ଓଡିଶା

odisha

ETV Bharat / state

ଚନ୍ଦନ ଯାତ୍ରା ଦୁର୍ଘଟଣା; ଆହତଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ତଦନ୍ତ କରିବେ SRC, ୪ ଲକ୍ଷ ଅନୁକମ୍ପାମୂଳକ ସହାୟତା - CM Naveen Meets Injured

Naveen Patnaik Meets Fire Cracker Explosion Injured: ଚନ୍ଦନ ଯାତ୍ରା ସମୟରେ ନରେନ୍ଦ୍ର ପୁଷ୍କରିଣୀ ଦେବୀ ଘାଟରେ ବାଣ ବିସ୍ଫୋରଣ ଘଟଣା । ହସ୍ପିଟାଲ ଯାଇ ଆହତଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

By ETV Bharat Odisha Team

Published : May 30, 2024, 1:56 PM IST

Updated : May 30, 2024, 3:11 PM IST

Naveen Patnaik Meet Injured
Naveen Patnaik Meet Injured (ETV Bharat Odisha)

ଭୁବନେଶ୍ବର:ଚନ୍ଦନ ଯାତ୍ରାରେ ନରେନ୍ଦ୍ର ପୁଷ୍କରିଣୀ ଦେବୀଘାଟରେ ଦୁର୍ଭାଗ୍ୟଜନକ ବାଣ ବିସ୍ଫୋରଣ ଘଟଣା । ଆହତଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମ ଅଲଟିମେଟରେ ଭର୍ତ୍ତି ହୋଇଥିବା ଆହତଙ୍କୁ ଭେଟିବା ସହ ଡାକ୍ତରମାନଙ୍କ ସହ ଆଲୋଚନା କରିଛନ୍ତି । ଆହତଙ୍କୁ ଭେଟି ଆଶୁ ଆରୋଗ୍ୟ କାମନା କରିବା ସହ ସେମାନଙ୍କ ସମ୍ପର୍କୀୟଙ୍କୁ ସାନ୍ତ୍ୱନା ଦେଇଛନ୍ତି ନବୀନ । ତେବେ ମୁଖ୍ୟମନ୍ତ୍ରୀଙ୍କ ସହ ସ୍ୱାସ୍ଥ୍ୟ ସଚିବ ଶାଳୀନ ପଣ୍ଡିତ ଓ ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରଣା ହସ୍ପିଟାଲରେ ଉପସ୍ଥିତ ଥିଲେ । ତେବେ ତଦନ୍ତ କରିବେ ଏସଆରସି, ୪ ଲକ୍ଷ ଅନୁକମ୍ପାମୂଳକ ସହାୟତା ।

Naveen Patnaik Meet Injured (ETV Bharat Odisha)

ସୂଚନା ଅନୁସାରେ, ଚନ୍ଦନ ଯାତ୍ରା ସମୟରେ ପୁରୀ ନରେନ୍ଦ୍ର ପୋଖରୀରେ ଗତକାଲି(ବୁଧବାର) ରାତିରେ ବାଣ ଦୁର୍ଘଟଣା ହୋଇଥିଲା । ପୁରୀ ବାଣ ବିସ୍ଫୋରଣ ଘଟଣାରେ ଆହତ ଅବସ୍ଥାରେ ଭୁବନେଶ୍ବରର ବିଭିନ୍ନ ହସ୍ପିଟାଲରେ ମୋଟ 18 ଜଣ ଚିକିତ୍ସା ପାଇଁ ଭର୍ତ୍ତି ହେଉଛନ୍ତି । ହାଇଟେକ ହସ୍ପିଟାଲରେ 9, ଏମ୍ସରେ 3, ସମରେ 3 ଏବଂ ସମ ଅଲଟିମେଟରେ 3 ଜଣ ଭର୍ତ୍ତି ହୋଇଛନ୍ତି । ସେମାନଙ୍କୁ ମଧ୍ୟରୁ 2 ଜଣ ମୃତ୍ୟୁବରଣ କରିଥିବା ପ୍ରାଥମିକ ସୂଚନା ରହିଛି । ହାଇଟେକ ଏବଂ ସମ ହସ୍ପିଟାଲରେ ଗତକାଲି ଭର୍ତ୍ତି ସମୟରେ 2 ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । ବର୍ତ୍ତମାନ 16 ଜଣଙ୍କ ଚିକିତ୍ସା ବିଭିନ୍ନ ହସ୍ପିଟାଲରେ ଚାଲିଛି । ଘଟଣା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବେଗ ପ୍ରକାଶ କରିଥିଲେ । ଆହତଙ୍କ ସମସ୍ତ ଚିକିତ୍ସା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ହେବ ବୋଲି ନବୀନ ନିର୍ଦ୍ଦେଶ ଦେଇଥିଲେ । ଆଜି ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ସମ ଅଲଟିମେଟ ଯାଇ ଆହତ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ଭେଟିଛନ୍ତି । ଆହତଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଦଳ, ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ, ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରିଛନ୍ତି ।

