ଓଡିଶା

odisha

ETV Bharat / state

ସାଇବର ଠକେଇ: ଇଣ୍ଟରପୋଲ ସହାୟତାରେ ଖୋଳତାଡ଼ କରିବ କ୍ରାଇମବ୍ରାଞ୍ଚ

JSW ଅଧିକାରୀଙ୍କୁ ସାଇବର ଠକେଇ ମାମଲାରେ କ୍ରାଇମବ୍ରାଞ୍ଚକୁ ବଡ ସଫଳତା । ୨୪ ସାଇବର ଠକଙ୍କୁ ଧରିଥିବା ବେଳେ, ଅଧିକ ଖୋଳତାଡ଼ ପାଇଁ ‘ଇଣ୍ଟରପୋଲ’ ସହାୟତା ନେବ ତଦନ୍ତକାରୀ ସଂସ୍ଥା ।

ବ୍ୟବସାୟୀଙ୍କଠାରୁ ସାଇବର ଠକେଇ ଘଟଣା, ‘ଇଣ୍ଟରପୋଲ’ର ସହାୟତା ନେବ କ୍ରାଇମବ୍ରାଞ୍ଚ
ବ୍ୟବସାୟୀଙ୍କଠାରୁ ସାଇବର ଠକେଇ ଘଟଣା, ‘ଇଣ୍ଟରପୋଲ’ର ସହାୟତା ନେବ କ୍ରାଇମବ୍ରାଞ୍ଚ (ETV Bharat odisha)

By ETV Bharat Odisha Team

Published : Nov 2, 2024, 2:49 PM IST

କଟକ:ସେୟାର କିଣିବା ଆଳରେ ବ୍ୟବସାୟୀଙ୍କଠାରୁ ୬ କୋଟି ୨୮ ଲକ୍ଷ ଟଙ୍କା ସାଇବର ଠକେଇ ଘଟଣାର ତଦନ୍ତ ଜାରି ରଖିଛି କ୍ରାଇମବ୍ରାଞ୍ଚ । ଏନେଇ ଆଜି ତୃତୀୟ ପର୍ଯ୍ୟାୟରେ ରାଜସ୍ଥାନରୁ ଗିରଫ ହୋଇଥିବା ୭ ଜଣ ସାଇବର ଠକଙ୍କୁ କୋର୍ଟ ଚାଲାଣ କରିଛି ତଦନ୍ତକାରୀ ସଂସ୍ଥା । ତେବେ ଏହି ମାମଲାରେ ଦେଶର ସାତଟି ରାଜ୍ୟରେ ଓଡ଼ିଶା କ୍ରାଇମବ୍ରାଞ୍ଚ ଟିମ୍‌ ରେଡ ଜାରି ରଖିଛି । ଏହି ମାମଲାରେ ଦୁବାଇ ଲିଙ୍କ ସାମନାକୁ ଆସିବା ପରେ ଏବେ ଅନ୍ତର୍ଜାତୀୟ ଅନୁସନ୍ଧାନକାରୀ ସଂସ୍ଥା ‘ଇଣ୍ଟରପୋଲ’ର ସହାୟତା ନେବାକୁ ଯାଉଛି କ୍ରାଇମବ୍ରାଞ୍ଚ । ଏପରି ଘଟଣା ଏକ ଅତିଜଟିଳ ସଂଗଠିତ ଠକେଇ ମାମଲା । ଘଟଣାର ମୂଳ ପର୍ଯ୍ୟନ୍ତ ଯାଇ ମାଷ୍ଟରମାଇଣ୍ଡ ପର୍ଯ୍ୟନ୍ତ ପହଞ୍ଚିବା କଷ୍ଟକର ହୋଇଥିଲେ ମଧ୍ୟ ସମ୍ଭବ ବୋଲି କହିଛନ୍ତି ସାଇବର ବିଶେଷଜ୍ଞ ।

