ଓଡିଶା

odisha

ଝାରପଡ଼ା ଜେଲ୍‌ରେ କ୍ରିମିନାଲ ଓ୍ବାର୍: ଜଣେ ଆହତ, ସୁରକ୍ଷା ବଳୟକୁ ନେଇ ଉଠିଲା ପ୍ରଶ୍ନ

By ETV Bharat Odisha Team

Published : Mar 19, 2024, 2:08 PM IST

Updated : Mar 19, 2024, 8:46 PM IST

Clash Inside Jharpada Jail: ଝାରପଡ଼ା ଜେଲ୍‌ରେ ଦୁୁଇ ଗୋଷ୍ଠୀ ମଧ୍ୟରେ କ୍ରିମିନାଲ ଓ୍ବାର୍ । ଜଣେ ଅପରାଧୀ ଆହତ । ଅଧିକ ପଢନ୍ତୁ

ଝାରପଡ଼ା ଜେଲ୍‌ରେ କ୍ରିମିନାଲ ଓ୍ବାର୍
Clash Erupts in Jharpada Jail

ଝାରପଡ଼ା ଜେଲ୍‌ରେ କ୍ରିମିନାଲ ଓ୍ବାର୍
ଝାରପଡ଼ା ଜେଲ୍‌ରେ କ୍ରିମିନାଲ ଓ୍ବାର୍

ଭୁବନେଶ୍ବର:ଦୀର୍ଘ ଦିନ ପରେ ପୁଣି ଚର୍ଚ୍ଚାରେ ଝାରପଡ଼ା ଜେଲ୍ । ସ୍ବତନ୍ତ୍ର କାରଗାର ଭିତରେ ହାତାହାତି ଅପରାଧି । ଦୁର୍ଦ୍ଦାନ୍ତ ଅପରାଧି ଶମ୍ଭୁନାଥ ଓ ଚକରା ଗ୍ୟାଙ୍ଗ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଥିବା ବେଳେ ଏଥିରେ ଶମ୍ଭୁନାଥ ବାରିକ ଆହତ ହୋଇଥିବା ଜଣାପଡିଛି । ଲକ୍ଷ୍ମୀସାଗର ଥାନାର ଏକ କେସରେ ଜେଲ୍‌ରେ ରହିଥିଲା ଶମ୍ଭୁ । ତେବେ ଚିକିତ୍ସା ପରେ ପୁଣି ଝାରପଡା ଜେଲକୁ ଫେରିଛି ଆହତ ଅପରାଧୀ । ଏହି ଘଟଣା ପରେ ଜେଲରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯିବା ସହିତ ଲକ୍ଷ୍ମୀସାଗର ଥାନାରେ ଏକ କେସ ଦିଆଯାଇଥିବା ନେଇ ଜେଲ ସୁପରିଟେଣ୍ଡେଣ୍ଟ ସୂଚନା‌ ଦେଇଛନ୍ତି ।

ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ:ଜେଲ ଭିତରେ ଏପରି କ୍ରିମିନାଲ ଓ୍ବାର ସାମ୍ନାକୁ ଆସିବା ପରେ ଏବେ ସୁରକ୍ଷା ବଳୟକୁ ନେଇ ଭୟ ବଢିବା ସହିତ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଆଗକୁ ନିର୍ବାଚନ ଆସୁଥିବା ବେଳେ ଅନେକ ହାର୍ଡକୋର ଅପରାଧି ଏବେ ଜେଲ ଭିତରେ ରହିଛନ୍ତି । ହେଲେ ଜେଲ ଭିତରେ ଏପରି ଅପରାଧିକ ଉତ୍ପାତ ଏଠାରେ ସୁରକ୍ଷା ନେଇ‌ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଜେଲ ଭିତରେ କ୍ରିମିନାଲ ଓ୍ବାର:ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିବା ଗଣ୍ଡଗୋଳ ବା ଆକ୍ରମଣରେ‌ ଦୁଇଟି ଗୋଷ୍ଠୀ ରହିଛନ୍ତି । ଗୋଟିଏ ପଟେ ଶମ୍ଭୁନାଥ ବାରିକ ରହିଥିବା ବେଳେ ଅନ୍ୟପଟେ ରହିଛି ଚକରା ଗ୍ୟାଙ୍ଗ । ତେବେ ଆକ୍ରମଣକାରୀ ଚକରା ଗ୍ୟାଙ୍ଗରେ ରହିଛନ୍ତି ଚକରା ବାରିକ ଓ ପପୁ ମାଝୀ । ତେବେ ଗୋଟିଏ ଗୋଷ୍ଠୀ ସେଲ୍‌ ଭିତରେ ରହିଥିବା ବେଳେ ଅନ୍ୟମାନେ ଜେଲ୍‌ କୋଠରୀରେ ରହିଥିଲେ । ତିନି ଦିନ ପୂର୍ବରୁ ଉଭୟଙ୍କ ମଧ୍ୟରେ ମାରପିଟ୍ ହୋଇଥିଲା । ନିଜର ପତିଆରା ଜାହିର କରିବା ପାଇଁ ଉଭୟ ଗୋଷ୍ଠୀ ମଧ୍ୟରେ ମାରପିଟ୍ ହୋଇଥିବା ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ:ଝାରପଡା ଜେଲ୍‌ ଗଲା ଭୁବନେଶ୍ବର ଡବଲ ମର୍ଡର ଅଭିଯୁକ୍ତ

