ଓଡିଶା

odisha

ETV Bharat / state

ସୁଯୋଗ ଦେଲା ଦୃଢ ଇଚ୍ଛାଶକ୍ତି, ପେଟ୍ରୋଲ ପମ୍ପରେ କାମ କରୁଥିଲେ ଏବେ ITI ଛାତ୍ରୀ - SAMBALPUR TRIBAL GIRL

ପାଠପଢା ପାଇଁ ସଂଘର୍ଷ କରୁଥିଲେ ଆଦିବାସୀ ଝିଅ ଅନାମିକା ଓରାମ । ଅର୍ଥ ଅଭାବ ପାଠପଢାରେ ଡୋରି ବାନ୍ଧି ଦେଇଥିଲା । ଏବେ ସେ ଆଇଟିଆଇ କଲେଜରେ ପାଠ ପଢୁଛନ୍ତି ।

College  Dropout Tribal labor girl get admission to ITI
College Dropout Tribal labor girl get admission to ITI (ETV BHARAT ODISHA)

By ETV Bharat Odisha Team

Published : Nov 6, 2024, 4:02 PM IST

ସମ୍ବଲପୁର:କଥାରେ ଅଛି ଦୃଢ ଇଚ୍ଛାଶକ୍ତି ଥିଲେ ଅସମ୍ଭବ ସମ୍ଭବରେ ପରିଣତ ହୋଇଥାଏ । ଦିନେ ପଇସା ଅଭାବରୁ ପାଠ ପଢାରେ ଡୋରି ବନ୍ଧା ହୋଇଥିଲା । ହାତରେ କଲମ ଧରିବା ବୟସରେ ଧରିଥିଲେ ପେଟ୍ରୋଲ ଫିଲିଂ ପାଇପ । ଇଚ୍ଛାଶକ୍ତିକୁ ବଳିଦାନ ଦେଇ ଭାଗ୍ୟକୁ ଆଦରି ପେଟ୍ରୋଲ ପମ୍ପରେ କାମ କରି ପରିବାର ଚଳାଉଥିଲେ । କିନ୍ତୁ ତାଙ୍କ ପାଠ ପଢିବାର ଇଚ୍ଛାଶକ୍ତି ତାଙ୍କୁ ପାଠଶାଳାରେ ପହଞ୍ଚାଇବାର ସୁଯୋଗ ଦେଇଛନ୍ତି । ପେଟ୍ରୋଲ ପମ୍ପ ଶିଶୁ ଶ୍ରମିକରୁ ଆଇଟିଆଇ କଲେଜରେ ନାମ ଲେଖାଇଛନ୍ତି । ଆମେ କହୁଛୁ ସମ୍ବଲପୁର ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଜୁଯୁମୁରା ବ୍ଲକର ଶୀତଲେନପାଲି ଗାଁର ଆଦିବାସୀ ଝିଅ ଅନାମିକା ଓରାମଙ୍କ କଥା ।

ପାଠପଢାରେ ଡୋରି ବାନ୍ଧିପାରିଲାନି ଅଭାବ ଅନଟନ:

ପେଟ୍ରୋଲ ପମ୍ପ ଶିଶୁ ଶ୍ରମିକରୁ ହେଲେ ITI ଛାତ୍ରୀ (ETV Bharat Odisha)

ଅନାମିକାଙ୍କ ପରିବାରରେ ତାଙ୍କ ମାଆ ଓ ଜଣେ ଭଉଣୀ 2 ଭାଇ ରହୁଛନ୍ତି । ସେ ହେଉଛନ୍ତି ସବୁଠୁ ସାନ । ଯେତେ ବେଳେ ସେ ଛୋଟ ଥିଲେ ତାଙ୍କ ବାପାଙ୍କର ଦେହାନ୍ତ ହୋଇଥିଲା । ସେବେ ଠାରୁ ଅନାମିକାଙ୍କ ମାଆ ତପସ୍ୱିନୀ ଓରାମ ମଜୁରି କାମ କରି ବହୁ କଷ୍ଟରେ ପରିବାର ଚଳାଉଥିଲେ । ସବୁଠୁ ବଡ଼ ଭାଇ ରାଜ୍ୟ ବାହାରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ବେଳେ ଅନ୍ୟ ଭାଇ ଝାରସୁଗୁଡା ନିକଟ ଏକ ଶିଳ୍ପ ଅନୁଷ୍ଠାନରେ ଶ୍ରମିକ ଭାବେ କାର୍ଯ୍ୟ କରନ୍ତି l ଏଭଳି ସ୍ଥିତିରେ ପରିବାରର ବୋଝ ଅନାମିକାଙ୍କ ମାଆଙ୍କ ଉପରେ ରହୁଥିଲା । 2023ରେ ଯୁକ୍ତ 2 ପାସ କରିଥିଲେ ଅନାମିକା । ଆର୍ଥିକ ଅନଟନ ଯୋଗୁଁ କିନ୍ତୁ ପାଠ ପଢିବାର ଇଚ୍ଛା ଥିଲେ ମଧ୍ୟ ଡୋରି ବାନ୍ଧିଦେଇଥିଲେ ।

