ଓଡିଶା

odisha

ETV Bharat / state

ଅସାଧୁ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଭିଜିଲାନ୍ସ ହାତ ଖୋଲା: ମୁଖ୍ୟମନ୍ତ୍ରୀ

ଅସାଧୁ ଅଧିକାରୀଙ୍କ ବିରୋଧରେ ଖୋଲା କାର୍ଯ୍ୟାନୁଷ୍ଠାନ ନିଅ, ଅନୁମତି ପାଇଁ ଅପେକ୍ଷା ଆବଶ୍ୟକ ନାହିଁ’। ‘ଦୁର୍ନୀତି ନିବାରଣ ସଚେତନତା ସପ୍ତାହ’ କାର୍ଯ୍ୟକ୍ରମରେ ଭିଜିଲାନ୍ସସକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଭୟବାଣୀ ।

ଦୁର୍ନୀତି ନିବାରଣ ପାଇଁ ଶପଥ; ‘ଅସାଧୁ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଭିଜିଲାନ୍ସର ହାତ ଖୋଲା’
ଦୁର୍ନୀତି ନିବାରଣ ପାଇଁ ଶପଥ; ‘ଅସାଧୁ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଭିଜିଲାନ୍ସର ହାତ ଖୋଲା’ (ETV Bharat Odisha)

By ETV Bharat Odisha Team

Published : 4 hours ago

ଭୁବନେଶ୍ବର:ମୋହନ ସରକାରରେ ଦୁର୍ନୀତିଖୋରଙ୍କ ସ୍ଥାନ ନାହିଁ । ଅନୁମତି ନୁହେଁ, ସିଧା ଆକ୍ସନ ନିଅ । ଆବଶ୍ୟକ ସହଯୋଗ ସରକାର ଯୋଗାଇ ଦେବାକୁ ପ୍ରତିଶୃତିବଦ୍ଧ । ପୂର୍ବ ସରକାର ଭିଜିଲାନ୍ସ ହାତ ବନ୍ଧାଥିଲା । ବିଜେପି ସରକାରରେ ଭିଜିଲାନ୍ସର ହାତ ଖୋଲା ଅଛି । ଦୁର୍ନୀତି ନିବାରଣ ପାଇଁ ସରକାରୀ ଅଧିକାରୀଙ୍କୁ ଶପଥ ପାଠ କରାଇବା ଅବସରରେ ଦୁର୍ନୀତିଗ୍ରସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଏପରି ଖୋଲା ଚେତାବନୀ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

  • ସରକାରୀ ଅଧିକାରୀଙ୍କୁ ଶପଥ ପାଠ କରାଇଲେ ମୁଖ୍ୟମନ୍ତ୍ରୀ :-

ରାଜ୍ୟ ଭିଜିଲାନ୍ସ ପକ୍ଷରୁ ପାଳନ ହେଉଛି ଦୁର୍ନୀତି ନିବାରଣ ସପ୍ତାହ । ଦୁର୍ନୀତି ନିବାରଣ ପାଇଁ ଶପଥ ନେଇଛନ୍ତି ସରକାରୀ ଅଧିକାରୀ । କାର୍ଯ୍ୟକ୍ରମ ଅବସରରେ ସରକାରୀ ଅଧିକାରୀଙ୍କୁ ଶପଥ ପାଠ କରାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟ ଓ ଦେଶର ବିକାଶରେ ଦୁର୍ନୀତି ବଡ଼ ପ୍ରତିବନ୍ଧକ । ଅତୀତରେ ଦେଶରେ ଅନେକ ଦୁର୍ନୀତି ହୋଇଛି । ଏହାକୁ ରୋକ ଲଗାଇବା ଲାଗି ମୋଦି ସରକାର ପଦକ୍ଷେପ ନେଇଛନ୍ତି । ସେହିକ୍ରମରେ ଓଡିଶାରେ ବର୍ତ୍ତମାନର ବିଜେପି ସରକାର ଆଗକୁ ବଢୁଛି ।

ଦୁର୍ନୀତି ନିବାରଣ ପାଇଁ ଶପଥ; ‘ଅସାଧୁ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଭିଜିଲାନ୍ସର ହାତ ଖୋଲା’ (ETV Bharat Odisha)
  • ବିଜେପି ସରକାରରେ ଦୁର୍ନୀତିଖୋର ଅଧିକାରୀଙ୍କ ସ୍ଥାନ ନାହିଁ:

