ଓଡିଶା

odisha

ETV Bharat / state

ବହୁ ପ୍ରତୀକ୍ଷିତ ଆମ୍ବେଦକର ବସ ଟର୍ମିନାଲ ଉଦଘାଟିତ - ଆମ୍ବେଦକର ବସ ଟର୍ମିନାଲ ଉଦଘାଟିତ

CM Inaugurates Ambedkar Bus Terminal: 5T ଉପକ୍ରମରେ ନବନିର୍ମିତ ବାବା ସାହେବ ଭୀମରାଓ ଆମ୍ବେଦକର ବସ ଟର୍ମିନାଲ ଉଦଘାଟିତ । ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବସ ଟର୍ମିନାଲରେ ଯାତ୍ରୀ ମାନଙ୍କୁ ମିଳିବ ଏୟାରପୋର୍ଟ ଭଳି ଅତ୍ୟାଧୁନିକ ସୁବିଧା । ଅଧିକ ପଢ଼ନ୍ତୁ

ବହୁ ପ୍ରତୀକ୍ଷିତ ଆମ୍ବେଦକର ବସ ଟର୍ମିନାଲ ଉଦଘାଟିତ
ବହୁ ପ୍ରତୀକ୍ଷିତ ଆମ୍ବେଦକର ବସ ଟର୍ମିନାଲ ଉଦଘାଟିତ

By ETV Bharat Odisha Team

Published : Mar 1, 2024, 10:55 PM IST

ବହୁ ପ୍ରତୀକ୍ଷିତ ଆମ୍ବେଦକର ବସ ଟର୍ମିନାଲ ଉଦଘାଟିତ

ଭୁବନେଶ୍ବର: ଭୁବନେଶ୍ବର ବରମୁଣ୍ଡାରେ 5T ଉପକ୍ରମରେ ନବନିର୍ମିତ ବାବା ସାହେବ ଭୀମରାଓ ଆମ୍ବେଦକର ବସ ଟର୍ମିନାଲ ଉଦଘାଟିତ । ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବସ ଟର୍ମିନାଲରେ ଯାତ୍ରୀ ମାନଙ୍କୁ ମିଳିବ ଏୟାରପୋର୍ଟ ଭଳି ଅତ୍ୟାଧୁନିକ ସୁବିଧା ସୁଯୋଗ । ଏହି ବସ ଟର୍ମିନାଲ ଭୁବନେଶ୍ବରର ଏକ ଗୁରୁତ୍ବପୂର୍ଣ୍ଣ ଲ୍ୟାଣ୍ଡମାର୍କ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ବହୁ ପ୍ରତୀକ୍ଷିତ ଆମ୍ବେଦକର ବସ ଟର୍ମିନାଲ ଉଦଘାଟିତ

ବରମୁଣ୍ଡା ବସଷ୍ଟାଣ୍ଡ ଭାବେ ପୂର୍ବରୁ ପରିଚିତ ଏହି ବସଷ୍ଟାଣ୍ଡ ଓଡିଶାର ଏକ ବ୍ୟସ୍ତବହୁଳ ବସଷ୍ଟାଣ୍ଡ । ଦୈନିକ ଶହ ଶହ ବସ ଓ ହଜାର ହଜାର ଯାତ୍ରୀଙ୍କର ଏଠାରୁ ରାଜ୍ୟର ବିଭିନ୍ନ ସ୍ଥାନ ଓ ରାଜ୍ୟ ବାହାରକୁ ଯାତାୟତ ହୋଇଥାଏ । ଯାତ୍ରୀଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ବରମୁଣ୍ଡା ବସଷ୍ଟାଣ୍ଡର ରୂପାନ୍ତରଣ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି ଅତ୍ୟାଧୁନିକ ବସ ଟର୍ମିନାଲର ବିକାଶ ହୋଇଛି । ଉଦଘାଟନୀ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, "ଏହି ବସ ଟର୍ମିନାଲ ଯାତ୍ରୀଙ୍କୁ ଉତ୍ତମ ସେବା ଯୋଗାଇବାରେ ସଫଳ ହେବ । ଭୁବନେଶ୍ବରର ଏକ ଗୁରୁତ୍ବପୂର୍ଣ୍ଣ ଲ୍ୟାଣ୍ଡମାର୍କ ହୋଇ ରହିବା ସହିତ ସାରା ଓଡିଶାରେ ଏକ ନୂଆ ପରିଚୟ ହେବ । ଆମ ସମ୍ବିଧାନ ପ୍ରସ୍ତୁତ କରିବାରେ ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ମୁଖ୍ୟ ଭୂମିକା ରହିଛି । ଭାରତୀୟ ସମ୍ବିଧାନର ପ୍ରଣେତା ଭାବେ ସେ ଜଣାଶୁଣା । ଦେଶ ପାଇଁ ତାଙ୍କ ଅବଦାନକୁ ସମ୍ମାନ ଜଣାଇ ତାଙ୍କ ନାମରେ ଏହି ବସ ଟର୍ମିନାଲ ଓଡିଶା ସରକାର ନାମିତ କରିଛନ୍ତି । ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ବାବା ସାହେବଙ୍କ ପ୍ରତି ଓଡିଶାବାସୀଙ୍କର ଏହା ହେଉଛି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ।"

