ଓଡିଶା

odisha

By ETV Bharat Odisha Team

Published : 5 hours ago

ETV Bharat / state

ଶତ୍ରୁପକ୍ଷକୁ ଦିଆଯିବ କଡ଼ା ଜବାବ, ଆରମ୍ଭ ହେଲା ସମରାଭ୍ୟାସ 'ସାଗର କବଚ' - sagar kavach

COASTAL SECURITY EXERCISE SAGAR KAVACH: ଉପକୂଳ ସୁରକ୍ଷା ପାଇଁ ପାରାଦ୍ବୀପରେ ଆଜି ଠାରୁ ଆରମ୍ଭ ହୋଇଛି ଦୁଇଦିନିଆ ଉପକୂଳ ସମରାଭ୍ୟାସ । ଜଳପଥ ଦେଇ ସ୍ଥଳ ଭାଗକୁ ଆସୁଥବା ଶତ୍ରୁପକ୍ଷକୁ ଦିଆଯିବ କଡ଼ା ଜବାବ ।

ଉପକୂଳ ସୁରକ୍ଷା ପାଇଁ ପାରାଦ୍ୱୀପରେ ଆରମ୍ଭ ହେଲା ସମାରଭ୍ୟାସ 'ସାଗର କବଚ '
ଉପକୂଳ ସୁରକ୍ଷା ପାଇଁ ପାରାଦ୍ୱୀପରେ ଆରମ୍ଭ ହେଲା ସମାରଭ୍ୟାସ 'ସାଗର କବଚ ' (ETV Bharat Odisha)

ପାରାଦ୍ବୀପ:ଆଜି ଠାରୁ ପାରାଦ୍ବୀପରେ ଆରମ୍ଭ ହୋଇଛି ଦୁଇଦିନିଆ ଉପକୂଳ ସମରାଭ୍ୟାସ । ଏହି ମିଳିତ ସମରାଭ୍ୟାସର ନାଁ ରଖାଯାଇଛି 'ସାଗର କବଚ 10 - 9' । ଏହି ମିଳିତ ସମରାଭ୍ୟାସରେ ମେରାଇନ ପୋଲିସ, କୋଷ୍ଟଗାର୍ଡ, ନାଭାଲ, ବନବିଭାଗ, ମତ୍ସ୍ୟ ବିଭାଗ, ଗୁଇନ୍ଦା ସଂସ୍ଥା ଭଳି ଏକାଧିକ ବିଭାଗ ସାମିଲ ହୋଇଛନ୍ତି । ଉପକୂଳ ସହିତ ଜଳ ପଥରେ ମଧ୍ୟ କଡା ପ୍ରହରା ଦିଆଯାଉଥ‌ିବା ବେଳେ ପାରାଦ୍ବୀପର ପ୍ରତିଟି ସ୍ଥାନରେରେ ଚେକିଂ କଡାକଡି ଭାବେ କରାଯାଉଛି ।

ଉପକୂଳ ସୁରକ୍ଷା ପାଇଁ ପାରାଦ୍ୱୀପରେ ଆରମ୍ଭ ହେଲା ସମାରଭ୍ୟାସ 'ସାଗର କବଚ ' (ETV Bharat Odisha)

'ସାଗର କବଚ 10 - 9':

ଜଳ ପଥ ଦେଇ ସ୍ଥଳ ଭାଗକୁ କିଭଳି ଶତ୍ରୁପକ୍ଷ ପ୍ରବେଶ ନକରି ପାରିବେ, ତାହାକୁ ନେଇ ଚାଲିଛି ଏହି ଦୁଇଦିନିଆ ସମରାଭ୍ୟାସ । ବ୍ଲୁ ଟିମ ଓ ରେଡ୍‌ ଟିମ ଭାବେ ଦୁଇଟି ଟିମ ଗଠନ କରାଯାଇ ସମୁଦ୍ର ଭିତରକୁ ରେଡ ଟିମ ଯାତ୍ରା କରି ବିଭିନ୍ନ ମାରଣାସ୍ତ୍ର ଧରି ଉପକୂଳକୁ ପ୍ରବେଶ କରିବାକୁ ଚେଷ୍ଟା କରିବେ । ଆଉ ଉପକୂଳ ସୀମାରେ କଡା ପ୍ରହରା ଦେଉଥିବା ବ୍ଲୁ ଟିମ ସେମାନଙ୍କୁ ପ୍ରତିହତ କରିବାକୁ ଚେଷ୍ଟା କରିବ । 26/11 ମୁମ୍ବାଇ ଆକ୍ରମଣ ପରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଉପକୂଳ ସୁରକ୍ଷା ପାଇଁ ପ୍ରତିବର୍ଷ ଏହି ସମରାଭ୍ୟାସ କରାଯାଇଥାଏ ।

ଉପକୂଳ ସୁରକ୍ଷା ପାଇଁ ପାରାଦ୍ୱୀପରେ ଆରମ୍ଭ ହେଲା ସମାରଭ୍ୟାସ 'ସାଗର କବଚ ' (ETV Bharat Odisha)