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, "ଆମ ସରକାରରେ ଦୁର୍ନୀତିଖୋର ଅଧିକାରୀ ଓ କର୍ମଚାରୀଙ୍କର ସ୍ଥାନ ନାହିଁ । ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପୂର୍ବ ସରକାରରେ ଅନୁମତି ନେବାକୁ ପଡୁଥିଲା । ବିଜେପି ସରକାରରେ ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁମତି ନୁହେଁ, ଆକ୍ସନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ଯାହା ଆବଶ୍ୟକ ବିଜେପି ସରକାର ଯୋଗାଇ ଦେବାକୁ ପ୍ରତିଶ୍ରୁତି ବଦ୍ଧ । ଅନୁମତି ଅପେକ୍ଷା କାର୍ଯ୍ୟକୁ ଦାୟିତ୍ୱ ସହ ସମ୍ପାଦନ କରିବାକୁ ପଡିବ । ରାଜ୍ୟର ବିକାଶ ପାଇଁ ଦୁର୍ନୀତି ଓ ଦୁର୍ନୀତିଖୋରଙ୍କୁ ଉପାଡି ବଙ୍ଗୋପସାଗରେ ଫିଙ୍ଗିବାକୁ ପଡିବ । ଟିମ୍‌ ୱାର୍କରେ କାର୍ଯ୍ୟ କରି ରାଜ୍ୟକୁ ଦୁର୍ନୀତି ମୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।’’

ଦୁର୍ନୀତି ନିବାରଣ ପାଇଁ ଶପଥ; ‘ଅସାଧୁ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଭିଜିଲାନ୍ସର ହାତ ଖୋଲା’ (ETV Bharat Odisha)

ଏହା ମଧ୍ୟ ପଢନ୍ତୁ :-ଡିଜିଟାଲ ଆରେଷ୍ଟକୁ ନେଇ ମୋଦିଙ୍କ 3 ଥାକିଆ ମନ୍ତ୍ର; ଆନିମେସନ-ଗେମିଂରେ ଦେଶରେ ନୂଆ କ୍ରାନ୍ତି

ଏହା ମଧ୍ୟ ପଢନ୍ତୁ:- ଆଜି ବାଲେଶ୍ବର-ମୟୂରଭଞ୍ଜ ବାତ୍ୟାଞ୍ଚଳ ବୁଲିବେ ମୁଖ୍ୟମନ୍ତ୍ରୀ, ଆକାଶ ମାର୍ଗରୁ 'ଦାନା' କ୍ଷୟକ୍ଷତି ଆକଳନ

  • ରଙ୍ଗ ବୋଳି ପୂର୍ବ ସରକାର କୋଟି କୋଟି ଟଙ୍କାର ଦୁର୍ନୀତି କରିଛନ୍ତି:-

ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଛନ୍ତି,‘‘ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ସମ୍ବୋଧନରେ ପୂର୍ବ ସରକାରଙ୍କୁ ତେରେଛା ବାଣ ମାରିଛନ୍ତି । ବିଜେଡି ସରକାରରେ ଥିବା ସମୟରେ କିଭଳି ରାଜ୍ୟରେ ଦୁର୍ନୀତି ହୋଇଛି, ତାହାର ଚିଠା ଖୋଲିଛନ୍ତି ମୋହନ । ପୂର୍ବ ସରକାରରେ ଭିଜିଲାନ୍ସର ହାତ ବନ୍ଧା ଥିଲା । ମୋ ସରକାରରେ ଭିଜିଲାନ୍ସର ହାତ ଖୋଲା ଅଛି । ପୂର୍ବ ସରକାର ରଙ୍ଗ ବୋଳି କୋଟି କୋଟି ଟଙ୍କାର ଦୁର୍ନୀତି କରିଛନ୍ତି । ରାସ୍ତା କାମରେ ଦୁର୍ନୀତି ସୀମା ପାର କରିଥିଲେ । ପୂର୍ବ ସରକାର ଭିଜିଲାନ୍ସ ହାତକୁ ବାନ୍ଧି ରଖିଥିଲେ । ମୋ ସରକାରରେ ଭିଜିଲାନ୍ସର ହାତକୁ ଖୋଲି ଦିଆଯାଇଛି ।’’

