ଓଡିଶା

odisha

ETV Bharat / state

ଗୋମାତା ସୁରକ୍ଷାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ପୁରୀ ଗୋ ନବରାତ୍ର ମହୋତ୍ସବରେ ଆହ୍ବାନ

ପୁରୀରେ ଗୋ ନବରାତ୍ର ମହୋତ୍ସବ କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଗୋ ସୁରକ୍ଷା ପାଇଁ କଠୋର ପଦକ୍ଷେପ ନିଆଯିବ ବୋଲି କହିଲେ ମୁଖ୍ୟମନ୍ତ୍ରୀ ।

Go Navratri mahotsav
Go Navratri mahotsav (ETV BHARAT ODISHA)

By ETV Bharat Odisha Team

Published : Nov 8, 2024, 12:05 PM IST

Updated : Nov 8, 2024, 12:48 PM IST

ପୁରୀ: ପୁରୀ ହରିହରାନନ୍ଦ ଗୁରୁକୁଳମ୍‌ରେ ଆୟୋଜିତ 'ଗୋ ନବରାତ୍ର ମହୋତ୍ସବ' କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜ୍ୟରେ ଗୋଚର ଜମିକୁ ଜବର ଦଖଲ ମୁକ୍ତ କରାଯିବ ଓ ଗୋସୁରକ୍ଷା ପାଇଁ ଆବଶ୍ୟକ ସ୍ଥଳେ ଆଇନ ଅନୁଯାୟୀ କଠୋରରୁ କଠୋର ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଗୋମାତା ଏବଂ ଗୋ ସମ୍ପଦର କେବଳ ସାମାଜିକ ଓ ଧର୍ମୀୟ ମହତ୍ବ ନାହିଁ ଏହାର ଅର୍ଥନୈତିକ ପ୍ରାସଙ୍ଗୀକତା ମଧ୍ୟ ରହିଛି ।

ଆମ ଦେଶର ଗ୍ରାମୀଣ ଅର୍ଥନୀତିର ବିକାଶରେ ଗୋସମ୍ପଦର ବହୁଳ ପ୍ରଭାବ ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୋ ସମ୍ପଦର ବୃଦ୍ଧି ଓ ସୁରକ୍ଷାକୁ ଗୁରୁତ୍ବର ସହିତ ନେଉଛନ୍ତି । ଆମ ସରକାର ଏହି ଆଭିମୁଖ୍ୟ ଅନୁସାରେ ସ୍ପଷ୍ଟତାର ସହ କାର୍ଯ୍ୟ କରୁଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ।

ଗୋ ମାତା ପୂଜା କରିବା ଅର୍ଥ ଦେବତାଙ୍କୁ ସନ୍ତୁଷ୍ଟ କରିବା:

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ, " ଭାରତୀୟ ସଂସ୍କୃତି ଓ ପରମ୍ପରାରେ ଗୋ ସମ୍ପଦର ଅବଦାନ ଅତି ଗୁରୁତ୍ବପୂର୍ଣ୍ଣ । ପୁରାଣ ଶାସ୍ତ୍ର ଅନୁଯାୟୀ ଗୋ ମାତାଙ୍କ ଠାରେ 33 କୋଟି ଦେବା ଦେବୀ ବାସ କରନ୍ତି । ସେଥିପାଇଁ କୁହାଯାଇଛି ଗୋମାତାଙ୍କ ପୂଜା କରିବା ଅର୍ଥ ଦେବତାଙ୍କୁ ସନ୍ତୁଷ୍ଟ କରିବା । କାହିଁ କେଉଁ କାଳରୁ ଆମ ସଂସ୍କୃତି ଓ ପରମ୍ପରାରେ ଗୋ ବଂଶର ଏକ ଭିନ୍ନ ମହତ୍ତ୍ବ ରହିଛି । ପ୍ରଚୀନ କାଳରେ ଗୋ ମାତାଙ୍କ ସ୍ଥାନ କୌଣସି ରତ୍ନରୁ କମ୍ ନଥିଲା । ଗୋମାତା, ଗଙ୍ଗା, ଗୀତା, ଗାୟତ୍ରୀ ଓ ଗୁରୁ ହେଉଛନ୍ତି ଆମ ସଭ୍ୟତା ଓ ସଂସ୍କୃତିର ପ୍ରତୀକ। ''

ଏହା ମଧ୍ୟ ପଢ଼ନ୍ତୁ-

ଜନ୍ମମାଟିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ଘୋଷଣା, 'କେନ୍ଦୁଝରରୁ ଗଡ଼ିବ ଓଡ଼ିଶାର ବିକାଶ ରଥ'

ମୁଖ୍ୟମନ୍ତ୍ରୀଙ୍କ ପସନ୍ଦ ଖାଣ୍ଟି ଓଡ଼ିଆ ଖାଦ୍ୟ; ମା'ଙ୍କ ହାତରୁ ଖାଇଲେ ପଖାଳ ସାଙ୍ଗକୁ ଶାଗଭଜା ଓ ବଡ଼ିଚୁରା... - Mohan Majhi Eats Home Cooked Food

