ଓଡିଶା

odisha

ETV Bharat / state

ବାଲେଶ୍ବରରେ ସାମ୍ପ୍ରଦାୟିକ ବିବାଦ, ଶାନ୍ତି ପାଇଁ କଂଗ୍ରେସର ଅପିଲ - balasore group clash - BALASORE GROUP CLASH

SHRIKANT JENA RECTION OVER GROUP CLASH: ବାଲେଶ୍ବରରେ ଶାନ୍ତି ଫେରାଇ ଆଣିବା ପାଇଁ କଂଗ୍ରେସର ନେତା ଶ୍ରୀକାନ୍ତ ଜେନାଙ୍କ ନିବେଦନ । ସେପଟେ ଶ୍ରୀକାନ୍ତ କହିଲେ ହିଂସା ବଢ଼ିବା ହେଉଛି ସୁଚିନ୍ତିତ ଏକ ଚକ୍ରାନ୍ତ । ଅଧିକ ପଢନ୍ତୁ

SHRIKANT JENA RECTION OVER BALASORE GROUP CLASH
SHRIKANT JENA RECTION OVER BALASORE GROUP CLASH (ETV Bharat Odisha)

By ETV Bharat Odisha Team

Published : Jun 20, 2024, 6:21 AM IST

ବାଲେଶ୍ବର: ଶାନ୍ତି ଫେରାଇ ଆଣିବା ପାଇଁ କଂଗ୍ରେସର ପ୍ରୟାସ । ବାଲେଶ୍ୱର ସହରରେ ଭାଇଚାରା ଏବଂ ଶାନ୍ତି ଫେରାଇ ଆଣିବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ଶ୍ରୀକାନ୍ତ ଜେନା । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା କହିଛନ୍ତି," ଓଡ଼ିଶାରେ ବିଜେପି ସରକାର ଆସିବା ପରେ ରାଜ୍ୟରେ ସାମ୍ପ୍ରଦାୟିକ ବିବାଦ ବଢ଼ିବାରେ ଲାଗିଛି । ପ୍ରଥମେ କଟକ ଏବଂ ଏବେ ବାଲେଶ୍ୱର ଜିଲ୍ଲାରେ ହିଂସା ବଢ଼ିବା ହେଉଛି ସୁଚିନ୍ତିତ ଏକ ଚକ୍ରାନ୍ତ । ରାଜ୍ୟ ସରକାରଙ୍କ ଏଭଳି ଭୂମିକାକୁ ଆମେ ବିରୋଧ କରୁଛୁ ।"

SHRIKANT JENA RECTION OVER BALASORE GROUP CLASH (ETV Bharat Odisha)

ଶ୍ରୀକାନ୍ତ ଜେନା ଆହୁରି କହିଛନ୍ତି ଯେ, ବିଜେପି ସାଂସଦଙ୍କ ନିର୍ଦ୍ଦେଶରେ ଜିଲ୍ଲାପାଳ ଏବଂ ପୋଲିସ ଅଧିକାରୀ କାର୍ଯ୍ୟ କରୁଛନ୍ତି । ତେଣୁ ତୁରନ୍ତ ରାଜ୍ୟ ସରକାର ବାଲେଶ୍ବରରେ ଶାନ୍ତି ଫେରାଇ ଆଣିବାକୁ ପଦକ୍ଷପ ନିଅନ୍ତୁ । ଆବଶ୍ୟକ ପଡିଲେ ବାଲେଶ୍ବରରେ ଶାନ୍ତି ଫେରାଇ ଆଣିବା ପାଇଁ ଆମେ ଶାନ୍ତି ଯାତ୍ରା କରିବୁ ।

ସେହିପରି ପୂର୍ବରୁ ଏହି ଘଟଣାକୁ ନେଇ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ବାଲେଶ୍ୱରବାସୀଙ୍କୁ ଶାନ୍ତି ବଜାୟ ରଖିବା ପାଇଁ ନିବେଦନ କରିଥିଲେ । ଏହାସହ ମୁଖ୍ୟମନ୍ତ୍ରୀଙ୍କ ସହ ନିଜେ କଥା ହେବାପରେ ଏହି ଘଟଣାର ପ୍ରକୃତ କାରଣ ଖୋଜା ହେବା ପରେ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ କହିଥିଲେ ସାଂସଦ । ପୂର୍ବରୁ ବକରି ଇଦରେ କୌଣସି ପଶୁ ହତ୍ୟା ନ କରିବା ପାଇଁ ସାଂସଦ ଜିଲ୍ଲାପାଳଙ୍କୁ କହିଥିଲେ । ମାତ୍ର ଡ୍ରେନରେ ରକ୍ତ ଛିଟା ପଡ଼ିବାକୁ ନେଇ ଏମିତି ଘଟଣା ଘଟିଥିବା ସାଂସଦ କହୁଥିବା ବେଳେ ଉକ୍ତ ରକ୍ତ ନମୁନାକୁ ପରୀକ୍ଷା ପାଇଁ ପଠାଯାଇଛି । ପରୀକ୍ଷା ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିବ ବୋଲି କହିଥିଲେ ସାଂସଦ ।

ଏହା ମଧ୍ୟ ପଢନ୍ତୁ .....ଇଦ୍‌ରେ ଅଶାନ୍ତ ବାଲେଶ୍ବର ! ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ଉଡ଼ିଲା ଟେକା ପଥର - Group Clash In Balasore

ସୂଚନା ଥାଉ କି, ବାଲେଶ୍ବରରେ ଗତ କିଛି ଦିନ ହେବ ଅସନ୍ତୋଷ ଦେଖାଦେଇଛି । ବାଲେଶ୍ବର ସହରେ ଦୁଇ ଗୋଷ୍ଠୀ ମୁହାଁମୁହିଁରୁ ଗଣ୍ଡଗୋଳ ହୋଇଥିଲା । ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪୪ ଜାରି କରାଯାଇଥିଲା । ଟାଉନ ଥାନା ପୀର ବଜାରରୁ ପାତ୍ରପଡ଼ା ମଧ୍ୟରେ ୧୪୪ ଲାଗୁ କରିଥିଲା ପ୍ରଶାସନ । ଗଣ୍ଡଗୋଳରେ ୪ରୁ ୫ଜଣ ଆହତ ହୋଇଥିଲା ଏବଂ ୧୫/୨୦ ଗାଡ଼ି ଭଙ୍ଗାରୁଜା ହୋଇଥିଲା । ଉତ୍ତର ଓଡ଼ିଶାର ପ୍ରାଣକେନ୍ଦ୍ର କୁହାଯାଉଥିବା ବାଲେଶ୍ବରରେ ଅଶାନ୍ତି ଲାଗି ରହିଥିବାରୁ ଜିଲ୍ଲା ପ୍ରଶାସନ ଏହାକୁ ଗମ୍ଭୀରତା ସହ ନେଇଛି । ପୋଲିସ ପକ୍ଷରୁ ଶାନ୍ତି ପାଇଁ ଅପିଲ କରାଯାଇଛି । ଉଭୟ ପୋଲିସ ଏବଂ ଜିଲ୍ଲା ପ୍ରଶାସନ ସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି । ତେବେ ଧିରେ ଧିରେ ସ୍ଥିତି ସ୍ୱାଭାବିକ ହେଉଥିବା ଦେଖିବାକୁ ମିଳିଛି ।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details