ପେଟ୍ରୋଲ ଫିଲିଂ ପାଇପ ଛାଡି ହାତରେ ଧରିଲେ କଲମ:

College Dropout Tribal labor girl get admission to ITI (ETV BHARAT ODISHA)

ପରିବାରର ବୋଝ ଉଠାଇବାକୁ ପାଠ ଛାଡି ହାତରେ ପେଟ୍ରୋଲ ଫିଲିଂ ପାଇପ ଧରିଥିଲେ ଅନାମିକା । ପେଟ୍ରୋଲ ପମ୍ପରେ କାମ କରି ମାସିକ 6 ହଜାର ଟଙ୍କା ପାରିଶ୍ରମିକ ପାଉଥିଲେ । ସେହି ଟଙ୍କାରେ ତାଙ୍କର ପରିବାର ଚଳୁଥିଲା । କିନ୍ତୁ ଅନାମିକାଙ୍କ ମନ ଭିତରେ ପାଠ ପଢ଼ିବାର ଇଚ୍ଛା ମରି ନଥିଲା । ତେଣୁ ଏଥିପାଇଁ ସେ ଏକ ସୁଯୋଗ ଖୋଜୁଥିଲେ । ଆଉ ଶେଷରେ ଅଙ୍ଗନବାଡି ଦିଦି ଓ "Aide Et Action" ଅନୁଷ୍ଠାନର ସହାୟତାରେ ସେ ପୁଣି ପାଠପଢାକୁ ଫେରିଛନ୍ତି । ଜିଲ୍ଲା ପ୍ରଶାସନର କିଶୋରୀ ସଶକ୍ତି କରଣ ସ୍କିମ ମାଧ୍ୟମରେ ହୀରାକୁଦ ସରକାରୀ ITI ରେ ଡ୍ରଟ୍ସମ୍ୟାନ୍ ସିଭିଲ୍ କୋର୍ସରେ ଆଡ଼ମିସନ କରି ପାଠପଢୁଛନ୍ତି ଅନାମିକା । ଆଗକୁ ଚାକିରି କରି ସ୍ୱାବଲମ୍ବୀ ହେବାର ସ୍ବପ୍ନ ଦେଖୁଛନ୍ତି ସେ l

ଅନାମିକା ସମ୍ମାନିତ କଲେ ଉପମୁଖ୍ୟମନ୍ତ୍ରୀ:

College Dropout Tribal labor girl get admission to ITI (ETV BHARAT ODISHA)

ପାଠପଢା ପ୍ରତି ଆଗ୍ରହ ଯୋଗୁଁ ସୁଯୋଗ ଅନାମିକାଙ୍କ ପାଖରେ ପହଞ୍ଚିଲା । ଏଥି ପାଇଁଗତ 1 ତାରିଖରେ ଭୁବନେଶ୍ୱରରେ ଅନୁଷ୍ଠିତ ରାଜ୍ୟ ଶିଶୁ ଆୟୋଗ 14 ତମ ପ୍ରତିଷ୍ଠା ଦିବସରେ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ତାଙ୍କୁ ସମ୍ମାନିତ କରିଥିଲେ ।

ପାଠପଢିବାକୁ ସଂଘର୍ଷ:

College Dropout Tribal labor girl get admission to ITI (ETV BHARAT ODISHA)

