କଟକ:ନକଲି ଜିନିଷର ହବ ପାଲଟିଛି କି କଟକ । ଜଗତପୁରରୁ ଠାବ ହେଲା ଅସଲି ବ୍ରାଣ୍ଡ ନାଁରେ ନକଲି ଟାୟାର ଗୋଦାମ । ନାମୀଦାମୀ କମ୍ପାନୀ ନାମରେ ନକଲି ସାଇକେଲ ଓ ବାଇକ୍ ଟାୟାର ଦୀର୍ଘଦିନ ହେବ ବିକ୍ରି ହେଉଥିଲା । ଏନେଇ ସୂଚନା ପାଇବା ପରେ ଜଗତପୁର ଥାନା ଅନ୍ତର୍ଗତ ଖଇରା ପୋଲ ନିକଟରେ ଥିବା ଉତ୍କଳ ଡିଷ୍ଟ୍ରିବ୍ୟୁଟର ନାମକ ଟାୟାର ଗୋଦାମରେ ପୋଲିସର ରେଡ଼ କରିଥିଲା । ଗୋଦାମର ମାଲିକକୁ ଅଟକ ରଖି ପଚରାଉଚରା କରିଛି ପୋଲିସ ।
ଦାମୀ ବ୍ରାଣ୍ଡ ନାମରେ ନକଲି ଟାୟାର:
ଜଗତପୁରରୁ ନକଲି ଟାୟାର ଗୋଦାମ ଠାବ (ETV Bharat Odisha) ଦାମୀ ବ୍ରାଣ୍ଡ ନାମରେ ଗୋଦାମରୁ ଅନ୍ୟ ସ୍ଥାନକୁ ବିକ୍ରି ହେଉଥିଲା ନକଲି ଟାୟାର । ବିଭିନ୍ନ ଦୋକାନ ମାନଙ୍କୁ ଏହାକୁ ପଠାଯାଉଥିଲା । ବିଶେଷ କରି ଗ୍ରାମାଞ୍ଚଳ ମାନଙ୍କରେ ଥିବା ଟାୟାର ଗୁଡ଼ିକୁ ପଠାଯିବା ସହ ନାମୀ କମ୍ପାନୀର ଟାୟାର ଦାମର ଅଧା ଦାମରେ ବିକ୍ରି କରାଯାଉଥିଲା । ଯେତେବେଳେ ଦାମୀ କମ୍ପାନୀର କର୍ତ୍ତୃପକ୍ଷ ଏହି ନକଲି ଟାୟାର ଗୋଦାମ ସମ୍ପର୍କରେ ସୂଚନା ପାଇଥିଲେ ଏନେଇ ଜଗତପୁର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ପୁରା ଫିଲ୍ମ ଷ୍ଟାଇଲରେ ଗୋଦାମରେ ଚଢାଉ କରିଥିଲା । ଏହାପରେ ସଂପୂର୍ଣ୍ଣ ଗୋଦାମକୁ ଯାଞ୍ଚ କରିବା ସହ ଟାୟାର, କାଗଜପତ୍ରକୁ ଜବତ୍ କରାଯାଇଛି । ଗୋଦାମର କର୍ମଚାରୀଙ୍କୁ ମଧ୍ୟ ଅଟକ ରଖିଛି ପୋଲିସ ।
ଏହା ମଧ୍ୟ ପଢନ୍ତୁ-ଲୋକଙ୍କ ଜୀବନ ସହ ଖେଳ; ରାଜଧାନୀରେ ନକଲି ସସ୍ କାରଖାନା, ଜବତ କଲା କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ବାଡ଼
4 ହଜାରରୁ ଊର୍ଦ୍ଧ୍ବ ଟାୟାର ଜବତ:
ଏସିପି ଅରୁଣ ସ୍ୱାଇଁକହିଛନ୍ତି, ''ଏହି ଗୋଦାମ ବିଗତ ବର୍ଷେ ଧରି ଟାୟାର ହୋଲସେଲିଂ ବ୍ୟବସାୟ କରି ଆସୁଥିଲା । ଖବର ପାଇବା ପରେ ଥାନାରେ ଏକ ମାମଲା ରୁଜୁ ହୋଇ ଗୋଦାମରେ ଚଢାଉ କରାଯାଇଥିଲା । 4 ହଜାରରୁ ଊର୍ଦ୍ଧ୍ବ ଟାୟାର ଜବତ କରାଯାଇଛି । ସମସ୍ତ ଟାୟାର ଯାଞ୍ଚ କରାଯାଇ ନକଲି ବୋଲି ଜଣାପଡିଛି । ତାହା ଦାମୀ ନୁହେଁ ବରଂ ଅନ୍ୟ ବ୍ରାଣ୍ଡର ବୋଲି ପୋଲିସ ଜାଣିବା ପରେ ଏହି ଗୋଦାମ ମାଲିକକୁ ଅଟକ ରଖି ପଚରାଉଚରା କରିଛି ପୋଲିସ ।''
ଏହା ମଧ୍ୟ ପଢନ୍ତୁ-ରାଜଧାନୀରୁ ଠାବ ହେଲା ନକଲି ସିମେଣ୍ଟ ଗୋଦାମ - DUPLICATES CEMENT FACTORY
ହିନ୍ଦୁସ୍ଥାନ ଟାୟାର କମ୍ପାନୀର ଆଞ୍ଚଳିକ ପରିଚାଳକ ଅଦ୍ଵୈୟେତ ଦାସ କହିଛନ୍ତି, ''ଗତବର୍ଷ ନଭେମ୍ବରରେ ମୋତେ ଖବର ମିଳିଥିଲା ଯେ ଆମ କମ୍ପାନୀ ନାମରେ ଏଠାରେ ନକଲି ଟାୟାର ବିକ୍ରି ହେଉଛି । ବର୍ଷେ ହେବ ଏଠାରେ ବ୍ୟବସାୟ ହେଉଥିଲା । ଗ୍ରାହକ ମଧ୍ୟ ଠକାମିର ଶିକାର ହେଉଛନ୍ତି ।''
ପୂର୍ବରୁ ମିଳିଛି ନକଲି ସାମଗ୍ରୀ:
ଜଗତପୁର ଅଞ୍ଚଳରେ ନକଲି କମ୍ପାନୀ ଓ ଗୋଦାମ ଠାବ ଘଟଣା ନୂଆ ନୁହେଁ । ପୂର୍ବରୁ ମଧ୍ୟ ନକଲି ସସ, ଘିଅ ଗୋଦାମ ଉପରେ ଚଢାଉ ହୋଇଛି । ପୂଳା ପୂଳା ନକଲି ସାମଗ୍ରୀ ବିକ୍ରି ଏବେ କଟକ ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।
ଇଟିଭି ଭାରତ, କଟକ