ବଲାଙ୍ଗୀର:ଜିଲ୍ଲା ଗସ୍ତରେ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନ । ଚଳିତ ସଧାରଣ ନିର୍ବାଚନ ପ୍ରସ୍ତୁତିର କଲେ ସମୀକ୍ଷା । ଜିଲ୍ଲାର ସବୁ ବରିଷ୍ଠ ଅଧିକାରୀଙ୍କ ସହ କଲେ ଗୁରୁତ୍ବପୂର୍ଣ୍ଣ ଆଲୋଚନା । ଆଜି(ଶୁକ୍ରବାର) ଦିନ ବଲାଙ୍ଗୀରରେ ଜିଲ୍ଲାସ୍ତରୀୟ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା ବୈଠକରେ ସାମିଲ ହେଲେ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନ ନିକୁଞ୍ଜ ବିହାରୀ ଧଳ । ଏହି ବୈଠକରେ ଜିଲ୍ଲାର ସବୁ ବିଧାନସଭା ଏବଂ ଲୋକସଭାରେ କିଭଳି ଅବାଧ, ନିରପେକ୍ଷ ଏବଂ ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା କରାଯିବ, ସେ ନେଇ ସମୀକ୍ଷା କରିଥିଲେ ମୁଖ୍ୟ ନିର୍ବାଚନ କମିଶନ ।
ନିର୍ବାଚନ ପ୍ରସ୍ତୁତିରେ ଆଚରଣ ବିଧି ନିୟମ କଡାକଡି ପାଳନ, ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ପଦକ୍ଷେପ, ସବୁ ବୁଥରେ ଭୋଟରଙ୍କ ପାଇଁ ବିଭିନ୍ନ ସୁବିଧା, ଆଇନ ଶୃଙ୍ଖଳା ପରିସ୍ଥିତି ଏବଂ ରାଜନୈତିକ ହିଂସା ଏଭଳି ସବୁ ବିଷୟର ସମୀକ୍ଷା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନ ନିକୁଞ୍ଜ ବିହାରୀ ଧଳ । ସେହିପରି ଭୋଟ ଗଣତି ପ୍ରକ୍ରିୟା ଓ ବ୍ୟବସ୍ଥାର ମଧ୍ୟ ସେ ସମୀକ୍ଷା କରିଛନ୍ତି ।
ସୂଚନା ଅନୁସାରେ ବଲାଙ୍ଗୀର ଜିଲ୍ଲାରେ ଲୋଇସିଂହା, କଣ୍ଟାବାଞ୍ଜି, ଟିଟିଲାଗଡ, ପାଟଣାଗଡ଼ ଓ ବଲାଙ୍ଗୀର ବିଧାନସଭା ନିର୍ବାଚନ ମଣ୍ଡଳୀ ରହିଛି । ସେହିପରି ଅଭିବ୍ୟକ୍ତ ବଲାଙ୍ଗୀର ଓ ସୁବର୍ଣ୍ଣପୁର ଜିଲ୍ଲାକୁ ନେଇ ବଲାଙ୍ଗୀର ଲୋକସଭା କ୍ଷେତ୍ର ଗଠନ ହୋଇଛି । ତେବେ କଣ୍ଟାବାଞ୍ଜି, ଟିଟିଲାଗଡ ଓ ପାଟଣାଗଡ଼ରେ ଅଧିକ ସଂଖ୍ୟକ ସମ୍ବେଦନଶୀଳ ବୁଥ ରହିଥିବା ସୂଚନା ମିଳିଛି । ଏହା ଛଡ଼ା ମାଓ ପ୍ରଭାବିତ ଅଞ୍ଚଳ ରହିଥିବାରୁ ପ୍ରଶାସନର ଚିନ୍ତା ବଢାଇଛି । ଯେଉଁଠି ଅବାଧ ନିର୍ବାଚନ ସବୁବେଳେ ଚେଲେଞ୍ଜ ହୋଇଥାଏ ।