ଓଡିଶା

odisha

ଓଡିଶାରେ ବିଜେପି ଆରମ୍ଭ କଲା କି ଅପରେସନ ଲୋଟସ ? ସୁସ୍ଥ ଗଣତନ୍ତ୍ର ପାଇଁ ଏହା ସମୀଚିନ ନୁହେଁ କହିଲା କଂଗ୍ରେସ - shrikant jena targets bjp

By ETV Bharat Odisha Team

Published : Aug 2, 2024, 10:00 PM IST

SHRIKANT JENA TARGETS BJP: ଓଡ଼ିଶାରେ ବିଜେପିର ଅପରେସନ ଲୋଟସ ଆରମ୍ଭ ହେଲା କି ? ବିଜେଡିର ରାଜ୍ୟସଭା ସାଂସଦ ବିଜେପିରେ ମିଶିବା ଘଟଣାକୁ ନେଇ ପ୍ରତିକ୍ରିୟା ରଖିଲା କଂଗ୍ରେସ । ଦଳର ବରିଷ୍ଠ ନେତା ଶ୍ରୀକାନ୍ତ ଜେନା କହିଲେ," ଏହା ସୁସ୍ଥ ଗଣତନ୍ତ୍ର ପାଇଁ ଏହା ସମୀଚିନ ନୁହେଁ ।" ଅଧିକ ପଢନ୍ତୁ

CONGRESS LEADER SHRIKANT JENA TARGETS BJP
CONGRESS LEADER SHRIKANT JENA TARGETS BJP (ETV Bharat Odisha)

ଭୁବନେଶ୍ବର:ଓଡିଶାର ସାମ୍ପ୍ରତିକ ରାଜନୈତିକ ସ୍ଥିତି ଏବେ ରୋଚକ ମୋଡ଼ ଦେଇ ଗତି କରୁଛି । କେତେବେଳେ କ'ଣ ଯେ ହୋଇପାରେ ତାହା ଆକଳନ କରିବା କଷ୍ଟକର ବ୍ୟାପାର । ଦୁଇ ଦିନ ହେବ ବିଜେଡି ରାଜ୍ୟସଭା ସଦସ୍ୟ ମମତା ମହନ୍ତ ଦଳ ଛାଡି ପଦ୍ମ ପୋଖରୀକୁ ଡେଇଁବା ବିଜେଡି ଦଳରେ ଭୂମିକମ୍ପ ସୃଷ୍ଟି କରିଛି । ବିଜେପି ଇତିହାସରେ ଗୋଆ,ମହାରାଷ୍ଟ୍ର ଭଳି ରାଜ୍ୟରେ ଯେଉଁ ହଟଚମଟ ସୃଷ୍ଟି କରିଥିଲା ,ତାର ପୁନରାବୃତ୍ତି ଅର୍ଥାତ ଓଡ଼ିଶାରେ ବିଜେଡି ଭାଙ୍ଗିବା ପ୍ରକ୍ରିୟା ଆରମ୍ଭ ହେଲା ବୋଲି ରାଜନୈତିକ ବିଶେଷଜ୍ଞ ମାନେ ଆଶଙ୍କା କରିବାକୁ ଆରମ୍ଭ କଲେଣି । ବ୍ୟାକ ଡୋର ସହାୟତାରେ କିଣାବିକା ପ୍ରକ୍ରିୟା ଆରମ୍ଭ ନେଇ ସଂକେତ ଦେଲାଣି ବୋଲି ଆଶଙ୍କା କରିଛି ବିଜେଡି । ସେପଟେ କଂଗ୍ରେସ ସ୍ଥିତି ଉପରେ କଡା ନଜର ରଖିବା ସହ ଏହା ଗଣତନ୍ତ୍ର ପାଇଁ ଅଶୁଭ ବୋଲି କହିଛି ।

CONGRESS LEADER SHRIKANT JENA TARGETS BJP (ETV Bharat Odisha)


'ସୁସ୍ଥ ଗଣତାନ୍ତ୍ରିକ ପରମ୍ପରା ପାଇଁ ସମୀଚିନ ନୁହେଁ ':
ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା କହିଛନ୍ତି "ରାଜନୈତିକ ଦଳ, ଗଣତାନ୍ତ୍ରିକ ଅନୁଷ୍ଠାନକୁ ବଞ୍ଚାଇ ରଖିବା ଦରକାର । ଦଳରୁ ନେତାଙ୍କୁ ନେବା ବଡ଼ କଥା ନୁହେଁ । ଏକ ସୁସ୍ଥ ଗଣତାନ୍ତ୍ରିକ ପରମ୍ପରା ପାଇଁ ସମୀଚିନ ନୁହେଁ । ବିଜେଡି ରାଜନୈତିକ ବାତାବରଣକୁ ଆଖି ଆଗରେ ରଖି ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବା ଦରକାର । ନିଜର ଦଳ ପାଇଁ ନିଜ ସାମର୍ଥ୍ୟ ଭରଣା କରିବାକୁ ପ୍ରୟାସ ଜାରି ରଖିଛନ୍ତି ବିଜେପି । ସରକାର ଗଠନ କରିପାରୁ ନଥିଲା ବିଜେପି । ନୀତିଶ ଆଉ ଚନ୍ଦ୍ରବାବୁ ଦୁଇଟି ଆଶାବାଡି ଧରି ଲୋକସଭାରେ ଚାଲିଛନ୍ତି । ରାଜ୍ୟସଭାରେ ବିଜେପିର ସଂଖ୍ୟା ନାହିଁ । ସେମାନେ ଭାବୁଥିଲେ ବିଜେଡି ତାଙ୍କୁ ସମର୍ଥନ ଦେବ ।

