ଭୁବନେଶ୍ବର: ଆମ୍ବ, ନାଁଟି ଶୁଣିବା ମାତ୍ରେ ଆଖି ଆଗରେ ନାଚିଯାଏ ହଳଦିଆ ରଙ୍ଗର ସୁସ୍ବାଦୁ ଫଳ । ପିଲା ଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତଙ୍କ ପାଟିରୁ ଲାଳ ଗଡାଇଥାଏ ରସାଳ ଆମ୍ବ । ଏହି କ୍ରମରେ ଲୋକଙ୍କ ମଧ୍ୟରେ ଆମ୍ବର ଚାହିଦା ଦେଖି ରାଜଧାନୀରେ ଆରମ୍ଭ ହୋଇଛି ଆମ୍ବ ମହୋତ୍ସବ । ନାବାର୍ଡ ତରଫରୁ ରାଜଧାନୀରେ ଆରମ୍ଭ ହୋଇଛି ଆମ୍ବ ମହୋତ୍ସବ । ଏହି ମହୋତ୍ସବ ୩ ଦିନ ଧରି ଚାଲିବାକୁ ଥିବା ବେଳେ ଯୋଗ ଦେଇଛନ୍ତି ୩୦ ଟି ଜିଲ୍ଲାର ଆମ୍ବଚାଷୀ । ଆଜିଠାରୁ ଏହି ଆମ୍ବ ମହୋତ୍ସବ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ନୟାପଲ୍ଲୀ ସ୍ଥିତ ନାବାର୍ଡ କାର୍ଯ୍ୟାଳୟ ପରିସରରେ ମହୋତ୍ସବ ଚାଲିବ ।
ଏହି ଆମ୍ବ ମହୋତ୍ସବରେ ଆମ୍ରପଲ୍ଲୀ, ବାଇଗଣପଲ୍ଲୀ, ତୋଟାପୁରି, ଲେଙ୍ଗଡ଼ା, ଦସେରି, ସୁବର୍ଣ୍ଣରେଖା, ହିମ୍ ସାଗର, ମଲ୍ଲିକା, ନିଲମ ଭଳି ୨୦ ଟି କିସମର ଆମ୍ବର ପସରା ମେଲିଛି । ଏହି ଆମ୍ବ ଗୁଡିକ ରାସାୟନିକ ମୁକ୍ତ ହୋଇଥିବା ବେଳେ ଭୁବନେଶ୍ବର ସମେତ ଓଡ଼ିଶାରେ ଏହାର ଚାହିଦା ରହିଥାଏ । ତେଣୁ ସହରବାସୀ ଏହି ଗାଁ ଆମକୁ କିଣି ନେଉଥିବା ଦେଖିବାକୁ ମିଳିଛି । ବିଶେଷକରି ସୁନ୍ଦରଭାବେ ଆମ୍ବର ପସରା ଏହି ଷ୍ଟଲ ଗୁଡିକୁ ସଜାଯାଇଥିବା ବେଳେ ଲୋକଙ୍କୁ ତାହା ଆକର୍ଷିତ କରୁଛି । ପ୍ରାକୃତିକ ଉପାୟରେ ପାଚିଥିବା ଏହି ଆମ୍ବ ଲୋକମାନଙ୍କର ବେଶ ପସନ୍ଦ ହୋଇଥିବା ବେଳେ ନିଜ ମନ ପସନ୍ଦର ଆମ୍ବ କିଣିନେଉଥିବା ଦେଖିବାକୁ ମିଳିଛି । ପ୍ରବଳ ଖରା ସତ୍ତ୍ବେ ବି ସୁସ୍ବାଦୁ ଆମ୍ବ କିଣିବାକୁ ଲୋକଙ୍କ ଭିଡ ଦେଖିବାକୁ ମିଳୁଛି ।
ଏହା ମଧ୍ୟ ପଢନ୍ତୁ ...କେନ୍ଦୁଝରରେ ବଢୁଛି ଆମ୍ବର ଚାହିଦା, ରୋଜଗାରର ପାଲଟିଛି ମାଧ୍ୟମ - Demand for local mango varieties