ଓଡିଶା

odisha

ETV Bharat / state

ରାୟଗଡ଼ା ସନ୍ଦେହଜନକ ମୃତ୍ୟୁ ଘଟଣା; ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ - suspicious death in Rayagada

Several suspicious death in Rayagada: ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଡଙ୍ଗାସିଲ ପଞ୍ଚାୟତ ଅନ୍ତର୍ଗତ ମାନୁସପଦର ଗାଁ'ରେ ଅଜଣା ରୋଗ ବ୍ୟାପିଛି । ୪ ଜଣଙ୍କ ମୃତ୍ୟୁ ପରେ ୫ମ ରୋଗୀଙ୍କର ଡାଇରିଆଜନିତ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି । ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଅଧିକ ପଢ଼ନ୍ତୁ

Several suspicious death in Rayagada
Several suspicious death in Rayagada (ETV Bharat Odisha)

By ETV Bharat Odisha Team

Published : Jun 15, 2024, 11:08 PM IST

ଭୁବନେଶ୍ବର/ରାୟଗଡ଼ା: ରାୟଗଡ଼ା ଜିଲ୍ଲା କାଶୀପୁରରେ ସନ୍ଦେହଜନକ ମୃତ୍ୟୁ ଖବର ସାମ୍ନାକୁ ଆସିଛି । ମୃତ୍ୟୁ ଘଟଣାକୁ ଗୁରୁତର ସହ ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସ୍ବାସ୍ଥ୍ୟ ବିଭାଗ ଓ RMRC ମୃତ୍ୟୁର କାରଣ ଖୋଜିବା ସହ ସ୍ଥିତାବସ୍ଥା ଫେରାଇ ଆଣିବା ଲାଗି ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ମାନୁସପଦରକୁ ରାସ୍ତା ଓ ପାନୀୟ ଜଳ ବ୍ୟବସ୍ଥା କରିବା ଲାଗି ମୁଖ୍ୟମନ୍ତ୍ରୀ ପଞ୍ଚାୟତିରାଜ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ଆଜି ଡଙ୍ଗାସିଲ ପଞ୍ଚାୟତ ଅନ୍ତର୍ଗତ ମାନୁସପଦର ଗାଁ'ରେ ପହଞ୍ଚି ସ୍ଥିତି ପରଖିଛନ୍ତି ରାୟଗଡ଼ା ବିଧାୟକ ଆପଲସ୍ବାମୀ କାଡ୍ରାକା ।

Several suspicious death in Rayagada (ETV Bharat Odisha)

ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଡଙ୍ଗାସିଲ ପଞ୍ଚାୟତ ଅନ୍ତର୍ଗତ ମାନୁସପଦର ଗାଁ'ରେ ଅଜଣା ରୋଗ ବ୍ୟାପିଛି । ଲୋକେ ସନ୍ଦେହଜନକ ଭାବେ ମୃତ୍ୟୁ ମୁଖରେ ପଡୁଛନ୍ତି । ଘଟଣାକୁ ଗୁରୁତର ସହ ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ସନ୍ଦେହଜନକ ମୃତ୍ୟୁର କାରଣ ଖୋଜିବା ଲାଗି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଓ Regional Medical Research Centre (RMRC) ଘଟଣାର ତଦନ୍ତ କରିବା ଲାଗି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ମୃତ୍ୟୁର କାରଣ ଖୋଜିବା ସହ ଅଞ୍ଚଳରେ ସ୍ଥିତାବସ୍ଥା ଫେରାଇ ଆଣିବା ଲାଗି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ମାନୁସପଦରକୁ ରାସ୍ତା ନିର୍ମାଣ କରିବା ଲାଗି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଅଞ୍ଚଳରେ ପାନୀୟ ଜଳ ବ୍ୟବସ୍ଥା କରିବା ଲାଗି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଉପାନ୍ତ ଅଞ୍ଚଳରେ ଅଜଣା ରୋଗ ଆତଙ୍କ, ଗଡ଼ିଲାଣି 4ଶିଶୁଙ୍କ ମୁଣ୍ଡ - children sick with unknown disease

ସୂଚନା ଅନୁସାରେ ରାୟଗଡ଼ା ଜିଲ୍ଲାର କାଶୀପୁର ବ୍ଲକ ମାନୁସପଦରରେ ୫ ଜଣଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଗତ ମାସେ ହେଲା ଏଭଳି ଅବସ୍ଥା ଲାଗି ରହିଛି । ଏହି ଗାଁ'ଟି ଆଭ୍ୟନ୍ତରୀଣ ଅଞ୍ଚଳରେ ଅବସ୍ଥିତ । ରାଜ୍ୟସ୍ତରୀୟ ଏକ ଟିମ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛି । ପ୍ରତ୍ୟେକ ଘରକୁ ଘର ଯାଇ ସ୍କ୍ରିନିଂ ସହ ଚିକିତ୍ସା କରୁଛନ୍ତି । ସ୍ବାସ୍ଥ୍ୟ ବିଭାଗର ଏକ ଦଳ ପ୍ରତ୍ୟେକ ଦିନ ଗାଁ'କୁ ଯାଉଛି । ସ୍ଥିତି ଉପରେ ନଜର ରଖିଛି । ପ୍ରଥମ ୪ଟି ମୃତ୍ୟୁ ଘଟଣା ସ୍ବାସ୍ଥ୍ୟକର୍ମୀଙ୍କ ନଜରକୁ ଆସିନାହିଁ । ଆଞ୍ଚଳିକସ୍ତରରେ ସେମାନଙ୍କର ଅନ୍ତିମ ସଂସ୍କାର କରାଯାଇଛି । ଏହା ଡାଇରିଆଜନିତ ମୃତ୍ୟୁ ବୋଲି ସନ୍ଦେହ କରାଯାଉଛି ।

ତେବେ ପଞ୍ଚମ ମୃତକଙ୍କ ସାମ୍ପୂଲ ସଂଗ୍ରହ କରାଯାଇଥିଲା । ସାମ୍ପୂଲ ଟେଷ୍ଟିଂ ପାଇଁ RMRCକୁ ପଠାଯାଇଥିଲା । ଏହା ଡାଇରିଆଜନିତ ମୃତ୍ୟୁ ବୋଲି ଜଣାପଡିଛି । ସ୍ବାସ୍ଥ୍ୟ ଅବସ୍ଥା ସନ୍ଦେହଜନକ ଥିବା ବ୍ୟକ୍ତିଙ୍କୁ ଆଣ୍ଟିବାୟୋଟିକ ଦିଆଯାଇଛି । ଲକ୍ଷଣଯୁକ୍ତ ବ୍ୟକ୍ତିଙ୍କ ଚିକିତ୍ସା ବ୍ୟବସ୍ଥା କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର/ରାୟଗଡ଼ା

ABOUT THE AUTHOR

...view details