ହସ୍ପିଟାଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (ETV Bharat Odisha)

ଏହା ମଧ୍ୟ ପଢନ୍ତୁ: ନରେନ୍ଦ୍ର ପୋଖରୀ ଅଘଟଣ: SCB ସ୍ଥାନାନ୍ତର ହେଲେ ଗୁରୁତର, ଆବଶ୍ୟକ ଚିକିତ୍ସା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ - Firecracker Mishap In Chandan Yatra

ସ୍ୱାସ୍ଥ୍ୟ ସଚିବ ତଥା କମିଶନର ସାଳିନୀ ପଣ୍ଡିତ କହିଛନ୍ତି, "ଦୁର୍ଘଟଣା ପରେ ଘଟଣା ସ୍ଥଳରେ ଆମ୍ବୁଲାନ୍ସ ପହଞ୍ଚି ଯାଇଥିଲା । ପରେ ଆହତଙ୍କ ସ୍ବାସ୍ଥ୍ୟବସ୍ଥାକୁ ଦେଖି କଟକ, ପୁରୀ ଓ ଭୁବନେଶ୍ୱରର ବିଭିନ୍ନ ସରକାରୀ ବେସରକାରୀ ହସ୍ପିଟାଲରେ ଆହତଙ୍କୁ ଭର୍ତ୍ତି କରାଯାଇଛି । ଆଇସିୟୁରେ ଆହତଙ୍କ ଯତ୍ନ ନେଉଛନ୍ତି ଡାକ୍ତରୀ ଟିମ । ସେମାନଙ୍କ ଜୀବନ ରକ୍ଷା କରିବା ଲାଗି ସମସ୍ତ ପଦକ୍ଷେପ ନିଆଯାଉଛି । ପ୍ରଥମ 48 ଘଣ୍ଟା ଗୁରୁତ୍ୱପୂର୍ଣ୍ଣ । ଆମେ ସମସ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ତଦାରଖ କରୁଛୁ । କିଛି ଆହତଙ୍କ ଅବସ୍ଥା ଗମ୍ଭୀର ନୁହେଁ, ସେମାନଙ୍କର ମଧ୍ୟ ଚିକିତ୍ସା ଚାଲିଛି । ସମ ଅଲଟିମେଟ ଆଇସିୟୁରେ 3 ଜଣ ଚିକିତ୍ସିତ ଅଛନ୍ତି । ମୁଖ୍ୟମନ୍ତ୍ରୀ ହସ୍ପିଟାଲରେ ପହଁଚି ଆହତ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ଭେଟିଛନ୍ତି । ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି ।"

ଆହତଙ୍କ ସମ୍ପର୍କୀୟଙ୍କ ସହ ଆଲୋଚନା କରୁଛନ୍ତି ନବୀନ (ETV Bharat Odisha)

ପୁରୀ ବାଣ ଦୁର୍ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଅତିରିକ୍ତ ମୁଖ୍ୟ ଶାସନ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ତଥା ସ୍ୱତନ୍ତ୍ର ରିଲିଫ କମିଶନର ଏହି ତଦନ୍ତ କରିବେ । ଦୁର୍ଘଟଣାରେ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ପୁରୀ ବାଣ ଦୁର୍ଘଟଣାରେ ଆହତମାନଙ୍କ ଚିକିତ୍ସା ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ବହନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ବାଣ ଦୁର୍ଘଟଣାରେ ୩ ଜଣ ମୃତ୍ୟୁ ବରଣ କରିଥିବା ବେଳେ ୩୦ ଜଣ ଆହତ ହୋଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : May 30, 2024, 3:11 PM IST

ABOUT THE AUTHOR

...view details