ଓଡିଶା

odisha

ETV Bharat / state

୨୪ ବର୍ଷ ଧରି ଅପେକ୍ଷା କରିଛି ସରକାରୀ ବାସଭବନ, ପଡ଼ିବ କି ନୂଆ ମୁଖ୍ୟମନ୍ତ୍ରୀଙ୍କ ପାଦ ! - New CM to enter Official quarters - NEW CM TO ENTER OFFICIAL QUARTERS

CM Mohan Majhi to enter CM Official quarters: ସରକାରୀ ବାସଭବନରେ ଗତ 24 ବର୍ଷ ଧରି ପଡିନି ମୁଖ୍ୟମନ୍ତ୍ରୀଙ୍କ ପାଦ । ଏବେ ପାଓ୍ବାର କରିଡର ନୂଆ ପାଓ୍ବର ହାଉସ ହେବକି ଏହି ସରକାରୀ ବଙ୍ଗଳା । ନା ଅନ୍ୟତ୍ର ରହିବାକୁ ପସନ୍ଦ କରିବେ ନୂଆ ମୁଖ୍ୟମନ୍ତ୍ରୀ ମୋହନ । ଅଧିକ ପଢନ୍ତୁ

ଅପେକ୍ଷା କରିଛି ସରକାରୀ ବାସଭବନ, ୨୪ ବର୍ଷ ଧରି ପଡ଼ିନି ମୁଖ୍ୟମନ୍ତ୍ରୀଙ୍କ ପାଦ
ଅପେକ୍ଷା କରିଛି ସରକାରୀ ବାସଭବନ, ୨୪ ବର୍ଷ ଧରି ପଡ଼ିନି ମୁଖ୍ୟମନ୍ତ୍ରୀଙ୍କ ପାଦ (ETV Bharat Odisha)

By ETV Bharat Odisha Team

Published : Jun 13, 2024, 1:26 PM IST

ଭୁବନେଶ୍ବର:ରାଜ୍ୟରେ ନୂତନ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେଇଛନ୍ତି ମୋହନ ଚରଣ ମାଝୀ । ଦାୟିତ୍ବ ନେବା ପରେ ଆରମ୍ଭ କରିଛନ୍ତି ସରକାରୀ କାର୍ଯ୍ୟ । ଏହାରି ଭିତରେ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ଚାହିଁ ରହିଛି ମୁଖ୍ୟମନ୍ତ୍ରୀଙ୍କ ସରକାରୀ ଆବାସ । ଗତ 24ବର୍ଷ ହେଲା ଏହି ସରକାରୀ ବାସଭବନରେ ମୁଖ୍ୟମନ୍ତ୍ରୀଙ୍କ ପାଦ ପଡନି । କାରଣ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏରୋଡ୍ରମ ଫିଲ୍ଡ ଏରିଆରେ ଥିବା ନିଜ ବ୍ୟକ୍ତିଗତ ବାସଭବନ ‘ନବୀନ ନିବାସ’ରେ ପୁରା କାର୍ଯ୍ୟକାଳ ରହିଥିଲେ । ସରକାରୀ ବାସଭବନକୁ ଅଭିଯୋଗ ପ୍ରକୋଷ୍ଠ ଭାବେ ବ୍ୟବହାର କରାଯାଇ ଆସୁଥିଲା । ଏବେ ସରକାର ପରିବର୍ତ୍ତନ ପରେ ଏହି ସରକାରୀ ବାସଭବନ ନୂଆ ମୁଖ୍ୟମନ୍ତ୍ରୀଙ୍କ ନୂଆ ଠିକଣା ସହ ରାଜ୍ୟ ଶାସନର ପାଓ୍ବାର ପଏଣ୍ଟ ହେବାକୁ ଯାଉଥିବା ଚର୍ଚ୍ଚା ହେଉଛି ।

୨୪ ବର୍ଷ ଧରି ଅପେକ୍ଷା କରିଛି ସରକାରୀ ବାସଭବନ, ପଡ଼ିବ କି ନୂଆ ମୁଖ୍ୟମନ୍ତ୍ରୀଙ୍କ ପାଦ ! (ETV Bharat Odisha)

