କଟକ: ଜିଲ୍ଲାର ବିଭିନ୍ନ ସମସ୍ୟାକୁ ନେଇ ସିଏମସି କମିଶନରଙ୍କୁ ଭେଟିଛି କଂଗ୍ରେସ ଦଳ । ୧୪ ଦଫା ଦାବିଗୁଡିକୁ ଉପସ୍ଥାପନ କରିଛି କଂଗ୍ରେସ କର୍ପୋରେଟର ଟିମ୍ । କଂଗ୍ରେସ କର୍ପୋରେଟର ସନ୍ତୋଷ ଭୋଳ କହିଛନ୍ତି ଯେ, ମାର୍ଚ୍ଚ ମାସ ଆରମ୍ଭରୁ ସିଏମସି ପକ୍ଷରୁ ଜଳଛତ୍ର ଖୋଲାଯିବା କଥା, ଯାହା ଏ ଯାଏଁ କାର୍ଯ୍ୟକାରୀ ହୋଇପାରିନାହିଁ । କମିଶନର କହିବା ମୁତାବକ ମୋଟ ୫୯ ୱାର୍ଡରେ ୫-୬ଟି ଜାଗାରେ ଜଳଛତ୍ରର ବ୍ୟବସ୍ଥା ହୋଇଛି । ଯାହା ପର୍ଯ୍ୟାପ୍ତ ନୁହଁ । ବକ୍ସିବଜାର, ବାଦାମବାଡି, ଏସସିବି ମେଡିକାଲ, ରେଳ ଷ୍ଟେସନ ଭଳି ଗହଳିପୂର୍ଣ୍ଣ ସ୍ଥାନରେ ଜଳଛତ୍ରର ବ୍ୟବସ୍ଥା ହୋଇପାରିନାହିଁ ।
ସେହିପରି କଟକରେ ଜଣ୍ଡିସ ରୋଗ ବ୍ୟାପକ ରୂପରେ ବଢୁଥିବା ବେଳେ ୫୨ ନମ୍ବର ୱାର୍ଡକୁ ଛାଡି ୫୧ ନମ୍ବର ୱାର୍ଡକୁ ବ୍ୟାପିଛି ଜଣ୍ଡିସ । କମିଶନର ଏ ସମ୍ପର୍କରେ ଫିଲଡ୍ ଭିଜିଟ କରି ଡ୍ରେନ ତଳେ ଥିବା ପାଣି ପାଇପ ଲାଇନକୁ ବଦଳାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ସ୍ବର୍ଣ୍ଣ ଦେବୀ ଓ ଜେପିଏନ ସଂସ୍ଥାର ମନମୁଖୀ କାର୍ଯ୍ୟକୁ ନେଇ ସିଏମସି କମିଶନରଙ୍କୁ ଭେଟି ଦାବି ଜଣାଇଛି କଂଗ୍ରେସ । ସ୍ବର୍ଣ୍ଣ ଦେବୀ ସଂସ୍ଥା ପ୍ରତି କଣ ପାଇଁ ପ୍ରିୟାପ୍ରୀତି ତୋଷଣ କରାଯାଉଛି ତାକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ ।
ଏହା ମଧ୍ୟ ପଢନ୍ତୁ...2 ବର୍ଷର ସଫଳତାର ରିପୋର୍ଟ ରଖିଲେ ସିଏମସି ମେୟର, କଟକକୁ ହରିଲୁଟର ଅଭିଯୋଗ ଆଣିଲା ବିରୋଧୀ - Cuttack Municipal Corporation