ଭୁବନେଶ୍ବର:ଆଗକୁ ଆସୁଛି ସାଧାରଣ ନିର୍ବାଚନ । ବିଶୃଙ୍ଖଳାକାରୀଙ୍କ ପାଇଁ ବିଗିଡିପାରେ ନିର୍ବାଚନୀ ମାହୋଲ । ନିର୍ବାଚନ ସମୟରେ ଉତ୍ପାତ ହୋଇପାରନ୍ତି ଅପରାଧୀ । ଏସବୁକୁ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା ପାଇ ପୋଲିସ ପ୍ରସ୍ତୁତି କରିଛି ନିର୍ବାଚନୀ ମାଷ୍ଟରପ୍ଲାନ୍ । ଏନେଇ ଥାନାର ଆଇଆଇସି ଜୋନ ଏସିପି ଓ ଟ୍ରାଫିକ ଓ ବାଟାଲିୟନ କମାଣ୍ଡାଣ୍ଟ ସହ ଭୁବନେଶ୍ବର ଡିସିପି କରିଛନ୍ତି ବୈଠକ । ଡିଜିପିଙ୍କ ନିର୍ଦେଶକ୍ରମେ ନିର୍ବାଚନୀ ଏଜେଣ୍ଡା ପ୍ରସ୍ତୁତ କରିଛି କମିସନରେଟ୍ ପୋଲିସ । ଏନେଇ ଗୀତଗୋବିନ୍ଦ ସଦନରେ ସମସ୍ତ ଅଫିସରଙ୍କୁ ନେଇ ବିଚାରବିମର୍ଶ କରାଯାଇଛି ।
ଏହା ମଧ୍ୟ ପଢନ୍ତୁ ...ସରସ୍ବତୀ ପୂଜାରେ ରାଜଧାନୀରେ ଅଘଟଣ, ଦୀପରୁ ନିଆଁ ଲାଗି ଜଳିଗଲା ୧୦ଘର
ଭୁବନେଶ୍ବର ଡିସିପିଙ୍କ କହିବାନୁସାରେ ଏଥର ଶୂନ୍ୟସହନଶୀଳତା ନିତି ଆପଣାଇବ ପୋଲିସ । ଏଥିପାଇଁ ଅବାଧ ଓ ଶାନ୍ତି ଶୃଙ୍ଖଳାପୂର୍ଣ୍ଣ ନିର୍ବାଚନ ପରିଚାଳନା ପାଇଁ ରୋଡମ୍ୟାପ ପ୍ରସ୍ତୁତ ହୋଇଛି । ଅଫିସରଙ୍କୁ ଭିଜିଲାଣ୍ଟ,ପ୍ରୋ ଆକ୍ଟିଭ,ପ୍ରିଭେଣ୍ଟିଭ ମୋଡରେ କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ବାଧକ ସାଜିଥିବା ରାଜନୈତିକ ଗତିବିଧିକୁ ନିରୀକ୍ଷଣ ସହ ଭିଭିଆଇପି ସୁରକ୍ଷା ଓ ରାଜନୈତିକ ରାଲି ବା ରୋଡ଼ ସୋ ପରିଚାଳନା ସହ ଗଣ୍ଡଗୋଳ ହେଲେ ତୁରନ୍ତ ସେଠାରେ ପହଁଚିବା ପାଇଁ ବିଶେଷ କରି ଅଫିସରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ରାଜନୈତିକ ମାହୋଲରେ ବିଶୃଙ୍ଖଳା ସୃଷ୍ଟିକାରୀଙ୍କ ଉପରେ ନଜର ରଖିବା ସହ ସେମାନଙ୍କର ଅପରାଧିକ ହିଷ୍ଟ୍ରି ସିଟ୍ କାଢି ସେମାନଙ୍କ ତାଲିକା ପ୍ରସ୍ତୁତ କରି ଖୁବଶିଘ୍ର ୧୧୦ ଓ ତଡିପାର କରିବା ସହ ପୋଲିସ ସ୍କାନରରେ ରହିବା ପାଇଁ ଇଣ୍ଟେଲିଜେନସ ସଂଗ୍ରହ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଶୂନ୍ୟ ସହନଶୀଳତା ନୀତିରେ ବୁଥ ଠାରୁ ଆରମ୍ଭ କରି ଷ୍ଟ୍ରଙ୍ଗରୁମ ପର୍ଯନ୍ତ ଅଫିସରଙ୍କ ବ୍ୟବହାର ଓ ଆକ୍ସନ ଉପରେ କିଛି ଗୁରୁତ୍ଵପୂର୍ଣ୍ଣ ନିର୍ଦ୍ଦେଶ ଦିଆଯାଇଛି ।