  • ଅନୁଗୁଳ ବ୍ୟବସାୟୀଙ୍କଠୁ ୬ କୋଟି ୨୮ ଲକ୍ଷ ଠକେଇ:-

ଅନୁଗୁଳ ସ୍ଥିତ ଏକ ପ୍ରତିଷ୍ଠିତ କମ୍ପାନୀର ଜଣେ ଉଚ୍ଚପଦସ୍ଥ ଅଧିକାରୀଙ୍କଠାରୁ ସେୟାର କିଣିବା ଆଳରେ ୬ କୋଟି ୨୮ ଲକ୍ଷ ଟଙ୍କା ଠକି ନେଇଛନ୍ତି ସାଇବର ଠକ । ଏହି ମାମଲାର ତଦନ୍ତ କରି ଓଡିଶା କ୍ରାଇମବ୍ରାଞ୍ଚ ଏକ ବଡ଼ଧରଣର ସାଇବର ଠକେଇର ପର୍ଦାଫାସ କରିବାରେ ସଫଳ ହୋଇଛି । ଏହି ଠକେଇ ଘଟଣାରେ ତାମିଲନାଡୁ, ଗୁଜୁରାଟ ଓ ରାଜସ୍ଥାନ ପରି ଏକାଧିକ ରାଜ୍ୟକୁ ବ୍ୟାପିଛି ।

ବ୍ୟବସାୟୀଙ୍କଠାରୁ ସାଇବର ଠକେଇ ଘଟଣା, ‘ଇଣ୍ଟରପୋଲ’ର ସହାୟତା ନେବ କ୍ରାଇମବ୍ରାଞ୍ଚ (ETV Bharat odisha)
  • ଏପର୍ଯ୍ୟନ୍ତ ଗିରଫ ହେଲାଣି 24 ସାଇବର ଠକ

ଏହି ମାମଲାକୁ ଗମ୍ଭୀରତାର ସହ ନେଇ ରାଜ୍ୟ କ୍ରାଇମବ୍ରାଞ୍ଚ ଅନ୍ତଃରାଜ୍ୟ ଅପରେସନ ଜାରି ରଖିଛି । ବିଭିନ୍ନ ରାଜ୍ୟର ଏକାଧିକ ସ୍ଥାନରେ ରେଡ କରି ୩ଟି ପର୍ଯ୍ୟାୟରେ ମୋଟ ୨୪ ଜଣଙ୍କୁ ଗିରଫ କରିବା ସହ ଟଙ୍କା ଟ୍ରାନ୍ସଫର ହୋଇଥିବା ଶହେରୁ ଅଧିକ ବ୍ୟାଙ୍କ ଆକାଉଣ୍ଟ ଠାବ କରିବାରେ ସଫଳ ହୋଇଛି କ୍ରାଇମବ୍ରାଞ୍ଚ । ଠକେଇ ହୋଇଥିବା ୬ କୋଟି ୨୮ ଲକ୍ଷ ଟଙ୍କା ମଧ୍ୟରୁ ୧୬.୮୫ ଲକ୍ଷ ଟଙ୍କା କ୍ରାଇମବ୍ରାଞ୍ଚ ଫ୍ରିଜ୍ କରିଛି ।

କ୍ରାଇମବ୍ରାଞ୍ଚ କବଜାରେ ବଡ଼ ସାଇବର ଠକେଇ, ୨୪ ଗିରଫ, JSW ଅଧିକାରୀ ହୋଇଥିଲେ ଶୀକାର

  • ଶହେରୁ ଊର୍ଦ୍ଧ୍ବ ଆକାଉଣ୍ଟରେ ଉଠାଣ ହୋଇଛି ଠକେଇ ଟଙ୍କା !