ତେବେ ଅନାମିକାଙ୍କ ଏ ଯାତ୍ରା ଏତେ ସହଜ ନଥିଲା l ନିଜରର ଏହି ସଂଘର୍ଷ ନେଇ ସେ କହିଛନ୍ତି, " ବାପା ଛୋଟ ବେଳୁ ଆମକୁ ଛାଡି ଚାଲି ଯାଇଥିଲେ l ଆମେ 4 ଭାଇ ଭଉଣୀଙ୍କୁ ମାଆ କୁଲି ମଜୁରୀ କରି ପାଠ ପଢାଉ ଥିଲେ l +2 ଯେତେବେଳେ ସାରିଲି, ସେତେବେଳେ ଆଗକୁ ପଢ଼ିବା ପାଇଁ ବହୁତ କଷ୍ଟ ହେଉଥିଲା l ଅର୍ଥ ଅଭାବରୁ ଆଗକୁ ପଢି ପାରିଲି ନାହିଁ l ଏଭଳି ସ୍ଥିତିରେ ମୁଁ ଏକ ପେଟ୍ରୋଲ ପମ୍ପରେ କାମ କଲି l ସେଠି କାମ କରିବା ସହ ସବୁ ଶନିବାର ଅଙ୍ଗନବାଡି ଅଦ୍ଵିକା ମିଟିଂ ଯାଉଥିଲି l ସେଠାରେ "Aide Et Action "ର ମିନାକ୍ଷୀ ମ୍ୟାମ ସେଠୀ ମୋତେ ପାଠପଢା କାହିଁକି କରୁନି ବୋଲି ପ୍ରଶ୍ନ କରିଥିଲେ । ସେ କହିଥିଲେ ତୁମର ପଢ଼ିବାର ସମୟ ଅଛି, ତୁମେ ପାଠ ପଢିବ । ଏହାପରେ ଆଇଟିଆଇ କ୍ୟାମ୍ପରେ ମିଟିଂ ହେଲା l ହୀରାକୁଦ ITI ସାର ମାନେ ଆସିଥିଲେ l ସେଠାରେ ଆମକୁ ସବୁ କିଛି ବୁଝେଇଲେ l ITI ବିଷୟରେ ବୁଝେଇଲା ପରେ ମୋତେ ଇଚ୍ଛା ହେଲା ପାଠ ପଢି ଆଗକୁ ଯିବି ବୋଲି l ହଷ୍ଟେଲରେ ରହିକି ପାଠ ପଢିକି ଏବେ ମୋତେ ବହୁତ ଖୁସି ଲାଗୁଛି l ମୁଁ ପାଠ ପଢୁଛି, ଆଗକୁ ଚାକିରି କରିବି ବୋଲି ସ୍ବପ୍ନ ଅଛି l "

ଏହା ମଧ୍ୟ ପଢନ୍ତୁ:

CT ପାସ ପରେ ମଧ୍ୟ ମିଳୁନି ଚାକିରି ! କୁଲି କାମ କରୁଛନ୍ତି ଉଚ୍ଚ ଶିକ୍ଷିତ ଆଦିବାସୀ ଯୁବତୀ

ବଣ୍ଡା ଘାଟିର ଗର୍ବ OAS ବିନି ମୁଦୁଲି, 'ଜନଜାତି ବିକାଶ ଏବଂ ଯୋଜନାର ସଫଳ ରୂପାୟନ ବଡ଼ ଦାୟିତ୍ବ '

OPSC ପରୀକ୍ଷାରେ ଚମକିଲେ ବଣ୍ଡା ଝିଅ ବିନି, ଜନଜାତିରୁ ପ୍ରଥମ OAS

ଅନାମିକାଙ୍କ ମାଇଁ ତପସ୍ୱିନୀ କୁହନ୍ତି, ‘ପଇସା ପତ୍ର ଅଭାବ ଯୋଗୁଁ ଝିଅର ପାଠପଢା ବନ୍ଦ ହୋଇଗଲା । ପେଟ୍ରୋଲ ପମ୍ପରେ କାମ କରି ମାସିକ 6 ହଜାର ପାଉଥିଲା l ଦିଦି ମାନେ ଭେଟିଲେ ଆଉ କହିଲେ ତୋ ପାଇଁ ସୁବିଧା ଅଛି କାହିଁକି କାମ କରୁଛୁ ? ଏହାପରେ ସେ ପୁଣି ଥରେ ପାଠପଢା ଆରମ୍ଭ କରିଛି । ''

College Dropout Tribal labor girl get admission to ITI (ETV BHARAT ODISHA)