'ବିଜେଡି ନିଜ ଆଭିମୁଖ୍ୟ ସ୍ପଷ୍ଟ କରୁନାହିଁ ':

ସେ ଆହୁରି ମଧ୍ୟ କହିଛନ୍ତି," ବିଜେଡି କେନ୍ଦ୍ରରେ ନିଜ ଆଭିମୁଖ୍ୟ ସ୍ପଷ୍ଟ କରୁନାହିଁ । ସମଦୂରତା ଉପାଖ୍ୟାନ କହୁଛି ବିଜେଡି । ଏଥିରୁ ଜଣାପଡୁଛି ବିଜେଡି ନିରପେକ୍ଷ ରହିଛି । ସେଥିପାଇଁ ବିଜେପି ଅପରେଶନ ଲୋଟସ ଆରମ୍ଭ କରିଛନ୍ତି । ଜଣେ ସାଂସଦ ଗଲେ , ଆଗକୁ ଆଉ କିଛି ନେତା ମଧ୍ୟ ତାଙ୍କ ସହ ଯୋଗାଯୋଗରେ ଅଛନ୍ତି । ବିଜେଡି-ବିଜେପି ମଧ୍ୟରେ ଦୀର୍ଘବର୍ଷ ଧରି ଯେଉଁ ବୁଝାମଣା ଥିଲା । ତାର ଲକ୍ଷ୍ମଣ ରେଖାକୁ କିଏ କିଏ ଡେଇଁଲା ସେମାନେ ବିଚାର କରିବେ । ବିଜେଡିକୁ ଏବେ ବିଜେପି ଟାର୍ଗେଟ ରରିଛି । ବିଜେଡି ନିଜର ରାଜନୈତିକ ଦୃଷ୍ଟିକୋଣ ସ୍ପଷ୍ଟ କରିବା ଆବଶ୍ୟକତା ରହିଛି । ବିଜେଡିର ଜଣେ ନେତା ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେପି ଉଦ୍ଧାରରେ ନେଇଥିଲା ତାଙ୍କୁ ବିଜେଡ଼ିକୁ ଫେରାଇ ଦେଉ । ବିଜେଡିର ବିଧାନସଭାରେ 51 ଜଣ ବିଧାୟକ ରହିଛନ୍ତି । ଲୋକସଭାରେ ଯଦିଓ ବିଜେଡିର ପ୍ରତିନିଧିତ୍ଵ ନାହିଁ କିନ୍ତୁ ରାଜ୍ୟ ସଭାରେ 09 ରୁ 08 ଜଣ ସାଂସଦ ରହିଛନ୍ତି । ଓଡ଼ିଶାରେ 51 ଜଣ ବିଧାନସଭା ପ୍ରତିନିଧି ଥାଇ ଏକ ସଶକ୍ତ ବିରୋଧୀ ଦଳର ଭୂମିକା ଗ୍ରହଣ କରୁଛି ବିଜେଡି ।"

ଏହା ମଧ୍ୟ ପଢନ୍ତୁ...ମମତାଙ୍କ ପରେ କିଏ, ଖାଲି ହୋଇଯିବ କି ବିଜେଡି ବସା ? ଚିନ୍ତା ବଢାଇଲା ଅରବିନ୍ଦଙ୍କ ବୟାନ, ଜବାବ ରଖିଲେ ଉମା - No Existence Of BJD

ବିଜେପିର ଅପରେସନ ଲୋଟସ:

ସୂଚନା ଥାଉ କି ପୂର୍ବରୁ ବିଜେପି ବିଭିନ୍ନ ରାଜ୍ୟରେ ରାଜନୈତିକ ଦଳକୁ ଭାଙ୍ଗି ହଟଚମଟ ସୃଷ୍ଟି କରିବାର ନଜିର ରହିଛି । ଗୋଆରେ କଂଗ୍ରେସ ସରକାର ଗଢିବାକୁ ଥିବାବେଳେ ବିଜେପି ସରକାର ଗଢିଥିଲା । ସେହିପରି ମହାରାଷ୍ଟ୍ରରେ ଶିବସେନାକୁ ଭାଙ୍ଗି ନିଜର ଆଧିପତ୍ୟ ବିସ୍ତାର କରିବାରେ ସଫଳ ହୋଇଥିଲା ବିଜେପି । ତେବେ ବିଜେଡି ରାଜ୍ୟସଭା ସାଂସଦ ବିଜେଡ଼ି ଛାଡି ବିଜେପିରେ ମିଶିବା ପରେ ଆଗକୁ ଏ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଲୋଚନା କେଉଁ ମୋଡ଼ ନେଉଛି । ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ ।

ଇଟିଭି ଭାରତ,ଭୁବନେଶ୍ବର

ABOUT THE AUTHOR

...view details