ଲୋଭ ଦେଖାଇ ଅନୁଗୁଳ ସ୍ଥିତ ଏକ ପ୍ରତିଷ୍ଠିତ କମ୍ପାନୀର ଜଣେ ଉଚ୍ଚପଦସ୍ଥ ଅଧିକାରୀ କୁନ୍ତଳ ମଜୁମଦରଙ୍କଠାରୁ ୬ କୋଟି ୨୮ ଲକ୍ଷ ଟଙ୍କା ହଡପ କରାଯାଇଛି । ଠକେଇ ହୋଇଥିବା ୬ କୋଟି ୨୮ ଲକ୍ଷ ଟଙ୍କାକୁ ଶହେରୁ ଊର୍ଦ୍ଧ୍ବ ବ୍ୟାଙ୍କ ଆକାଉଣ୍ଟ ଜରିଆରେ କଢାଯାଇଥିବା ବେଳେ କିଛି ଅର୍ଥ ଦୁବାଇର ଏକ ‘ଏଟିଏମ’ରୁ ମଧ୍ୟ ଉଠାଯାଇଛି । ଏହା ଜଣିବା ପରେ ମାମଲାର ତଦନ୍ତ ପରିସରକୁ ଆହୁରି ବୃଦ୍ଧି କରିବାକୁ ଯାଉଛି । ଏହି ସାଇବର ଠକେଇର ଦୁବାଇ କନେକ୍ସନକୁ ଠାବ କରିବା ପାଇଁ ଓଡିଶା କ୍ରାଇମବ୍ରାଞ୍ଚ ଖୁବ ଶୀଘ୍ର ’ଇଣ୍ଟରପୋଲ’ର ସହାୟତା ନେବାକୁ ଯାଉଥିବା ଜଣାପଡିଛି । ସେପଟେ ଏହି ଭଳି ସାଇବର ଠକେଇ କରୁଥିବା ଲୋକେ ଅତି ଚତୁର । ଠକେଇ ହେଉଥିବା ଅର୍ଥ ସିଧାସଳଖ ଭାବେ ସେମାନଙ୍କ ପାଖକୁ ନଆସି ବିଭିନ୍ନ ସ୍ତର ବା ଲେୟାର ଦେଇ ଆସିଥାଏ । ଏହି ସ୍ତରଗୁଡ଼ିକରେ ଶତାଧିକ ଲୋକ ରହୁଥିବାରୁ ମାଷ୍ଟରମାଇଣ୍ଡ ପର୍ଯ୍ୟନ୍ତ ହଁଚିବା କଷ୍ଟକର ହୋଇଥିଲେ ମଧ୍ୟ ସମ୍ଭବ ବୋଲି କହିଛନ୍ତି ସାଇବର ଏକ୍ସପର୍ଟ ।

  • କଣ ଥିଲା ପୂରା ମାମଲା !
    ଅତ୍ୟଧିକ ଲୋଭ ହେଲା କାଳ । ଲୋଭ କରି ସାଇବର ଅପରାଧୀଙ୍କ ଜାଲରେ ଫସିଗଲେ ‘ଜେଏସଡବ୍ଲ୍ୟୁ’ ବରିଷ୍ଠ ଅଧିକାରୀ । ଲକ୍ଷ କି ଦୁଇ ଲକ୍ଷ ଟଙ୍କା ନୁହେଁ ବରଂ ୬ କୋଟି ୨୮ ଲକ୍ଷ ଟଙ୍କା ହରାଇଥିଲେ କୁନ୍ତଳ ମଜୁମଦାର । ଏହି ମାମଲାର ତଦନ୍ତ କରି କ୍ରାଇମବ୍ରାଞ୍ଚ ୨୪ ଜଣିଆ ଅନ୍ତରାଜ୍ୟ ସାଇବର ଠକ ଗ୍ୟାଙ୍ଗକୁ ଗିରଫ କରିଛି । ତେବେ ଏହି ଘଟଣାରେ ବିଦେଶୀ ଲିଙ୍କ ଥିବା ନେଇ ପ୍ରମାଣ ପାଇଛି କ୍ରାଇମବ୍ରାଞ୍ଚ ।
  • ୪ କୋଟି ଟଙ୍କା ନିବେଶ କଲେ, ୭ ଦିନରେ ୨୩ କୋଟି !

