ଓଡିଶା

odisha

ETV Bharat / state

ନିଫ୍ଟର ସମାବର୍ତ୍ତନ ଉତ୍ସବ, ଯୋଗଦେବେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ - CONVOCATION DAY OF NIFT

ଆସନ୍ତା ନଭେମ୍ବର ୯ରେ ଭୁବନେଶ୍ବର ନିଫ୍ଟ ନିଜର ସମାବର୍ତ୍ତନ ଉତ୍ସବ ପାଳନ କରିବାକୁ ଯାଉଛି । ଏଥିରେ ୧୯୬ ଜଣ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଯିବ ।

CONVOCATION DAY OF NIFT
CONVOCATION DAY OF NIFT (ETV Bharat Odisha)

By ETV Bharat Odisha Team

Published : Nov 7, 2024, 10:01 PM IST

ଭୁବନେଶ୍ବର:ଫ୍ୟାସନ କ୍ଷେତ୍ରରେ ବର୍ତ୍ତମାନ କେବଳ ଧନୀ ନୁହେଁ ସାଧାରଣ ଘରର ପିଲାଟିଏ ବି ପାଠ ପଢ଼ିପାରିବ । ଏହାକୁ ବୃତ୍ତିଗତ ଭାବେ ଚୟନ କରି ନିଜର ଭବିଷ୍ୟତ ମଧ୍ୟ ଗଢ଼ିପାରିବ । କେବଳ ଭବିଷ୍ୟତ ଗଢିବା ନୁହେଁ ନିଜେ ଚାକିରି କରିବା ସହ ଅନ୍ୟ ପାଇଁ ଚାକିରି ସୁଯୋଗ ମଧ୍ୟ ସୃଷ୍ଟି କରିପାରିବ । ଆଉ ଏହି ସୁଯୋଗ ସବୁ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ଆଣିଦେଇଛି କେନ୍ଦ୍ର ସରକାରଙ୍କ ପ୍ରତିଷ୍ଠାନ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଫ୍ୟାସନ ଟେକ୍ନୋଲୋଜି ବା ନିଫ୍ଟ । ଓଡ଼ିଶାରେ ଥିବା ଭାରତର ଦ୍ୱିତୀୟ ଫ୍ୟାସନ ଡ଼ିଜାଇନ ପ୍ରତିଷ୍ଠାନ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଫ୍ୟାସନ ଟେକ୍ନୋଲୋଜି ଦେଶରେ ଚାକିରି ସୁଯୋଗରେ ଦ୍ୱିତୀୟରେ ରହିଛି । ତେବେ ଆସନ୍ତା ନଭେମ୍ବର ୯ ତାରିଖରେ ଭୁବନେଶ୍ବର ନିଫ୍ଟ ନିଜର ସମାବର୍ତ୍ତନ ଉତ୍ସବ ପାଳନ କରିବାକୁ ଯାଉଛି ।

CONVOCATION DAY OF NIFT (ETV Bharat Odisha)

ନିଫ୍ଟ ସମାବର୍ତ୍ତନ ଉତ୍ସବ:

ଏଥିରେ ମୁଖ୍ୟଅତିଥି ଭାବେ ଯୋଗ ଦେବେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ନିଫ୍ଟର ଡ଼ାଇରେକ୍ଟର ଜେନେରାଲ ତନୁ କଶ୍ୟପ ।ଏହି ସମାବର୍ତ୍ତନ ଉତ୍ସବ ସିଏସଆର-ଆଇଏଏମଟି ଅଡିଟୋରିୟମଠାରେ ଆୟୋଜିତ ହେବାକୁ ଯାଉଛି । ଏହି ଅବସରରେ ୧୬୮ ଜଣ ସ୍ନାତକ ଏବଂ ୨୦ ଜଣ ସ୍ନାତକତ୍ତୋର ଛାତ୍ରଛାତ୍ରୀଙ୍କ ସମେତ ୧୯୬ ଜଣ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଯିବ । ଯେଉଁଠି ପିଲାମାନେ ପାଠ ପଢିବା ସହ ନିଜ କଳାର ପ୍ରଦର୍ଶନ କରିପାରିବେ । ଆଉ ସୁନ୍ଦର ଏକ ଭବିଷ୍ୟତର ପରିକଳ୍ପନା କରିପାରିବେ । ଖାଲି ଛାତ୍ରଛାତ୍ରୀ ନୁହେଁ କେନ୍ଦ୍ର ସରକାରଙ୍କ ଏହି ପ୍ରତିଷ୍ଠାନ ବୁଣାକାରମାନଙ୍କୁ ବି ପ୍ରୋତ୍ସାହିତ ସହ ରୋଜଗାରର ସୁଯୋଗ ଦେଉଛନ୍ତି ।

ବୁଣାକାରଙ୍କ କଳାକୁ ବିଶ୍ବସ୍ତରରେ ପହଞ୍ଚାଇବା ଲକ୍ଷ୍ୟ:

ଗାଁରେ ଥିବା ବୁଣାକାରମାନକ ପାଖରେ ପହଞ୍ଚି ସେମାନଙ୍କ କଳାକାରୀକୁ ନେଇ ଛାତ୍ରଛାତ୍ରୀଙ୍କୁ ଓଡ଼ିଶାର କଳା-ସଂସ୍କୃତି ଓ ପରମ୍ପରା ଉପରେ ଶିକ୍ଷାଦେବା ସହ ମହିଳାଙ୍କୁ ପ୍ରଶିକ୍ଷଣ ମଧ୍ୟ ଦେଉଛି । କାରଣ ପ୍ରତିଷ୍ଠାନର ଲକ୍ଷ୍ୟ ରହିଛି ଆଞ୍ଚଳିକ ପରିସରର ପିଲାଙ୍କୁ ସୁଯୋଗ ଦେବା ଓ ସେହି ରାଜ୍ୟର ବୁଣାକାରଙ୍କ କଳାକୁ ବିଶ୍ୱରେ ପହଞ୍ଚାଇବା । ଏହାଦ୍ୱାରା ଏକ ସୁନ୍ଦର ଫ୍ୟାସନ ଶିଳ୍ପ ମାଧ୍ୟମରେ ଜଣେ ସ୍ୱାବଲମ୍ବୀ ହେବା ସହ ନିଜ ଆଞ୍ଚଳିକ କଳାର ପ୍ରଚାର ପ୍ରସାର କରିପାରିବେ ବୋଲି କହିଛନ୍ତି ଭୁବନେଶ୍ୱର ଏନଆଇଏଫଟିର ନିର୍ଦ୍ଦେଶକ ରାଜେଶ କୁମାର ଝା ।

ଏହା ମଧ୍ୟ ପଢନ୍ତୁ ...ପୁରୀରେ ହେବ ଅନ୍ତର୍ଜାତୀୟ ମହୋଦଧି ଦିବସ, ୬୦୦ରୁ ଅଧିକ ପ୍ରତିଯୋଗୀ ହେବେ ସାମିଲ

ଏହା ମଧ୍ୟ ପଢନ୍ତୁ ...ଜଷ୍ଟିସ ଆଟ୍ ଡୋର ଷ୍ଟେପ: ମହିଳାଙ୍କ ପାଇଁ ପ୍ରତି ବ୍ଲକରେ ଗ୍ରାମ୍ୟ ନ୍ୟାୟାଳୟ, ମୁଖ୍ୟମନ୍ତ୍ରୀଙ୍କ ସୂଚନା 'ଡଷ୍ଟବିନକୁ ଯିବ ଅଦରକାରୀ ଆଇନ'

ଏହା ମଧ୍ୟ ପଢନ୍ତୁ ...ଅକ୍ଟୋବର ନୁହେଁ ଜାନୁଆରୀରୁ ହିତାଧିକାରୀଙ୍କୁ PDS ଗହମ: ଯୋଗାଣ ମନ୍ତ୍ରୀ

ଭାରତ ସରକାରଙ୍କ ବୟନ ମନ୍ତ୍ରଣାଳୟର ଏକ ପ୍ରତିଷ୍ଠିତ ଅନୁଷ୍ଠାନ । ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଫ୍ୟାଶନ ଟେକ୍ନୋଲୋଜି ରାଜ୍ୟ ତଥା ଦେଶରେ ଫ୍ୟାସନ ଶିକ୍ଷା କ୍ଷେତ୍ରରେ ନିଜର ସ୍ବତନ୍ତ୍ରତା ଆଣିବା ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି । ୧୯୮୬ ମସିହାରେ ପ୍ରତିଷ୍ଠା ହୋଇଥିବା ନିଫ୍ଟ ଭାରତର ପ୍ରଥମ ଅନୁଷ୍ଠାନ ଥିଲା, ଯାହା ଫ୍ୟାସନ କ୍ଷେତ୍ରରେ ଶିକ୍ଷା ଆରମ୍ଭ କରିଥିଲା । ସର୍ବଭାରତୀୟ ସ୍ତରରେ ଶିକ୍ଷାର ଗୁଣାତ୍ମକ ମୂଲ୍ୟ ବୃଦ୍ଧି କରିଥିଲା । ଏହି ଅନୁଷ୍ଠାନ ଅଣ୍ଡର ଗ୍ରାଜୁଏଟ୍, ସ୍ନାତକତ୍ତୋର, ଡକ୍ଟରେଟ୍ ଆଦି ପ୍ରଦାନ କରିଥାଏ । ଏଥରେ ଛାତ୍ରଛାତ୍ରୀମାନଙ୍କ ପାଇଁ ଲାଇଭ ଇଣ୍ଟର୍ନସିପ୍, ଲାଇଭ ପ୍ରୋଜେକ୍ଟ ଏବଂ ଜାତୀୟ ତଥା ଆନ୍ତର୍ଜାତୀୟ ଫ୍ୟାସନ ହାଉସ୍‌ରେ କର୍ମ ନିଯୁକ୍ତିର ବ୍ୟାପକ ସୁଯୋଗ ରହିଥିବା ବେଳେ ଫ୍ୟାସନ ଇଣ୍ଡଷ୍ଟ୍ରିରେ ଭବିଷ୍ୟତ ଗଠନ କରିବା ପାଇଁ ସେମାନଙ୍କୁ ପ୍ରେରଣା ଯୋଗାଇଥାଏ ବୋଲି କହିଛନ୍ତି ଭୁବନେଶ୍ୱର ନିଫ୍ଟର ନିର୍ଦ୍ଦେଶକ ରାଜେଶ କୁମାର ଝା ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details