  • ଦୁର୍ନୀତି ଟଙ୍କାରେ ନିର୍ବାଚନ ଲଢୁଥିଲା BJD :-

ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଛନ୍ତି,‘‘ବଡ ବଡ ଅଫିସରଙ୍କୁ ଲଗାଇ କୋଟି କୋଟି ଟଙ୍କାର ଦୁର୍ନୀତି କରି ସେହି ଟଙ୍କାକୁ ଲଗାଇ ନିର୍ବାଚନ ଲଢୁଥିଲା ବିଜେଡି । ଆମ ସରକାର ଦୁର୍ନୀତିକୁ ନେଇ ଶୂନ୍ୟ ସହନଶୀଳତା ନୀତି ଅନୁସରଣ କରୁଛି । 4 ମାସ ଭିତରେ ଦୁର୍ନୀତିଖୋରଙ୍କୁ ରୋକିବା ପାଇଁ ଅନେକ କାମ ହୋଇଛି । 6 ଜଣ ଚିଫ୍ ଇଞ୍ଜିନିୟର ଗିରଫ ହୋଇ ଜେଲରେ ଅଛନ୍ତି । 6 କେଜି ସୁନା ଗହଣା ଜବତ ହୋଇଛି । 5ଟି ନାମରେ ହୋଇଥିବା କୋଟି କୋଟି ଟଙ୍କାର ଦୁର୍ନୀତି ନେଇ କଟାକ୍ଷ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏବେ କେବଳ ଟ୍ରେଲର ଚାଲିଛି, ପୂରା ଫିଲ୍ମ ଏବେ ବାକି ରହିଛି ।’’

ଆକାଶମାର୍ଗରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସର୍ଭେ, ନଭେମ୍ବର 2 ସୁଧା କ୍ଷୟକ୍ଷତି ରିପୋର୍ଟ ଦାଖଲ ନିର୍ଦ୍ଦେଶ

ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା, ୧୪ଟି ଜିଲ୍ଲାର ପ୍ରାୟ ୩୬ ଲକ୍ଷ ଲୋକ ପ୍ରଭାବିତ

ବାତ୍ୟା ପରେ ବନ୍ୟା ଦାଉରେ ଅସ୍ତବ୍ୟସ୍ତ ଜନଜୀବନ, ସ୍ଥିତି ସମୀକ୍ଷା କଲେ ମନ୍ତ୍ରୀ ଓ ଜିଲ୍ଲାପାଳ

  • ଶପଥ ନୁହେଁ କାର୍ଯ୍ୟରେ କରିବା ଦରକାର :-

କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜା କହିଛନ୍ତି,‘‘ଆମେ ଦୁର୍ନୀତି କରିବା କାହିଁକି ? ଆମେ ଯଦି ଦୁର୍ନୀତି କରିବା ନାହିଁ ରାଜ୍ୟରେ ଭିଜିଲାନ୍ସର ଆବଶ୍ୟକତା ପଡିବ ନାହିଁ । ଦୁର୍ନୀତି ନକରିବାକୁ ଆମେ ପ୍ରତିବର୍ଷ ଶପଥ ନେଉଛେ । କିନ୍ତୁ ଫଳ ଶୂନ । ତେଣୁ କେବଳ ଦୁର୍ନୀତି ନକରିବାକୁ ଶପଥ ନେଲେ ହେବନାହିଁ, ଆମକୁ ତାହାକୁ ପାଳନ କରିବାକୁ ପଡ଼ିବ । ତାହାଲେ ଯାଇ ଦୁର୍ନୀତି ମୁକ୍ତ ରାଜ୍ୟ ହୋଇପାରିବ ।’’