ଚିକିତ୍ସା ପରେ ଜେଲକୁ ଫେରିଲା ଅପରାଧୀ:ତେବେ ଆହତ ଶମ୍ଭୁକୁ ଚିକିତ୍ସା ପରେ ଜେଲ୍‌କୁ ଅଣାଯାଇ ସ୍ବତନ୍ତ୍ର ସେଲରେ ରଖାଯାଇଛି । ସେହିପରି ଚକରାକୁ ମଧ୍ୟ ଅନ୍ୟତ୍ର ରଖାଯାଇ ତା' ଉପରେ ଜେଲ କର୍ତ୍ତୃପକ୍ଷ କଡ଼ା ନଜର ରଖିଛନ୍ତି । ଏହି ଘଟଣାକୁ ନେଇ ଜେଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଲକ୍ଷ୍ମୀସାଗରେ ଥାନାରେ ଏକ ମାମଲା ଦେଇଛନ୍ତି । ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଛି ପୋଲିସି । ଏନେଇ ଥାନା ଅଧିକାରୀ କହିଛନ୍ତି, ତଦନ୍ତ ଚାଲିଛି, ରିପୋର୍ଟ ଆଧାରରେ କେସ କରାଯିବ । ଏନେଇ ତୁରନ୍ତ କୋର୍ଟଙ୍କୁ ଅବଗତ କରାଯିବ । ଯେହେତୁ ଏମାନେ ଜୁଡିସିଆଲ କଷ୍ଟଡିରେ ଅଛନ୍ତି ଏନେଇ କୋର୍ଟ ପଦକ୍ଷେପ ନେବେ ।

ଏନେଇ ଭୁବନେଶ୍ବର ଡିସିପି ପ୍ରତୀକ ସିଂ କହିଛନ୍ତି, "ଲକ୍ଷ୍ମିସାଗର ଥାନାରେ ଏନେଇ ଏକ କେସ ରେଜିଷ୍ଟର ହୋଇଛି । ପୋଲିସ ମଧ୍ୟ ଘଟଣାର ତଦନ୍ତ ଆରମ୍ଭ କରିଛି । ଆମେ ଜେଲ ଅଧିକାରୀଙ୍କ ସହ ଆଲୋଚନା କରିବୁ, ସେମାନେ ଯେଉଁସବୁ ତଥ୍ୟ ପ୍ରମାଣ ଦେଇପାରିବେ, ସେସବୁ ସଂଗ୍ରହ କରିବୁ । ସେଠାକାର ସିସିଟିଭି ଫୁଟେଜ ଯଦି ମିଳିପାରିବ, ସେସବୁ ମଧ୍ୟ ସଂଗ୍ରହ କରିବୁ । ଯେଉଁ କଏଦୀମାନେ ଅଛନ୍ତି, ସେମାନଙ୍କୁ ପଚରାଉଚରା କରିବୁ । ଜେଲରେ ନିଶା କାରବାର ନେଇ କୌଣସି ତଥ୍ୟ ହସ୍ତଗତ ହୋଇନି । ସେଭଳି କିଛି ଆସିଲେ ତଦନ୍ତ କରାଯିବ ।"

ତେବେ ଜେଲ ଭିତରେ ଏପରି ଅପରାଧିଙ୍କ ଗଣ୍ଡଗୋଳ ପାଇଁ ଏବେ ଜେଲ କର୍ତ୍ତୃପକ୍ଷ ମଧ୍ୟ ଚାପରେ ରହିଛନ୍ତି । କ୍ଷମତା ଠାରୁ ଅଧିକ କଏଦୀ ଓ ବିଚାରାଧିନ କଏଦୀ ରହିଥିବା ବେଳେ ଜେଲ ଷ୍ଟାଫ ମଧ୍ୟ ପର୍ଯ୍ୟାପ୍ତ ନାହାନ୍ତି । ତେଣୁ ସେମାନଙ୍କୁ କଣ୍ଟ୍ରୋଲ କରିବା ଏକପ୍ରକାର କଷ୍ଟକର ବ୍ୟାପାର ହେଉଛି । ଅନ୍ୟପଟେ ଯେହେତୁ ଅପରାଧି ଏବେ ଜେଲ ଭିତରେ ଦୀର୍ଘ ଦିନ‌ ରହୁଛନ୍ତି, ସେମାନଙ୍କ ଏପରି ଅପରାଧିକ ଗତିବିଧି ବୃଦ୍ଧି ପାଉଛି । ଫଳରେ ନିଜ ନିଜ ଭିତରେ ପତିଆରା ପାଇଁ ଏପରି କାଣ୍ଡ ନଜରକୁ ଆସୁଛି । ଅନ୍ୟପଟେ ଏନେଇ ଜେଲ କର୍ତ୍ତୃପକ୍ଷ କହିଛନ୍ତି, 'ସ୍ବତନ୍ତ୍ର ନଜର ରଖାଯାଇଛି ।'

ପୂର୍ବରୁ ଝାରପଡ଼ା ଜେଲ୍‌ରେ ଓ୍ବାର୍ଡର ହତ୍ୟାକାଣ୍ଡ ଭଳି ଗୁଳିକାଣ୍ଡ ଘଟଣା ମଧ୍ୟ ନଜିର ରହିଛି, ତେଣୁ ଏଭଳି ଘଟଣା ପରେ ଏବେ ସୁରକ୍ଷା ଦିଗକୁ ନେଇ ଅନେକ ପ୍ରଶ୍ନ ଉଠୁଛି । ଏନେଇ ଜେଲ କର୍ତ୍ତୃପକ୍ଷ ଆଗକୁ ନିର୍ବାଚନ ଦୃଷ୍ଟିରେ ରଖି ସେଭଳି କ'ଣ ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Mar 19, 2024, 8:46 PM IST

ABOUT THE AUTHOR

...view details