ଓଡିଶା

odisha

ETV Bharat / state

ଦୁର୍ନୀତିରେ ଉବୁଟୁବୁ ମାଲକାନଗିରି ପୌରପରିଷଦ, ଆନ୍ଦୋଳନ ଚେତାବନୀ ଦେଲା କଂଗ୍ରେସ - Congress alleges corruption

Corruption In Malkangiri Municipality:ମାଳ ମାଳ ସମସ୍ୟା ଘେରରେ ରହିଛି ମାଲକାନଗିରି ମ୍ୟୁନିସିପାଲଟି । ଏକ ସପ୍ତାହ ଭିତରେ ସମସ୍ତ ସମସ୍ୟାର ସମାଧାନ ନହେଲେ ଆନ୍ଦୋଳନକୁ ଓହ୍ଲାଇବ କଂଗ୍ରେସ । ଅଧିକ ପଢନ୍ତୁ

ମାଲକାନଗିରି  ପୌରପରିଷଦ ଦୁର୍ନୀତି ଉବୁଟୁବୁ , ଅନ୍ଦୋଳନର ଚେତାବନୀ ଦେଲା କଂଗ୍ରେସ
ମାଲକାନଗିରି ପୌରପରିଷଦ ଦୁର୍ନୀତି ଉବୁଟୁବୁ , ଅନ୍ଦୋଳନର ଚେତାବନୀ ଦେଲା କଂଗ୍ରେସ

By ETV Bharat Odisha Team

Published : Feb 4, 2024, 7:58 AM IST

ମାଲକାନଗିରି ପୌରପରିଷଦ ଦୁର୍ନୀତି ଉବୁଟୁବୁ , ଅନ୍ଦୋଳନର ଚେତାବନୀ ଦେଲା କଂଗ୍ରେସ

ମାଲକାନଗିରି: ମ୍ୟୁନିସିପାଲଟିରେ ଦୁର୍ନୀତି ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ । ମାଳ ମାଳ ସମସ୍ୟା ଘେରରେ ରହିଛି ମାଲକାନଗିରି ମ୍ୟୁନିସିପାଲଟି । ସରକାରଙ୍କ କୋଟି କୋଟି ଟଙ୍କା ପାଣିରେ ପଡିଥିବା ଅଭିଯୋଗ ଆଣିଛି କଂଗ୍ରେସ । ପାଣିରେ ପଡ଼ିଲା ପଚାଶ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ପାର୍କିଙ୍ଗ ଜାଗା । ସୁବାଷ ବୋଷ ଛକ ନିକଟରେ ଥିବା ପାର୍କିଂ ଜାଗାର ସୌନ୍ଦର୍ଯ୍ୟ କରଣ ଓ ଶୌଚାଳୟ ନିର୍ମାଣ ପାଇଁ ମାଲକାନଗିରି ପୌର ପରିଷଦ ପକ୍ଷରୁ ପ୍ରାୟ 50 ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି । ଏହାର ରକ୍ଷଣାବେକ୍ଷଣ ପାଇଁ ପୌର ପରିଷଦ ମାସିକ 12 ହଜାର ଟଙ୍କା ଖର୍ଚ୍ଚ କରୁଛି । ହେଲେ ଏହି ପାର୍କିଂ ଜାଗା ଏବେ ଅସାମାଜିକ ଲୋକଙ୍କ ପାଇଁ ଆଡାସ୍ଥଳୀ ପାଲଟିଥିବା ଅଭିଯୋଗ କରିଛି ଦଳ ।

ସେହିପରି ଶୌଚାଳୟର ଅବସ୍ଥା ନ କହିବା ଭଲ । ଜନସାଧାରଣ ଏହି ଶୌଚାଳୟକୁ ବ୍ୟବହାର କରିବା ଦୂର କଥା ଭିତରକୁ ଯିବା ବି କଷ୍ଟକର ହେଇପଡିଛି । ଶେଷରେ ଏହି ଅଳିଆ ଆବର୍ଜନାକୁ ଦେଖି ମାଲକାନଗିରି ନେତାଜୀ ସୁଭାଷ ବୋଷ କ୍ଳବର ସଦସ୍ୟ ସଫେଇ କାର୍ଯ୍ୟ କରିଛନ୍ତି । ଏହାସହ ପୌର ପରିଷଦର ୧୯ଟି ୱାର୍ଡରେ ଅଳିଆ ଆବର୍ଜନା ପଡ଼ି ରହିବାବେଳେ କୌଣସି ୱାର୍ଡରେ ସଫେଇ କାର୍ଯ୍ୟ କରାଯାଉନଥିବା ଅଭିଯୋଗ ହୋଇଛି । ସମସ୍ତ ୱାର୍ଡର ଷ୍ଟ୍ରିଟ ଲାଇଟଗୁଡିକ ଅଚଳ ଅବସ୍ଥାରେ ରହିଛି ।

ଅନ୍ୟପଟେ ପୌରପରିଷଦର ନିର୍ବାଚନ ହୋଇ ଦୁଇ ବର୍ଷ ବିତ୍ତି ଯାଇଥିଲେ ମଧ୍ୟ ପୌର ପରିଷଦ ଅଧ୍ୟକ୍ଷ ଏଥିପ୍ରତି ଧ୍ୟାନ ନଦେଇ କିଛି ଦୁର୍ନୀତି ଗସ୍ତ କାର୍ଯ୍ୟକର୍ତ୍ତା ଏବଂ ଯନ୍ତ୍ରୀଙ୍କ ସହ ମିଶି ଦୁର୍ନୀତିରେ ଲିପ୍ତ ରହିଥିବା କହିଛନ୍ତି କଂଗ୍ରେସର ନେତା ଶ୍ରୀନିବାସ ରାଓ । ଏହାସହ ଏକ ସପ୍ତାହ ଭିତରେ ସମସ୍ତ ସମସ୍ୟାର ସମାଧାନ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବ କଂଗ୍ରେସ ବୋଲି ଚେତାବନୀ ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁୁ......ଖରିଫ ଧାନ କିଣା ବ୍ୟାପକ ଦୁର୍ନିତି ଅଭିଯୋଗ, କାର୍ଯ୍ୟନୁଷ୍ଠାନ ଦାବି କଲା କୃଷକ ମୋର୍ଚ୍ଚା

ଏଥିନେଇ ପୌର ପରିଷଦର ନିର୍ବାହୀ ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଟ୍ରେନିଙ୍ଗରେ ଥିବା ସୂଚନା ଦେଇଥିଲେ । ପୌରପରିଷଦର ଅଧ୍ୟକ୍ଷଙ୍କୁ ପଚାରିବାରୁ ସେ କ୍ୟାମେରା ଆଗରେ କୌଣସି ପ୍ରତିକ୍ରିୟା ଦେଇନଥିଲେ । ପୌର ପରିଷଦରେ ସମସ୍ତ କାର୍ଯ୍ୟ ଠିକଠାକ୍ ଚାଲିଛି । କଂଗ୍ରେସ କେବଳ ମିଛ ରାଜନୀତି କରୁଛି । ଯଦି ସେମିତି କିଛି ସମସ୍ୟା ରହିଛି ଲୋକଙ୍କ ଅଭିଯୋଗ କ୍ରମେ ସମାଧାନ କରାଯିବ ବୋଲି ସେ କହିଥିଲେ ।



ଇଟିଭି ଭାରତ, ମାଲକାନଗିରି

ABOUT THE AUTHOR

...view details