ପ୍ରଥମେ ୫୦ ହଜାର ଟଙ୍କା ନିବେଶ କରିଥିଲେ କୁନ୍ତଳ । ଦୁଇ ଦିନରେ ଏହି ଟଙ୍କା ୪ଗୁଣ ହୋଇ ୨ଲକ୍ଷ ଟଙ୍କା ହୋଇଯାଇଥିଲା । ଯାହାକୁ ନେଇ କୁନ୍ତଳ ସହଜରେ ବିଶ୍ୱାସ ମଧ୍ୟ କରିଥିଲେ । ଅଧିକରୁ ଅଧିକ ଟଙ୍କା ନିବେଶ କରିଥିଲେ କୁନ୍ତଳ । କୁନ୍ତଳଙ୍କୁ ପ୍ରଲୋଭିତ କରିବା ପାଇଁ ସାଇବର ଠକମାନେ ବିଭିନ୍ନ ପ୍ରଜାର ଆକର୍ଷଣୀୟ ଅଫର ଦେଇଥିଲେ । ଏପରିକି ୪୯ ଟଙ୍କା ମୂଲ୍ୟର ସେୟାରକୁ ରିହାତିରେ ୧୯ ଟଙ୍କାରେ ଉପଲବ୍ଧ ହେଉଥିବା କହି ଆହୁରି ପ୍ରଲୋଭିତ କରୁଥିଲେ । କୁନ୍ତଳା ଏଥିରେ ପ୍ରଭାଭିତ ହୋଇ ପ୍ରାୟ ୪ କୋଟି ଟଙ୍କାର ସେୟାର କିଣିଥିଲେ । ଏହି ୪ କୋଟି ମାତ୍ର ୭ ଦିନରେ ୨୩ କୋଟି ହୋଇ ଯାଇଥିଲା । ନିଜର ସେୟାର ଏତେ ବଢି ଯାଇଥିବାରୁ କୁନ୍ତଳ ଏହାକୁ ଉଠାଇବାକୁ ଚାହିଁଥିଲେ । ମାତ୍ର ସାଇବର ଠକମାନେ ତାଙ୍କୁ ଆହୁରି ଫସାଇଥିଲେ । ହ୍ବାଟଆପ ଗ୍ରୁପ ଆଡ଼ମିନ କହିଥିଲେ କି ଏହି ଟଙ୍କା ଉଠାଇବାକୁ ହେଲେ ୧ କୋଟି ଟଙ୍କା ନିବେଶ କରିବାକୁ ହେବ । ତେବେ ଏତେ ଟଙ୍କା ଦେଖି କୁନ୍ତଳଙ୍କୁ ଲୋଭ ହୋଇଥିଲା । ଫଳରେ ସେ ପୁଣି ୧ କୋଟି ଟଙ୍କା ଯୋଗାଡ କରି ପୁନର୍ବାର ନିବେଶ କରିଥିଲେ । ମାତ୍ର ଟଙ୍କା ଉଠାଇବାକୁ କହିବାରୁ ସାଇବର ଠକମାନେ ତାଙ୍କୁ ଗ୍ରୁପରୁ କାଢି ଦେଇଥିଲେ । ତେବେ ଏଭଳି ଠକେଇର ଶିକାର ହେବା ପରେ କୁନ୍ତଳା କ୍ରାଇମବ୍ରାଞ୍ଚର ଦ୍ୱାରସ୍ଥ ହୋଇଥିଲେ ।

  • ସାଇବର ଥାନାରେ ଅଭିଯୋଗ କରିଥିଲେ କି କୁନ୍ତଳ !

ଗତ ଅଗଷ୍ଟ 24 ତାରିଖରେ ସାଇବର ଅପରାଧ ହୋଇଥିବା ନେଇ କ୍ରାଇମବ୍ରାଞ୍ଚରେ ଅଭିଯୋଗ ହୋଇଥିଲା । ସାଇବର ଥାନା (କ୍ରାଇମ ବ୍ରାଞ୍ଚ ) କଟକରେ ଅଭିଯୋଗ କରାଯାଇଥିଲା । ଏହି ଅଭିଯୋଗ ମୁତାବକ, କୁନ୍ତଳଙ୍କୁ ଗତ ଜୁଲାଇ ମାସରେ ଗୋଟେ ହ୍ବାଟ୍ସଆପ ଗ୍ରୁପ ‘KOTAK INVESTMENT CLUB’ ଗ୍ରୁପ୍‌ର ଆଡମିନିଷ୍ଟ୍ରେଟର (617-2594164) ମେମ୍ବର ଭାବରେ ଆଡ କରାଯାଇଥିଲା । ଗ୍ରୁପ୍ ଆଡମିନ ସେହି ଗ୍ରୁପରେ ପୁଞ୍ଜି ନିବେଶ ବାବଦରେ ପ୍ରବର୍ତ୍ତାଇବାରୁ ଅଭିଯୋଗକାରୀ ଏହାକୁ ଏକ ପ୍ରକୃତ ନିବେଶ ଗ୍ରୁପ ବୋଲି ବିଶ୍ବାସ କରିଥିଲେ । ଗ୍ରୁପ ଆଡମିନଙ୍କ କହିବା ଅନୁସାରେ ମୋଟ 25,40,000 ଅଂଶଧନ କ୍ରୟ କରି ସେ ବାବଦକୁ 6.28 କୋଟି ବିନିଯୋଗ କରିଥିଲେ ।

