ଭୁବନେଶ୍ବର: ଓଡ଼ିଶାରେ ଶିକ୍ଷା କାର୍ଯ୍ୟକ୍ରମରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍ତରରେ ଜୁନିୟର (କନିଷ୍ଠ) ବା ସ୍କିମାଟିକ ଶିକ୍ଷକମାନେ ନିୟୋଜିତ ହୋଇଛନ୍ତି । ସେମାନଙ୍କୁ ମାସିକ 11,100 ଟଙ୍କା ପାରିଶ୍ରମିକ ଦିଆଯାଉଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ବର୍ଗର ଶିକ୍ଷକମାନଙ୍କର ମାସିକ ପାରିଶ୍ରମିକକୁ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏ ସଂପର୍କିତ ଏକ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ପ୍ରଦାନ କରିଛନ୍ତି ।
ବଢ଼ିଲା ସ୍କିମାଟିକ ଶିକ୍ଷକଙ୍କ ପାରିଶ୍ରମିକ:
ରାଜ୍ୟରେ ଶିକ୍ଷା କାର୍ଯ୍ୟକ୍ରମରେ ନିୟୋଜିତ ଜୁନିୟର ବା ସ୍କିମାଟିକ ଶିକ୍ଷକମାନଙ୍କ ପାରିଶ୍ରମକ ବୃଦ୍ଧି କରାଯିବ । ଏନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃ୍ତ୍ବାଧୀନ ବିଜେପି ସରକାର । ସ୍କିମାଟିକ ଶିକ୍ଷକମାନେ ବର୍ତ୍ତମାନ ମାସକୁ 11,100 ଟଙ୍କା ପାରିଶ୍ରମିକ ପାଉଥିବା ବେଳେ, ଏହାକୁ 16,000 ଟଙ୍କାକୁ ବୃଦ୍ଧି କରାଯାଇଛି । ଫଳରେ ଏଥିରେ 13,740 ଶିକ୍ଷକ ଉପକୃତ ହେବେ । ଏଥିପାଇଁ ରାଜ୍ୟ ସରକାର ଅତିରିକ୍ତ 89.15 କୋଟି ଟଙ୍କା ବହନ କରିବେ ।
ପାରିଶ୍ରମିକ ବଢ଼ାଇଲେ ମୁଖ୍ୟମନ୍ତ୍ରୀ :
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍କିମାଟିକ ଶିକ୍ଷକମାନଙ୍କ ମାସିକ ପାରିଶ୍ରମିକ 11,100 ଟଙ୍କାରୁ 16,000 ଟଙ୍କାକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହା ସହିତ ଏହି ବର୍ଗର ଶିକ୍ଷକମାନଙ୍କ ଇପିଏଫ (EPF)ପରିମାଣ ମଧ୍ୟ 1443 ଟଙ୍କାରୁ 1950 ଟଙ୍କାକୁ ବୃଦ୍ଧି ପାଇଛି । ଏହି ନିଷ୍ପତ୍ତି ଦ୍ୱାରା ରାଜ୍ୟ ସରକାର ପ୍ରତ୍ୟେକ ସ୍କିମାଟିକ କନିଷ୍ଠ ଶିକ୍ଷକଙ୍କ ପାଇଁ ପୂର୍ବରୁ 12,543 ଟଙ୍କା ପ୍ରଦାନ କରୁଥିବା ବେଳେ ଏବେ ମାସକୁ 17,950 ଟଙ୍କା ପ୍ରଦାନ କରିବେ । ରାଜ୍ୟରେ ବର୍ତ୍ତମାନ 13,740 ଜଣ ସ୍କିମାଟିକ କନିଷ୍ଠ ଶିକ୍ଷକ କାର୍ଯ୍ୟରତ ଅଛନ୍ତି । ଏଥିପାଇଁ ରାଜ୍ୟ ସରକାର ବର୍ଷକୁ ଅତିରିକ୍ତ 89.15 କୋଟି ଟଙ୍କା ବହନ କରିବେ । ରାଜ୍ୟରେ ପ୍ରାଥମିକ ଶିକ୍ଷାର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । 16,000ରୁ ଅଧିକ କନିଷ୍ଠ ଶିକ୍ଷକ ନିଯୁକ୍ତି ହୋଇଛନ୍ତି । ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଏହା ଦ୍ୱାରା ଏହି ବର୍ଗର କନିଷ୍ଠ ଶିକ୍ଷକମାନେ ଉପକୃତ ହେବେ । ପ୍ରାଥମିକ ଶିକ୍ଷାରେ ଗୁଣାତ୍ମକ ଉନ୍ନତି ଆସିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ।
CM mohan Majhi govt hikes salary of Junior Teachers Schematic (ETV Bharat Odisha) ସ୍କିମାଟିକ କନିଷ୍ଠ ଶିକ୍ଷକଙ୍କ ପାଇଁ ବଡ଼ ଘୋଷଣା:
- ସ୍କିମାଟିକ ଶିକ୍ଷକଙ୍କ ମାସିକ ପାରିଶ୍ରମିକ 11,100 ଟଙ୍କାରୁ 16,000 ଟଙ୍କାକୁ ବୃଦ୍ଧି
- ଇପିଏଫ 1443 ଟଙ୍କାରୁ 1950 ଟଙ୍କାକୁ ବୃଦ୍ଧି
- ପ୍ରତି ସ୍କିମାଟିକ କନିଷ୍ଠ ଶିକ୍ଷକ ପୂର୍ବରୁ ମାସକୁ 12,543 ଟଙ୍କା ପାଉଥିବା ବେଳେ, ଏବେ 17,950 ଟଙ୍କା ପାଇବେ
- ରାଜ୍ୟରେ ବର୍ତ୍ତମାନ 13,740 ଜଣ ସ୍କିମାଟିକ କନିଷ୍ଠ ଶିକ୍ଷକ ଅଛନ୍ତି
- ରାଜ୍ୟ ସରକାର ବର୍ଷକୁ ଅତିରିକ୍ତ 89.15 କୋଟି ଟଙ୍କା ଖର୍ଚ୍ଚ କରିବେ
ଶିକ୍ଷକଙ୍କୁ ମୋହନ ସରକାରଙ୍କ ଭେଟି:
- 16,000ରୁ ଅଧିକ କନିଷ୍ଠ ଶିକ୍ଷକ ନିଯୁକ୍ତି
- ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା କାର୍ଯ୍ୟକାରୀ
ଇଟିଭି ଭାରତ, ଭୁବନେଶ୍ବର