ଓଡିଶା

odisha

ETV Bharat / state

ଆଜି ବାଲେଶ୍ବର-ମୟୂରଭଞ୍ଜ ବାତ୍ୟାଞ୍ଚଳ ବୁଲିବେ ମୁଖ୍ୟମନ୍ତ୍ରୀ, ଆକାଶ ମାର୍ଗରୁ 'ଦାନା' କ୍ଷୟକ୍ଷତି ଆକଳନ

ଆଜି ଦ୍ବିତୀୟ ଦିନରେ ଆକାଶ ମାର୍ଗରୁ ବାତ୍ୟା 'ଦାନା' ସ୍ଥିତି ଅନୁଧ୍ୟାନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବାଲେଶ୍ବର ଏବଂ ମୟୂରଭଞ୍ଜ ଜିଲ୍ଲାର ପ୍ରଭାବିତ ଅଞ୍ଚଳ ପରିଦର୍ଶନ ।

ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ମୁଖ୍ୟମନ୍ତ୍ରୀ ମୋହନ ମାଝୀ (ETV Bharat Odisha)

By ETV Bharat Odisha Team

Published : 5 hours ago

ଭୁବନେଶ୍ବର: ଆଜି ବି ବାତ୍ୟାଞ୍ଚଳରେ ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆକାଶ ମାର୍ଗରୁ ବାତ୍ୟାର କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିବେ । ଗତକାଲି ଜଗତସିଂହପୁର, କେନ୍ଦ୍ରାପଡା ଓ ଭଦ୍ରକ ଅଞ୍ଚଳ ବୁଲି ଦେଖିବା ସହ ସ୍ଥିତି ସମୀକ୍ଷା କରିଥିଲେ । ଆଜି ଦ୍ବିତୀୟ ଦିନରେ ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲା ଗସ୍ତ କରି କ୍ଷୟକ୍ଷତି ଦେଖିବେ । ମୁଖ୍ୟମନ୍ତ୍ରୀଙ୍କ ସହ ରାଜସ୍ବ ମନ୍ତ୍ରୀ ଓ ଅନ୍ୟ ଅଧିକାରୀ ରହିବା ନେଇ ସୂଚନା ରହିଛି ।

ଜାରି ରହିଛି ମାରାଥନ ଦାନା ସମୀକ୍ଷା:

ବାତ୍ୟା ‘ଦାନା’କୁ ନେଇ ମାରାଥନ ସମୀକ୍ଷା କରୁଛନ୍ତି ରାଜ୍ୟ ସରକାର । ଗତକାଲି (ରବିବାର) ଆକାଶ ମାର୍ଗକୁ ବାତ୍ୟାଞ୍ଚଳ ପରିଦର୍ଶନ ସହ ସ୍ଥିତି ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏରିୟଲ ସର୍ଭେର ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ପାରାଦ୍ବୀପ, ମହାକାଳପଡା, ରାଜନଗର, ରାଜକନିକା ଓ ଚାନ୍ଦବାଲି ଅଞ୍ଚଳରେ ସ୍ଥିତି ଅନୁଧ୍ୟାନ କରିଥିଲେ । ଏହି ସମୟରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ତାଙ୍କ ସହ ଉପସ୍ଥିତ ଥିଲେ ।

  • ଆଜି ବି ଆକାଶମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ
  • ଦ୍ବିତୀୟ ଦିନରେ ବାଲେଶ୍ବର ଓ ମୟୂରଭଞ୍ଚ ଜିଲ୍ଲା ପରିଦର୍ଶନ କରିବେ
  • ମୁଖ୍ୟମନ୍ତ୍ରୀଙ୍କ ସହ ରାଜସ୍ବ ମନ୍ତ୍ରୀ ଓ ଅନ୍ୟ ଅଧିକାରୀ ରହିବା ସୂଚନା