ଜନ୍ମମାଟି ରାଇକଳାରେ ଦୀପାବଳି ପାଳିଲେ ମୁଖ୍ୟମନ୍ତ୍ରୀ: ବାଣ ଫୁଟାଇଲେ,ବାଜା ବଜାଇଲେ

ଓଡିଶାର ୯୦ ସ୍ଥାନରେ ଗୋ ଜାଗରଣ ଯାତ୍ରା:

PURI GO NAVRATRA MAHOTSAV (ETV BHARAT ODISHA)

'' ବୈଜ୍ଞାନିକ ଗବେଷଣାରୁ ଜଣାଯାଇଛି ଯେ, ଗାଈ କ୍ଷୀର, ଗୋମୂତ୍ର ଓ ଗୋବରର ଔଷଧୀୟ ତତ୍ତ୍ବ ରହିଛି । ଆମର ଏହି ଅମୂଲ୍ୟ ସମ୍ପଦର ସୁରକ୍ଷା ଓ ମହାତ୍ମ୍ୟ ବିଷୟରେ ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଶ୍ରୀକ୍ଷେତ୍ର ପୁରୀ ଠାରେ ଆୟୋଜିତ ଏହି ନବରାତ୍ର ମହୋତ୍ସବ ଗୋସେବା କ୍ଷେତ୍ରରେ ଓଡିଶାକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଏକ ମହାନ୍ ପ୍ରଚେଷ୍ଟା। ଗୋପାଳନ, ଗବ୍ୟ ପଦାର୍ଥର ଉପଯୋଗୀତା, ଗୋ ସମ୍ପର୍ଦ୍ଧନା, ଗୋ ସୁରକ୍ଷା ଓ ସଂରକ୍ଷଣ ଏବଂ ଗୋ ଆଧାରିତ ଜୈବିକ କୃଷି ଆଦି ବିଷୟ ବସ୍ତୁ ଉପରେ ଆଧାରିତ ଏହି କାର୍ଯ୍ୟକ୍ରମ ଲୋକମାନଙ୍କୁ ଜାଗୃତ କରିଛି । ଯାହା ଫଳରେ ଆଜି ହଜାର ହଜାର ଲୋକ ଗୋସେବା କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ପୂଜ୍ୟ ଗୁରୁଜୀ ପରମହଂସ ପ୍ରଜ୍ଞାନାନନ୍ଦ ମହାରାଜଙ୍କ ପୌରହିତ୍ୟରେ ଓଡିଶାରେ ପ୍ରଥମ କରି ଏହି ଗୋ ସେବା ଜାଗରଣ ଯାତ୍ରା ଆରମ୍ଭ ହୋଇଥିଲା । ଗୁରୁଜୀଙ୍କ ନେତୃତ୍ବରେ ଓଡିଶାର ୯୦ଟି ସ୍ଥାନରେ ଗୋ ଜାଗରଣ ଯାତ୍ରା ଅନୁଷ୍ଠିତ ହୋଇଛି । ଗୁରୁଜୀଙ୍କ ଏହି ଉଦ୍ୟମ ବଳରେ ଗୋସେବା କ୍ଷେତ୍ରରେ ବ୍ୟାପକ ଜନ ସଚେତନତା ସୃଷ୍ଟି ହୋଇଛି। ''

Go Navratri mahotsav (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-ଆମ୍ବ ଟାକୁଆ ଟ୍ରାଜେଡି: RDC ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳଙ୍କୁ ଫେରାଦ ହେଲା କଂଗ୍ରେସ

ଏହା ମଧ୍ୟ ପଢନ୍ତୁ-ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଓଡ଼ିଶାରେ ହିନ୍ଦୀ ଭାଷାର ପ୍ରସାର ପାଇଁ ଦେଲେ ୬ ପ୍ରସ୍ତାବ

କାମଧେନୁ ଯୋଜନା ଆରମ୍ଭ:

Go Navratri mahotsav (ETV BHARAT ODISHA)