ନିବେଶ ପରେ ତୁରନ୍ତ ସେୟାରର ମୂଳ ମୂଲ୍ୟ ହଠାତ ୧୧୦ ଟଙ୍କାକୁ ବୃଦ୍ଧି ପାଇ ନିଜ ନିବେଶର ଫଣ୍ଡ ଭ୍ୟାଲୁ 25 କୋଟିରେ ପହଞ୍ଚିବାରୁ, ଅଭିଯୋଗକାରୀ ତାଙ୍କର ଟଙ୍କା ଉଠାଇବାକୁ ଗ୍ରୁପ୍ ଆଡମିନଙ୍କୁ କହିଥିଲେ । ଅଗଷ୍ଟ ୧ରୁ ଅଗଷ୍ଟ ୭ ତାରିଖ ମଧ୍ୟରେ ଏଥିସହ ଗ୍ରୁପ୍ ଆଡମିନି ୨୩ କୋଟି ଟଙ୍କା ଉଠାଇବାକୁ ଅନୁମତି ବି ଦେଇଥିଲେ । ତାପରେ ଅଗଷ୍ଟ 21 ତାରିଖରେ ଯେତେବେଳେ ସେ ତାଙ୍କ ଟଙ୍କା ଉଠାଇବାକୁ ଚେଷ୍ଟା କଲେ, ତାଙ୍କୁ ତୁରନ୍ତ ଗ୍ରୁପ୍ ଆଡମିନ୍ ଗ୍ରୁପ୍ରୁ ହଟାଇ ଦିଆଗଲା ଏବଂ କାରବାର ପାଇଁ ବ୍ୟବହୃତ ହେଉଥିବା ଉକ୍ତ ଆପ୍ ନିଷ୍କ୍ରିୟ ହୋଇଗଲା ।

  • ରାଜ୍ୟ କ୍ରାଇମବ୍ରାଞ୍ଚକୁ ବଡ ସଫଳତା

କ୍ରାଇମବ୍ରାଞ୍ଚର ସାଇବର କ୍ରାଇମ ୟୁନିଟ ଏହି ଘଟଣାର ତଦନ୍ତ କରି ଜାଣିବାକୁ ପାଇଲେ ଯେ ଅଭିଯୋଗ କାରି ମୁଖ୍ୟତଃ 100ରୁ ଅଧିକ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରେ ମୋଟ ୬.୮ କୋଟି ଟଙ୍କା ଟ୍ରାନ୍ସଫର କରିଛନ୍ତି । ସମସ୍ତ ଟଙ୍କା ଟ୍ରାନ୍ସଫର ହୋଇ ପରେ ଏଟିଏମ, ଚେକ, ନଗଦ ମାଧ୍ୟମରେ ଗ୍ରୁପ୍ ଆଡମିନିକୁ ଦେଇଛନ୍ତି । ତଦନ୍ତାଧୀନ ସମସ୍ତ ବ୍ୟାଙ୍କ ଖାତା ସହ ମୋଟ ୧୬.୮୫ ଲକ୍ଷ ଟଙ୍କା ଫ୍ରିଜ୍‌ ହୋଅଛି ଓ ଅଭିଯୋଗକାରୀ ତାଙ୍କ ବ୍ୟାଙ୍କ ଖାତାରେ 6.80 ଲକ୍ଷ ଟଙ୍କା ଫେରସ୍ତ ପାଇଛନ୍ତି । ତଦନ୍ତ ସମୟରେ ସଂଗୃହିତ ବ୍ୟାଙ୍କ ବିବରଣୀ ଏବଂ ଅନ୍ୟାନ୍ୟ ଦଲିଲରୁ ସିଆଇଡି-ସିବି ଅଧିକାରୀଙ୍କ ଟିମ୍ ତାମିଲନାଡୁ, ଗୁଜୁରାଟ ଏବଂ ରାଜସ୍ଥାନ ଭଳି ରାଜ୍ୟରେ ମୋଟ ୨୪ ଅଭିଯୁକ୍ତଙ୍କୁ ସଫଳତାର ସହ ଚିହ୍ନଟ କରିବା ସହ ଆଜି ସୁଦ୍ଧା ତାମିଲନାଡୁର ୯ ଅଭିଯୁକ୍ତ, ଗୁଜୁରାଟର ୮ ଓ ରାଜସ୍ଥାନରୁ ୭ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି ।

ଇଟିଭି ଭାରତ, କଟକ

ABOUT THE AUTHOR

...view details