ନଭେମ୍ବର ୨ ସୁଦ୍ଧା କ୍ଷୟକ୍ଷତି ରିପୋର୍ଟ:

ବାତ୍ୟା ‘ଦାନା’ ପ୍ରଭାବରେ 14 ଜିଲ୍ଲାର ପ୍ରାୟ 36 ଲକ୍ଷ ଲୋକେ ପ୍ରଭାବିତ ହୋଇଥିବା ପ୍ରାଥମିକ ରିପୋର୍ଟ ଆସିଛି । ତେବେ ନଭେମ୍ବର 2 ସୁଦ୍ଧା କ୍ଷୟକ୍ଷତି ଆକଳନ କରି ବିସ୍ତୁତ ରିପୋର୍ଟ ଦେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ:

ଆକାଶମାର୍ଗରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସର୍ଭେ, ନଭେମ୍ବର 2 ସୁଧା କ୍ଷୟକ୍ଷତି ରିପୋର୍ଟ ଦାଖଲ ନିର୍ଦ୍ଦେଶ

ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା, ୧୪ଟି ଜିଲ୍ଲାର ପ୍ରାୟ ୩୬ ଲକ୍ଷ ଲୋକ ପ୍ରଭାବିତ

ବାତ୍ୟା ପରେ ବନ୍ୟା ଦାଉରେ ଅସ୍ତବ୍ୟସ୍ତ ଜନଜୀବନ, ସ୍ଥିତି ସମୀକ୍ଷା କଲେ ମନ୍ତ୍ରୀ ଓ ଜିଲ୍ଲାପାଳ

ବାତ୍ୟା ପରେ ଭଦ୍ରକରେ ବନ୍ୟା ସ୍ଥିତି: ତଳିଆ ଅଞ୍ଚଳ ଜଳମଗ୍ନ, ଉଦ୍ଧାର କାର୍ଯ୍ୟ ଜାରି

ବାତ୍ୟା ପ୍ରଭାବିତ ଅଞ୍ଚଳରେ ଆଲର୍ଟ ସ୍ୱାସ୍ଥ୍ୟ ବିଭାଗ, ଜଳବାହିତ ରୋଗ ଏବଂ ସାପ କାମୁଡା ରୋଗୀଙ୍କ ଉପରେ ନଜର

ବାତ୍ୟାଞ୍ଚଳ ପରିଦର୍ଶନ ପରେ କଣ କହିଥିଲେ ମୁଖ୍ୟମନ୍ତ୍ରୀ ?

ଗତକାଲି (ରବିବାର) ବାତ୍ୟାଞ୍ଚଳ ପରିଦର୍ଶନ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ, ସମୁଦାୟ 6 ହଜାର 210ଟି ଆଶ୍ରୟସ୍ଥଳରେ 8 ଲକ୍ଷରୁ ଊର୍ଦ୍ଧ୍ବ ଲୋକେ ରହିଥିଲେ । ଯେଉଁ କିଛି ଗାଁରେ ପାଣି ଜମି ସେମାନେ ଏବେବି ଆଶ୍ରୟସ୍ଥଳରେ ଅଛନ୍ତି । 30 ହଜାର ଲୋକେ 470ଟି ଆଶ୍ରୟସ୍ଥଳରେ ଅଛନ୍ତି । ବର୍ତ୍ତମାନ ସୁଦ୍ଧା 98 ପ୍ରତିଶତ ବିଦ୍ୟୁତ ଯୋଗାଣ ସ୍ବାଭାବିକ ହୋଇଛି । 22 ଲକ୍ଷ 84 ହଜାର ଉପଭୋକ୍ତା ପ୍ରଭାବିତ ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା 22 ଲକ୍ଷ 32 ହଜାର ଉପଭୋକ୍ତାଙ୍କୁ ବିଦ୍ୟୁତ୍ ସଂଯୋଗ ସ୍ବାଭାବିକ କରାଯାଇଛି ।

ABOUT THE AUTHOR

...view details