ରାଜଭବନ ଛକରୁ ଏଜି ଛକ ଯିବା ରାସ୍ତାରେ ପଡେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ । ଯେଉଁଠି ଏବେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଭାବେ ବେଶ ପରିଚିତ । ଏନେଇ ନୂତନ ମୁଖ୍ୟମନ୍ତ୍ରୀ ଦାୟିତ୍ବ ନେବା ପରେ ଏବେ ନୂଆ ଠିକଣା ହୋଇପାରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ । କାରଣ ପାଓ୍ବାର କରିଡ଼ରରେ ଏକଦା କେନ୍ଦ୍ରବିନ୍ଦୁ ଥିଲା ଏହି ସ୍ଥାନ । ଯେଉଁଠି ରହୁଥିଲେ ପୂର୍ବରୁ ଜାନକୀବଲ୍ଲଭ ପଟ୍ଟନାୟକ, ଗିରିଧର ଗମାଙ୍ଗଙ୍କ ଭଳି ପୂର୍ବତନ ମୁଖ୍ୟମନ୍ତ୍ରୀ‌ । ରାଜ୍ୟ ରାଜନୀତି ତଥା ରାଜ୍ୟ ପାଓ୍ବାର କରିଡରର ଏକଦା କେନ୍ଦ୍ରବିନ୍ଦୁ ଥିବା ଏହି ସ୍ଥାନରେ ଦିନେ ଲାଗୁଥିଲା ନେତା, ମନ୍ତ୍ରୀ ଓ ପ୍ରଶାସକଙ୍କ ଭିଡ । ପୋଲିସର କଡ଼ା ସୁରକ୍ଷା ବଳୟରେ ଏକଦା ରହୁଥିଲା ଏହି ବଙ୍ଗଳା । ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ରାଜ୍ୟ ଓ ଦେଶ ତଥା ଅନ୍ତର୍ଜାତୀୟ ସ୍ତରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଅତିଥି ମଧ୍ୟ ଏଠାକୁ ଆସୁଥିଲେ ।

ଏହା ବି ପଢନ୍ତୁ- ଖୋଲିଲା ଶ୍ରୀମନ୍ଦିର 4 ଦ୍ବାର, ମୁଖ୍ୟମନ୍ତ୍ରୀ ଓ ସମସ୍ତ ମନ୍ତ୍ରୀ କଲେ ଦର୍ଶନ

ଏନେଇ ବରିଷ୍ଠ ସମ୍ବାଦିକ ଅମ୍ବିକା ପ୍ରସାଦ କାନୁନଗୋ କହିଛନ୍ତି, ପୂର୍ବରୁ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଆଠଗଡ଼ରୁ ୧୯୮୦ରେ ପ୍ରଥମଥର ନିର୍ବାଚିତ ହୋଇ ଆସିବା ପରେ ମୁଖ୍ୟମନ୍ତ୍ରୀ ଭାବେ ସେଠାରେ ରହୁଥିଲେ‌ । ଏପରିକି 7 ଡିସେମ୍ବର 1989 ପର୍ଯ୍ୟନ୍ତ ସେ ସେଠାରେ ରହୁଥିଲେ । ପରେ ପୁଣି ଦ୍ବିତୀୟ ଥର ପାଇଁ ବେଗୁନିଆରୁ ନିର୍ବାଚିତ ହୋଇ ଆସିବା ପରେ ଜେବି ପଟ୍ଟନାୟକ ୧୯୯୫ରୁ ୧୯୯୯ ପର୍ଯ୍ୟନ୍ତ ସେଠାରେ ହିଁ ରହିଥିଲେ । ସମୁଦାୟ କାର୍ଯ୍ୟକାଳ ୧୨ ବର୍ଷ ୫୨୦ ଦିନ ସେ ଏଠାରେ କାଟିଥିଲେ ।

ଏହା ବି ପଢନ୍ତୁ- ଓଡ଼ିଶାରେ ଆରମ୍ଭ ବିଜେପି ସରକାର; ଶପଥ ନେଲେ ନୂଆ ମନ୍ତ୍ରୀ ପରିଷଦ

ଏବେ ଏହି ବାସଭବନ ଅପେକ୍ଷା କରିଛି ନୂତନ ମୁଖ୍ୟମନ୍ତ୍ରୀଙ୍କୁ । କାରଣ ବିଗତ ୨୪ବର୍ଷ ଧରି ଏଠାରେ ମୁଖ୍ୟମନ୍ତ୍ରୀଙ୍କ ପାଦ ପଡିନି । ଏହି ନିବାସ ଏବେ ଯେପରି ସରକାରୀ ଆବାସ ଭାବେ ଇତିହାସ ହୋଇ ରହିନଯାଉ, ପୁଣି ଥରେ ଶାସନର ପ୍ରାଣକେନ୍ଦ୍ରର ପରିଚୟ ପାଉ । ହେଲେ ମୁଖ୍ୟମନ୍ତ୍ରୀ ମୋହମ ମାଝୀ ଏହାକୁ ବ୍ୟବହାର କରିବେ କି ନାହିଁ, ତାହା ତାଙ୍କ ଉପରେ ନିର୍ଭର କରେ ବୋଲି କହିଛନ୍ତି ବରିଷ୍ଠ ସାମ୍ବାଦିକ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details