ବଲାଙ୍ଗୀର: ଜିଲ୍ଲାରେ ଚାଲିଥିଲା ଅନଲାଇନ ବେଆଇନ କ୍ରିପ୍ଟୋକରେନ୍ସି କାରବାର । ଦୁଇ ହଜାର ଲୋକଙ୍କ ଠାରୁ ୧୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଠକେଇ । ଏହି ମାମଲାରେ ୭ ଗିରଫ ହୋଇଥିବାବେଳେ ବହୁ ନାମୀଦାମୀ କାର ଏବଂ ମୋଟର ସାଇକଲ ଜବତ କରିଛି ପୋଲିସ । ବଲାଙ୍ଗୀରରେ ଦୀର୍ଘ ଦିନରୁ ଚାଲିଥିଲା ବେଆଇନ ଅନଲାଇନ କ୍ରିପ୍ଟୋକରେନ୍ସି କାରବାର । ଯାହାକୁ ବଲାଙ୍ଗୀରର ପୋଲିସ ଧରିବାରେ ସଫଳ ହୋଇଛି । ପୋଲିସ ଏହି ବେଆନ୍ କାରବାରର ଚାଞ୍ଚଲ୍ୟରକ ତଥ୍ୟ ପ୍ରଦାନ କରିଛି । ଆମ ଦେଶରେ କ୍ରିପ୍ଟୋ କରେନ୍ସି ଆଇନ ସମ୍ମତ ହୋଇନାହିଁ । ଏଥିରେ ଅନେକ ଠକ କୋଟି କୋଟି ଟଙ୍କା ଠକେଇ କରୁଥିବାର ଅଭିଯୋଗ ଆସିଛି ।
ତେବେ ସାମାଜିକ ଗଣମାଧ୍ୟମରୁ ଏଭଳି ଏକ ବଡ ଠକେଇର ସୂଚନା ପୋଲିସ ପାଇଥିଲା । ଏହାର ତଦନ୍ତ କରି ଏକ ବଡ଼ କ୍ରିପ୍ଟୋ ଠକେଇ ଗ୍ୟାଙ୍ଗକୁ ଧରିବାରେ ପୋଲିସ ସଫଳ ହୋଇଛି । ଏହି ଗ୍ୟାଙ୍ଗ କିଛି ବର୍ଷ ହେବ ବଲାଙ୍ଗୀରରୁ ବେଆଇନ କାର୍ଯ୍ୟ ଚଲାଇ ଆସୁଥିଲେ । ସୁଦପଡାରେ ଏମାନେ ପେଗାମାଈଟ ନାଁରେ ଏକ କମ୍ପାନୀ ଖୋଲି ଥିଲେ । ଅନଲାଇନ ଜରିଆରେ ସାମାଜିକ ଗଣମାଧ୍ୟମ, ୟୁଟ୍ୟୁବରେ ତଥା ଅନ୍ୟାନ୍ୟ ସାମାଜିକ ଗଣ ମାଧ୍ୟମରେ ଏମାନେ ଲୋଭନୀୟ ଅଫର ଦେଇ ଲୋକଙ୍କୁ ଏଥିରେ ତାଙ୍କଠୁ ଏହି କ୍ରିପ୍ଟୋ କରେନ୍ସିରେ ଟଙ୍କା ଲଗାଇବାକୁ ପ୍ରବର୍ତ୍ତାଇ ଆସୁଥିଲେ । ଏହି କ୍ରମରେ ସେମାନେ ୨ ହଜାରରୁ ଊର୍ଦ୍ଧ୍ବ ଲୋକଙ୍କ ଠାରୁ ୧୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଠକେଇ କରିଥିଲେ ।
ସେହିପରି ଏହି ଟଙ୍କାରେ ସେମାନେ ଜମି, ପ୍ଲଟ, ଦାମୀ କାର ଓ ମୋଟର ସାଇକଲ କିଣି ମଉଜ କରୁଥିଲେ । ତେବେ ପୋଲିସ ଏହି ଗ୍ୟାଙ୍ଗକୁ ଉପରେ ଚଢାଉ କରି ୭ ଜଣକୁ ଗିରଫ କରିଛି । ସେମାନଙ୍କ ମଧ୍ୟରୁ ୬ ଜଣ ବଲାଙ୍ଗୀର ଏବଂ ଜଣେ ଯାଜପୁରର ବୋଲି ପୋଲିସ ସୂଚନା ଦେଇଛି । ସେହିପରି ଏମାନଙ୍କ ଠାରୁ ୬ଟି ଦାମୀ କାର,ଦାମୀ ମୋଟର ସାଇକଲ, ୨୫ ଟି ଦାମୀ ମୋବାଇଲ, ବହୁ ଲାପଟପ କମ୍ପ୍ୟୁଟର ପୋଲିସ ଜବତ କରିଛି ପୋଲିସ । ଏହାସହ ଏମାନଙ୍କ ଠାରୁ ୮ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ମଧ୍ୟ ଜବତ କରାଯାଇଥିବା ସୂଚନା ଦେଇଛନ୍ତି ଏସପି ଋଷିକେଶ ଖିଲାର ।