କଟକ: ସ୍ବଚ୍ଛତା ଓ ସୁସ୍ଥ କଟକ ଗଠନ ରାଜ୍ୟ ସରକାରଙ୍କ ଲକ୍ଷ୍ୟ । ସହରାଞ୍ଚଳ ସ୍ଵାସ୍ଥ୍ୟ ସେବାରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାର ନେଉଛନ୍ତି ଅନେକ ପଦକ୍ଷେପ । ଏଥିପାଇଁ କଟକ ମହାନଗର ନିଗମ ପକ୍ଷରୁ ମହିଳା ଆରୋଗ୍ୟ ସମିତି ମଧ୍ୟ ଗଠନ କରାଯାଇଛି । ଏହାଛଡା ଆଶା କର୍ମୀମାନେ ମଧ୍ୟ ସମାଜରେ ନିଜର ନିଷ୍ଠାପର ମନୋଭାବରେ କର୍ତ୍ତବ୍ୟ ସୁଚାରରୂପେ ପାଳନ କରୁଛନ୍ତି । ଯାହା ପାଇଁ ଆଜି କଟକ ସ୍ବଚ୍ଛତା ଓ ସ୍ବାସ୍ଥ୍ୟ ଦିଗରେ ଆଉ ଏକ ପାଦ ଆଗକୁ ଯାଇଛି ।
ଆଗକୁ ମହିଳା ଦିବସ ଆସୁଥିବାରୁ ଏହାକୁ ଲକ୍ଷ୍ୟରେ ରଖି ଆଜି କଟକର 100ରୁ ଉର୍ଦ୍ଧ୍ବ ଆରୋଗ୍ୟ ସମିତି କର୍ମୀ ଓ ଆଶା କର୍ମୀଙ୍କୁ ପୁରସ୍କୃତ କରାଯାଇଛି । କଟକ ମହାନଗର ନିଗମରେ ବର୍ତ୍ତମାନ ସମୟରେ ମହିଳା ମୃତ୍ୟୁ ହାର ହ୍ରାସ କରିବା, ଶିଶୁ ମୃତ୍ୟ ହାର ରୋକିବା ,ମହାମରୀ ସମୟରେ ନିଷ୍ଠାପର କର୍ତ୍ତବ୍ୟ , ଜଣ୍ଡିସ ମୁକାବିଲା , ଟୀକା କରଣ କରିବା ଦିଗରେ ଆଶା କର୍ମୀମାନେ ସମାଜ ପାଇଁ ନିଜର କର୍ତ୍ତବ୍ୟ ଓ ନିଷ୍ଠା ସମର୍ପିତ କରିଛନ୍ତି । ଏହା କେବଳ ବର୍ତ୍ତମାନ ପାଇଁ ନୁହେଁ । ଯେଉଁ ଦିନଠାରୁ ମହାନଗର ନିଗମ ଗଠନ ହୋଇଛି, ସେବେଠୁ ଏହି କର୍ମୀମାନେ ସମାଜ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ.....ବିଜୁ ଜୟନ୍ତୀ ଉଦ୍ଦେଶ୍ୟରେ ମିନି ମାରାଥନ, ସାମିଲ ହେଲେ ବିପିୟୁଟିର ଅଧ୍ୟାପକ ଓ ଛାତ୍ରଛାତ୍ରୀ