ଅନାମିକାଙ୍କୁ ଦିଶା ଦେଖାଇଲା "Aide Et Action" ଅନୁଷ୍ଠାନ:

ଅନାମିକାଙ୍କୁ ଶିକ୍ଷାର ସ୍ରୋତକୁ ଫେରେଇ ଆଣିବାରେ "Aide Et Action" ଅନୁଷ୍ଠାନର ବ୍ଲକ ସଂଯୋଜକ ମିନାକ୍ଷୀ ପ୍ରଧାନ ଓ ଅଙ୍ଗନବାଡି ଦିଦି ମଞ୍ଜୁଵାଲା ଧଳଙ୍କ ପ୍ରମୁଖ ଭୂମିକା ରହିଥିବା ଅନାମିକା କୁହନ୍ତି l ଏନେଇ Aide Et Action" ଅନୁଷ୍ଠାନ ର ବ୍ଲକ ସଂଯୋଜକ ମିନାକ୍ଷୀ ପ୍ରଧାନକହିଛନ୍ତି, ''ଅନାମିକା ଓରାମ ଜଣେ ସିଙ୍ଗିଲ ପେରେଣ୍ଟ ଚାଇଲ୍ଡ ଆଉ ଜଣେ ଡ୍ରପ ଆଉଟ ମଧ୍ୟ l ସେ ତଥ୍ୟ ଆମେ ଅଙ୍ଗନବାଡି ଦିଦିଙ୍କ ଠାରୁ ପାଇଥିଲୁ l ଯେତେବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଅଦ୍ଵିକା ସେସନ ଚାଲୁଛି, ପ୍ରତ୍ୟେକ ଶନିବାର ଗୋଟିଏ ବୈଠକ ଚାଲୁଛି କିଶୋରୀ ସଶକ୍ତିକରଣ ପାଇଁ l ସେଠି ସେ ଝିଅ ଆସିଥିଲେ ତାକୁ ଆମେ ସେଠି ଭେଟିଥିଲୁ ଓ ତା ଇଚ୍ଛା ବିଷୟରେ ପଚାରିଥିଲୁ l ସେ ଜଣେ ଶିଶୁ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲା l ସେଠୁ ତାଙ୍କୁ ଉଦ୍ଧାର କରିକି ପାଠ ସହ ଯୋଡି ପାରିଛୁ l"

College Dropout Tribal labor girl get admission to ITI (ETV BHARAT ODISHA)

ଅନ୍ୟପଟେ ଅଙ୍ଗନବାଡି କର୍ମୀ ମଞ୍ଜୁଵାଲା ଧଳକୁହନ୍ତି " ଆମେ ପ୍ରତ୍ୟେକ ମାସ ସବୁ ଶନିବାର ଅଦ୍ଵିକା ମିଟିଂ କରୁ l ଏଥିରେ 10 ରୁ 19 ବର୍ଷର ପିଲା ମାନେ ସାମିଲ ହୁଅନ୍ତି l ସେଥି ମଧ୍ୟରୁ 7 ରୁ 8 ଜଣ ଝିଅ ପେଟ୍ରୋଲ ପମ୍ପ ଓ ଦୋକାନରେ କାମ କରୁଥିଲେ l ମିଟିଂରେ ମିନାକ୍ଷୀ ରାଣୀ ପ୍ରଧାନ ପଚାରିଲେ ଯେ ମ୍ୟାଡ଼ାମ ଏଥର ITIରେ କେହି କେହି ନାମ ଲେଖେଇବେକି ବୋଲି l ମୁଁ କହିଲି ଆପଣ ଦିନେ ଆସନ୍ତୁ, ତାପରେ ସେମାନେ ଆସିଲେ, ମିଟିଙ୍ଗ କଲେ, ବୁଝେଇଲେ, ବୁଝେଇ ସରିଲା ପରେ ଝିଅ ମାନେ ରାଜି ହେଲେ l ଜୁଯୁମୁରା ରେ କ୍ୟାମ୍ପ ପଡିଥିଲା l ସେହି କ୍ୟାମ୍ପ କୁ ଝିଅ ଙ୍କୁ ଧରିକି ଯାଇଥିଲି l ସେଠାରେ ତାଙ୍କର ଆଜ୍ଞା ମାନେ ଆସିଥିଲେ, ବୁଝେଇ କରି 100 ଟଙ୍କା ରେ ଆଡ଼ମିସନ କରିଥିଲେ l

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details