ଓଡିଶା

odisha

ETV Bharat / state

ପାଖେଇ ଆସୁଛି ଗଣତନ୍ତ୍ରର ମହାପର୍ବ, ଭୋଟ ଦେବାକୁ ଭୋଟରଙ୍କୁ କ୍ରିକେଟର ଶୁଭ୍ରାଂଶୁଙ୍କ ଅପିଲ୍‌ - Voter Awareness Program - VOTER AWARENESS PROGRAM

Voter Awareness Program: ଆଜି କେନ୍ଦୁଝରେ ଆୟୋଜିତ ହୋଇଯାଇଛି ଭୋଟର ସଚେତନତା କାର୍ଯ୍ୟକ୍ରମ। କ୍ରିକେଟର ଶୁଭ୍ରାଂଶୁ ସେନାପତି କାର୍ଯ୍ୟକ୍ରମରେ ଯୋଗ ଦେଇ ଅଧିକରୁ ଅଧିକ ମତଦାନ ପାଇଁ ଭୋଟରଙ୍କୁ କଲେ ସଚେତନ। ଅଧିକ ପଢ଼ନ୍ତୁ,

ଭୋଟର ସଚେତନତା କାର୍ଯ୍ୟକ୍ରମ
ଭୋଟର ସଚେତନତା କାର୍ଯ୍ୟକ୍ରମ

By ETV Bharat Odisha Team

Published : Apr 13, 2024, 2:03 PM IST

ଭୋଟର ସଚେତନତା କାର୍ଯ୍ୟକ୍ରମ

କେନ୍ଦୁଝର: ବାଜି ସାରିଛି ନିର୍ବାଚନର ବିଗୁଲ । ଓଡ଼ିଶାରେ ଆସନ୍ତା ମେ 13, ମେ 20, ମେ 25 ଓ ଜୁନ 1 ତାରିଖରେ ଭୋଟ ଗ୍ରହଣ ହେବ । ଯେଉଁଥିରେ ମେ 25 ତାରିଖରେ କେନ୍ଦୁଝରରେ ଭୋଟ ଗ୍ରହଣ କରାଯିବ । ଯାହା ପାଇଁ ଆଜି (ଶନିବାର) କେନ୍ଦୁଝର ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ଭୋଟର ସଚେତନତାକୁ ବ୍ୟାପକ କରାଯାଇଛି । ଆଜିର ଏହି ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମରେ ଅନ୍ତର୍ଜାତୀୟ ସୁନାମଧନ୍ୟ କ୍ରିକେଟର ଶୁଭ୍ରାଂଶୁ ସେନାପତି ଯୋଗ ଦେବା ସହିତ ଭୋଟରଙ୍କୁ ସଚେତନ କରାଇଛନ୍ତି ।

ଏହି କାର୍ଯ୍ୟକ୍ରମରେ ଆଗାମୀ ମେ ୨୫ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଏକକାଳୀନ ଲୋକସଭା ଓ ବିଧାନସଭା ନିର୍ବାଚନରେ ଅଧିକରୁ ଅଧିକ ମତଦାନ ପାଇଁ ଭୋଟରଙ୍କୁ ସଚେତନ କରାଯାଇଛି । ଶୁଭ୍ରାଂଶୁ ପ୍ରଥମେ ସ୍ଥାନୀୟ ଜନଜାତି ଗବେଷଣା କେନ୍ଦ୍ରରେ ହୋଇଥିବା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ପରେ ସେଠାରୁ ଶଙ୍କରପୁର ସ୍ଥିତ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଯାଇଥିଲେ । ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଦରବାର ହଲରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ସେ ଜିଲ୍ଲାବାସୀଙ୍କ ଉଦ୍ଦେଶ୍ୟରେ ମତଦାନର ଗୁରୁତ୍ୱକୁ ନିଜ ବାର୍ତ୍ତା ପ୍ରଦାନ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ....ସହରାଞ୍ଚଳରେ ଭୋଟର ସଚେତନତା ଅଭିଯାନ, ବ୍ୟାପକ ହେବ ସୁଇପି କାର୍ଯ୍ୟକ୍ରମ - Election Preparation In Khordha

ୟୁଥ୍ ଆଇକନ ଭାବରେ ନୂଆ ଦାୟିତ୍ବ ଗ୍ରହଣ ପରେ ସେନାପତି ପ୍ରତିକ୍ରିୟା ରଖି କହିଛନ୍ତି, ''ରାଷ୍ଟ୍ର ନିର୍ମାଣରେ ଯୁବଗୋଷ୍ଠୀଙ୍କର ପ୍ରମୁଖ ଭୂମିକା ରହିଛି । ମୁଁ ଓ ମୋର ପରିବାର ସର୍ବଦା ଭୋଟ ଦେଇଥାଉ । ଏହା ଆମର ଦାୟିତ୍ବ ଯାହାକୁ କେବେ ଅଣଦେଖା କରିବା କଥା ନୁହେଁ । କ୍ରିକେଟ ମ୍ୟାଚରେ ଯେପରି ଦଳ ଜିତିବା ପାଇଁ ସମସ୍ତ ଏଗାର ଜଣ ଖେଳାଳିଙ୍କୁ ନିଜ ନିଜ ଅବଦାନ ରଖିବାକୁ ପଡ଼ିଥାଏ ସେହିଭଳି ଆମ ଦେଶର ଗଣତନ୍ତ୍ରକୁ ସୁଦୃଢ଼ କରିବା ନିମନ୍ତେ ଆମ ସମସ୍ତଙ୍କୁ ନିଜ ନିଜ ଅବଦାନ ଭୋଟ ଦାନ କରି ରଖିବାକୁ ପଡିବ ।’’

ସେନାପତି ଗଣମାଧ୍ୟମ ପ୍ରତିନିଧିମାନଙ୍କ ମାଧ୍ୟମରେ ସମଗ୍ର କେନ୍ଦୁଝର ଜିଲ୍ଲାର ଭୋଟରମାନଙ୍କୁ ନିଜ ନିଜର ମତଦାନ ସାବ୍ୟସ୍ତ କରିବାକୁ ନିବେଦନ କରିଥିଲେ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଯଦୁମଣି ମହଲା, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ, ଉପଜିଲ୍ଲାପାଳ ତ୍ରିଲୋଚନ ମହାନ୍ତି, କେନ୍ଦୁଝର ସଦର ବ୍ଲକ ବିଡ଼ିଓ ତିଳୋତ୍ତମା ପୃଷ୍ଟି ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସାର୍ଥକ ରାୟ ଉପସ୍ଥିତ ରହିଥିଲେ ।

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

...view details