  • ପ୍ରତିଷ୍ଠା ହେବ ଭିଜିଲାନ୍ସ ଫରେନ୍ସିକ ବିଜ୍ଞାନ ଅନୁଷ୍ଠାନ:-

ରାଜ୍ୟରେ ପ୍ରତିଷ୍ଠା ହେବ ଭିଜିଲାନ୍ସ ଫରେନ୍ସିକ ବିଜ୍ଞାନ ଅନୁଷ୍ଠାନ । ଭିଜିଲାନ୍ସ ବିଭାଗରେ ନିୟୋଜିତ ହେବେ 8 ଜଣ ଏସପି, 8 ଜଣ ଅତିରିକ୍ତ ଏସପି, 24 ଜଣ ଡିଏସପି ଓ 16 ଜଣ ଏସଆଇ । ତଦନ୍ତରେ ସହଯୋଗ ଲାଗି ନିୟୋଜିତ ହେବେ 24 ଜଣ ସାଇବର ଏକ୍ସପର୍ଟ, ଚାଟାର୍ଡ ଅକାଉଣ୍ଟାଣ୍ଟ ଓ ବ୍ୟାଙ୍କ ଏକ୍ସପର୍ଟ । 135 ମୋଟର ସାଇକେଲ, 160 ଡେସ୍କଟପ/ଲ୍ୟାପଟପ ଯୋଗାଇ ଦିଆଯିବ । ଓଡିଶା ଦୁର୍ନୀତି ନିବାରଣ ସଚେତନତା ସପ୍ତାହ କାର୍ଯ୍ୟକ୍ରମରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

୪ ମାସରେ ୧୨୩ ଜଣଙ୍କ ବିରୋଧରେ ୮୮ ମାମଲା:-

ମୋହନ ସରକାର ଆସିବାଠାରୁ ଅକ୍ଟୋବର 26 ମଧ୍ୟରେ ଭିଜିଲାନ୍ସ 123 ଜଣଙ୍କ ବିରୋଧରେ 88 ଟି ମାମଲା ରୁଜୁ କରିଛି । ସେଥିରେ 24 ଜଣ ପ୍ରଥମ, 12 ଜଣ ଦ୍ଵିତୀୟ, 54 ଜଣ ତୃତୀୟ ଓ 7 ଜଣ ଲୋକସେବକ ଓ 26 ଜଣ ସାଧାରଣ ବ୍ୟକ୍ତି ଅଛନ୍ତି । 77.28 କୋଟି ଟଙ୍କାର ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ 46 ଜଣ ବ୍ୟକ୍ତିଙ୍କ ବିରୋଧରେ 26ଟି ମକଦ୍ଦମା ରୁଜୁ ହୋଇଛି । ସେଥିରେ 15 ଜଣ ପ୍ରଥମ, 6 ଜଣ ଦ୍ଵିତୀୟ, 6 ଜଣ ତୃତୀୟ ଓ 2 ଜଣ ଲୋକସେବକ ଓ 17 ଜଣ ସାଧାରଣ ବ୍ୟକ୍ତି ଅଛନ୍ତି । ସେହିପରି ସରକାରୀ ପାଣ୍ଠି ଆତ୍ମସାତ ମାମଲାରେ 17ଟି ମକଦ୍ଦମା 23 ଜଣ ଲୋକ ପ୍ରତିନିଧିଙ୍କ ବିରୋଧରେ ରୁଜ୍ଜୁ ହୋଇଛି । ସେଥିରୁ 2 ଜଣ ପ୍ରଥମ ଶ୍ରେଣୀ, ଜଣେ ଦ୍ଵିତୀୟ, 13 ଜଣ ତୃତୀୟ ଶ୍ରେଣୀ, 4 ଜଣ ଲୋକସେବକ ଓ 3 ଜଣ ସାଧାରଣ ବ୍ୟକ୍ତି ଅଛନ୍ତି ।

  • ୭୭ ମାମଲାରେ ୮୯ ଗିରଫ ଓ ୬୨ ଚାର୍ଜସିଟ :-

ମୋହନ ସରକାର ସମୟରେ ହୋଇଥିବା 77 ମାମଲାରେ ଭିଜିଲାନ୍ସ 62 ଚାର୍ଜସିଟ ଦାଖଲ କରିଛି । 18 ଜଣ ପ୍ରଥମ, 18 ଜଣ ଦ୍ଵିତୀୟ, 57 ଜଣ ତୃତୀୟ, 3 ଜଣ ଚତୁର୍ଥ, 9 ଜଣ ଲୋକସେବକ ଓ 51 ଜଣ ସାଧାରଣ ଲୋକଙ୍କ ବିରୋଧରେ ଚାର୍ଜସିଟ ଦାଖଲ ହୋଇଛି । ସେହିପରି 89 ଜଣଙ୍କୁ ବିଭିନ୍ନ ମାମଲାରେ ଗିରଫ କରାଯାଇଛି । ସେଥିରୁ 22 ଜଣ ପ୍ରଥମ, 11 ଜଣ ଦ୍ଵିତୀୟ, 41 ଜଣ ତୃତୀୟ, 2 ଜଣ ଲୋକସେବକ ଓ 13 ଜଣ ସାଧାରଣ ବ୍ୟକ୍ତି ଅଛନ୍ତି ।

  • ଆୟବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ 80% ଦୋଷୀ ସାବ୍ୟସ୍ତ :-

32 ମାମଲାରେ 40 ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ସେଥିରୁ 6 ଜଣ ପ୍ରଥମ, 5 ଜଣ ଦ୍ୱିତୀୟ, 25 ଜଣ ତୃତୀୟ, ଜଣେ ଚତୁର୍ଥ, 3 ଜଣ ସାଧାରଣ ବ୍ୟକ୍ତି ଅଛନ୍ତି । ବିଚାର ସାରିଥିବା ମାମଲାରେ ଦୋଷୀ ସାବ୍ୟସ୍ତ ହାର 50 ପ୍ରତିଶତରୁ ଅଧିକ । ସେହିପରି ଆୟବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ 80% ଦୋଷୀ ସାବ୍ୟସ୍ତ ହାର 80 ପ୍ରତିଶତରୁ ଅଧିକ ।

  • ଅନୁସନ୍ଧାନ, ଚାକିରିରୁ ବହିଷ୍କାର ଓ ପେନସନ ବନ୍ଦ:-

ମୋହନ ସରକାରରେ ବିଭିନ୍ନ ଦୁର୍ନୀତି ଅଭିଯୋଗରେ 68ଟି ଅନୁସନ୍ଧାନ ଆରମ୍ଭ ହୋଇଛି । ତନ୍ମଧ୍ୟରୁ 16 ଜଣ ପ୍ରଥମ ଶ୍ରେଣୀ, 8 ଜଣ ଦ୍ୱିତୀୟ ଶ୍ରେଣୀ, 46 ଜଣ ତୃତୀୟ ଶ୍ରେଣୀ, ୭ ଜଣ ଲୋକସେବକ ଏବଂ 4 ଜଣ ସାଧାରଣ ବ୍ୟକ୍ତି ଅଛନ୍ତି । 40 ଟି ଅନୁସନ୍ଧାନର ଶେଷ ହୋଇଛି । ଯେଉଁଥିରୁ 8ଟି ଅନୁସନ୍ଧାନରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସମ୍ପୃକ୍ତ ବିଭାଗକୁ ପରାମର୍ଶ ଦିଆଯାଇଛି । 28 ଟି ଅନୁସନ୍ଧାନ ଫୌଜଦାରୀ ମାମଲାରେ ରୂପାନ୍ତରିତ ହୋଇଛି । 4 ଟି ଅନୁସନ୍ଧାନର ପ୍ରମାଣ ଅଭାବରୁ ବନ୍ଦ ହୋଇଛି । ଭିଜିଲାନ୍ସ ଅଦାଲତଙ୍କ ଦଣ୍ଡାଦେଶ ଯୋଗୁଁ 8 ଜଣ ଲୋକସେବକଙ୍କୁ ଚାକିରୀରୁ ବହିଷ୍କାର କରାଯାଇଛି । ତନ୍ମଧ୍ୟରେ ଜଣେ ହିତୀୟ ଓ 7 ଜଣ ତୃତୀୟ ଶ୍ରେଣୀ କର୍ମଚାରୀ ଅଟନ୍ତି । 11 ଜଣ ଅବସରପ୍ରାପ୍ତ ଲୋକସେବକ ଭିଜିଲାନ୍ସ ମାମଲାରେ ଦଣ୍ଡିତ ହୋଇଛନ୍ତି । ତେଣୁ ସେମାନଙ୍କର ଅବସରକାଳୀନ ପେନସନ ବନ୍ଦ କରିଦିଆଯାଇଛି । ସେଥିରେ 2 ଜଣ ଦ୍ୱିତୀୟ ଓ 9 ଜଣ ତୃତୀୟ ଶ୍ରେଣୀ କର୍ମଚାରୀ ଅଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details