'ଉପକୂଳକୁ ସୁରକ୍ଷା ଦେବାରେ ମତ୍ସ୍ୟଜୀବୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ':

ଓଡିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘର ସଭାପତି ଶ୍ରୀକାନ୍ତ ପରିଡା କହିଛନ୍ତି,"ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ମିଳିତ ସମାରଭ୍ୟାସ ଗଭୀର ସମୁଦ୍ର ମଧ୍ୟରେ କରାଯାଉଛି । ଏହା ଦୁଇଦିନ ଧରି ଚାଲିବ । ଗତ 26/11ରେ ଜଳ ପଥ ଦେଇ ଆତଙ୍କବାଦୀ ମାନେ ପ୍ରବେଶ କରିଥିଲେ । ସେହିଦିନ ଠାରୁ ପ୍ରତ୍ୟେକ ବର୍ଷ ମେରାଇନ ପୋଲିସ, ତଟରଖି ବାହିନୀ,କୋଷ୍ଟ ଗାର୍ଡ ଆଦି ଏହି ମିଳିତ ସମରାଭ୍ୟାସ କରିଥାନ୍ତି । ସମୁଦ୍ର ଉପକୂଳକୁ ସୁରକ୍ଷା ଦେବାରେ ମତ୍ସ୍ୟଜୀବୀ ମାନଙ୍କର ବେଶ ଭୂମିକା ରହିଛି । ସେମାନେ ହେଉଛନ୍ତି ସମୁଦ୍ରର ଆଖି ଓ କାନ ।"

ଉପକୂଳ ସୁରକ୍ଷା ପାଇଁ ପାରାଦ୍ୱୀପରେ ଆରମ୍ଭ ହେଲା ସମାରଭ୍ୟାସ 'ସାଗର କବଚ ' (ETV Bharat Odisha)

ଏହା ମଧ୍ୟ ପଢନ୍ତୁ....ଚାଇନା ଜାହାଜରେ ଆସିଥିଲେ 3 ଆଫ୍ରିକା ନାଗରିକ, ମାଟିକୁ ଓହ୍ଲାଇବାକୁ ଦେଲେନି ସୁରକ୍ଷାକର୍ମୀ - Paradip Port

ଏହା ମଧ୍ୟ ପଢନ୍ତୁ.... ଓଡ଼ିଶାକୁ ବାଂଲା ଟେନସନ: ସନ୍ଦେହରେ ପାରାଦ୍ବୀପରେ 10 ସନ୍ଦିଗ୍ଧ ଅଟକ - Suspected Bangladeshi intruders

ଏହା ମଧ୍ୟ ପଢନ୍ତୁ....ପାରାଦ୍ବୀପରେ ଗିରଫ ହେଲା ଚୀନ ଜାହାଜ; ହେଲେ କ'ଣ କାରଣ ? - Chinese ship arrested

'ଶତ୍ରୁଙ୍କୁ ପ୍ରତିରୋଧ କରନ୍ତି ମତ୍ସ୍ୟଜୀବୀ'

ଉପକୂଳ ସୁରକ୍ଷା ପାଇଁ ପାରାଦ୍ୱୀପରେ ଆରମ୍ଭ ହେଲା ସମାରଭ୍ୟାସ 'ସାଗର କବଚ ' (ETV Bharat Odisha)

କିଛିଦିନ ପୂର୍ବେ କିଛି ମତ୍ସଜୀବୀ ଏକ ସନ୍ଦିଗ୍ଧ ପାରାକୁ ଠାବ କରି କୋଷ୍ଟ ଗାର୍ଡ ଓ ମେରାଇନ ପୋଲିସକୁ ହସ୍ତାନ୍ତର କରିଥିଲେ । ତେବେ ଏହି ସମରାଭ୍ୟାସରେ ମଧ୍ୟ ମତ୍ସ୍ୟଜୀବୀ ମାନଙ୍କର ବେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଶତ୍ରୁ ଜଳପଥ ଦେଇ ପ୍ରବେଶ ଉଦ୍ୟମ କଲେ ମତ୍ସ୍ୟଜୀବୀ ମାନେ ମଧ୍ୟ ଏହାର ପ୍ରତିରୋଧ କରିଥାନ୍ତି । ତେଣୁ ଉପକୂଳ ସୁରକ୍ଷା ସହିତ ପାରାଦ୍ୱୀପ ଭଳି ଏକ ଶିଳ୍ପ ସମୃଦ୍ଧ ସହରକୁ ସୁରକ୍ଷା ଦେବାରେ ସାଗର କବଚ ସକ୍ଷମ ବୋଲି ଓଡିଶା ସାମୁଦ୍ରିକ ଉତ୍ପାଦକ ସଂଘର ସଭାପତି ଶ୍ରୀକାନ୍ତ ପରିଡା କହିଛନ୍ତି ।

ଇଟିଭି ଭାରତ ,ଜଗତସିଂହପୁର

ABOUT THE AUTHOR

...view details