ଓଡିଶା

odisha

ବଦଳିବ କ୍ୟାପିଟାଲ ହସ୍ପିଟାଲର ନକ୍ସା, ରାତିରେ ଅଚାନକ ପହଞ୍ଚି ସ୍ଥିତି ପରଖିଲେ ମୁଖ୍ୟମନ୍ତ୍ରୀ - CM Mohan Majhi visits hospital

By ETV Bharat Odisha Team

Published : Aug 3, 2024, 8:13 AM IST

CM MOHAN MAJHI IN CAPITAL HOSPITAL: କ୍ୟାପିଟାଲ ହସ୍ପିଟାଲର ହେବ ଆହୁରି ଆଧୁନୀକରଣ । ବଢିବ ‘ଆଇସିୟୁ’ ବେଡ଼ ସଂଖ୍ୟା । ଗତକାଲି ରାତିରେ ହଠାତ ପରିଦର୍ଶନରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ । ରୋଗୀ ଓ ଷ୍ଟାଫଙ୍କ ସହ କଲେ ଆଲୋଚନା । ଅଧିକ ପଢନ୍ତୁ

ରାତିରେ ଅଚାନକ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ, ରୋଗୀଙ୍କ ସମସ୍ୟା ବୁଝିଲେ
ରାତିରେ ଅଚାନକ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ, ରୋଗୀଙ୍କ ସମସ୍ୟା ବୁଝିଲେ (ETV Bharat Odisha)

ଭୁବନେଶ୍ବର:ରାତିରେ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରୋଗୀମାନଙ୍କ ଯତ୍ନ କିପରି ନିଆଯାଉଛି ସେ ସମ୍ପର୍କରେ ପଚାରି ବୁଝିଲେ । ରୋଗୀ ସେବାରେ ଅଧିକ ଉନ୍ନତି ଆଣିବା ତଥା ସେମାନଙ୍କ ପ୍ରତି ଅଧିକ ସମ୍ବେଦନଶୀଳ ହେବା ପାଇଁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ମଧ୍ୟ ଦେଲେ । ସେ ରୋଗୀମାନଙ୍କ ସହିତ ଆଲୋଚନା କରି ସେମାନଙ୍କ ରହିବା, ଖାଇବା ଓ ରୋଗୀଙ୍କ ସମ୍ପର୍କୀୟଙ୍କ ପାଇଁ ଥିବା ସୁବିଧା ସମ୍ପର୍କରେ ପଚାରି ବୁଝିବା ସହିତ ହସ୍ପିଟାଲର ପରିମଳ ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ବୁଝିଛନ୍ତି । ସ୍ଥିତି ଅନୁଧ୍ୟାନ କରିବା ପରେ ହସ୍ପିଟାଲ ଭିତ୍ତିଭୂମିର ଆହୁରି ଆଧୁନିକୀକରଣ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ରାତିରେ ଅଚାନକ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ, ରୋଗୀଙ୍କ ସମସ୍ୟା ବୁଝିଲେ (ETV Bharat Odisha)
କ୍ୟାପିଟାଲ ହସ୍ପିଟାଲର ହେବ ଆଧୁନୀକରଣ :-ଏହା ସହ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ,କ୍ୟାପିଟାଲ ହସ୍ପିଟାଲର ଆହୁରି ଆଧୁନିକୀକରଣ କରାଯିବ । ରୋଗୀ ମାନଙ୍କ ପାଇଁ ସମସ୍ତ ପ୍ରକାରର ସୁବିଧା ପାଇବାର ବ୍ୟବସ୍ଥା କରାଯିବ । ଏହା ସହ ହସ୍ପିଟାଲରେ ରୋଗୀ ସେବାରେ ଆହୁରି ଅଧିକ ଉନ୍ନତି ଆଣିବା ତଥା ଡାକ୍ତର ଓ ଅନ୍ୟ କର୍ମଚାରୀମାନେ ରୋଗୀମାନଙ୍କ ପ୍ରତି ଅଧିକ ସମ୍ବେଦନଶୀଳ ହେବା ପାଇଁ ସେ ହସ୍ପିଟାଲ ଷ୍ଟାଫଙ୍କୁ ପରାମର୍ଶ ଦେଇଛନ୍ତି ।


ଏହି ନେଇ ମଧ୍ୟ ହସ୍ପିଟାଲର ଅସ୍ଥାୟୀ କର୍ମଚାରୀମାନଙ୍କ ସହିତ ମଧ୍ୟ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ସେମାନଙ୍କ ପ୍ରାପ୍ୟ ମଜୁରୀ ସମ୍ପର୍କରେ ବୁଝିଛନ୍ତି । ନୂଆ ବର୍ଦ୍ଧିତ ମଜୁରୀ ମିଳିବା ପରେ ସେମାନଙ୍କ ପ୍ରାପ୍ୟ ବୃଦ୍ଧି ପାଇବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ରୋଗୀ ସେବା ପରି ଏକ ମହାନ କାର୍ଯ୍ୟରେ ନିଷ୍ଠାର ସହିତ ଦାୟିତ୍ଵ ତୁଲାଉ ଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କର ଉଚ୍ଚ ପ୍ରଶଂସା ମଧ୍ୟ କରିଛନ୍ତି ।