ବହୁ ପ୍ରତୀକ୍ଷିତ ଆମ୍ବେଦକର ବସ ଟର୍ମିନାଲ ଉଦଘାଟିତ

ବାବା ସାହେବଙ୍କ ଅବଦାନ ସମ୍ପର୍କରେ ସଚେତନ କରିବା ଉଦ୍ଦେଶ୍ୟରେ ଟର୍ମିନାଲରେ ତାଙ୍କ ଜୀବନ ଓ ଆଦର୍ଶ ଉପରେ ଆଧାରିତ ଏକ ଗ୍ୟାଲେରୀ କରାଯାଇଛି । 5T ଉପକ୍ରମରେ ହୋଇଥିବା ବସ ଟର୍ମିନାଲ ମାଲିକ, ବ୍ୟବସାୟୀ, ଯାତ୍ରୀ ତଥା ସମସ୍ତ ଜନସାଧାରଣଙ୍କ ସହଯୋଗରେ ନିର୍ମିତ ହୋଇଛି । ଏହି ବସ ଟର୍ମିନାଲରେ ଯାତ୍ରୀଙ୍କୁ ଉତ୍ତମ ସେବା ଯୋଗାଇବା ପାଇଁ ସବୁ ପ୍ରକାର ସୁବିଧା କରାଯାଇଛି । ଜରୁରୀକାଳୀନ ଚିକିତ୍ସାରୁ ଆରମ୍ଭ କରି ବ୍ୟବସାୟିକ କମ୍ପ୍ଲେକ୍ସ, ଏସ୍କାଲେଟର, ଲିଫ୍ଟ, ପ୍ରତିକ୍ଷାଳୟ, ପୋଲିସ ଫାଣ୍ଡି, ଡ୍ରାଇଭରମାନଙ୍କ ବିଶ୍ରାମ କକ୍ଷ, ଆହାର କେନ୍ଦ୍ର, ଫୁଡ କୋର୍ଟ ଆଦି ସମସ୍ତ ସୁବିଧା ରହିଛି । ଏୟାରପୋର୍ଟ ଭଳି ଯାତ୍ରୀମାନେ ଏଠାରେ ସବୁ ସୁବିଧା ପାଇ ପାରିବେ । କାର୍ଯ୍ୟକ୍ରମରେ ପତାକା ଦେଖାଇ ବସ ଚଳାଚଳର ଶୁଭାରମ୍ଭ କରିବା ସହିତ ଆହାର କେନ୍ଦ୍ରରେ ଯାତ୍ରୀଙ୍କୁ ଖାଦ୍ୟ ପରସିଥିଲେ ମୁଖ୍ୟମନ୍ତ୍ରୀ ।

ବହୁ ପ୍ରତୀକ୍ଷିତ ଆମ୍ବେଦକର ବସ ଟର୍ମିନାଲ ଉଦଘାଟିତ

ଏହା ମଧ୍ୟ ପଢ଼ନ୍ତୁ...ବରମୁଣ୍ଡା ବସ୍ ଟର୍ମିନାଲର ନବକଳେବର: ମିଳିବ ଏୟାରପୋର୍ଟ ସୁବିଧା, ଆଜି ଲୋକାର୍ପଣ

କାର୍ଯ୍ୟକ୍ରମରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ ଓ ବିଜ୍ଞାନ ଓ ବୈଷୟିକ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଯୋଗ ଦେଇ ଭୁବନେଶ୍ବରର ବିକାଶରେ ଆଜି ଆଉ ଏକ ନୂଆ ଫର୍ଦ୍ଦ ଯୋଡି ହେଲା ବୋଲି କହିଛନ୍ତି । ପରିବହନ କ୍ଷେତ୍ରରେ ଯାହା ଆମ ପାଇଁ ସ୍ବପ୍ନ ଥିଲା, ତାହା ଆଜି ପୂରଣ ହେଲା ବୋଲି କହିଛନ୍ତି ଉପସ୍ଥିତ ଅତିଥି । ଏହି କାର୍ଯ୍ୟକ୍ରମରେ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ, ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ସୁଶାନ୍ତ ରାଉତ, ଭୁବନେଶ୍ବର ମେୟର ସୁଲୋଚନା ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜି ମାଥି ଭାଥନନ ସ୍ବାଗତ ଭାଷଣ ଦେଇଛନ୍ତି । ବିଡିଏ ଉପାଧ୍ୟକ୍ଷ ବଲବନ୍ତ ସିଂ ଧନ୍ୟବାଦ ଅର୍ପଣ କରିଛନ୍ତି ।

ବହୁ ପ୍ରତୀକ୍ଷିତ ଆମ୍ବେଦକର ବସ ଟର୍ମିନାଲ ଉଦଘାଟିତ

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details