ଓଡିଶା

odisha

ETV Bharat / state

୩ ଦିନ ପରେ ବି ସୁଧୁରିନି କଟକ ସ୍ଥିତି, ସିଏମସିକୁ ବିରୋଧୀଙ୍କ ଚେତାବନୀ - Waterlogging Condition In Cuttack

Waterlogging Condition In Cuttack: କାଳବୈଶାଖୀ ବର୍ଷାରେ କଟକ ସହର ବେହାଲ ହେବା ପରେ ବି ସ୍ଥିତି ରେ ଆସିନି ସୁଧାର । ଏବେ ବି କିଛି ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ରହିଥିବା ବେଳେ ସରକାର ଓ ସିଏମସି କୁ ଦାୟୀ କରିଛନ୍ତି ସହରବାସୀ ଓ ବିରୋଧୀ । ଅଧିକ ପଢନ୍ତୁ

By ETV Bharat Odisha Team

Published : May 14, 2024, 7:46 PM IST

Waterlogging Condition In Cuttack
Waterlogging Condition In Cuttack (ETV Bharat Odisha)

Waterlogging Condition In Cuttack (ETV Bharat Odisha)

କଟକ: ୩ ଦିନ ପୂର୍ବେ କାଳବୈଶାଖୀ ବର୍ଷାରେ ବେହାଲ ହେବା ପରେ ମଧ୍ୟ ସୁଧୁରିନି କଟକର ସ୍ଥିତି । ଗତ ୧୧ ତାରିଖ ରାତିରେ ହୋଇଥିବା କାଳବୈଶାଖୀ ଜନିତ ବର୍ଷା ପାଇଁ କଟକ ସହର ହୋଇଥିଲା ଜଳବନ୍ଦୀ । କଟକରୁ କାଳବୈଶାଖୀ ବର୍ଷା ଛାଡିବାକୁ 48ଘଣ୍ଟାରୁ ଅଧିକ ସମୟ ବିତି ସାରିଛି । ପୂର୍ଵ ପରି ସହରରେ ରୁଦ୍ରତାପ ଜାରି ରହିଛି । ହେଲେ ବିଡ଼ମ୍ବନାର ବିଷୟ ବର୍ଷା ଜଳ ଏଯାବତ କଟକର ଅନେକ ଅଞ୍ଚଳରେ ରହିଥିବା ନେଇ ଅଭିଯୋଗ ହୋଇଛି, ଯାହାକୁ ନେଇ ନାହିଁ ନଥିବା ଚିନ୍ତାରେ କଟକବାସୀ ।

ଏହା ମଧ୍ୟ ପଢନ୍ତୁ ...ଅଦିନିଆ ବର୍ଷାରେ ବୁଡିଲା କଟକ, କାଳବୈଶାଖୀକୁ ଦୋଷ ଦେଲେ ମେୟର - CUTTACK WATER LOGGING

ଏନେଇ ଜଣେ ସ୍ଥାନୀୟ ଲୋକ କହିଛନ୍ତି, "କଟକବାସୀ ଏବେ ଜଳ ବନ୍ଦୀ ନୁହଁ ବରଂ ଜଳଦାସୀ ପାଲଟିଛନ୍ତି । ଟିକିଏ ବର୍ଷା ହେଲେ କଟକ ସହରର ଅବସ୍ଥା ବେହାଲ ହୋଇପଡୁଛି । ସିଏମସି କେବଳ ସହରରେ ଉପର ଚକଚକିଆ କାମ କରୁଛି ଯାହାର କୌଣସି ଫାଇଦା ନାହିଁ । ସହରରେ ବକ୍ସ ଡ୍ରେନ କରିବାର କଣ ମୂଲ୍ୟ ରହିଲା ବୋଲି ପ୍ରଶ୍ନ କରିଛନ୍ତି ଜନତା । ଏଭଳି ଜଳବନ୍ଦୀ ସମସ୍ୟା କଟକବାସୀଙ୍କ ଦେହସୁହା ହୋଇଗଲାଣି ।" ସରକାର ଏ ନେଇ କଣ କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଜନତା । ସହରରେ ଡ୍ରେନ ସଫା ହେଉଛି ସତ ମାତ୍ର କେବଳ କାଗଜ କଲମରେ ବୋଲି ସହରବାସୀ ସମାଲୋଚନା କରିଛନ୍ତି ।

ତେବେ ଏହି ଘଟଣାକୁ ନେଇ ମେୟର ବର୍ଷାକୁ ଦୋଷ ଦେଇଥିଲା ବେଳେ କିନ୍ତୁ ଆଜି ସିଏମସି ବିରୋଧୀ ଦଳ କର୍ପୋରେଟର ସନ୍ତୋଷ ଭୋଳ ମେୟର ସୁବାସ ସିଂକୁ କରିଛନ୍ତି ଟାର୍ଗେଟ । ବକ୍ସ ଡ୍ରେନ କାର୍ଯ୍ୟକୁ ଧାର୍ଯ୍ୟ ସମୟ ପୂର୍ବରୁ ଶେଷ କରିବା କଥା । କେବଳ ନିର୍ବାଚନୀ ମୁଦ୍ଦା କରିବା ପାଇଁ ସିଏମସି ଓ ସରକାର ଏଭଳି ଢଙ୍ଗରେ ବେପରୁଆ କାର୍ଯ୍ୟ କରିଛନ୍ତି । ଯାହା ପାଇଁ କଟକବାସୀ ହେଉଛନ୍ତି ହନ୍ତସନ୍ତ । ତେବେ ଏଥିପାଇଁ ବର୍ଷା ନୁହଁ ବରଂ ଖୋଦ ସିଏମସି ମେୟର ଓ ବିଜେଡି ସରକାର ଦାୟୀ ବୋଲି କହିଛନ୍ତି ବିରୋଧୀ ଦଳ କର୍ପୋରେଟର ସନ୍ତୋଷ ଭୋଳ । ଯଦି ବର୍ଷା ପୂର୍ବରୁ କଟକର ସମସ୍ତ ନାଳ ସଠିକ ଢଙ୍ଗରେ ସଫା ନ କରାଯାଏ, ତେବେ କଟକବାସୀ ସିଏମସିକୁ ଉଚିତ ଜବାବ ଦେବେ ବୋଲି କହିଛନ୍ତି ସେ । ତେବେ କିଛି ଦିନ ପୂର୍ବରୁ କଟକରେ ହୋଇଥିବା କାଳବୈଶାଖୀ ବର୍ଷାରେ ରାଉଶାପାଟଣା, ଝୋଲା ସାହି, ସେମିନାର ଛକ ,ମେରିଆ ବଜାର, ମକରବାଗ ସାହି ଓ ଫ୍ରେଣ୍ଡସ କଲୋନୀ ଆଦି ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ଉପୁଜିଥିଲା ।

ଇଟିଭି ଭାରତ, କଟକ

ABOUT THE AUTHOR

...view details