ରାତିରେ ଅଚାନକ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ, ରୋଗୀଙ୍କ ସମସ୍ୟା ବୁଝିଲେ (ETV Bharat Odisha)
କ୍ୟାପିଟାଲ ହସ୍ପିଟାଲରେ ବଢିବ ଆଇସିୟୁ ବେଡ଼କ୍ୟାପିଟାଲ ହସ୍ପିଟାଲର ହୃଦରୋଗ ବିଭାଗରେ ଖୋଲିବ 10 ଶଯ୍ୟା ବିଶିଷ୍ଟ ନିଜସ୍ବ ‘ଆଇସିୟୁ’ । ଫଳରେ ହୃଦରୋଗ ପାଇଁ ସ୍ବତନ୍ତ୍ର ଆଇସିୟୁ ମିଳିବ । ବର୍ତ୍ତମାନ ହସ୍ପିଟାଲରେ 16ଟି ଆଇସିୟୁ ବେଡ଼ ରହିଛି । ସେଥିରେ ଟ୍ରମା କେୟାରଠାରୁ ଆରମ୍ଭ କରି ଅନ୍ୟ ରୋଗୀମାନଙ୍କର ମଧ୍ୟ ଚିକିତ୍ସା କରାଯାଉଛି । ସେଥିରେ ହୃଦରୋଗ ପାଇଁ 2ଟି ମାତ୍ର ବେଡ଼ ସଂରକ୍ଷଣ ଭାବରେ ରଖାଯାଇଛି । ଯାହା ଫଳରେ ଅଧିକ ହୃଦରୋଗୀ ଆସିଲେ ଆଇସିୟୁ ଯୋଗାଇବା ସମ୍ଭବ ପାର ହେଉନାହିଁ ବୋଲି କହିଛନ୍ତି ହସ୍ପିଟାଲର ନିର୍ଦ୍ଦେଶକ ।
ରାତିରେ ଅଚାନକ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ, ରୋଗୀଙ୍କ ସମସ୍ୟା ବୁଝିଲେ (ETV Bharat Odisha)
ହସ୍ପିଟାଲ ନିର୍ଦ୍ଦେଶକ ଆହୁରି କହିଛନ୍ତି ଯେ,"ଇଣ୍ଡିଆନ ପବ୍ଲିକ ହଲଥ୍‌ ଷ୍ଟାଣ୍ଡାଡ ନିୟମ ଅନୁଯାୟୀ 500 ଶଯ୍ୟା ବିଶିଷ୍ଟ ହସ୍ପିଟାଲରେ 50ଟି ବେଡ଼ ରହିବ । ଆଗକୁ କ୍ୟାପିଟାଲ ହସ୍ପିଟାଲକୁ 1000 ବେଡ଼ ବିଶିଷ୍ଟ କରିବା ପାଇଁ ଉଦ୍ୟମ କରାଯାଉଛି । ଯେଉଁଥିପାଇଁ ହସ୍ପିଟାଲରେ 50ଟି ଆଇସିୟୁ ବେଡ଼ କରିବା ପାଇଁ ମଧ୍ୟ ଯୋଜନା କରାଯାଉଛି।’’ ବର୍ତ୍ତମାନ ଯେହେତୁ ହସ୍ପିଟାଲରେ 570 ବେଡ଼କୁ ନେଇ ଚିକିତ୍ସା ଚାଲିଛି ସେଥିପାଇଁ 40ଟି ବେଡ଼ ବିଶିଷ୍ଟ ଆଇସିୟୁ ସ୍ଥାପନ କରାଯିବ ।’’

ଏହା ମଧ୍ୟ ପଢନ୍ତୁ:- ଓଡିଶାରେ ବିଜେପି ଆରମ୍ଭ କଲା କି ଅପରେସନ ଲୋଟସ ? ସୁସ୍ଥ ଗଣତନ୍ତ୍ର ପାଇଁ ଏହା ସମୀଚିନ ନୁହେଁ କହିଲା କଂଗ୍ରେସ - shrikant jena targets bjp
କେଉଁଠାରେ ହେବ ଆଇସିୟୁ:-
ଏନେଇ ଡାକ୍ତର ପଣ୍ଡା କହିଛନ୍ତି, ‘‘ହୃଦରୋଗ ବିଭାଗର ସମ୍ମୁଖରେ ଥିବା କ୍ୟାଥଲ୍ୟାବ ପାଖରେ ସ୍ୱତନ୍ତ୍ର ଭାବରେ 10ଟି ବେଡ଼ ବିଶିଷ୍ଟ ଆଇସିୟୁ ନିର୍ମାଣ କରାଯିବ । ଏହା ସହ ଆଉ କିଛି ସ୍ଥାନରେ ମଧ୍ୟ ଜାଗା ଚିହ୍ନଟ କରାଯାଇଛି । ସମସ୍ତ ଦିଗକୁ ଦୃଷ୍ଟିରେ ରଖି ଆଇସିୟୁ ନିର୍ମାଣ କରାଯିବ ।’’

ବର୍ତ୍ତମାନ ହସ୍ପିଟାଲ୍ ରେ କେତେ ଅଛି ଆଇସିୟୁ ବେଡ଼:-
ଏନେଇ ଡାକ୍ତର ପଣ୍ଡା କହିଛନ୍ତି,"ବର୍ତ୍ତମାନ ହସ୍ପିଟାଲରେ ସମସ୍ତ ବିଭାଗରେ ଆଇସିୟୁକୁ ମିଶାଇ 30ଟି ବେଡ଼ ରହିଛି । 30ଟି ବେଡ଼ ମଧ୍ୟରୁ 16ଟି ଗୁରୁତର ଆହତଙ୍କ ଚିକିତ୍ସା ପାଇଁ । ବହୁବିଧ ରୋଗ ଆଦି ରୋଗୀଙ୍କୁ ଚିକିତ୍ସା ଯୋଗାଇ ଦିଆଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details