬୦୦୮ଟି ବାତ୍ୟା ଆଶ୍ରୟ ସ୍ଥଳୀରେ ଲୋକେ ରହୁଛନ୍ତି ।

ଢେଙ୍କାନାଳ ହସ୍ପିଟାଲରେ ଗର୍ଭବତୀ (ETV Bharat Odisha)

ବାଲେଶ୍ବରରେ ୧ ଲକ୍ଷ ୭୨ ହଜାରରୁ ଊର୍ଦ୍ଧ୍ବଙ୍କୁ ସ୍ଥାନାନ୍ତର:

ମୁଖ୍ୟମନ୍ତ୍ରୀ ସମୀକ୍ଷା ବେଳେ ଆହୁରି କହିଥିଲେ, ‘ବାଲେଶ୍ଵର ଜିଲ୍ଲାରେ ପ୍ରାୟ ୧ ଲକ୍ଷ ୭୨ ହଜାର ୯୧୬ ଜଣ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ସେହିପରି ମୟୂରଭଞ୍ଜରୁ ୧ ଲକ୍ଷ, ଭଦ୍ରକରେ ୭୫ ହଜାର, ଯାଜପୁରରେ ୫୮ ହଜାର, କେନ୍ଦ୍ରାପଡାରେ ୪୬ ହଜାର ଲୋକଙ୍କୁ ସ୍ଥାନନ୍ତରିତ କରାଯାଇଛି ।’

ଢେଙ୍କାନାଳ ହସ୍ପିଟାଲରେ ଗର୍ଭବତୀ (ETV Bharat Odisha)

ଏହା ମଧ୍ୟ ପଢନ୍ତୁ:

ଲାଇଭଲ୍ୟାଣ୍ଡଫଲ ପରେ ତାଣ୍ଡବ ରଚୁଛି ବାତ୍ୟା 'ଦାନା': ଅଶାନ୍ତ ସମୁଦ୍ର, ସୁ ସୁ ବହୁଛି ପବନ

କେନ୍ଦ୍ରାପଡ଼ା ହାବେଳିଖଟିରେ ଲ୍ୟାଣ୍ଡଫଲ କଲା ବାତ୍ୟା ଦାନା, ପବନ ବେଗ ୧୨୦ କିଲୋମିଟର, ବର୍ଷା ଜାରି

କେନ୍ଦ୍ରାପଡ଼ାରେ ବାତ୍ୟା 'ଦାନା' ଭୟ: ହେନ୍ତାଳ ବଣ ଭରସା, କାରଣ ଜାଣନ୍ତୁ...

ବାତ୍ୟା ପାଇଁ ପ୍ରଭାବିତ ହେବ ୧୧ ଜିଲ୍ଲା, ୪ ଲକ୍ଷ ଲୋକ ହେବ ପ୍ରଭାବିତ

ବାତ୍ୟା ପରବର୍ତ୍ତୀ ମୁକାବିଲା ପ୍ରସ୍ତୁତି:

ବାତ୍ୟା ପରବର୍ତ୍ତୀ ମୁକାବିଲା ପାଇଁ ପରିବହନ ସ୍ବାଭାବିକ, ପାନୀୟ ଜଳ ଯୋଗାଣ, ବିଦ୍ୟୁତ ସେବା ମରାମତି ପାଇଁ ଟିମ ପ୍ରସ୍ତୁତ ହୋଇ ମୁତୟନ ଅଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବାତ୍ୟା ଲ୍ୟାଣ୍ଡ ଫଲ କଲେ ବିଦ୍ୟୁତ ଖୁଣ୍ଟ ଭାଙ୍ଗିବ । ବିଦ୍ୟୁତ ସଂଯୋଗ ମଧ୍ୟ କଟିବ । ଏହାର ମରାମତି ପାଇଁ ଟିମ ମଧ୍ୟ ନିୟୋଜିତ ଅଛନ୍ତି । ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତି ସୂଚନା ଆସିନାହିଁ ( ବିଳମ୍ବିତ ରାତିର ସୂଚନା ଅନୁସାରେ) । ଲ୍ୟାଣ୍ଡଫଲ ପରେ ଯେଉଁ ଯେଉଁ ଜିଲ୍ଲାକୁ ପ୍ରଭାବିତ କରିବ, ଢେଙ୍କାନାଳ, ଅନୁଗୋଳରେ ମଧ୍ୟ ସ୍ଥାନାନ୍ତରିତ ଏବଂ ବ୍ୟାପକ ପ୍ରସ୍ତୁତି ନେଇ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ପଦକ୍ଷେପ ସରକାର ସଫଳ ହେବ । ଜିରୋ କାଜୁଆଲିଟି ମିଶନ ମଧ୍ୟ ସଫଳ ହେବ । ଆତଙ୍କିତ ନହୋଇ ସମସ୍ତେ ଯେଉଁଠି ଅଛନ୍ତି ସୁରକ୍ଷିତ ରୁହନ୍ତୁ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details