ମୁଖ୍ୟମନ୍ତ୍ରୀ ସମ୍ବୋଧନ ସମୟରେ କହିଥିଲେ, ''ଯୋଜନା ଆରମ୍ଭ କରିଛନ୍ତି । ଏଥିରେ ପ୍ରତି ବର୍ଷ ୨ହଜାର ହିତାଧିକାରୀଙ୍କୁ ଦୁଇ ଗୋଟି ଲେଖାଏଁ ଗାଈ, ୨୦ହଜାର ଦୁଗ୍ଧ ଚାଷୀଙ୍କୁ ରିହାତି ଦରରେ ବାଛୁରୀ ଖାଦ୍ୟ ଯୋଗାଣ, ଦୁଧିଆଳୀ ଗାଈଙ୍କ ବୀମା ପାଇଁ ସହାୟତା ଆଦି ରହିଛି । କେବଳ ଗୋ ପାଳନ ନୁହେଁ ଗୋ ସୁରକ୍ଷା ମଧ୍ୟ ଆମ ସରକାରଙ୍କ ପ୍ରାଥମିକତା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାୟ ୧୦୦ଟି ଗୋଶାଳ କାର୍ଯ୍ୟକ୍ଷମ ଅଛି ଏବଂ ଏହି ସବୁ ଗୋଶାଳାରେ ଅବହେଳିତ ଗୋ ସମ୍ପଦଙ୍କୁ ଉଦ୍ଧାର କରି ଚିକିତ୍ସା କରି ଯତ୍ନ ନିଆଯାଉଛି । ଏଗୁଡିକର ଖର୍ଚ୍ଚ ଗୋଶାଳା ମାନେ ନିଜେ ଯୋଗାଡ କରୁଛନ୍ତି । ସରକାରୀ ସହାୟତା ମଧ୍ୟ ଦିଆଯାଉଛି। ଆମକୁ ଏହି କାର୍ଯ୍ୟକ୍ରମକୁ ବ୍ୟାପକ କରିବାକୁ ପଡିବ। '' ମୁଖ୍ୟମନ୍ତ୍ରୀ ହରିହରାନନ୍ଦ ଗୁରୁକୁଳମ୍‌ରେ ପ୍ରତିଷ୍ଠା ହୋଇଥିବା ଗୋଶାଳାର ଗୋଟିଏ ଗୋମାତାଙ୍କ ସେବା ପାଇଁ ବ୍ୟକ୍ତିଗତ ଭାବେ ଏକ ବର୍ଷର ଗୋଖାଦ୍ୟର ସହଯୋଗ କରିବେ ବୋଲି ଘୋଷଣା କରିବା ସହିତ ସମସ୍ତଙ୍କୁ ଗୋଟିଏ ଗୋଟିଏ ଗୋମାତାଙ୍କୁ ଆଡପ୍ଟ କରି ତାଙ୍କ ଖାଦ୍ୟ ନିମନ୍ତେ ଯୋଗଦାନ ଦେଇ ଗୋଶାଳା ଗୁଡିକୁ ସହାୟତା କରିବା ପାଇଁ ଆହ୍ବାନ ଦେଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆୟୋଜିତ ପୁଜାରେ ଯୋଗଦେବା ସହ ଗୋଶାଳା ବୁଲି ଦେଖିଥିଲେ ।

Go Navratri mahotsav (ETV BHARAT ODISHA)

କାର୍ଯ୍ୟକ୍ରମରେ ରାଜ୍ୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ ଯୋଗ ଦେଇ କହିଥିଲେ ଯେ, '' ଗୋ ମାତାଙ୍କ ସହ ହିନ୍ଦୁ ସମାଜର ନିବିଡ ସମ୍ପର୍କ ରହିଛି । ଗୋ ସେବା କଲେ ପୂଣ୍ୟ ମିଳେ ଓ ସମସ୍ତ ମନୋସ୍କାମନା ପୂରଣ ହୋଇଥାଏ । ଗୋ ମାତାଙ୍କ ସୁରକ୍ଷା, ଗୋ ବଂଶ ବୃଦ୍ଧି ଏବଂ ଗୋ ହତ୍ୟା ବନ୍ଦ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି । ଓଡ଼ିଶାରେ ଗୋ ମାତାଙ୍କ ଖାଦ୍ୟ ବାବଦକୁ ପ୍ରତ୍ୟେକ ଗାଈ ପିଛା ଦୈନିକ ୫୪ ଟଙ୍କା ଯୋଗାଇ ଦିଆଯାଉଛି । ରାଜ୍ୟର ଗୋଶାଳା ମାନଙ୍କ ସହାୟତା ପାଇଁ ୨୩ କୋଟି ଟଙ୍କା ପ୍ରଦାନ କରାଯିବ । ''

Go Navratri mahotsav (ETV BHARAT ODISHA)

ପରମହଂସ ପ୍ରଜ୍ଞାନା ନନ୍ଦ ମହାରାଜ କହିଥିଲେ , ''ଆମ ସମସ୍ତଙ୍କ ହୃଦୟର ସ୍ପନ୍ଦନରେ ଗୋ ସେବା ସ୍ୱତନ୍ତ୍ର ସ୍ଥାନ ନେଉ। ଗୋ ମାତା ସୁସ୍ଥ ରହିଲେ ଧରିତ୍ରୀ ସୁସ୍ଥ ରହିବ। ଓଡ଼ିଶା ଗୋ ସେବା ସମିତି ଗୋ ବଂଶର ସୁରକ୍ଷା ପାଇଁ ପ୍ରତିଶ୍ରୁତି ବଦ୍ଧ।କାର୍ଯ୍ୟକ୍ରମରେ ସ୍ବାମୀ ଦୀନବନ୍ଧୁ ଦାସ ମହାରାଜ ଗୋ-ମହିମା ବିଷୟରେ କହିଥିଲେ। ''

Go Navratri mahotsav (ETV BHARAT ODISHA)

ଇଟିଭି ଭାରତ, ପୁରୀ

Last Updated : Nov 8, 2024, 12:48 PM IST

ABOUT THE AUTHOR

...view details