ଓଡିଶା

odisha

ETV Bharat / state

ଛତ୍ରପୁର, ଗୋପାଳପରୁ ସହ ହିଞ୍ଜିଳିକାଟୁ ଥାନାର ନୂତନ କୋଠା ଉଦଘାଟନ - Inaugurats Police Station

CM Inaugurats New Building Of Police Station: ଗଞ୍ଜାମ ଜିଲ୍ଲାର ତିନି ଥାନାର ନୂତନ କୋଠାକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

CM Inaugurats New Building Of Police Station
CM Inaugurats New Building Of Police Station

By ETV Bharat Odisha Team

Published : Mar 14, 2024, 4:12 PM IST

CM Inaugurats New Building Of Police Station

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ତିନି ଥାନାର ନୂତନ କୋଠାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 3ଟି ଥାନା ଯାଛା ଛତ୍ରପୁର, ଗାପାଳପୁର ଏବଂ ହିଞ୍ଜିଳିକାଟୁର ନୂତନ କୋଠାକୁ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଛନ୍ତି । ଭିଡିଓ କନଫରେନ୍ସିଂ ଦ୍ବାରା ଏହାର ଉଦଘାଟନ କରାଯାଇଛି ।

ଜିଲ୍ଲାର ସଦର ମହକୁମା ଛତ୍ରପୁର ଠାରେ ନବନିର୍ମିତ କୋଠାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ମାଧ୍ୟମରେ ଲୋକାର୍ପଣ କରିଥିଲେ । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଛତ୍ରପୁର ଏନଏସି ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ଗଞ୍ଜାମ ଆରଟିଓ ମାନସ ସାହୁ, ଅତିରିକ୍ତ ଏସପି ରାଜୀବ ଲୋଚନ ପଣ୍ଡା, ଡ଼ିଏସପି ରଞ୍ଜନ କୁମାର ଦେ, ଛତ୍ରପୁର ଏସଡିପିଓ ଗୌରହରୀ ସାହୁ, ଛତ୍ରପୁର ଥାନା ଆଇଆଇସି ନିରୋଦ କୁମାର ଦାସଙ୍କ ସମେତ ନିର୍ବାଚିତ ପ୍ରତିନିଧି ପ୍ରମୁଖ ଉପସ୍ଥିତ ରହିଥିଲେ।

ଏହା ମଧ୍ୟ ପଢନ୍ତୁ:ଖୋର୍ଦ୍ଧା, ବାଘମାରୀ ଥାନା ଓ ଭୂଷଣ୍ଡପୁର ଫାଣ୍ଡିର ନୂତନ କୋଠା ଉଦଘାଟନ

ଗୋପାଳପୁର: ସେହିପରି ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ପୋଲିସ ଅନ୍ତର୍ଗତ ଗୋପାଳପୁର ପୋଲିସ ଥାନାର ନୂତନ କୋଠାକୁ ଭିଡିଓ କନଫରେନ୍ସ ଜରିଆରେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ, ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡ଼ା.ଶ୍ରବଣ ବିବେକ ଏମ୍ ଙ୍କ ସମେତ ବହୁ ନେତୃବୃନ୍ଦ ଉପସ୍ଥିତ ରହିଥିଲେ । ଏଭଳି ନୂତନ ଥାନାରେ ଅତ୍ୟାଧୁନିକ ବ୍ୟବସ୍ଥା ସହିତ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଲୋକଙ୍କୁ ପୋଲିସ ସେବା ଦେବାରେ ଆହୁରି ଉନ୍ନତି ଆସିବ ବୋଲି କୁହାଯାଇଛି ।

ହିଞ୍ଜିଳିକାଟୁ:ସେହିପରି ଗଞ୍ଜାମ ପୋଲିସ ଜିଲ୍ଲା ଅଧୀନସ୍ଥ ହିଞ୍ଜିଳିକାଟୁ ଥାନାରେ ମଧ୍ୟ ନୂତନ କୋଠା ଲୋକାର୍ପିତ ହୋଇଥିବା ବେଳେ ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଆସିକା ସାଂସଦ ପ୍ରମିଳା ବିଷୋୟୀଙ୍କ ସମେତ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନାଙ୍କ ସମେତ ପ୍ରଶାସନର ବହୁ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ । ସେହିପରି ଜିଲ୍ଲାର ପୁରୁଷୋତ୍ତମପୁର ଏସଡିପିଓ ଓ ବାଲିପଦର ଆଉଟପୋଷ୍ଟ ନୂତନ କୋଠାକୁ ଉଦଘାଟିତ ହୋଇଯାଇଛି। ଏନେଇ ଆରକ୍ଷୀ ଅଧିକ୍ଷକ ଶ୍ରବଣ ବିବେକ ଏମ୍ କହିଛନ୍ତି, "ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂତନ କୋଠାକୁ ଉଦଘାଟନ କରିଛନ୍ତି । ମୋ ସରକାର ଏବଂ 5ଟିରୁ ପରମର୍ଶ ନେଇ ଯେଉଁଭଳି ଭାବେ ଆମ ପୋଲିସ ଫୋର୍ସ କାର୍ଯ୍ୟ କରୁଥିଲେ ଆଗକୁ ମଧ୍ୟ ଆହୁରି ଭଲ କାର୍ଯ୍ୟ କରିବୁ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details